ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଡିସେମ୍ବର ପୃଷ୍ଠା ୭
  • କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଯିବାକୁ ଚାହାନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଯିବାକୁ ଚାହାନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ପାଇଁ ଯାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ଯିହୋବାଙ୍କଠାରୁ ଶିକ୍ଷା ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଡିସେମ୍ବର ପୃଷ୍ଠା ୭
‘ରାଜ୍ୟ ଚାରକଙ୍କ ପାଇଁ ସ୍କୁଲରେ’ ଅନେକ ବିଦ୍ୟାର୍ଥୀ ଉପସ୍ଥିତ ହୋଇଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଯିବାକୁ ଚାହାନ୍ତି ?

କʼଣ ଆପଣଙ୍କ ବୟସ ୨୩ରୁ ୬୫ ବର୍ଷ ମଧ୍ୟରେ ଅଟେ ? କʼଣ ଆପଣ ପୂର୍ଣ୍ଣ ସମୟର ସେବା କରୁଛନ୍ତି ? କʼଣ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହେ ? କʼଣ ଆପଣ ଏପରି ଅଞ୍ଚଳରେ ସେବା କରିବାକୁ ଚାହାନ୍ତି, ଯେଉଁଠି ଅଧିକ ଆବଶ୍ୟକତା ରହିଛି ? ଯଦି “ହଁ,” ତେବେ କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲର’ ଫର୍ମ ଭରିବାକୁ ଚାହିଁବେ ? ଏପର୍ଯ୍ୟନ୍ତ ହଜାର ହଜାର ପତିପତ୍ନୀ ଓ ଭାଇଭଉଣୀମାନେ ଏହି ସ୍କୁଲରେ ଉପସ୍ଥିତ ହୋଇ ସାରିଛନ୍ତି ଏବଂ ସେମାନେ ଏଥିରୁ ବହୁତ କିଛି ଶିଖିଛନ୍ତି । କିନ୍ତୁ ଆମେ ଚାହୁଁ ଯେ ଅଧିକରୁ ଅଧିକ ଅବିବାହିତ ଭାଇମାନେ ଏହି ସ୍କୁଲ ପାଇଁ ଫର୍ମ ଭରନ୍ତୁ । ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କଠାରେ ତାହାଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ସୃଷ୍ଟି କରିବେ ଏବଂ ଆପଣ ଯେପରି ଯୀଶୁଙ୍କୁ ଅନୁକରଣ କରିପାରିବେ । (ଗୀତ ୪୦:୮; ମାଥି ୨୦:୨୮; ଏବ୍ରୀ ୧୦:୭) ତାʼପରେ ଭାବନ୍ତୁ ଯେ କେଉଁ କେଉଁ କଥା ଆପଣଙ୍କ ନିଷ୍ପତ୍ତିରେ ବାଧା ଆଣିପାରେ ଏବଂ ଆପଣ ସେହି ବାଧାଗୁଡ଼ିକୁ କିପରି ପାର କରିପାରିବେ ?

ଯେଉଁ ଭାଇଭଉଣୀମାନେ ଏହି ସ୍କୁଲରେ ଉପସ୍ଥିତ ହୁଅନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏପରି ଅଞ୍ଚଳକୁ ପଠାଯାଏ, ଯେଉଁଠାରେ ଲୋକେ ଅନ୍ୟ ଭାଷାରେ କଥା ହୁଅନ୍ତି । କେତେକଙ୍କୁ ‘ମହାନଗରଗୁଡ଼ିକରେ ସର୍ବସାଧାରଣରେ ସାକ୍ଷ୍ୟ ଦେବା ପାଇଁ ବିଶେଷ ବ୍ୟବସ୍ଥାରେ’ ଅଂଶଗ୍ରହଣ କରିବା ପାଇଁ କୁହାଯାଏ । କିଛି ଭାଇ ଆଗକୁ ଯାଇ ସହାୟକ ସର୍କିଟ ଅଧ୍ୟକ୍ଷ କିମ୍ବା ପୂର୍ଣ୍ଣ ସମୟର ମିଶନାରୀ ପ୍ରଚାରକ ଭାବେ ସେବା କରିଥାʼନ୍ତି । ଯିହୋବାଙ୍କ ସଂଗଠନରେ ବହୁତ କାମ ଅଛି ! ଆପଣ ମଧ୍ୟ ଯିଶାଇୟ ଭବିଷ୍ୟଦ୍‌ବକ୍ତାଙ୍କ ଭଳି ମନୋଭାବ ରଖନ୍ତୁ ଏବଂ କୁହନ୍ତୁ, “ମୁଁ ଅଛି; ମୋତେ ପଠାଅ ।”—ଯିଶା ୬:୮.

ପୂର୍ଣ୍ଣ ସମୟର ମିଶନାରୀ ପ୍ରଚାରକ—ଶସ୍ୟକ୍ଷେତ୍ର ପାଇଁ କଟାଳି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ପୂର୍ଣ୍ଣ ସମୟର ମିଶନାରୀ ଚାରକ— ଶସ୍ୟକ୍ଷେତ ପାଇଁ କଟାଳି ନାମକ ଭିଡିଓର ଏକ ଦୃଶ୍ୟ । ପୂର୍ଣ୍ଣ ସମୟ ଚାର କରୁଥିବା ଏକ ମିଶନାରୀ ଦମ୍ପତି ଚାର କରିବା ପାଇଁ ବାହାରିଛନ୍ତି ଏବଂ ରାସ୍ତାରେ ଚାଲୁଛନ୍ତି ।

    ପୂର୍ଣ୍ଣ ସମୟର ମିଶନାରୀ ପ୍ରଚାରକମାନଙ୍କୁ କିପରି ବଛାଯାଏ ?

  •  ପୂର୍ଣ୍ଣ ସମୟର ମିଶନାରୀ ଚାରକ— ଶସ୍ୟକ୍ଷେତ ପାଇଁ କଟାଳି ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ମିଶନାରୀ ଭଉଣୀ ଓ ଜଣେ ଅନ୍ୟ ଭଉଣୀ ଜଣେ ମହିଳାଙ୍କ ବାଇବଲ ଅଧୟନ କରାଉଛନ୍ତି ।

    ମିଶନାରୀ ଭାଇଭଉଣୀମାନେ କେଉଁ ବଢ଼ିଆ କାମରେ ଲାଗି ରହିଛନ୍ତି ?

  •  ପୂର୍ଣ୍ଣ ସମୟର ମିଶନାରୀ ଚାରକ— ଶସ୍ୟକ୍ଷେତ ପାଇଁ କଟାଳି ନାମକ ଭିଡିଓର ଏକ ଦୃଶ୍ୟ । ସାଙ୍କେତିକ ଭାଷାର ଏକ ମିଶନାରୀ ଭାଇ ଅନ୍ୟ ଜଣେ ଭାଇଙ୍କୁ ବିଶେଷ ସେବାର ଫର୍ମ ବିଷୟରେ କିଛି କଛନ୍ତି ।

    ମିଶନାରୀ ସେବା କରୁଥିବା ଭାଇଭଉଣୀମାନଙ୍କୁ କେଉଁ କେଉଁ ଆଶିଷ ମିଳିଛି ?

କʼଣ ଆପଣ ଏହି ସ୍କୁଲର କିଛି ବିଦ୍ୟାର୍ଥୀଙ୍କୁ ଜାଣିବାକୁ ଚାହିଁବେ ଯେ ସେମାନଙ୍କୁ କେଉଁ କେଉଁ ଆଶିଷ ମିଳିଛି ? jw.org ୱେବସାଇଟ୍‌ରେ (ହିନ୍ଦୀ) ଲାଇବ୍ରେରୀ > ଭିଡିଓ > ସାକ୍ଷାତ୍‌କାର ଓ ଅନୁଭୂତି > ଆଶିଷ ଯାହା ପୂର୍ଣ୍ଣ ସମୟର ସେବାରୁ ମିଳିଲା ଭାଗକୁ ଯାଆନ୍ତୁ ଏବଂ ଏ ଭିଡିଓଗୁଡ଼ିକୁ ଦେଖନ୍ତୁ: ରାଜ୍ୟ ପ୍ରଚାରକଙ୍କ ସ୍କୁଲରୁ ମିଳେ ଅସରନ୍ତି ଆଶିଷ, ଅସରନ୍ତି ଖୁସି ଦେଉଥିବା ଶିକ୍ଷା ଏବଂ ମୁଁ ଖୁସି ଯେ ଯିହୋବାଙ୍କ କାମରେ ଆସିଲି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ