ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୭
  • ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଅନୁଶାସନ​—⁠ଯିହୋବାଙ୍କ ପ୍ରେମର ପ୍ରମାଣ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଯିହୋବାଙ୍କ ଅନୁଶାସନକୁ ସହଯୋଗ କରି ପ୍ରେମ ଦେଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୭
ଜଣେ  ବୟସ୍କ ଯୁବକ ନିଜ ପାପର ପଶ୍ଚାତାପ କରି ନାହାନ୍ତି । ସେ ଘର ଛା ଯାଉଛନ୍ତି ଏବଂ ତାଙ୍କୁ ଦେଖି ବାପାମାଆ କାନ୍ଦୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବା ପ୍ରେମ କରୁଥିବାରୁ ଆମକୁ ସୁଧାରନ୍ତି

ଯେତେବେଳେ ଆମେ କିଛି ଭୁଲ କରୁ, ଯିହୋବା ଆମକୁ ସୁଧାରନ୍ତି । ସେ ବେଳେ ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ କରନ୍ତି । ଏହା ଆମକୁ ଶିକ୍ଷା ଦେବାର ଏକ ପଦ୍ଧତି । ସେ ଶିଖାଉଥିବା ପଦ୍ଧତି ଅନୁସାରେ ଉପାସନା କରିବା ପାଇଁ ଯିହୋବା ଆମକୁ ସୁଧାରନ୍ତି । (ରୋମୀ ୧୨:୧; ଏବ୍ରୀ ୧୨:୧୦, ୧୧) ଆମକୁ ସୁଧାରିବା ସମୟରେ ବେଳେ ବେଳେ ଆମକୁ ଦୁଃଖ ଲାଗିପାରେ । କିନ୍ତୁ ଏହାର ପରିଣାମ ଭଲ ହୁଏ ଏବଂ ଆମର ହିଁ ଲାଭ ହୁଏ ।—ହିତୋ ୧୦:୭.

ଯେଉଁମାନେ ସୁଧାର କରାନ୍ତି— ପ୍ରାଚୀନ, ବାପାମାଆ ଓ ଅନ୍ୟମାନେ ଚେଷ୍ଟା କରିବା ଉଚିତ୍‌ ଯେ ଯେତେବେଳେ ସେମାନେ କାହାରିକୁ ସୁଧାରନ୍ତି, ସେମାନେ ଯିହୋବାଙ୍କ ଭଳି ପ୍ରେମର ସହ ଏପରି କରନ୍ତୁ । (ଯିରି ୪୬:୨୮) ଯଦି କାହାରି ସହ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼େ, ତଥାପି ପ୍ରେମର ସହ କରିବା ଉଚିତ୍‌ ଏବଂ ଯେତେ ଦରକାର ସେତେ କଠୋର ହେବା ଉଚିତ୍‌ ।—ତୀତ ୧:୧୩.

ଯାହାକୁ ସୁଧାର କରାଯାଏ— ଆମକୁ ସୁଧାରିବା ପାଇଁ ଯାହା ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଏ, ଆମେ ଅସ୍ୱୀକାର କରିବା ଉଚିତ୍‌ ନୁହେଁ, ବରଂ ତୁରନ୍ତ ତାʼ ଅନୁସାରେ କାମ କରିବା ଉଚିତ୍‌ । (ହିତୋ ୩:୧୧, ୧୨) ଆମେ ମଣିଷମାନେ ସମସ୍ତେ ଭୁଲ କରୁ, ତେଣୁ ଆମକୁ କୌଣସି ନା କୌଣସି ଉପାୟରେ ସୁଧାର କରାଯାଏ । ଆମେ ବାଇବଲରେ ଯାହା ପଢ଼ୁ ଏବଂ ସଭାରେ ଯାହା ଶୁଣୁ, ସେଥିରୁ ଆମେ ଅନୁଭବ କରୁ ଯେ କୌଣସି ମାମଲାରେ ଆମକୁ ସୁଧାର କରିବାର ଅଛି । ଆବଶ୍ୟକ ପଡ଼ିଲେ ନ୍ୟାୟିକ ସମିତି ଆମ ସହ କାର୍ଯ୍ୟାନୁଷ୍ଠାନ କରିପାରେ । ନିଜ ଭୁଲ ସ୍ୱୀକାର କରି ସୁଧାର କଲେ ଆଜି ଆମେ ଭଲ ଜୀବନ ପାଇବା ଏବଂ ଭବିଷ୍ୟତରେ ଅନନ୍ତ ଜୀବନ ପାଇବା।—ହିତୋ ୧୦:୧୭.

“ଯିହୋବା ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି” ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଯିହୋବା ଯାହାକୁ ମ କରନ୍ତି, ତାହାକୁ ଶାସନ କରନ୍ତି’ ଭିଡିଓର ଏକ ଦୃଶ୍ୟ । କେନନ ଛୋଟ ବେଳେ ନିଜ ବାପାମାଆଙ୍କ ସହ ଚାର କରୁଛନ୍ତି ।

    କେନନଙ୍କ ଜୀବନ ଛୋଟ ବେଳେ କିପରି ଥିଲା ? ତାʼପରେ କʼଣ ହେଲା ?

  • ‘ଯିହୋବା ଯାହାକୁ ମ କରନ୍ତି, ତାହାକୁ ଶାସନ କରନ୍ତି’ ଭିଡିଓର ଏକ ଦୃଶ୍ୟ । କେନନ ବ ହୋଇଯାଇଛନ୍ତି ଏବଂ ଚୀନମାନଙ୍କ ସହ କଥା ହେଉଛନ୍ତି ।

    ଯିହୋବା ତାଙ୍କୁ ପ୍ରେମର ସହ କିପରି ସୁଧାରିଲେ ?

  • ‘ଯିହୋବା ଯାହାକୁ ମ କରନ୍ତି, ତାହାକୁ ଶାସନ କରନ୍ତି’ ଭିଡିଓର ଏକ ଦୃଶ୍ୟ । ଅନେକ ବର୍ଷ ପରେ କେନନ ମଣ୍ଡଳୀର ସଭାକୁ ଆସିଥିବା ପିଲାମାନଙ୍କ ସହ କଥା ହେଉଛନ୍ତି ।

    ଯେବେ ଯିହୋବା ସୁଧାରନ୍ତି, ଖୁସିରେ ସ୍ୱୀକାର କରନ୍ତୁ

    ତାଙ୍କ ଅନୁଭୂତିରୁ ଆମେ କʼଣ ଶିଖୁ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ