ସୃଷ୍ଟିରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ତେଣୁ ଆମେ ଭରସା କରିପାରିବା ଯେ ଯଦି ଆମେ ତାହାଙ୍କ ସେବାରେ ପରିଶ୍ରମ କରୁ, ତେବେ ସେ ଆମକୁ ବହୁତ ଆଶିଷ ଦେବେ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ସୃଷ୍ଟିରୁ କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?
ସୃଷ୍ଟି ଉପରେ ଧ୍ୟାନ ଦେଲେ ଆମେ ଜାଣିପାରିବା ଯେ ଯିହୋବା ଆମକୁ କେତେ ପ୍ରେମ କରନ୍ତି ଏବଂ ସେ କେତେ ଉଦାର ଅଟନ୍ତି । କିନ୍ତୁ ଯଦି ଆମେ ଦୈନନ୍ଦିନ କାମଗୁଡ଼ିକରେ ଅତ୍ୟଧିକ ବ୍ୟସ୍ତ ରହିବା, ତେବେ ଆମେ ସୃଷ୍ଟି ଉପରେ କେବେ ମଧ୍ୟ ଧ୍ୟାନ ଦେଇପାରିବା ନାହିଁ । ଯୀଶୁ ଆମକୁ ପରାମର୍ଶ ଦେଇଛନ୍ତି ଯେ ଆମେ ସୃଷ୍ଟିକୁ ଧ୍ୟାନ ଦେଇ ଦେଖିବା ଓ ଚିନ୍ତନ କରିବା ଉଚିତ୍ ଯେ ସେଥିରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖିପାରିବା ।—ମାଥି ୬:୨୫, ୨୬.
ସୃଷ୍ଟି ଯିହୋବାଙ୍କ ପ୍ରେମର ପ୍ରମାଣ ଦିଏ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଆପଣ ତଳେ ଥିବା ବିଷୟଗୁଡ଼ିକରୁ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ପୃଥିବୀର ପ୍ରତ୍ୟେକ ମୌଳିକ ବସ୍ତୁ
ବାୟୁମଣ୍ଡଳ
ଘାସ
ପଶୁମାନଙ୍କର ରଚନା
ଆମ ପାଞ୍ଚଟି ଇନ୍ଦ୍ରିୟ
ଆମ ମସ୍ତିଷ୍କ