ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଫେବୃୟାରୀ ପୃଷ୍ଠା ୩
  • କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ସୃଷ୍ଟିକୁ ଦେଖି, ଯିହୋବାଙ୍କୁ ଜାଣନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ସୃଷ୍ଟିରୁ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ସୃଷ୍ଟିରୁ କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଫେବୃୟାରୀ ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ଈଶ୍ୱରଙ୍କ ଅଦୃଶ୍ୟ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି?

ଯେତେବେଳେ ଆପଣ ଏକ ସୁନ୍ଦର ଫୁଲ, ଗର୍ଜନ କରୁଥିବା ଏକ ଜଳପ୍ରପାତ କିମ୍ବା ଆକାଶରେ ଅସଂଖ୍ୟ ତାରା ଦେଖନ୍ତି, ସେତେବେଳେ କʼଣ ଆପଣ ଯିହୋବାଙ୍କ ହସ୍ତକଳାର ପ୍ରଶଂସା କରନ୍ତି? ଆମ ଚାରିପାଖରେ ଆମେ ଯେଉଁ ବିସ୍ମୟକର ସୃଷ୍ଟି ଦେଖୁ, ସେଗୁଡ଼ିକୁ ଭଲ ଭାବେ ନିରୀକ୍ଷଣ କଲେ ଆମେ ଯିହୋବାଙ୍କର ଅଦୃଶ୍ୟ ଗୁଣଗୁଡ଼ିକୁ ଭଲ ଭାବେ ଜାଣିପାରୁ । (ରୋମୀ ୧:୨୦) ଏସବୁ ସୃଷ୍ଟି ଈଶ୍ୱରଙ୍କ ଶକ୍ତି, ବୁଦ୍ଧି, ପ୍ରେମ, ନ୍ୟାୟ ଓ ଉଦାରତାର ଜ୍ୱଳନ୍ତ ପ୍ରମାଣ ।—ଗୀତ ୧୦୪:୨୪.

ଯିହୋବା ସୃଷ୍ଟି କରିଥିବା କେଉଁସବୁ ଜିନିଷ ଆପଣ ନିତିଦିନ ଦେଖନ୍ତି? ଏପରିକି, ଯଦି ଆପଣ ସହରରେ ରହନ୍ତି, ତେବେ ମଧ୍ୟ ଚଢ଼େଇ କିମ୍ବା ଗଛଗୁଡ଼ିକୁ ଦେଖୁଥିବେ । ଯିହୋବାଙ୍କ ସୃଷ୍ଟିକୁ ଭଲ ଭାବେ ନିରୀକ୍ଷଣ କଲେ ଆମେ ନିଜ ଧ୍ୟାନ ଜୀବନର ଚିନ୍ତା ଓ ସମସ୍ୟାଗୁଡ଼ିକଠାରୁ ଦୂରେଇ ରଖି ଜରୁରୀ ବିଷୟଗୁଡ଼ିକ ଉପରେ ଲଗାଇପାରିବା । ଏହାଦ୍ୱାରା ଯିହୋବାଙ୍କ ଉପରେ ଆମର ଭରସା ବଢ଼ିବ ଯେ ସେ ଚିରଦିନ ପାଇଁ ଆମର ଯତ୍ନ ନେଇପାରିବେ । (ମାଥି ୬:୨୫-୩୨) ଯଦି ଆପଣ ପିତାମାତା ଅଟନ୍ତି, ତେବେ ନିଜ ପିଲାଙ୍କୁ ଯିହୋବାଙ୍କ ମହାନ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଶିଖାନ୍ତୁ । ଯେତେବେଳେ ଆମ ଆଖପାଖରେ ଥିବା ସୃଷ୍ଟି ପ୍ରତି ଆମର ହୃଦୟରେ କୃତଜ୍ଞତା ବଢ଼ିବ, ଆମେ ନିଜ ସୃଷ୍ଟିକର୍ତ୍ତା ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ।—ଗୀତ ୮:୩, ୪.

ଅଦ୍ଭୁତ ସୃଷ୍ଟି ଈଶ୍ୱରଙ୍କ ମହିମା କରେ—ଆଲୋକ ଓ ରଙ୍ଗ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଆମେ ରଙ୍ଗଗୁଡ଼ିକୁ କାହିଁକି ଦେଖିପାରୁ?

  • ଅଲଗା ଅଲଗା କୋଣରୁ ଦେଖିଲେ ରଙ୍ଗ ବଦଳୁଥିବାର କାହିଁକି ଦେଖାଯାଏ?

  • ଆକାଶରେ ଭଳିକି ଭଳି ରଙ୍ଗ କାହିଁକି ଦେଖାଯାଏ?

  • ଆପଣ ନିଜ ଘର ଆଖପାଖରେ ଈଶ୍ୱରଙ୍କ ସୃଷ୍ଟିରେ କେଉଁ ନିଆରା ରଙ୍ଗ ଦେଖିଛନ୍ତି?

  • ଆମେ କାହିଁକି ସମୟ ବାହାର କରି ସୃଷ୍ଟିକୁ ନିରୀକ୍ଷଣ କରିବା ଉଚିତ୍‌?

ଗୋଲାପି ରଙ୍ଗର ଏକ ଗୋଲାପ, ନୀଳ ରଙ୍ଗର ଏକ ଜାପତି, ବିଭି ରଙ୍ଗର ଫଳ ଓ ଦିଗ୍‌ବଳୟରେ ସୂର୍ଯ୍ୟ

ଆଲୋକ ଓ ରଙ୍ଗଗୁଡ଼ିକରୁ ଆପଣ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ କʼଣ ଜାଣିପାରନ୍ତି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ