ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପ୍ରଚାର ସେବା ସଭାକୁ ପ୍ରଭାବଶିଳ କରିବା ପାଇଁ ପରାମର୍ଶ
ମଣ୍ଡଳୀର ଅନ୍ୟ ସଭାଗୁଡ଼ିକ ଭଳି ପ୍ରଚାର ସେବା ସଭା ମଧ୍ୟ ଯିହୋବାଙ୍କ ତରଫରୁ ଏକ ବ୍ୟବସ୍ଥା ଅଟେ । ଏହି ସଭା ଜରିଆରେ ଆମେ ପରସ୍ପରକୁ ପ୍ରେମ ଓ ଭଲ କାମ କରିବା ପାଇଁ ଉତ୍ସାହ ଦେଇଥାଉ । (ଏବ୍ରୀ ୧୦:୨୪, ୨୫) ଏହି ସଭା ୫ ରୁ ୭ ମିନିଟ ହେବା ଉଚିତ୍ । (କିନ୍ତୁ ଯଦି ଏହା ମଣ୍ଡଳୀର କୌଣସି ସଭା ପରେ ରଖାଯାଏ, ତେବେ ଏହା ଆହୁରି କମ୍ ସମୟରେ ହେବା ଉଚିତ୍ ।) ଏହି ସମୟରେ କୁହାଯିବା ଉଚିତ୍ ଯେ କେଉଁ ପ୍ରଚାରକ କାହା ସହିତ ଓ କେଉଁଠି ପ୍ରଚାର କରିବେ । ତାʼପରେ ପ୍ରାର୍ଥନା କରିବା ଉଚିତ୍ । ସଭା ପରିଚାଳନା କରୁଥିବା ଭାଇକୁ ଏପରି ପରାମର୍ଶଗୁଡ଼ିକ ଉପରେ ଆଲୋଚନା କରିବା ଉଚିତ୍ ଯାହା ଭାଇଭଉଣୀମାନେ ପ୍ରଚାର ସେବାରେ ଲାଗୁ କରିପାରିବେ । ଉଦାହରଣ ପାଇଁ, କିଛି ଭାଇଭଉଣୀ ଗୋଟିଏ ସପ୍ତାହ ପରେ ଶନିବାର ଦିନ ପ୍ରଚାର ପାଇଁ ଆସନ୍ତି । ସେଥିପାଇଁ ଭଲ ହେବ ଯେ ଲୋକଙ୍କୁ କʼଣ କହିବା ସେଗୁଡ଼ିକ ଉପରେ ଆଲୋଚନା କରାଯିବା ଉଚିତ୍ । ସଭା ପରିଚାଳନା କରୁଥିବା ଭାଇ ଆଉ କେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିପାରିବେ ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକା ରେ “ପ୍ରଚାର କରିବାର ନମୁନା” ଭାଗ ଉପରେ
ଏବେ ଏବେ ଘଟିଥିବା ଘଟଣା କିମ୍ବା ଖବର ଉପରେ କଥାବାର୍ତ୍ତା କିପରି ଆରମ୍ଭ କରିବେ
କୌଣସି ବାଧାକୁ କିପରି ପାର କରିବେ
ଏପରି ବ୍ୟକ୍ତିଙ୍କ ସହ କିପରି କଥାବାର୍ତ୍ତା କରିବେ ଯିଏ ନାସ୍ତିକ ଅଟନ୍ତି, ବିବର୍ତ୍ତନ ଉପରେ ବିଶ୍ୱାସ କରନ୍ତି, ଅନ୍ୟ ଭାଷା କହନ୍ତି କିମ୍ବା ଏପରି ଧର୍ମକୁ ମାନନ୍ତି ଯାହା ପୂରା ଭିନ୍ନ ଅଟେ
jw.org ୱେବସାଇଟ୍, JW ଲାଇବ୍ରେରୀ ଆପ୍ କିମ୍ବା ବାଇବଲର ଆରମ୍ଭରେ ଓ ଶେଷରେ ଥିବା ତଥ୍ୟର ଭଲ ବ୍ୟବହାର କିପରି କରିବେ
ଶିକ୍ଷା ଉପକରଣ ବକ୍ସ ମଧ୍ୟରୁ କୌଣସି ପ୍ରକାଶନର ଭଲ ବ୍ୟବହାର କିପରି କରିବେ
ଫୋନ୍ ଜରିଆରେ, ଚିଠି ଜରିଆ କିମ୍ବା ସାର୍ବଜନୀନରେ ସାକ୍ଷ୍ୟ କିପରି ଦେବେ, ପୁନଃସାକ୍ଷାତ କିପରି କରିବେ ଓ ବାଇବଲ ଅଧ୍ୟୟନ କିପରି କରିବେ
ପ୍ରଚାର କରିବାବେଳେ ଆଉ କେଉଁ କଥାଗୁଡ଼ିକୁ ଧ୍ୟାନ ଦେବେ । ଯେପରି—ସୁରକ୍ଷା, ଭଲ ବ୍ୟବହାର, ସଠିକ୍ ଚିନ୍ତାଧାରା କିମ୍ବା କଥାବାର୍ତ୍ତାର ବିଷୟ କିପରି ପରିବର୍ତ୍ତନ କରିବେ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ ପୁସ୍ତିକାରୁ କୌଣସି ପାଠ କିମ୍ବା ଭିଡିଓ ଉପରେ
ପ୍ରଚାର ସେବାରେ ନିଜ ସାଙ୍ଗକୁ କିପରି ଉତ୍ସାହ ଦେବେ ଓ ତାକୁ ସାହାଯ୍ୟ କରିବେ
ପ୍ରଚାର ସେବା ଜଡ଼ିତ କୌଣସି ପଦ କିମ୍ବା ଭଲ ଅନୁଭୂତି ଉପରେ