ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୫
  • ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଶାଖା କାର୍ଯ୍ୟାଳୟରେ କʼଣ କରାଯାଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇଅଛି
    ଆମ ରାଜ୍ୟ ସେବା—୧୯୯୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୫
ଏହି ଉଦାହରଣ “ଯିହୋବାଙ୍କ ଉପରେ ବିସ ରଖ ଏବଂ ପଦକ୍ଷେପ ନିଅ​—ଅଧିକ ଚାରକ ଆବଶ୍ୟକ ହେଉଥିବା ଜାଗାରେ ଯାଆ” ନାମକ ଭିଡିଓ ଉପରେ ଆଧାରିତ । ୧. ଗାବଏଲ ଅନୁସନ୍ଧାନ କରୁଛନ୍ତି । ୨. ସେ ଚୀନଙ୍କ ସହ ଶାଖା କାର୍ଯ୍ୟାଳୟକୁ ସମ୍ପର୍କ କରିବା ବିଷୟରେ କଥା ହେଉଛନ୍ତି । ୩. ସେ ବିଶେଷ ଚାର ଅଭିଯାନ ସମୟରେ ତାଙ୍କ ସାଙ୍ଗ ଶାମୁଏଲଙ୍କ ସହ ଚାର କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ

ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଆନ୍ତୁ

ଯିହୋବାଙ୍କ ସେବାରେ ଅଧିକ କରିବା ପାଇଁ ନୂଆ ଜାଗାକୁ ଯିବା ସହଜ ନୁହେଁ । ତାʼପାଇଁ ଆପଣଙ୍କଠାରେ ବିଶ୍ୱାସ ଥିବା ବହୁତ ଜରୁରୀ । (ଏବ୍ରୀ ୧୧:୮-୧୦) ଯଦି ଆପଣ ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଇ ସେବା କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜ ମଣ୍ଡଳୀର ପ୍ରାଚୀନମାନଙ୍କୁ ଏବିଷୟରେ କହନ୍ତୁ । ଆପଣ କିପରି ନିର୍ଦ୍ଧାରିତ କରିପାରିବେ ଯେ ଆପଣଙ୍କ ପାଇଁ କେଉଁ ଜାଗାରେ ଯିବା ଠିକ୍‌ ହେବ ଏବଂ ଆପଣ ସେଠାରେ ରହିପାରିବେ ନା ନାହିଁ ? ଅଧିକ ଆବଶ୍ୟକ ହେଉଥିବା ଜାଗାରେ ସେବା କରିବା ବିଷୟରେ ଥିବା ଲେଖା ଓ ଭିଡିଓ ଦେଖନ୍ତୁ । ସେହି ଭାଇଭଉଣୀମାନଙ୍କ ସହ କଥା ହୁଅନ୍ତୁ ଯେଉଁମାନେ ଅନ୍ୟ ମଣ୍ଡଳୀରେ ଯାଇ ସେବା କରୁଛନ୍ତି । (ହିତୋ ୧୫:୨୨) ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବେ । (ଯାକୁ ୧:୫) ଆପଣ ଯେଉଁଠାରେ ଯିବା ପାଇଁ ଚାହାନ୍ତି, ସେହି ଜାଗା ବିଷୟରେ ତଥ୍ୟ ଏକାଠି କରନ୍ତୁ ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ହେବ ଯଦି ଆପଣ ସେଠାରେ ଯାଇ କିଛି ଦିନ ରହିବେ ।

ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ—ଅଧିକ ପ୍ରଚାରକ ଆବଶ୍ୟକ ହେଉଥିବା ଜାଗାରେ ଯାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଗାବ୍ରିଏଲଙ୍କ ସାମନାରେ କେଉଁ ବାଧାଗୁଡ଼ିକ ଆସିଲା ? ସେ ଏସବୁକୁ କିପରି ସାମନା କରିପାରିଲେ ?

ଆପଣ ଏହା କିପରି ଜାଣିପାରିବେ ଯେ କେଉଁ ମଣ୍ଡଳୀରେ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଅଛି ? ଆଖପାଖର ମଣ୍ଡଳୀ ପାଇଁ ଆପଣ ନିଜ ସର୍କିଟ ଅଧ୍ୟକ୍ଷଙ୍କୁ ପଚାରିପାରନ୍ତି । ଦୂରର ମଣ୍ଡଳୀ ପାଇଁ ଆପଣ ମଣ୍ଡଳୀର ସେବା ସମିତି ଜରିଆରେ ଶାଖା କାର୍ଯ୍ୟାଳୟକୁ ଚିଠି ଲେଖିପାରିବେ । କିନ୍ତୁ ଯଦି ଆପଣ ଏପରି ମଣ୍ଡଳୀରେ ଯାଇ ସେବା କରିବା ପାଇଁ ଭାବୁଛନ୍ତି ଯାହା ଅନ୍ୟ ଶାଖା କାର୍ଯ୍ୟାଳୟର ପରିସରରେ ଆସେ, ତେବେ ସେହି ଶାଖା କାର୍ଯ୍ୟାଳୟକୁ ଚିଠି ଲେଖନ୍ତୁ । ଆପଣ ଯେଉଁ ଜାଗାକୁ ଯିବା ପାଇଁ ଚାହାନ୍ତି, ସେହି ବିଷୟରେ ଆପଣ ଚାହିଁଲେ ଚିଠିରେ ଲେଖିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ