ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୧/୯୭ ପୃଷ୍ଠା ୧
  • ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇଅଛି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇଅଛି
  • ଆମ ରାଜ୍ୟ ସେବା—୧୯୯୭
  • ପ୍ରାୟ ସମାନ ଲେଖା
  • ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ରାଜ୍ୟ ସେବା—୧୯୯୭
km ୧୧/୯୭ ପୃଷ୍ଠା ୧

ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇଅଛି

ଜଣେ ଉତ୍ସାହୀ ସୁସମାଚାର ପ୍ରଚାରକ ହିସାବରେ ପାଉଲ ଉତ୍ସୁକତାରସହ କ୍ଷେତ୍ର ଖୋଜି ବାହାର କରୁଥିଲେ, ଅତ୍ୟଧିକ ଆବଶ୍ୟକତା ଥିବା ସହରଗୁଡ଼ିକ ମଧ୍ୟରୁ ଏଫିସସ୍‌ ଗୋଟିଏ ଥିଲା । ସେ ସେଠାରେ ଭଲ ପ୍ରଚାର କରି ସଙ୍ଗୀ ଖ୍ରୀଷ୍ଟୀୟମାନଙ୍କୁ ଲେଖିଥିଲେ: “ଫଳପ୍ରଦ କାର୍ଯ୍ୟନିମନ୍ତେ ମୋ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇ ରହିଅଛି ।” (୧ କରି. ୧୬:୯) ପାଉଲ ସେହି କ୍ଷେତ୍ରରେ ପରିଚର୍ଯ୍ୟାକୁ କ୍ରମାଗତ ଚାଲୁରଖି ଅନେକ ଏଫିସୀୟମାନଙ୍କୁ ବିଶ୍ୱାସୀ କରାଇବାରେ ସାହାଯ୍ୟ କରିଥିଲେ ।—ପ୍ରେରିତ ୧୯:୧-୨୦, ୨୬.

୨ ଆଜି ମଧ୍ୟ ଗୋଟିଏ ବୃହତ ପ୍ରାମାଣିକ ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇଅଛି । ଆମ ଭିତରୁ ପ୍ରତ୍ୟେକଙ୍କୁ ନିୟମତ ଅଗ୍ରଗାମୀ ପାଇଁ ନାମ ଲେଖିବାକୁ ଗୋଟିଏ ନିମନ୍ତ୍ରଣ ଅଛି, ଯଦି ସମ୍ଭବ ହୁଏ, ଅନ୍ୟ ଏକ କ୍ଷେତ୍ରକୁ ସ୍ୱେଛାକୃତଭାବେ ଯାଇ ଗୋଟିଏ ଛୋଟ ମଣ୍ଡଳୀ ସହିତ କାମ କରି ପାରନ୍ତି, ଯଦି ସେଠାରେ କ୍ଷେତ୍ର ବଡ଼ ଥିବ । ଏହିପରି ଆମର ଚେଷ୍ଟା ଆମର ଆବଶ୍ୟକତାକୁ ପୁରଣ କରିପାରେ ଯାହାକି ନିର୍ଦିଷ୍ଟ କ୍ଷେତ୍ରରେ ଦରକାର ।—୨ କରି. ୮:୧୩-୧୫ ସହିତ ତୁଳନା କରନ୍ତୁ ।

୩ ଆପଣ ନିୟମିତ ଅଗ୍ରଗାମୀଭାବେ ପରିଚର୍ଯ୍ୟା କରିବେ କି? ନିୟମିତ ଅଗ୍ରଗାମୀଭାବେ ପରିଚର୍ଯ୍ୟା କରିବାର ସମ୍ଭାବନାକୁ ଆପଣ ପ୍ରାର୍ଥନାପୂର୍ଣ୍ଣ ରିତିରେ ବିବେଚନା କରିଛନ୍ତି କି? ବାସ୍ତବରେ ଭାରତର କ୍ଷେତ୍ର ଅତି ବୃହତ ଏବଂ ଗୋଟିଏ ବଡ଼ ଧରଣର ସଂଗ୍ରହ କାର୍ଯ୍ୟ କରିବାକୁ ବାକି ଅଛି । ଏହି ବିଷୟରେ ଆପଣଙ୍କ ପରିବାର, ମଣ୍ଡଳୀର ପ୍ରାଚୀନ, ସୀସା ଅଧ୍ୟକ୍ଷଙ୍କୁ କାହିଁକି କହିବା ନାହିଁ । ସେମାନଙ୍କ ପ୍ରସ୍ତାବ ବିଷୟରେ ପଚାରି ଅପଣ ଆପଣଙ୍କ ତାଲିକାକୁ କିପରି ସଜାଡ଼ି ନିୟମିତ ଅଗ୍ରଗାମୀ କରିବା ପାଇଁ ସମର୍ଥ ହୋଇପାରିବେ । ବୃହତ ପରିବାରଗୁଡ଼ିକରେ ସମ୍ପୂର୍ଣ୍ଣ ପରିବାର ଏକାଠି ସହଯୋଗ କରି ଜଣକୁ ଅଗ୍ରଗାମୀ କରିଇବାରେ ସମର୍ଥ ହୋଇ ପାରିବେ କି? ଯେଉଁଠାରେ ପରିବାର କେବଳ ପତିପତ୍ନି ଭାବରେ ଗଠତ ଏବଂ ଯେଉଁଠାରେ ଆର୍ଥିକ ଆବଶ୍ୟକତା ଉଭୟଙ୍କୁ ସମ୍ପୂର୍ଣ୍ଣ-ସମୟ କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରୁନାହିଁ, ସେଠାରେ ଆପଣ କʼଣ ଗୋଟିଏ ଶିଶୁ ଜନ୍ମ ହେବାରେ ବିଳମ୍ବ କରିବା ପାଇଁ ବିବେଚନା କରିପାରିବେ, ଯଦ୍ୱାରା କିଛି ବର୍ଷ ପାଇଁ ପତ୍ନି ପ୍ରଥମେ ନିୟମିତ ଅଗ୍ରଗାମୀଭାବେ ପରିଚର୍ଯ୍ୟାରେ ଭାଗ ନେଇ ପାରିବେ?

୪ ଏହି ସାମ୍ପ୍ରତିକ ଦଶାଦ୍ଦୀରେ ବିଶ୍ୱସାରା ହଜାର ହଜାର ଖ୍ରୀଷ୍ଟୀୟ ପରିବାର ଅନ୍ୟ କ୍ଷେତ୍ରମାନଙ୍କୁ ଯାଇ ଏହି ଶସ୍ୟ ଅମଳ କରିବା କାମରେ ଅଂଶ ଗ୍ରହଣ କରିପାରିବେ । ଜଣେ ଦମ୍ପତି ଏହା କରି କହିଲେ: “ଆମେ ଯିହୋବାଙ୍କୁ ପରିଚର୍ଯ୍ୟା କରିବାକୁ ଚାହୁଁ ଯେଉଁଠାରେ ଆମେ ଅଧିକ ଭଲ କରିପାରିବୁ ।” ଆପଣ ଯେଉଁ ଅଞ୍ଚଳରେ ବାସକରନ୍ତି, ସେଠାକାର କ୍ଷେତ୍ର ଯଦି ଗୋଟିଏ ବଡ଼ ମଣଳୀ ଦ୍ୱାରା ବାରଂବାର ସମ୍ପୂର୍ଣ୍ଣ କରାଯାଇଛି ଏବଂ ଯଦି ଆପଣଙ୍କର ଅନ୍ୟ ଗୋଟିଏ ଜାଗାକୁ ଯିବା ପାଇଁ ସୁବିଧା ଅଛି ଯେଉଁଠାରେ ଆପଣ ଜାଣନ୍ତି ଯେ କମ ସଂଖ୍ୟକ ରାଜ୍ୟ ପ୍ରଚାରକ ଅଛନ୍ତି, ସ୍ୱେଚ୍ଛାକୃତଭାବେ ସେଠାକୁ ଯିବା ପାଇଁ ଆପଣ ବିବେଚନା କରିବେ କି? ଯଦିଓ ତୁମେ ନିୟମତ ରାଜ୍ୟ ଅଗ୍ରଗାମୀଭାବେ ଗୋଟିଏ ନୂତନ କ୍ଷେତ୍ରରେ ପରିଚର୍ଯ୍ୟା କରିପାରିବ ନାହିଁ, ସେଠାରେ ଛୋଟ ମଣ୍ଡଳୀ ପାଇଁ ଆପଣଙ୍କର ଉପସ୍ଥିତି ଲାଭଜନକ ହୋଇପାରେ । ଯଦି ଆପଣଙ୍କର ଇଚ୍ଛା ଅଛି, ଆପଣ ଆପଣଙ୍କ ମଣ୍ଡଳୀରେ ଥିବା ପ୍ରାଚୀନଙ୍କୁ କିମ୍ବା ସୀସା ଅଧ୍ୟକ୍ଷଙ୍କୁ ଏହି ସମ୍ଭାବନା ବିଷୟରେ କହିପାରନ୍ତି ।

୫ ଯିହୋବାଙ୍କ ନାମ ବହନ କରିବା ଗୋଟିଏ ଅଗ୍ରାଧିକାର । ଆମମାନଙ୍କ ଭିତରୁ ସମସ୍ତେ ଅଗ୍ରଗାମୀ କାର୍ଯ୍ୟରେ ଲିପ୍ତ ହେବା ସମ୍ଭବ ନୁହେଁ, କିନ୍ତୁ ପ୍ରତ୍ୟେକେ ଏହାର ସମ୍ଭାବନାକୁ ଗୁରୁତରଭାବେ ବିବେଚନା କରିବା ଉଚିତ । ଯେତେକାଳ ଫଳପ୍ରଦ କାର୍ଯ୍ୟ ନିମନ୍ତେ ପ୍ରଶସ୍ତ ଦ୍ୱାର ଉନ୍ମକ୍ତ ହୋଇ ରହିଅଛି, ଆସନ୍ତୁ ଯେ କୌଣସି ପରିସ୍ଥିତିରେ ଆମେ ସମସ୍ତେ ଯିହୋବାଙ୍କ ପରିଚର୍ଯ୍ୟାରେ ଲାଗି ରହିବା ।—୧ କରି. ୧୫:୫୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ