ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୭
  • ଚିକିତ୍ସା ସହ ଜଡ଼ିତ ସମସ୍ୟାର ସାମନା କରିବା ପାଇଁ ଏବେଠୁ ପ୍ରସ୍ତୁତି କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିକିତ୍ସା ସହ ଜଡ଼ିତ ସମସ୍ୟାର ସାମନା କରିବା ପାଇଁ ଏବେଠୁ ପ୍ରସ୍ତୁତି କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ରକ୍ତର ବ୍ୟବହାର ବିଷୟରେ ଈଶ୍ୱର କʼଣ କହନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଜୀବନ ଈଶ୍ୱରଙ୍କ ତରଫରୁ ଗୋଟିଏ ଉପହାର
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଈଶ୍ୱରଙ୍କ ପରି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଚିକିତ୍ସା ସହ ଜଡ଼ିତ ସମସ୍ୟାର ସାମନା କରିବା ପାଇଁ ଏବେଠୁ ପ୍ରସ୍ତୁତି କରନ୍ତୁ

ଏହା କାହିଁକି ଜରୁରୀ ? ସ୍ୱାସ୍ଥ୍ୟ ସହ ଜଡ଼ିତ ବଡ଼ ବଡ଼ ସମସ୍ୟା କେବେ ବି ଆସିପାରେ । ସେସମୟରେ ହୁଏତ ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିପାରେ । ତେଣୁ ଏପରି ପରିସ୍ଥିତି ଆସିବା ପୂର୍ବରୁ ସଂଗଠନରେ ଯାହା ବି ବ୍ୟବସ୍ଥା କରାଯାଇଛି, ତାʼର ପୂରା ଲାଭ ଉଠାନ୍ତୁ । ଏହା ସହିତ ଜଡ଼ିତ ଯାହା ବି ବ୍ୟବସ୍ଥା ଅଛି, ସେଥିରୁ ପୂରା ଲାଭ ପାଇବା ପାଇଁ ପ୍ରସ୍ତୁତି କରନ୍ତୁ । ତାହେଲେ ଯେବେ ଆବଶ୍ୟକ ପଡ଼େ, ସେସମୟରେ ଆପଣଙ୍କୁ ଭଲ ଚିକିତ୍ସା ମିଳିପାରିବ । ପୂର୍ବରୁ ପ୍ରସ୍ତୁତି କରିବା ଦେଖାଇବ ଯେ ଆପଣ ନିଜ ଜୀବନକୁ ବହୁମୂଲ୍ୟ ମନେକରନ୍ତି ଏବଂ ରକ୍ତ ବିଷୟରେ ଯିହୋବାଙ୍କ ବ୍ୟବସ୍ଥାକୁ ଯେକୌଣସି ବି ପରିସ୍ଥିତିରେ ମାନିବାକୁ ଚାହାନ୍ତି ।—ପ୍ରେରି ୧୫:୨୮, ୨୯.

ଆପଣ କʼଣ ପ୍ରସ୍ତୁତି କରିପାରିବେ ?

  • ପ୍ରାର୍ଥନା କରନ୍ତୁ ଆଉ ତାʼପରେ ଧ୍ୟାନର ସହିତ ଆଡଭାନ୍‌ସ ହେଲ୍‌ଥ କେୟାର ଡାଇରେକ୍ଟିଭ ଅର୍ଥାତ୍‌ ‘ନୋ ବ୍ଲଡ’ କାର୍ଡ (dpa) ଭରନ୍ତୁ ।a ବାପ୍ତିସ୍ମ ନେଇଥିବା ପ୍ରଚାରକମାନେ, ସାହିତ୍ୟ ସେବକଙ୍କଠାରୁ ‘ନୋ ବ୍ଲଡ’ କାର୍ଡ ନେଇପାରିବେ । ଯଦି ସେମାନଙ୍କର ଛୋଟ ପିଲା ଅଛନ୍ତି, ତେବେ ସେମାନେ ସେମାନଙ୍କ ପାଇଁ ଆଇଡେଣ୍ଟିଟି କାର୍ଡ (ic) ନେଇପାରିବେ ।

  • ଯେଉଁ ଭଉଣୀମାନେ ମାଆ ହେବାକୁ ଯାଉଛନ୍ତି, ସେମାନେ ପ୍ରାଚୀନମାନଙ୍କଠାରୁ S-401 ଫର୍ମ ନେଇପାରିବେ, ଯେଉଁଥିରେ ଗର୍ଭବତୀ ଭଉଣୀମାନଙ୍କ ପାଇଁ ତଥ୍ୟ ଦିଆଯାଇଛି । ଯଦି ଗର୍ଭାବସ୍ଥା ସମୟରେ କିମ୍ବା ପିଲା ଜନ୍ମ ହେବା ସମୟରେ କିଛି ସମସ୍ୟା ଆସେ, ତେବେ ସେମାନେ ଏହି ତଥ୍ୟର ସାହାଯ୍ୟରେ ଚିକିତ୍ସା ମାମଲାଗୁଡ଼ିକରେ ଠିକ୍‌ ନିଷ୍ପତ୍ତି ନେଇପାରିବେ ।

  • ଯଦି ଆପଣଙ୍କୁ ଏପରି ଚିକିତ୍ସାର ଆବଶ୍ୟକ ପଡ଼େ, ଯେଉଁଥିରେ ରକ୍ତ ସହ ଜଡ଼ିତ ମାମଲା ଆସେ ବା ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ, ତାହେଲେ ଏବିଷୟରେ ନିଜ ପ୍ରାଚୀନମାନଙ୍କୁ ପୂର୍ବରୁ କହନ୍ତୁ । ତାʼସହ, ହସ୍ପିଟାଲରେ ମଧ୍ୟ ଏହା ଜଣାଇଦିଅନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରୁ କୌଣସି ପ୍ରତିନିଧିଙ୍କୁ ଆପଣଙ୍କ ସହ ଭେଟିବା ପାଇଁ ଦିଆଯାଉ ।

ପ୍ରାଚୀନମାନେ କିପରି ସାହାଯ୍ୟ କରିପାରିବେ ? ସେମାନେ ‘ନୋ ବ୍ଲଡ’ କାର୍ଡ ଭରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବେ । କିନ୍ତୁ ଚିକିତ୍ସା ମାମଲାରେ ସେମାନେ ଆପଣଙ୍କ ପାଇଁ କିଛି ନିଷ୍ପତ୍ତି ନେବେ ନାହିଁ, ଏପରିକି ସେହି ମାମଲାଗୁଡ଼ିକରେ ବି ସେମାନେ ନିଜ ମତ ଦେବେ ନାହିଁ ଯେଉଁ ମାମଲାଗୁଡ଼ିକରେ ଆମକୁ ନିଜକୁ ନିଷ୍ପତ୍ତି ନେବାକୁ ହେବ । (ରୋମୀ ୧୪:୧୨; ଗାଲା ୬:୫) ଯେବେ ଆପଣ ପ୍ରାଚୀନମାନଙ୍କୁ କହନ୍ତି ଯେ ଆପଣ କୌଣସି ଏପରି ଚିକିତ୍ସା କରାଉଛନ୍ତି, ଯେଉଁଥିରେ ହୁଏତ ରକ୍ତ ସହ ଜଡ଼ିତ ମାମଲା ଆସିପାରେ, ତେବେ ଏବିଷୟରେ ପ୍ରାଚୀନମାନେ ତୁରନ୍ତ ହସ୍ପିଟାଲ ସମ୍ପର୍କ ସମିତି (ଏଚ୍‌.ଏଲ୍‌.ସି) ସହ କଥା ହୋଇପାରିବେ ।

ଏଚ୍‌.ଏଲ୍‌.ସି.ର ଭାଇମାନେ କିପରି ସାହାଯ୍ୟ କରିପାରିବେ ? ଏହି ଭାଇମାନଙ୍କୁ ଡାକ୍ତର ଓ ସରକାରୀ ଅଧିକାରୀମାନଙ୍କ ସହ କଥା ହେବା ପାଇଁ ବିଶେଷ ଟ୍ରେନିଙ୍ଗ୍‌ ଦିଆଯାଏ । ସେମାନେ ସେମାନଙ୍କୁ ବୁଝାଇପାରିବେ ଯେ ଆମର ଧାର୍ମିକ ବିଶ୍ୱାସ କʼଣ ଆଉ ଆମେ ରକ୍ତ କାହିଁକି ନେଇ ନ ଥାଉ । ସେମାନେ ଡାକ୍ତରମାନଙ୍କ ସହ ଏପରି ଚିକିତ୍ସାର ଅନେକ ଉପାୟ ଉପରେ ଚର୍ଚ୍ଚା କରିପାରିବେ, ଯେଉଁଥିରେ ରକ୍ତର ଆବଶ୍ୟକ ପଡ଼େନାହିଁ । ସେମାନେ ଏପରି ଡାକ୍ତରମାନଙ୍କୁ ବି ଖୋଜିବାରେ ସାହାଯ୍ୟ କରିପାରିବେ, ଯେଉଁମାନେ ବିନା ରକ୍ତରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଚିକିତ୍ସାରେ ରକ୍ତକୁ ନେଇ ପ୍ରଶ୍ନ—ଠିକ୍‌ ନିଷ୍ପତ୍ତି କିପରି ନେବା ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯେଉଁ ପରିସ୍ଥିତିରେ ରକ୍ତ ସହ ଜଡ଼ିତ ମାମଲା ଆସିପାରେ, ସେସମୟ ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ବିଷୟରେ ଆପଣ ଏହି ଭିଡିଓରୁ କʼଣ ଶିଖିଲେ ?

a ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୯ରେ କୁହାଯାଇଛି ଯେ ଯେବେ ଚିକିତ୍ସାରେ ରକ୍ତର ବ୍ୟବହାର କରିବାର ମାମଲା ଆସେ, ସେସମୟରେ ଆପଣ ଠିକ୍‌ ନିଷ୍ପତ୍ତି କିପରି ନେଇପାରିବେ ।

କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?

ଏପରି ପରିସ୍ଥିତିର ସାମନା କରିବା ପାଇଁ ଯେଉଁଥିରେ ଚିକିତ୍ସା ସମୟରେ ରକ୍ତର ବ୍ୟବହାରକୁ ନେଇ ପ୍ରଶ୍ନ ଆସିପାରେ,

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ