ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୩
  • ବାଇବଲ ଅଧ୍ୟୟନ ସହ ଜଡ଼ିତ ଭିଡିଓଗୁଡ଼ିକୁ କେବେ ଓ କାହାକୁ ଦେଖାଇବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲ ଅଧ୍ୟୟନ ସହ ଜଡ଼ିତ ଭିଡିଓଗୁଡ଼ିକୁ କେବେ ଓ କାହାକୁ ଦେଖାଇବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ବିଦ୍ୟାର୍ଥୀଙ୍କ ବିଶ୍ୱାସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବାଇବଲ ବିଦ୍ୟାର୍ଥୀମାନଙ୍କୁ ଭିଡିଓ ଦେଖାଇ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପ୍ରକାଶନରୁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱର ଆମକୁ ଖୁସିରେ ରହିବା ପାଇଁ କିପରି ସାହାଯ୍ୟ କରନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୩
ଜଣେ ଭଉଣୀ ନିଜ ଟ୍ୟାବଲେଟରେ ଜଣେ ମହିଳାକୁ “ବାଇବଲ କାହିକି ଅଧ୍ୟୟନ କରିବା ?​—ପୂରା ଭିଡିଓ” ଦେଖାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାଇବଲ ଅଧ୍ୟୟନ ସହ ଜଡ଼ିତ ଭିଡିଓଗୁଡ଼ିକୁ କେବେ ଓ କାହାକୁ ଦେଖାଇବା ?

ପ୍ରଚାର ସେବାରେ ଲୋକମାନଙ୍କୁ ଦେଖାଇବା ପାଇଁ ବାଇବଲ ଅଧ୍ୟୟନ ସହ ଜଡ଼ିତ ଚାରୋଟି ଭିଡିଓ ଅଛି । ପ୍ରତ୍ୟେକ ଭିଡିଓକୁ କେଉଁ ଉଦ୍ଦେଶ୍ୟରେ ତିଆରି କରାଯାଇଛି ?

  • ବାଇବଲ କାହିକି ଅଧ୍ୟୟନ କରିବା ?​—ପୂରା ଭିଡିଓ: ଏହି ଭିଡିଓକୁ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ଭିତରେ ବାଇବଲ ପାଇଁ ଆଗ୍ରହ ବଢ଼ାଇବା, ଏପରିକି ସେମାନେ ଯେକୌଣସି ବି ଧର୍ମର ଥାʼନ୍ତୁ ନା କାହିକି । ଏଥିରେ ପ୍ରୋତ୍ସାହନ ଦିଆଯାଇଛି ଯେ ଜୀବନର ଜରୁରୀ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଆମକୁ ନିଜେ ବାଇବଲର ଜାଞ୍ଚ କରିବାକୁ ପଡ଼ିବ । ଭିଡିଓରେ ଗୋଟିଏ ଏପରି ହି ପ୍ରଶ୍ନର ଉତ୍ତର ଦିଆଯାଇଛି । ଏଥିରେ ଏହା ବି କୁହାଯାଇଛି ଯେ ଜଣେ ବ୍ୟକ୍ତି ବାଇବଲ ଅଧ୍ୟୟନର ଅନୁରୋଧ କିପରି କରିପାରିବ ।

  • ବାଇବଲ କାହିଁକି ଅଧ୍ୟୟନ କରିବା ? (ଛୋଟ ଭିଡିଓ): ଏହାର ବି ଉଦ୍ଦେଶ୍ୟ ପୂରା ଭିଡିଓ ଭଳି ହି ଅଟେ । ଫରକ କେବଳ ଏତିକି ଯେ ପୂରା ଭିଡିଓ ତିନି ମିନିଟ୍‌ର ଅଟେ କିନ୍ତୁ ଏହା ପ୍ରାୟ ଗୋଟେ ମିନିଟ୍‌ର । ଏହା ସେହି ଅଞ୍ଚଳ ପାଇଁ ଲାଭଦାୟକ ଅଟେ ଯେଉଁଠାରେ ଲୋକମାନେ ଅଧିକ ସମୟ ଦେଇ ପାରନ୍ତି ନାହି ।

  • ବାଇବଲ ଅଧ୍ୟୟନ କିପରି କରିବା ?: ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି, ଲୋକମାନଙ୍କୁ ବାଇବଲ ଅଧ୍ୟୟନ ଆରମ୍ଭ କରାଇବା ପାଇଁ ଆଗ୍ରହ ଜନ୍ମାଇବା । ଅଧ୍ୟୟନ ବିଷୟରେ ଲୋକମାନଙ୍କ ମନରେ ଯେଉଁ ପ୍ରଶ୍ନ ଉଠେ, ସେ ମଧ୍ୟରୁ କିଛି ପ୍ରଶ୍ନଗୁଡ଼ିକର ଉତ୍ତର ଏହି ଭିଡିଓରେ ଦିଆଯାଇଛି । ଯେପରି, ବାଇବଲ ଅଧ୍ୟୟନର ଅନୁରୋଧ କିପରି କରିପାରିବା ।

  • ଆସନ୍ତୁ ବାଇବଲରୁ ଶିଖିବା: ଏହି ଭିଡିଓ ବାଇବଲ ବିଦ୍ୟାର୍ଥୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଏହା ସତ ଯେ ଏହା ବିଷୟରେ ଖୁସିଭରା ଜୀବନ ବହିର ପୃଷ୍ଠା ଦୁଇରେ ଆଲୋଚନା କରାଯାଇଛି, କିନ୍ତୁ ଏହାକୁ ଖୁସିଭରା ଜୀବନ ପୁସ୍ତିକା ଉପରେ ଚର୍ଚ୍ଚା କରିବା ସମୟରେ ବି ଦେଖାଇପାରିବା । ଏହି ଭିଡିଓରେ କୁହାଯାଇଛି ଯେ ବହିରେ କେଉଁ କେଉଁ ବିଷୟରେ ଚର୍ଚ୍ଚା କରାଯିବ ଆଉ ଏହା କିପରି ହେବ ।

ଏହା ସତ ଯେ ପ୍ରତ୍ୟେକ ଭିଡିଓର ନିଜର ଗୋଟିଏ ଉଦ୍ଦେଶ୍ୟ ଅଛି, ତଥାପି ଏମଧ୍ୟରୁ ଯେକୌଣସି ବି ଭିଡିଓ ଆମେ ଲୋକମାନଙ୍କୁ କେବେ ବି ଦେଖାଇପାରିବା କିମ୍ବା ପଠାଇ ପାରିବା, କିନ୍ତୁ କେବଳ ଧ୍ୟାନ ରଖିବା ଯେ ଏପରି କରିବା ଠିକ୍‌ ହେଉ । ପ୍ରଚାରକମାନଙ୍କୁ ଏହା ପ୍ରୋତ୍ସାହନ ଦିଆଯାଏ ଯେ ସେମାନେଏହି ଭିଡିଓଗୁଡ଼ିକୁ ଭଲଭାବରେ ଜାଣନ୍ତୁ ଆଉ ପ୍ରଚାର ସେବାରେ ଏହାର ଭଲଭାବେ ବ୍ୟବହାର କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ