ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp21 ସଂ ୨ ପୃଷ୍ଠା ୭-୯
  • ପୃଥିବୀର ବିନାଶ କେବେ ହେବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୃଥିବୀର ବିନାଶ କେବେ ହେବ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଶାସ୍ତ୍ରରେ ବିନାଶ ବିଷୟରେ କʼଣ ଲେଖାଅଛି ?
  • ବିନାଶ ଆସିବା ପୂର୍ବରୁ କେଉଁ କେଉଁ ଘଟଣା ଘଟିବ ?
  • ‘ଶେଷକାଳ’
  • ଖୁବ୍‌ ଶୀଘ୍ର ପୃଥିବୀ ସୁନ୍ଦର ହୋଇଯିବ
  • କʼଣ ଜଗତର ଅନ୍ତ ପାଖେଇ ଆସିଛି ?
    ବାଇବଲ ଆମକୁ କʼଣ ଶିଖାଏ?
  • ଏହା ହିଁ ଶେଷ କାଳ !
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
wp21 ସଂ ୨ ପୃଷ୍ଠା ୭-୯
ଯୀଶୁ ନିଜ ଶିଷ୍ୟମାନଙ୍କୁ କହୁଛନ୍ତି ଯେ ବିନାଶ ପୂର୍ବରୁ କʼଣ କʼଣ ଘଟଣା ଘଟିବ ।

ପୃଥିବୀର ବିନାଶ କେବେ ହେବ ?

ପୂର୍ବ ଲେଖାରେ ଆମେ ଦେଖିଥିଲୁ ଯେ ଈଶ୍ୱର ସମସ୍ତ ଲୋକ କିମ୍ବା ପୃଥିବୀକୁ ବିନାଶ କରିବେ ନାହିଁ ବରଂ ଦୁଷ୍ଟଲୋକ ଓ ସେମାନଙ୍କ ଦୁଷ୍ଟ କାମଗୁଡ଼ିକୁ ବିନାଶ କରିବେ । କʼଣ ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି ଯେ ପୃଥିବୀର ବିନାଶ କେବେ ହେବ ?

ଶାସ୍ତ୍ରରେ ବିନାଶ ବିଷୟରେ କʼଣ ଲେଖାଅଛି ?

‘ଜାଗି ରୁହ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।’—ମାଥିଉ ୨୫:୧୩.

“ଜାଗି ରୁହ, କାରଣ ସେସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ ।”—ମାର୍କ ୧୩:୩୩.

ଶାସ୍ତ୍ରରେ ଲେଖାଥିବା ଏହି କଥାରୁ ଜଣାପଡ଼େ ଯେ ବିନାଶ କେବେ ହେବ କେହି ଜାଣି ନାହାନ୍ତି, କେବଳ ଈଶ୍ୱର ଜାଣିଛନ୍ତି । ସେ ‘ଗୋଟିଏ ଦିନ ଓ ସମୟ’ ନିର୍ଦ୍ଧାରିତ କରିଛନ୍ତି ଯେ ସେ ଏହି ପୃଥିବୀର ବିନାଶ କେବେ କରିବେ । (ମାଥିଉ ୨୪:୩୬) କʼଣ ଏହାର ଅର୍ଥ ଆମେ ଜାଣିପାରିବା ନାହିଁ ଯେ ବିନାଶ କେବେ ହେବ ? ଏପରି ନୁହେଁ । ଈଶ୍ୱରଙ୍କ ପୁଅ ଯୀଶୁ ଏହି ପୃଥିବୀରେ ଥିବାବେଳେ ନିଜ ଶିଷ୍ୟମାନଙ୍କୁ କିଛି ଘଟଣା ବିଷୟରେ କହିଥିଲେ ଏବଂ ଏହା ମଧ୍ୟ କହିଥିଲେ ଏହିସବୁ ଘଟଣା ଘଟିଲେ ଜାଣିପାରିବ ଯେ ବିନାଶ ପାଖେଇ ଆସିଛି ।

ବିନାଶ ଆସିବା ପୂର୍ବରୁ କେଉଁ କେଉଁ ଘଟଣା ଘଟିବ ?

ଯୀଶୁ କହିଥିଲେ ଯେ ଏହି ପୃଥିବୀର ବିନାଶ ହେବା ପୂର୍ବରୁ କେଉଁ କେଉଁ ଘଟଣା ଘଟିବ । ସେ କହିଲେ, ‘ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଆକ୍ରମଣ କରିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ।’ (ମାଥିଉ ୨୪:୩, ୭) ସେ ଏହା ମଧ୍ୟ କହିଲେ, ‘ମହାମାରୀ ବ୍ୟାପିବ ।’ (ଲୂକ ୨୧:୧୧) ଆପଣଙ୍କୁ କʼଣ ଲାଗେ ଆଜି ଏପରି ହେଉଛି ?

ଯୁଦ୍ଧ, ଖାଇବା ଅଭାବ, ଭୂମିକମ୍ପ ଏବଂ ମହାମାରୀ ଯୋଗୁଁ ଲୋକମାନଙ୍କୁ ବହୁତ ଦୁଃଖ ସହିବାକୁ ପଡ଼ିଛି ଓ ଅନେକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଯେପରି ୨୦୦୪ ମସିହାରେ ଭାରତୀୟ ମହାସାଗରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ସୁନାମି ତରଙ୍ଗ ଉଠିଥିଲା ଏବଂ ପ୍ରାୟ ୨,୨୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ତିନି ବର୍ଷ ଭିତରେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ପ୍ରାୟ ୬୯,୦୦,୦୦୦ ଲୋକଙ୍କ ମୃତ୍ୟୁ ହେଲା । ଯୀଶୁ କହିଥିଲେ ଏହି ସବୁ ଘଟଣା ଘଟିବାର ଅର୍ଥ ଦୁଷ୍ଟ ଜଗତର ବିନାଶ ପାଖେଇ ଆସିଛି ।

‘ଶେଷକାଳ’

ପୃଥିବୀ ବିନାଶ ହେବା ପୂର୍ବର ସମୟକୁ ବାଇବଲରେ ‘ଶେଷକାଳ’ କୁହାଯାଇଛି । (୨ ପିତର ୩:୩, ୪) ଶାସ୍ତ୍ରରେ ଲେଖାଅଛି ଯେ ଶେଷକାଳରେ ଲୋକମାନେ ସ୍ୱାର୍ଥୀ, ଲୋଭୀ, ହିଂସ୍ରକ ହୋଇଯିବେ ଏବଂ ପରସ୍ପରକୁ ପ୍ରେମ କରୁ ନ ଥିବେ । (୨ ତୀମଥି ୩:୧-୫; “ପୃଥିବୀ ବିନାଶ ହେବା ପୂର୍ବରୁ କʼଣ ହେବ ?” ନାମକ ବକ୍ସ ଦେଖନ୍ତୁ ।) କʼଣ ଆଜି ଏପରି ଲୋକମାନେ ନାହାନ୍ତି ? ଏହା ମଧ୍ୟ ପ୍ରମାଣ ଦିଏ ଯେ ଖୁବ୍‌ ଶୀଘ୍ର ଏହି ପୃଥିବୀ ବିନାଶ ହେବ ।

କିନ୍ତୁ ଶେଷକାଳ କେବେ ଯାଏ ଚାଲିବ ? ଶାସ୍ତ୍ରରେ ଲେଖାଅଛି, ବହୁତ କମ୍‌ ସମୟ ଯାଏ । ଖୁବ୍‌ ଶୀଘ୍ର ଈଶ୍ୱର “ପୃଥିବୀ ବିନାଶକାରୀମାନଙ୍କୁ” ବିନାଶ କରିଦେବେ ।—ପ୍ରକାଶିତ ବାକ୍ୟ ୧୧:୧୫-୧୮; ୧୨:୧୨.

ଯୁଦ୍ଧ

ଯୁଦ୍ଧ ହେଉଛି ଏବଂ ସୈନିକମାନେ ଗୁଳି ଚଲାଉଛନ୍ତି ।
  • ୨୦୦୭ ରୁ ୨୦୧୭ ମସିହା ମଧ୍ୟରେ ଯୁଦ୍ଧ ଓ ଆତଙ୍କବାଦ ଯୋଗୁଁ ମରିଥିବା ଲୋକଙ୍କ ସଂଖ୍ୟା ଦୁଇଗୁଣ ହୋଇଛି ।

ରୋଗ

ଜଣେ ରୋଗୀ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ଅଛି ।
  • ହୃଦୟ ରୋଗ, ହୃଦଘାତ, ଫୁସ୍‌ଫୁସ୍‌ ରୋଗ, ନବଜାତ ଶିଶୁ ରୋଗ, ଝାଡ଼ା, କ୍ୟାନସର ଏବଂ ଟି.ବି ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ।

ଖାଇବାର ଅଭାବ

ଜଣେ ଛୋଟ ଝିଅ ଭୋକରେ ଅଛି ଏବଂ ହାତରେ ଗିନା ଧରିଛି ।
  • ୨୦୨୧ ମସିହାରେ ସାରା ପୃଥିବୀରେ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ଜଣକୁ ପେଟଭରା ଖାଇବାକୁ ମିଳିଲା ନାହିଁ ଏବଂ ତିନି ଜଣ ମଧ୍ୟରୁ ଜଣେ ପିଲା (୧-୫ ବର୍ଷର) ଖାଇବା ଅଭାବ ଯୋଗୁଁ ଭଲ ଭାବେ ବଢ଼ିପାରିଲେ ନାହିଁ ।

ସାରା ଦୁନିଆରେ ଖୁସିର ଖବରର ଘୋଷଣା

ଯିହୋବାଙ୍କ ସାକ୍ଷୀ କାର୍ଟ ପାଖରେ ଠିଆ ହୋଇଛନ୍ତି ଏବଂ ଜଣେ ବ୍‌ଯକ୍ତି ସହ କଥା ହେଉଛନ୍ତି ।
  • ପ୍ରାୟ ୮୬ ଲକ୍ଷ ଯିହୋବାଙ୍କ ସାକ୍ଷୀ ୨୪୦ଟି ଦେଶଗୁଡ଼ିକରେ ଏହି ଖବର ଶୁଣାଉଛନ୍ତି ଯେ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଆସିବ । ସେମାନେ ୧୦୦୦ରୁ ମଧ୍ୟ ଅଧିକ ଭାଷାରେ ପ୍ରକାଶନଗୁଡ଼ିକ ଉପଲବ୍ଧ କରାଉଛନ୍ତି ।

ଖୁବ୍‌ ଶୀଘ୍ର ପୃଥିବୀ ସୁନ୍ଦର ହୋଇଯିବ

ଈଶ୍ୱର ପୃଥିବୀକୁ କେବେ ବିନାଶ କରିବେ ତାʼର ଦିନ ଓ ସମୟ ଆଗରୁ ନିର୍ଦ୍ଧାରିତ କରିଛନ୍ତି । (ମାଥିଉ ୨୪:୩୬) କିନ୍ତୁ ସେ ଚାହାନ୍ତି ନାହିଁ ଯେ ‘କେହି ବିନଷ୍ଟ ହୁଅନ୍ତୁ ।’ (୨ ପିତର ୩:୯) ଈଶ୍ୱର ଏହା ହିଁ ଚାହାନ୍ତି ଯେ ସମସ୍ତଙ୍କ ଜୀବନ ରକ୍ଷା ହେଉ ଏବଂ ଲୋକମାନେ ଏହି ସୁନ୍ଦର ପୃଥିବୀରେ ଖୁସିରେ ରହନ୍ତୁ । ତେଣୁ ଈଶ୍ୱର ଆଜି ସବୁ ଲୋକମାନଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କ ବିଷୟରେ ଜାଣନ୍ତୁ ଏବଂ ତାଙ୍କ ଇଚ୍ଛା ପୂରା କରନ୍ତୁ ।

ଯୀଶୁ କହିଥିଲେ ପୃଥିବୀର ବିନାଶ ପୂର୍ବରୁ “ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।” (ମାଥିଉ ୨୪:୧୪) ଆଜି ଯିହୋବାଙ୍କ ସାକ୍ଷୀ ଏହି ଖବର ଶୁଣାଉଛନ୍ତି ଯେ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଆସିବ ଏବଂ ଏହି ପୃଥିବୀ ସୁନ୍ଦର ହୋଇଯିବ । ସେମାନେ ଶିଖାଉଛନ୍ତି ଯେ ନୂଆ ଦୁନିଆରେ ରହିବା ପାଇଁ ଆଜି ସେମାନଙ୍କୁ କʼଣ କରିବାକୁ ହେବ । ସେମାନେ କୋଟି କୋଟି ଘଣ୍ଟା ଏହି ଖବର ଶୁଣାଇବାରେ ବିତାଇଲେ । ଯୀଶୁ ଯେପରି କହିଥିଲେ ଠିକ୍‌ ସେହିପରି ହେଉଛି ଏବଂ ଏଥିରୁ ଜଣାପଡ଼େ ଯେ ପୃଥିବୀର ବିନାଶ ପାଖେଇ ଆସିଛି ।

ଖୁବ୍‌ ଶୀଘ୍ର ଈଶ୍ୱର ଦୁଷ୍ଟ ଜଗତର ବିନାଶ କରିଦେବେ । ତାʼପରେ ଲୋକମାନେ ପରସ୍ପର ଉପରେ ଶାସନ କରିବେ ନାହିଁ । ଏହି ପୃଥିବୀ ସୁନ୍ଦର ବଗିଚା ହୋଇଯିବ ଏବଂ ଆପଣ ଏଠାରେ ଖୁସିରେ ରହିବେ । ପରବର୍ତ୍ତୀ ଲେଖାରେ ଏବିଷୟରେ ଆହୁରି ଦେଖିବା ।

ପୃଥିବୀ ବିନାଶ ହେବା ପୂର୍ବରୁ କʼଣ ହେବ ?

“ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ, କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଂକାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ; ସେମାନେ ଭକ୍ତିର ଭେଖ ଧରନ୍ତି, କିନ୍ତୁ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି; ଏପରି ଲୋକମାନଙ୍କଠାରୁ ଅନ୍ତର ହୁଅ ।”—୨ ତୀମଥି ୩:୧-୫.

ଯୀଶୁ ‘ଶେଷକାଳ’ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେଥିରୁ ଆମକୁ ଆଶା ମିଳେ ଯେ ଆଗକୁ ଯାଇ ପରିସ୍ଥିତି ଭଲ ହୋଇଯିବ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ