ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଅଗଷ୍ଟ ପୃଷ୍ଠା ୧୪-୧୯
  • “ସତ୍ୟର ରାସ୍ତାରେ ଚାଲିବା ଜାରି ରଖନ୍ତୁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ସତ୍ୟର ରାସ୍ତାରେ ଚାଲିବା ଜାରି ରଖନ୍ତୁ”
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆମେ ସତ୍ୟକୁ କାହିଁକି ପ୍ରେମ କରୁ ?
  • ଯଦି ଆପଣ ସତ୍ୟକୁ ପ୍ରେମ କରନ୍ତି, ତେବେ ଆପଣ କʼଣ କରିବେ ?
  • ପ୍ରଶାସନ ଦଳଠାରୁ ଚିଠି
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଅଗଷ୍ଟ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୩୪

ସତ୍ୟର ରାସ୍ତାରେ ଚାଲିବା ଜାରି ରଖନ୍ତୁ

“ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ ।”—୩ ଯୋହ. ୪.

ଗୀତ ୧୧୧ ହାମାରି ଖୁସି କେ କାଇ କାରନ

ଲେଖାର ଝଲକa

୧. ଆମକୁ ପରସ୍ପର ସହିତ ଏବିଷୟରେ କାହିଁକି କଥା ହେବା ଉଚିତ୍‌ ଯେ ଆମକୁ ସତ୍ୟ କିପରି ମିଳିଲା ?

“ଆପଣଙ୍କୁ ସତ୍ୟ କିପରି ମିଳିଲା ?” ଯେବେ ଆମେ କୌଣସି ଭାଇ କିମ୍ବା ଭଉଣୀକୁ ପ୍ରଥମ ଥର ଭେଟୁ, ତେବେ ଅନେକ ଥର ସେମାନଙ୍କୁ ଏହି ପ୍ରଶ୍ନ ପଚାରିଥାଉ । ହୁଏତ ଆପଣଙ୍କୁ ବି ଭାଇଭଉଣୀମାନେ ଅନେକ ଥର ଏହି ପ୍ରଶ୍ନ ପଚାରିଥିବେ । ଆମକୁ ଭାଇଭଉଣୀଙ୍କଠାରୁ ଏହା ଶୁଣିବା ବହୁତ ଭଲ ଲାଗେ ଯେ ସେମାନେ ଯିହୋବାଙ୍କୁ କିପରି ଜାଣିଲେ ଆଉ ତାଙ୍କୁ କାହିଁକି ଏତେ ପ୍ରେମ କରିବାକୁ ଲାଗିଲେ । ଆଉ ଆମକୁ ବି ସେମାନଙ୍କୁ ଏବିଷୟରେ କହିବା ପାଇଁ ଖୁସି ଲାଗେ ଯେ ଆମେ କାହିଁକି ସତ୍ୟକୁ ଏତେ ପ୍ରେମ କରୁ । (ରୋମୀ. ୧:୧୧) ଯେବେ ଆମେ ଭାଇଭଉଣୀଙ୍କ ସହିତ ଏବିଷୟରେ କଥା ହେଉ, ତେବେ ଆମକୁ ଅନୁଭବ ହୁଏ ଯେ ଯିହୋବାଙ୍କ ସାକ୍ଷୀ ହେବା କେତେ ବଡ଼ କଥା ଅଟେ ଆଉ ସତ୍ୟ କେତେ ବହୁମୂଲ୍ୟ ଅଟେ । ଏଥିରୁ ଆମର ନିଷ୍ପତ୍ତି ଦୃଢ଼ ହୋଇଯାଏ ଯେ ଆମେ ‘ସତ୍ୟରେ ଆଚରଣ କରୁଥାଉ’ ବା ସତ୍ୟର ରାସ୍ତାରେ ଚାଲିବା ଜାରି ରଖୁ । ତାʼ ଅର୍ଥ ଆମେ ଏପରି ଜୀବନ ଜୀଇଁବା ଉଚିତ୍‌ ଯେଉଁଥିରୁ ଯିହୋବା ଖୁସି ହେବେ ।—୩ ଯୋହ. ୪.

୨. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

୨ ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଆମେ ସତ୍ୟକୁ କାହିଁକି ଏତେ ପ୍ରେମ କରୁ । ଆମେ ଏହା ବି ଜାଣିବା ଯେ ଯଦି ଆମେ ସତ୍ୟକୁ ବହୁମୂଲ୍ୟ ମନେ କରୁ, ତେବେ ଆମେ କʼଣ କରିବା ଜାରି ରଖିବା ଉଚିତ୍‌ । ଏବିଷୟରେ ଜାଣିଲେ ଆମେ ଯିହୋବାଙ୍କ ଆହୁରି କୃତଜ୍ଞ ହେବା ଯେ ସେ ଆମକୁ ନିଜ ପାଖକୁ ଆଣିଲେ ଆଉ ଆମେ ସତ୍ୟ ଜାଣିପାରିଲୁ । (ଯୋହ. ୬:୪୪) ଆଉ ଆମକୁ ମନ ହେବ ଯେ ଆମେ ଅନ୍ୟମାନଙ୍କୁ ସତ୍ୟ ବିଷୟରେ କହିବା ଜାରି ରଖିବା ।

ଆମେ ସତ୍ୟକୁ କାହିଁକି ପ୍ରେମ କରୁ ?

୩. ସତ୍ୟକୁ ପ୍ରେମ କରିବାର ସବୁଠୁ ବଡ଼ କାରଣ କʼଣ ?

୩ ଆମେ ଅନେକ କାରଣରୁ ସତ୍ୟକୁ ପ୍ରେମ କରୁ । ତାʼର ସବୁଠୁ ବଡ଼ କାରଣ ହେଲା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ, ଯିଏ ଆମକୁ ସତ୍ୟ ଶିଖାଇଛନ୍ତି । ତାଙ୍କ ବାକ୍ୟ ବାଇବଲରୁ ଆମେ ଜାଣିଲୁ ଯେ ସେ କେବଳ ସାରା ଦୁନିଆର ସୃଷ୍ଟିକର୍ତ୍ତା ଅଟନ୍ତି ତାହା ନୁହେଁ, ବରଂ ସେ ଜଣେ ବାପାଙ୍କ ଭଳି ଆମର ବହୁତ ଚିନ୍ତା ମଧ୍ୟ କରନ୍ତି । (୧ ପିତ. ୫:୭) ସେ ‘ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ଅଟନ୍ତି ।’ (ଯାତ୍ରା. ୩୪:୬) ସେ ସବୁବେଳେ ନ୍ୟାୟ କରନ୍ତି । (ଯିଶା. ୬୧:୮) ଆମକୁ କଷ୍ଟରେ ଦେଖି ତାଙ୍କୁ ବି କଷ୍ଟ ହୁଏ ଆଉ ସେ ସେହି ସମୟର ଆଗ୍ରହର ସହିତ ଅପେକ୍ଷା କରୁଛନ୍ତି ଯେବେ ସେ ସବୁ ଦୁଃଖକଷ୍ଟକୁ ଦୂର କରିଦେବେ । (ଯିରି. ୨୯:୧୧) ଆମେ ବି ସେହି ସମୟର ଅପେକ୍ଷା କରୁଛୁ । ସତରେ, ଯିହୋବା ଆମକୁ କେତେ ପ୍ରେମ କରନ୍ତି । ଏହି କାରଣରୁ ଆମେ ବି ତାଙ୍କୁ ବହୁତ ପ୍ରେମ କରୁ ।

ଚିତ୍ରଗୁଡ଼ିକ: ଗୋଟିଏ ଲଙ୍ଗରର ଚିତ୍ର । ୧. ଗୋଟିଏ ସୁନ୍ଦର ବଗିଚା ଭଳି ଜାଗା ଯାହାର ମଝିରେ ଗୋଟିଏ ନଦୀ ବହୁଛି ଆଉ ଚାରିଆଡ଼େ ଗଛଲତା ରହିଛି । ୨. ଜଣେ ଭଉଣୀ ଜଣେ ମହିଳାକୁ ସାକ୍ଷ୍ୟ ଦେଉଛନ୍ତି ।

ବାଇବଲର ସତ୍ୟଗୁଡ଼ିକ ଲଙ୍ଗର ଭଳି ଅଟେ

ଯେପରି ଗୋଟିଏ ଲଙ୍ଗର ଝଡ଼ ତୋଫାନରେ ଜାହାଜକୁ ସମ୍ଭାଳେ, ସେହିଭଳି ସମସ୍ୟା ଆସିଲେ ଆମେ ନିଜ ଆଶା ବିଷୟରେ ଭାବି ନିଜକୁ ସମ୍ଭାଳିପାରୁ । ଏହି ଆଶା ଆମକୁ ସାହସ ଦିଏ, ତେଣୁ ଆମକୁ ଅନ୍ୟମାନଙ୍କୁ ଏହି ବିଷୟରେ କହିବା ପାଇଁ ଇଚ୍ଛା ହୁଏ (ପାରାଗ୍ରାଫ ୪-୭)

୪-୫. ପାଉଲ କାହିଁକି କହିଲେ ଯେ ଆମର ଆଶା ଲଙ୍ଗର ଭଳି ଅଟେ ?

୪ ସତ୍ୟକୁ ପ୍ରେମ କରିବାର ଆଉ ଗୋଟିଏ କାରଣ ହେଉଛି ଯେ ଏହାକୁ ଜାଣି ଆମକୁ ବହୁତ ଲାଭ ହୋଇଛି । ଯେପରି ବାଇବଲରେ ଏହି ସତ୍ୟ ବିଷୟରେ କୁହାଯାଇଛି ଯେ ଭବିଷ୍ୟତରେ ଈଶ୍ୱର ଆମକୁ ଭଲ ଜୀବନ ଦେବେ । ଏ ବିଷୟରେ ପ୍ରେରିତ ପାଉଲ କହିଲେ, ‘ଏହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ଯାହା ଦୃଢ଼ ଓ ଅଟଳ ଅଛି ।’ (ଏବ୍ରୀ ୬:୧୯) ଯେବେ ସମୁଦ୍ରରେ ଝଡ଼ ତୋଫାନ ଆସେ, ତେବେ ନାବିକମାନେ ଲଙ୍ଗର ପକାଇ ଦିଅନ୍ତି ଯାହାଫଳରେ ଜାହାଜ ସ୍ଥିର ରହେ । ସେହିପରି ଆମ ଜୀବନରେ ଯେବେ ଝଡ଼ ଭଳି ସମସ୍ୟା ଆସେ, ତେବେ ନିଜ ଆଶା ବିଷୟରେ ଭାବିଲେ ଆମେ ନିଜକୁ ସମ୍ଭାଳିପାରୁ ।

୫ ପାଉଲ ଏହି କଥା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ ଯେଉଁମାନଙ୍କୁ ସ୍ୱର୍ଗରେ ବଞ୍ଚିବାର ଆଶା ଥିଲା । କିନ୍ତୁ ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଏହି ପୃଥିବୀରେ ବଞ୍ଚିବାର ଆଶା ଅଛି, ସେମାନଙ୍କ ପାଇଁ ମଧ୍ୟ ସେମାନଙ୍କ ଆଶା ଲଙ୍ଗର ଭଳି ଅଟେ । (ଯୋହ. ୩:୧୬) ଏହି ଆଶା ଯୋଗୁଁ ଆମକୁ ବଞ୍ଚିବାର ଉଦ୍ଦେଶ୍ୟ ମିଳିଯାଇଛି ।

୬-୭. ସତ୍ୟ ଜାଣି ଭଉଣୀ ଇୱାନକୁ କʼଣ ଲାଭ ହେଲା ?

୬ ଇୱାନ ନାମକ ଜଣେ ଭଉଣୀଙ୍କ ଅନୁଭବ ଉପରେ ଧ୍ୟାନ ଦିଅନ୍ତୁ । ତାʼ ବାପାମାଆ ଯିହୋବାଙ୍କ ସାକ୍ଷୀ ନ ଥିଲେ । ଯେବେ ସେ ଛୋଟ ଥିଲା, ତେବେ ସେ ମୃତ୍ୟୁକୁ ବହୁତ ଡରୁଥିଲା । ଥରେ ସେ ଗୋଟିଏ ବହିରେ ପଢ଼ିଲା, ‘ଦିନେ ସବୁକିଛି ଶେଷ ହୋଇଯିବ ।’ ଏହି କଥାକୁ ସେ ନିଜ ମୁଣ୍ଡରୁ ବାହାର ହିଁ କରିପାରୁ ନ ଥିଲା । ସେ କହେ, ‘ରାତି ସାରା ମୁଁ ଏ ବିଷୟରେ ଚିନ୍ତା କରୁଥିଲି ଯେ କାଲି କʼଣ ହେବ । ଆଉ ମୁଁ ଭଲରେ ଶୋଇପାରୁ ନ ଥିଲି । ମୁଁ ଭାବୁଥିଲି, “ଜୀବନ ଏତେ ଛୋଟ ହୋଇପାରିବନି । ଆମକୁ କାହିଁକି ସୃଷ୍ଟି କରାଯାଇଛି ?” ମୁଁ ମରିବା ପାଇଁ ଚାହୁଁ ନ ଥିଲି ।’

୭ ଯେବେ ଇୱାନ ୧୮-୧୯ ବର୍ଷର ଥିଲା, ତେବେ ସେ ପ୍ରଥମ ଥର ଯିହୋବାଙ୍କ ସାକ୍ଷୀଙ୍କୁ ଭେଟିଲା । ବାଇବଲରୁ ସେ ଜାଣିଲା ଯେ ଦିନେ ଏହି ପୃଥିବୀ ବହୁତ ସୁନ୍ଦର ହୋଇଯିବ । ଆଉ ସେ ସେଠି ସବୁଦିନ ଯାଏ ବଞ୍ଚିପାରିବ । ଧିରେ ଧିରେ ଏହି କଥା ଉପରେ ତାʼର ଭରସା ବଢ଼ିବାକୁ ଲାଗିଲା । ସତ୍ୟ ଜାଣି ତାକୁ କʼଣ ଲାଭ ହେଲା ? ସେ କହେ, ‘ଏବେ ମୁଁ ରାତିରେ ଶାନ୍ତିରେ ଶୋଇପାରେ । ମୋତେ ମୃତ୍ୟୁକୁ ଡର ଲାଗେ ନାହିଁ ଆଉ ମୁଁ ଏବିଷୟରେ ଚିନ୍ତା କରେ ନାହିଁ ଯେ କାଲି କʼଣ ହେବ ।’ ସତ୍ୟ ଜାଣି ଇୱାନର ଜୀବନ ବଦଳିଗଲା । ସତ୍ୟ ତାʼ ପାଇଁ ବହୁମୂଲ୍ୟ ଅଟେ । ଆଉ ସେ ଅନ୍ୟମାନଙ୍କୁ ବି ଏହି ଆଶା ବିଷୟରେ କହେ ଯେ ଆଗକୁ ଯାଇ ସମସ୍ତେ ଭଲ ଜୀବନ ଜୀଇଁପାରିବା । ଆଉ ଏପରି କରି ତାକୁ ବହୁତ ଖୁସି ମିଳେ ।— ୧ ତୀମ. ୪:୧୬.

ଚିତ୍ରଗୁଡ଼ିକ: ଗୋଟିଏ ହୀରାର ଚିତ୍ର । ୧. ଗୋଟିଏ ସୁନ୍ଦର ବଗିଚା ଭଳି ଜାଗା ଯାହାର ମଝିରେ ଗୋଟିଏ ନଦୀ ବହୁଛି ଆଉ ଚାରିଆଡ଼େ ଗଛଲତା ରହିଛି । ୨. ଜଣେ ବ୍ୟକ୍ତି ଗୋଟିଏ ବାକ୍ସକୁ ଉଠାଇ ଅନ୍ୟ ଜାଗାରେ ରଖୁଛି ଯେଉଁଥିରେ ଅନେକ ମେଡାଲ ଓ ଟ୍ରଫି ରଖାଯାଇଛି ।

ବାଇବଲର ସତ୍ୟଗୁଡ଼ିକ ଗୁପ୍ତ ଧନ ଭଳି ଅଟେ

ଆମକୁ ଆଜି ଯିହୋବାଙ୍କ ସେବା କରିବାର ସୁଯୋଗ ମିଳିଛି । ଆଉ ଆଗକୁ ଯାଇ ତାଙ୍କ ରାଜ୍ୟରେ ବି ଆମେ ସବୁଦିନ ଏପରି କରିପାରିବା । ଏହା କୌଣସି ଗୁପ୍ତ ଧନରୁ କମ୍‌ ନୁହେଁ ! ଏହାପାଇଁ ଆମେ ନିଜର ସବୁକିଛି ଛାଡ଼ିବା ପାଇଁ ପ୍ରସ୍ତୁତ ରହୁ (ପାରାଗ୍ରାଫ ୮-୧୧)

୮-୯. (କ) ଯୀଶୁଙ୍କ ଉଦାହରଣରେ କୁହାଯାଇଥିବା ଲୋକ ପାଇଁ ସେହି ଗୁପ୍ତ ଧନ କେତେ ମହତ୍ତ୍ୱ ରଖୁଥିଲା ? (ଖ) ଆପଣଙ୍କ ପାଇଁ ସତ୍ୟ କେତେ ମହତ୍ତ୍ୱ ରଖେ ?

୮ ବାଇବଲରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଖୁସିର ଖବର ମଧ୍ୟ ଦିଆଯାଇଛି । ଯୀଶୁ କହିଲେ ଯେ ଏହି ସତ୍ୟ ଜମିରେ ପୋତା ଯାଇଥିବା ଗୁପ୍ତ ଧନ ଭଳି ଅଟେ । ସେ କହିଲେ, “ସ୍ୱର୍ଗ ରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ । ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା ।” (ମାଥି. ୧୩:୪୪) ସେହି ଲୋକ ସେହି ଗୁପ୍ତ ଧନ ଖୋଜୁ ନ ଥିଲା । କିନ୍ତୁ ଯେବେ ତାକୁ ତାହା ମିଳିଲା, ତେବେ ସେ କʼଣ କଲା ? ସେ ଜାଣିଥିଲା ଯେ ସେହି ଗୁପ୍ତ ଧନ କେତେ ମୂଲ୍ୟବାନ ଅଟେ । ତେଣୁ ତାକୁ ପାଇବା ପାଇଁ ସେ ନିଜ ସବୁକିଛି ଛାଡ଼ିବା ପାଇଁ ପ୍ରସ୍ତୁତ ଥିଲା । ସେ ସେହି ଜମି କିଣିବା ପାଇଁ ନିଜ ସବୁକିଛି ବିକି ଦେଲା ।

୯ କʼଣ ସତ୍ୟ ଆପଣଙ୍କ ପାଇଁ ବି ଏତେ ମହତ୍ତ୍ୱ ରଖେ ? ନିଶ୍ଚୟ ରଖୁଥିବ । ଆଜି ଆମକୁ ଯିହୋବାଙ୍କ ସେବା କରିବାରୁ ବହୁତ ଖୁସି ମିଳେ ଓ ଈଶ୍ୱରଙ୍କ ରାଜ୍ୟରେ ଆମକୁ ସବୁଦିନ ବଞ୍ଚିବାର ଆଶା ଅଛି । ଦୁନିଆର ବଡ଼ରୁ ବଡ଼ ଜିନିଷ ମଧ୍ୟ ଏହି ଆଶିଷଗୁଡ଼ିକ ଆଗରେ କିଛି ବି ନୁହେଁ । ଏହା ଆମ ପାଇଁ ବହୁତ ବଡ଼ କଥା ଅଟେ ଯେ ଆମେ ଯିହୋବାଙ୍କ ନିକଟକୁ ଆସିପାରିଛୁ, ତାଙ୍କ ସହିତ ଗୋଟିଏ ସମ୍ପର୍କ ଗଢ଼ିପାରିଛୁ । ଆଉ ଏହାକୁ ବଜାୟ ରଖିବା ପାଇଁ ଆମେ ନିଜ ସବୁକିଛି ଛାଡ଼ିବା ପାଇଁ ପ୍ରସ୍ତୁତ ରହୁ । ଯେତେ ଖୁସି ଆମକୁ ‘ଯିହୋବାଙ୍କୁ ସନ୍ତୁଷ୍ଟ କରିବାରୁ’ ମିଳେ, ସେତେ ଖୁସି ଆମକୁ ଅନ୍ୟ କୌଣସି ଜିନିଷରୁ ମିଳେନାହିଁ ।—କଲ. ୧:୧୦.

୧୦-୧୧. ମାଇକେଲ କାହିଁକି ଗୋଟିଏ ବହୁତ ବଡ଼ ପରିବର୍ତ୍ତନ କରିପାରିଲା ?

୧୦ ଆମ ମଧ୍ୟରୁ ଅନେକ ଲୋକ ଯିହୋବାଙ୍କ ହୃଦୟକୁ ଖୁସି କରିବା ପାଇଁ ବହୁତ କିଛି ଛାଡ଼ିଛନ୍ତି । ହୁଏତ ଆମର ଦୁନିଆରେ ଏକ ଭଲ ନାମ ଥିଲା, ଭଲ କ୍ୟାରିଅର ଥିଲା କିମ୍ବା ଆମେ ବହୁତ ପଇସା ରୋଜଗାର କରୁଥିଲୁ । କିନ୍ତୁ ଯେବେ ଆମେ ଯିହୋବାଙ୍କ ବିଷୟରେ ଜାଣିଲୁ, ତେବେ ଆମେ ସବୁକିଛି ଛାଡ଼ିଦେଲୁ । କିଛି ଲୋକ ନିଜ ଜୀବନ ବିତାଇବାର ଶୈଳୀ ମଧ୍ୟ ବଦଳାଇ ଦେଲେ । ମାଇକେଲ ମଧ୍ୟ ଏପରି ହିଁ କଲା । ସେ ଆରମ୍ଭରେ ସତ୍ୟ ଜାଣି ନ ଥିଲା । ଯେବେ ସେ ଯୁବା ଥିଲା ତେବେ ସେ କରାଟେର ଟ୍ରେନିଙ୍ଗ୍‌ ନେଲା । ସେ କହେ, “ମୁଁ ନିଜକୁ ଫିଟ୍‌ ରଖିବା ପାଇଁ ଦିନରାତି ବ୍ୟାୟାମ କରୁଥିଲି । ଅନେକ ଥର ମୋତେ ଲାଗୁଥିଲା ଯେ କେହି ମୋତେ ହରାଇ ପାରିବେନି ।” ତାʼପରେ ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ଅଧ୍ୟୟନ କରିବାକୁ ଲାଗିଲା ଆଉ ସେ ଜାଣିଲା ଯେ ଯିହୋବା ହିଂସାକୁ କେତେ ଘୃଣା କରନ୍ତି । (ଗୀତ. ୧୧:୫) କିନ୍ତୁ ମାଇକେଲ କହେ, ‘ଯେଉଁ ସ୍ୱାମୀ ସ୍ତ୍ରୀ ମୋର ଅଧ୍ୟୟନ କରୁଥିଲେ, ସେମାନେ ମୋତେ କେବେ କହିଲେନି ଯେ ମୋତେ କରାଟେ ଛାଡ଼ି ଦେବା ଉଚିତ୍‌ । ବରଂ ସେମାନେ କେବଳ ମୋତେ ବାଇବଲର ସତ୍ୟଗୁଡ଼ିକୁ ଶିଖାଇବା ଜାରି ରଖିଲେ ।’

୧୧ ମାଇକେଲ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିଲା ଓ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଲା । ଯେବେ ସେ ଜାଣିଲା ଯେ ଯିହୋବା ନିଜ ଲୋକମାନଙ୍କୁ କେତେ ପ୍ରେମ କରନ୍ତି ଏବଂ ସେ ତାଙ୍କର କେତେ ଚିନ୍ତା କରନ୍ତି, ତେବେ ଏହି କଥା ତାʼ ହୃଦୟକୁ ଛୁଇଁଗଲା । କିଛି ସମୟ ପରେ ସେ ବୁଝିଗଲା ଯେ ତାକୁ କରାଟେ ଛାଡ଼ିବାକୁ ପଡ଼ିବ । କିନ୍ତୁ ଏଥିରୁ ତାʼ ଜୀବନ ପୂରା ବଦଳିଯାʼନ୍ତା । ସେ କହେ, “ଏହା ମୋ ଜୀବନର ସବୁଠୁ କଠିନ ନିଷ୍ପତ୍ତି ଥିଲା । କିନ୍ତୁ ମୁଁ ଜାଣୁଥିଲି ଯେ ଏଥିରୁ ଯିହୋବା ଖୁସି ହେବେ । ତାଙ୍କୁ ଖୁସି କରିବା ପାଇଁ ଏବଂ ତାଙ୍କ ସେବା କରିବା ପାଇଁ ମୁଁ କିଛି ବି ଛାଡ଼ିବା ପାଇଁ ପ୍ରସ୍ତୁତ ଥିଲି ।” ମାଇକେଲ ବୁଝିଯାଇଥିଲା ଯେ ସତ୍ୟ ବହୁତ ମୂଲ୍ୟବାନ ଅଟେ । ଏହି କାରଣରୁ ସେ ଏତେ ବଡ଼ ପରିବର୍ତ୍ତନ କରିପାରିଲା ।—ଯାକୁ. ୧:୨୫

ଚିତ୍ରଗୁଡ଼ିକ: ଗୋଟିଏ ଦୀପର ଚିତ୍ର ଯେଉଁଥିରୁ ଆଲୋକ ବାହାରୁଛି । ୧. ଗୋଟିଏ ସୁନ୍ଦର ବଗିଚା ଭଳି ଜାଗା ଯାହାର ମଝିରେ ଗୋଟିଏ ନଦୀ ବହୁଛି ଆଉ ଚାରିଆଡ଼େ ଗଛଲତା ରହିଛି । ୨. ଜଣେ ମହିଳା ବାଇବଲ ପଢ଼ିବା ସମୟରେ ଚିନ୍ତନ କରୁଛି ।

ବାଇବଲର ସତ୍ୟଗୁଡ଼ିକ ଆଲୁଅ ଭଳି ଅଟେ

ବାଇବଲର ସତ୍ୟଗୁଡ଼ିକ ଆଲୁଅ ଭଳି ଅଟେ ଯାହା ଏହି ଅନ୍ଧକାର ଦୁନିଆରେ ଆମକୁ ଠିକ୍‌ ରାସ୍ତା ଦେଖାଏ (ପାରାଗ୍ରାଫ ୧୨-୧୩)

୧୨-୧୩. ବାଇବଲର ସତ୍ୟଗୁଡ଼ିକ କିପରି ମାଇଲିର ଜୀବନରେ ଆଲୁଅ ଭଳି କାମ କଲା ?

୧୨ ବାଇବଲରେ ଏହା ବି କୁହାଯାଇଛି ଯେ ସତ୍ୟ ଆଲୁଅ ଭଳି ଅଟେ ଯାହା ଅନ୍ଧାରରେ ଆମକୁ ଠିକ୍‌ ରାସ୍ତା ଦେଖାଏ । (ଗୀତ. ୧୧୯:୧୦୫; ଏଫି. ୫:୮) ଯେବେ ମାଇଲି, ଯିଏ ଅଜରବାଇଜାନ୍‌ରେ ରହେ, ବାଇବଲରୁ ସତ୍ୟ ଜାଣିଲା, ତେବେ ତାକୁ ବି ଲାଗିଲା ଯେ ତାକୁ ଅନ୍ଧକାର ଦୁନିଆରେ ଆଲୁଅ ମିଳିଯାଇଛି । ମାଇଲିର ବାପା ମୁସଲିମ୍‌ ଥିଲେ ଓ ମାଆ ଯିହୁଦୀ । ସେ କହେ, “ମୋ ମନରେ କେବେ ବି ଏହି ପ୍ରଶ୍ନ ତ ଆସି ନ ଥିଲା ଯେ ଈଶ୍ୱର ଅଛନ୍ତି ନା ନାହିଁ, କିନ୍ତୁ ମୋ ମନରେ ଅନ୍ୟ ପ୍ରଶ୍ନଗୁଡ଼ିକ ଆସୁଥିଲା । ମୁଁ ଭାବୁଥିଲି ଯେ ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି । କʼଣ ସେ ଏହା ଚାହାନ୍ତି ଯେ ସେମାନେ ଜୀବନସାରା ଦୁଃଖ କଷ୍ଟ ଭୋଗନ୍ତୁ ଓ ମରିବା ପରେ ନର୍କରେ ଯାଇ ଯନ୍ତ୍ରଣା ଭୋଗନ୍ତୁ । ଲୋକେ କହନ୍ତି ଯେ ସବୁକିଛି ଈଶ୍ୱରଙ୍କ ଇଚ୍ଛାରେ ହିଁ ହୁଏ । ସେଥିପାଇଁ ମୁଁ ଭାବୁଥିଲି, ‘କʼଣ ଈଶ୍ୱର ମଣିଷମାନଙ୍କୁ ନିଜ ଇସାରାରେ ନଚାନ୍ତି ଆଉ ତାଙ୍କ ଉପରେ ଯାହା ଘଟେ ତାକୁ ଦେଖି ସେ ମଜା ନିଅନ୍ତି ?’”

୧୩ ମାଇଲି ନିଜ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଜାରି ରଖିଲା । ତାʼପରେ ସେ ବାଇବଲ ଅଧ୍ୟୟନ କରିବାକୁ ଲାଗିଲା ଆଉ ଯିହୋବାଙ୍କ ସାକ୍ଷୀ ହୋଇଗଲା । ସେ କହେ, ‘ମୁଁ ବାଇବଲରେ ଯାହା ବି ପଢ଼ୁଥିଲି, ତାହା ବିଲକୁଲ୍‌ ଠିକ୍‌ ଲାଗୁଥିଲା । ମତେ ନିଜ ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବାକୁ ଲାଗିଲା, ଏବେ ମୋ ମନରେ କୌଣସି ସନ୍ଦେହ ନାହିଁ । ମୋତେ ବହୁତ ଶାନ୍ତି ମିଳିଲା ଆଉ ମୁଁ ଖୁସିରେ ରହିବାକୁ ଲାଗିଲି ।’ ମାଇଲି ଭଳି ଆମେ ବି ବହୁତ ଖୁସି ଯେ ଯିହୋବା ଆମକୁ “ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି ।”—୧ ପିତ. ୨:୯.

୧୪. ଆମେ ବାଇବଲର ସତ୍ୟଗୁଡ଼ିକ ପାଇଁ ନିଜ ପ୍ରେମ କିପରି ବଢ଼ାଇ ପାରିବା ? (“ବାଇବଲର ସତ୍ୟଗୁଡ଼ିକ ଆଉ କାହା ଭଳି ଅଟେ ?” ନାମକ ବକ୍ସ ଦେଖନ୍ତୁ ।)

୧୪ ବାଇବଲର ସତ୍ୟଗୁଡ଼ିକ ବହୁତ ବହୁମୂଲ୍ୟ ଅଟେ ଓ ଏଥିରୁ ଆମକୁ ବହୁତ ଲାଭ ହୁଏ । ଯେପରି ଆମେ ଦେଖିଲୁ, ଏହା ଗୋଟିଏ ଲଙ୍ଗର, ଗୁପ୍ତ ଧନ ଆଉ ଆଲୁଅ ଭଳି ଅଟେ । ବାଇବଲରେ ସତ୍ୟର ତୁଳନା ଆହୁରି ଅନେକ ଜିନିଷ ସହ କରାଯାଇଛି । ତାହେଲେ କʼଣ ଆପଣ ନିଜ ପରବର୍ତ୍ତୀ ବ୍ୟକ୍ତିଗତ ଅଧ୍ୟୟନରେ ଏବିଷୟରେ ଟିକେ ଅନୁସନ୍ଧାନ କରିପାରିବେ ଓ ଭାବିପାରିବେ ଯେ ଆପଣ ଆଉ କେଉଁ କାରଣରୁ ସତ୍ୟକୁ ପ୍ରେମ କରନ୍ତି ? ଏପରି ଭାବେ ବାଇବଲର ସତ୍ୟଗୁଡ଼ିକ ପାଇଁ ଆପଣଙ୍କ ପ୍ରେମ ଆହୁରି ବଢ଼ିଯିବ । ଆଉ ଯେବେ ଆମର ପ୍ରେମ ବଢ଼ିବ, ତେବେ ଆମେ କʼଣ କରିବା ?

ଗୋଟିଏ ବାଇବଲ ଖୋଲା ହୋଇ ରଖାଯାଇଛି ।

ବାଇବଲର ସତ୍ୟଗୁଡ଼ିକ ଆଉ କାହା ଭଳି ଅଟେ ?

ଏହି ଲେଖାରୁ ଆମେ ଜାଣିଲୁ ଯେ ବାଇବଲର ସତ୍ୟଗୁଡ଼ିକ ଲଙ୍ଗର, ଗୁପ୍ତ ଧନ ଓ ଆଲୁଅ ଭଳି ଅଟେ । ତେଣୁ ଆମକୁ ଏଗୁଡ଼ିକ ପାଇଁ କୃତଜ୍ଞ ରହିବା ଉଚିତ୍‌ । ବାଇବଲରେ ସତ୍ୟର ତୁଳନା ଆହୁରି ଅନେକ ଜିନିଷ ସହ କରାଯାଇଛି । ଯେପରି,

  • ଗୋଟିଏ ଦର୍ପଣ ।

    ସତ୍ୟ ଗୋଟିଏ ଦର୍ପଣ ଭଳି ଅଟେ । ଯେବେ ଆମେ ବାଇବଲ ପଢ଼ୁ ଓ ଏହାର ଅଧ୍ୟୟନ କରୁ, ତେବେ ଏହା ଏପରି ଅଟେ ଯେପରି ଆମେ ନିଜକୁ ଦେଖୁଛୁ । ଏପରି ଭାବେ ଆମେ ଜାଣିପାରୁ ଯେ ଆମେ କିପରି ମଣିଷ ଅଟୁ । ଆଉ ଆମକୁ କʼଣ ସୁଧାର କରିବାର ଅଛି ।—ଯାକୁ. ୧:୨୨-୨୫.

  • ପାଣିର ଟୋପା ।

    ଆଜି ଅନେକ ଲୋକ ଈଶ୍ୱରଙ୍କୁ ଜାଣିନାହାନ୍ତି । ଚାରିଆଡ଼େ ମରୁଡ଼ି ଭଳି ପରିସ୍ଥିତି ଅଛି । ଏପରି ସମୟରେ ବାଇବଲର ସତ୍ୟଗୁଡ଼ିକ ପାଣି ଭଳି ଆମକୁ ସତେଜ କରାଏ ।—ଗୀତ. ୨୩:୨, ୩.

ଯଦି ଆପଣ ସତ୍ୟକୁ ପ୍ରେମ କରନ୍ତି, ତେବେ ଆପଣ କʼଣ କରିବେ ?

୧୫. ଯଦି ଆପଣ ସତ୍ୟକୁ ପ୍ରେମ କରନ୍ତି, ତେବେ ଆପଣ କʼଣ କରିପାରିବେ ?

୧୫ ଯଦି ଆମେ ସତ୍ୟକୁ ପ୍ରେମ କରୁ, ତେବେ ଆମେ ଲଗାତାର ବାଇବଲ ଓ ବାଇବଲ ଆଧାରିତ ବହି ଓ ପତ୍ରିକାଗୁଡ଼ିକୁ ଅଧ୍ୟୟନ କରିବା । ଆମକୁ ସତ୍ୟରେ ଆସିବାର ଯେତେ ବି ବର୍ଷ ହେଉ ନା କାହିଁକି, ଆମେ ଲଗାତାର ଅଧ୍ୟୟନ କଲେ ସବୁବେଳେ ନୂଆ ନୂଆ କଥା ଶିଖିପାରିବା । ପ୍ରହରୀଦୁର୍ଗର ସବୁଠୁ ପ୍ରଥମ ସଂଖ୍ୟାରେ କୁହାଯାଇଥିଲା, ‘ଦୁନିଆ ଏକ ଜଙ୍ଗଲ ଭଳି ଅଟେ ଯେଉଁଠି ମିଛ ଜଙ୍ଗଲୀ ବୁଦାଗୁଡ଼ିକ ଭଳି ସବୁଆଡ଼େ ଭରି ରହିଛି । କିନ୍ତୁ ସତ୍ୟ ଗୋଟିଏ ଛୋଟ ଫୁଲ ଭଳି ଅଟେ, ଯାହା ଏହି ଜଙ୍ଗଲୀ ବୁଦାଗୁଡ଼ିକ ମଝିରେ ଲୁଚି ରହିଛି । ସବୁଠୁ ପ୍ରଥମେ ତ ଆପଣଙ୍କୁ ତାକୁ ଧ୍ୟାନର ସହିତ ଖୋଜିବାକୁ ହେବ ଆଉ ଯେବେ ତାହା ମିଳିଯାଏ, ତେବେ ଆପଣଙ୍କୁ ତଳକୁ ନଇଁ ତାକୁ ବାହାର କରିବାକୁ ପଡ଼ିବ । କିନ୍ତୁ ସତ୍ୟର କେବଳ ଗୋଟିଏ ଫୁଲରୁ ହିଁ ସନ୍ତୁଷ୍ଟ ହୋଇଯାʼନ୍ତୁ ନାହିଁ । ଆହୁରି ବି ଫୁଲ ଖୋଜିବା ଜାରି ରଖନ୍ତୁ, ତାକୁ ଏକାଠି କରିବା ଜାରି ରଖନ୍ତୁ ।’ ଯଦି ଆପଣ ମନ ଦେଇ ଅଧ୍ୟୟନ କରିବେ, ତାʼ ହେଲେ ଆପଣଙ୍କୁ ନିଶ୍ଚୟ ନିଜ ପରିଶ୍ରମର ଫଳ ମିଳିବ ।

୧୬. ଆପଣଙ୍କୁ ଅଧ୍ୟୟନ କରିବାର କେଉଁ ଉପାୟ ପସନ୍ଦ ? (ହିତୋପଦେଶ ୨:୪-୬)

୧୬ ହୁଏତ ଆମ ମଧ୍ୟରୁ ସମସ୍ତଙ୍କୁ ପଢ଼ିବା ଓ ଅଧ୍ୟୟନ କରିବା ପସନ୍ଦ ଲାଗେ ନାହିଁ । କିନ୍ତୁ ଯିହୋବା ଚାହାନ୍ତି ଯେ ଆମେ ବାଇବଲର ସତ୍ୟଗୁଡ଼ିକୁ ଆହୁରି ଭଲଭାବେ ବୁଝିବା ପାଇଁ ଲଗାତାର ‘ଖୋଜୁ’ ଓ ସେଗୁଡ଼ିକୁ “ଅନ୍ୱେଷଣ” କରୁ । (ହିତୋପଦେଶ ୨:୪-୬ ପଢ଼ନ୍ତୁ ।) ଏପରି କଲେ ଆମକୁ ବହୁତ ଲାଭ ହେବ । କୋରି ନାମକ ଜଣେ ଭାଇ କହେ ଯେ ସେ ବାଇବଲ ପଢ଼ିବା ସମୟରେ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ପଦକୁ ବୁଝିବା ପାଇଁ ଚେଷ୍ଟା କରେ । ସେ କହେ, ‘ପ୍ରଥମେ ମୁଁ ପଦର ପ୍ରତ୍ୟେକ ଫୁଟନୋଟ୍‌କୁ ପଢ଼େ । ତାʼପରେ ତାʼ ସହିତ ଜଡ଼ିତ ଅନ୍ୟ ପଦଗୁଡ଼ିକୁ ଦେଖେ ଆଉ ଯଦି ସେହି ପଦ ବିଷୟରେ କୌଣସି ପ୍ରକାଶନରେ ଦିଆଯାଇଛି, ତେବେ ସେଗୁଡ଼ିକୁ ବି ପଢ଼େ । ଏପରି ଭାବେ ମୁଁ ବହୁତଗୁଡ଼ିଏ ନୂଆ ନୂଆ କଥା ଶିଖିପାରେ !’ ଆମେ ଯେ କୌଣସି ଉପାୟରେ ବି ଅଧ୍ୟୟନ କରୁ ନା କାହିଁକି, ଯେବେ ଆମେ ଅଧ୍ୟୟନ କରିବା ପାଇଁ ସମୟ ବାହାର କରୁ ଓ ପରିଶ୍ରମ କରୁ, ତେବେ ଏଥିରୁ ଜଣାପଡ଼େ ଯେ ଆମେ ସତ୍ୟକୁ କେତେ ପ୍ରେମ କରୁ ।—ଗୀତ. ୧:୧-୩.

୧୭. ସତ୍ୟ ଅନୁସାରେ ଜୀଇଁବାର ଅର୍ଥ କʼଣ ? (ଯାକୁବ ୧:୨୫) 

୧୭ ବାଇବଲର ସତ୍ୟଗୁଡ଼ିକର ଅଧ୍ୟୟନ କରିବା ଜରୁରୀ ଅଟେ । କିନ୍ତୁ କେବଳ ଏତିକି କରିବା ଯଥେଷ୍ଟ ନୁହେଁ, ଆମକୁ ଆହୁରି କିଛି କରିବାକୁ ହେବ । ଆମକୁ ସତ୍ୟ ମୁତାବକ ଜୀଇଁବାକୁ ହେବ । ଏହାର ଅର୍ଥ ଯେଉଁ ସତ୍ୟଗୁଡ଼ିକ ଆମେ ଶିଖିଛୁ, ତାହା ମାନିବାକୁ ହେବ, ତାହେଲେ ଆମେ ପ୍ରକୃତରେ ଖୁସିରେ ରହିପାରିବା । (ଯାକୁବ ୧:୨୫ ପଢ଼ନ୍ତୁ ।) କିନ୍ତୁ କିପରି ଜାଣିପାରିବା ଯେ ଆମେ ସତ୍ୟ ମୁତାବକ ଜୀଉଁଛୁ ନା ନାହିଁ ? ଜଣେ ଭାଇ କହନ୍ତି ଯେ ଆମେ ଭାବିପାରିବା ଯେ ଆମେ କେଉଁ ମାମଲାଗୁଡ଼ିକରେ ସତ୍ୟ ମୁତାବକ ଚାଲୁଛୁ ଓ କେଉଁ ମାମଲାଗୁଡ଼ିକରେ ଆମକୁ ସୁଧାର କରିବାର ଆବଶ୍ୟକତା ଅଛି । ପ୍ରେରିତ ପାଉଲ ମଧ୍ୟ ଏପରି ହିଁ କିଛି କରିବାକୁ କହିଥିଲେ । ସେ କହିଲେ, “ଆମ୍ଭେମାନେ ଯିଏ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ ।”—ଫିଲିପ୍‌. ୩:୧୬.

୧୮. ଆମକୁ କାହିଁକି ସତ୍ୟର ରାସ୍ତାରେ ଚାଲିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ ?

୧୮ ଟିକିଏ ଭାବନ୍ତୁ, ଯେବେ ଆମେ ‘ସତ୍ୟରେ ଆଚରଣ କରୁ’ ଅର୍ଥାତ୍‌ ସତ୍ୟର ରାସ୍ତାରେ ଚାଲିବା ପାଇଁ ପୂରା ଚେଷ୍ଟା କରୁ, ତେବେ ଆମକୁ କେତେ ଲାଭ ହୁଏ ! ଆମେ ଏକ ଭଲ ଜୀବନ ଜୀଇଁପାରୁ, ଯିହୋବାଙ୍କ ହୃଦୟ ଖୁସି କରିପାରୁ ଆଉ ଏଥିରୁ ଭାଇଭଉଣୀଙ୍କୁ ବି ଖୁସି ମିଳେ । (ହିତୋ. ୨୭:୧୧; ୩ ଯୋହ. ୪) ତେବେ ଆସନ୍ତୁ ଆମେ ସମସ୍ତେ ସତ୍ୟକୁ ପ୍ରେମ କରିବା ଆଉ ତାʼ ମୁତାବକ ଜୀଇଁବା !

ଆପଣ କʼଣ ଉତ୍ତର ଦେବେ ? 

  • ଆମେ ସତ୍ୟକୁ କାହିଁକି ପ୍ରେମ କରୁ ?

  • ଆମେ ସତ୍ୟ ପ୍ରତି ନିଜ ପ୍ରେମ କିପରି ବଢ଼ାଇପାରିବା ?

  • ଯଦି ଆମେ ସତ୍ୟକୁ ପ୍ରେମ କରୁ, ତାହେଲେ ଆମେ କʼଣ କରିବା ?

ଗୀତ ୧୪୪ ଇନାମ ପେ ରଖୋ ନଜର !

a ଆମେ ଅନେକ ଥର ବାଇବଲର ଶିକ୍ଷାଗୁଡ଼ିକୁ ସତ୍ୟ ବୋଲି କହୁ ଆଉ ଯେବେ ଜଣେ ବ୍ୟକ୍ତି ସେଗୁଡ଼ିକୁ ମାନିବାକୁ ଲାଗେ, ତେବେ ଆମେ କହୁ ଯେ ସେ ସତ୍ୟକୁ ଆପଣାଇଛି । ଆମେ ଏବେ ଏବେ ଯିହୋବାଙ୍କ ସାକ୍ଷୀ ହୋଇଥାଉ କିମ୍ବା ବହୁତ ବର୍ଷରୁ ଯିହୋବାଙ୍କୁ ଜାଣୁ, ଆମ ସମସ୍ତଙ୍କୁ ଏବିଷୟରେ ଭାବିବା ଉଚିତ୍‌ ଯେ ଆମେ କାହିଁକି ସତ୍ୟକୁ ଏତେ ପ୍ରେମ କରୁ । ଏପରି କରିବାରୁ ଯିହୋବାଙ୍କୁ ଖୁସି କରିବାର ଆମ ନିଷ୍ପତ୍ତି ଆହୁରି ଦୃଢ଼ ହୋଇଯିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ