ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lvs ପୃଷ୍ଠା ୩
  • ପ୍ରଶାସନ ଦଳଠାରୁ ଚିଠି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଶାସନ ଦଳଠାରୁ ଚିଠି
  • ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
    ବାଇବଲ ଆମକୁ କʼଣ ଶିଖାଏ?
  • “ସତ୍ୟର ରାସ୍ତାରେ ଚାଲିବା ଜାରି ରଖନ୍ତୁ”
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
lvs ପୃଷ୍ଠା ୩

ପ୍ରଶାସନ ଦଳଠାରୁ ଚିଠି

ଯିହୋବା ଈଶ୍ୱର ଓ ତାହାଙ୍କ ବାକ୍ୟ ବାଇବଲକୁ ପ୍ରେମ କରୁଥିବା ଲୋକେ:

“ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ” ବୋଲି ଯୀଶୁ କହିଥିଲେ। (ଯୋହନ ୮:୩୨) ମନେ ପକାନ୍ତୁ, ଯେତେବେଳେ ଆପଣ ପ୍ରଥମ ଥର ବାଇବଲରୁ ଜାଣିଲେ ଯେ ସତ୍ୟ କʼଣ, ତେବେ ଆପଣଙ୍କୁ କିପରି ଲାଗିଲା। ଆପଣ ଏହା ଜାଣି ବହୁତ ଖୁସି ହୋଇଥିବେ ଯେ ମିଥ୍ୟାରେ ପରିପୂର୍ଣ୍ଣ ଏହି ଜଗତରେ ମଧ୍ୟ ଆମେ ସତ୍ୟ ଶିଖିପାରିବା ।—୨ ତୀମଥି ୩:୧.

ଯିହୋବା ଈଶ୍ୱର ଚାହାନ୍ତି ଯେ ଆମେ ସତ୍ୟ ଜାଣୁ। ଯେତେବେଳେ ଆମେ ସତ୍ୟ ଶିଖୁ, ସେତେବେଳେ ଆମେ ତାହା ଅନ୍ୟମାନଙ୍କୁ ମଧ୍ୟ କହୁ । କାରଣ ଆମେ ସେମାନଙ୍କୁ ପ୍ରେମ କରୁ। କିନ୍ତୁ କେବଳ ଏତିକି କରିବା ଯଥେଷ୍ଟ ନୁହେଁ। ଆମେ ଜଣେ ଖ୍ରୀଷ୍ଟିୟାନ ଭଳି ଜୀବନଯାପନ କରିବା ଉଚିତ୍‌ ଏବଂ ଯିହୋବାଙ୍କ ସିଦ୍ଧାନ୍ତଗୁଡ଼ିକୁ ନିଜ ଜୀବନରେ ବହୁତ ମହତ୍ତ୍ୱ ଦେବା ଉଚିତ୍‌ । ଯୀଶୁ କହିଥିଲେ ଯେ ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରୁ, ତେବେ ଆମେ କʼଣ କରିବା ଉଚିତ୍‌। ସେ କହିଲେ, “ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ ।”—ଯୋହନ ୧୫:୧୦.

ଯୀଶୁ ନିଜ ପିତାଙ୍କୁ ବହୁତ ପ୍ରେମ କରନ୍ତି ଏବଂ ତାଙ୍କ ପିତା ତାଙ୍କୁ ଯାହା ମଧ୍ୟ କହନ୍ତି, ସେ ତାହା କରନ୍ତି। ଯଦି ଆମେ ଯୀଶୁଙ୍କୁ ଅନୁକରଣ କରିବା, ତେବେ ଯିହୋବା ଆମକୁ ପ୍ରେମ କରିବେ ଏବଂ ଆମେ ଖୁସିରେ ରହିବା । ଯୀଶୁ ମଧ୍ୟ କହିଥିଲେ, “ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହିପ୍ରକାର କଲେ ତୁମ୍ଭେମାନେ ଧନ୍ୟ ।”—ଯୋହନ ୧୩:୧୭.

ଆମେ ଆଶା କରୁ ଯେ ଏହି ବହି ଆପଣଙ୍କୁ ବାଇବଲରୁ ଶିଖିଥିବା ସତ୍ୟଗୁଡ଼ିକ ଅନୁସାରେ ଜୀଇଁବା ପାଇଁ ଏବଂ ଈଶ୍ୱରଙ୍କ ମିତ୍ର ହେବା ପାଇଁ ସାହାଯ୍ୟ କରିବ। ଆମେ ପ୍ରାର୍ଥନା କରୁ ଯେ ଈଶ୍ୱରଙ୍କ ପାଇଁ ଆପଣଙ୍କ ପ୍ରେମ ଦିନକୁ ଦିନ ଆହୁରି ବଢ଼ି ବଢ଼ି ଯାଉ ଏବଂ ଆପଣ ‘ଈଶ୍ୱରଙ୍କ ପ୍ରେମରେ ସ୍ଥିର’ ହୋଇ ରହନ୍ତୁ ଏବଂ “ଅନନ୍ତ ଜୀବନ” ପାଆନ୍ତୁ।—ଯିହୂଦା ୨୧.

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ