ଅଧ୍ୟୟନ ଲେଖା ୫୨
ସମସ୍ୟା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
“ପରୋପକାର ଓ ଦାନ କରିବାକୁ ପାସୋର ନାହିଁ ।”—ଏବ୍ରୀ ୧୩:୧୬
ଗୀତ ୧୦୩ “ଆଦମିୟୋଁ କେ ରୂପ ମେଁ ତୌଫେ”
ଲେଖାର ଝଲକa
୧. ଯେବେ ଯିହୋବାଙ୍କ ସେବକମାନେ ତାଙ୍କୁ ଡାକନ୍ତି, ତେବେ ସେ କିପରି ସେମାନଙ୍କର ସାହାଯ୍ୟ କରନ୍ତି ?
କʼଣ ଆପଣଙ୍କୁ ଜଣାଅଛି ଯେ ଯେବେ ବି ଯିହୋବାଙ୍କ ସେବକମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି, ତେବେ ସେ ଆପଣଙ୍କ ଜରିଆରେ ସେମାନଙ୍କୁ ସାହାଯ୍ୟ କରିପାରିବେ । ଆପଣ ପ୍ରାଚୀନ କିମ୍ବା ସହାୟକ ସେବକ, ଅଗ୍ରଦୂତ କିମ୍ବା ପ୍ରଚାରକ, ବୟସ୍କ କିମ୍ବା ଯୁବା, ଭାଇ କିମ୍ବା ଭଉଣୀ ହୋଇଥାʼନ୍ତୁ ନା କାହିଁକି, ଆପଣ ଯିହୋବାଙ୍କ କାମରେ ଆସିପାରିବେ । ଯିହୋବା ଅନେକଥର ପ୍ରାଚୀନ ଓ ଅନ୍ୟ ବିଶ୍ୱସ୍ତ ସେବକମାନଙ୍କ ଜରିଆରେ ସେହି ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେଉଁମାନେ ତାଙ୍କୁ ଡାକନ୍ତି । (କଲ. ୪:୧୧) ଭାବନ୍ତୁ ଏହା କେତେ ବଡ଼ କଥା ଅଟେ ଯେ ଆମେ ଏପରି ଭାବେ ଯିହୋବାଙ୍କ କାମରେ ଆସିପାରିବା । ଆମେ ବିଶେଷ କରି ସେସମୟରେ ଭାଇଭଉଣୀମାନଙ୍କ ସାହାଯ୍ୟ କରିପାରିବା ଯେବେ କୌଣସି ରୋଗ ବ୍ୟାପେ, ବିପତ୍ତି ଆସେ କିମ୍ବା ଅତ୍ୟାଚାର ହୁଏ ।
ଯେବେ କୌଣସି ରୋଗ ବ୍ୟାପେ
୨. ଯେବେ କୌଣସି ରୋଗ ବ୍ୟାପେ, ତେବେ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା କାହିଁକି କଠିନ ହୋଇପାରେ ?
୨ ଯେବେ କୌଣସି ରୋଗ କିମ୍ବା ମହାମାରୀ ବ୍ୟାପେ ତେବେ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା କଠିନ ହୋଇଯାଏ । ଯେପରି ହୁଏତ ଆମେ ଭାଇଭଉଣୀମାନଙ୍କୁ ଭେଟିବା ପାଇଁ ଚାହୁଁଥିବା କିମ୍ବା ଏପରି ପରିବାରକୁ ଖାଇବା ପାଇଁ ଡାକିବାକୁ ଚାହୁଁଥିବା ଯେଉଁମାନଙ୍କର ପଇସାର ଅଭାବ ଅଛି । କିନ୍ତୁ ମହାମାରୀ ଯୋଗୁଁ ହୁଏତ ଆମେ ଏପରି କରି ନ ପାରୁ । ଏହା ବି ହୋଇପାରେ ଯେ ଆମେ ଅନ୍ୟମାନଙ୍କର ସାହାଯ୍ୟ ତ କରିବା ପାଇଁ ଚାହୁଁଥିବା, କିନ୍ତୁ ଆମ ପାଖରେ ହିଁ ପଇସାର ଅଭାବ ଥିବ । କିମ୍ବା ଆମ ପରିବାର ଲୋକେ ରୋଗରେ ପୀଡ଼ିତ ଥିବେ । ତଥାପି ଆମ ଦ୍ୱାରା ଯାହା ହୋଇପାରେ ଆମେ ତାହା କରିବା ପାଇଁ ଚେଷ୍ଟା କରିବା, ତେବେ ଯିହୋବା ଆମଠାରୁ ଖୁସି ହେବେ । (ଏବ୍ରୀ ୧୩:୧୬; ହିତୋ. ୧୯:୧୭) ତାହେଲେ ଆମେ ଭାଇଭଉଣୀଙ୍କୁ ସାହାଯ୍ୟ କିପରି କରିପାରିବା ?
୩. ଆମେ ଭଉଣୀ ଡେଜିଙ୍କ ମଣ୍ଡଳୀର ପ୍ରାଚୀନମାନଙ୍କଠାରୁ କʼଣ ଶିଖୁ ? (ଯିରିମୀୟ ୨୩:୪)
୩ ପ୍ରାଚୀନମାନେ କʼଣ କରିପାରିବେ ? ଯଦି ଆପଣ ଜଣେ ପ୍ରାଚୀନ ଅଟନ୍ତି, ତେବେ ମେଷମାନଙ୍କୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । (ଯିରିମୀୟ ୨୩ :୪ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ଏବିଷୟରେ ଭଉଣୀ ଡେଜି କʼଣ କହନ୍ତି, ଯାହାଙ୍କ ବିଷୟରେ ପୂର୍ବ ଲେଖାରେ ଚର୍ଚ୍ଚା କରାଯାଇଥିଲା, “ଆମ ପ୍ରଚାର ସମୂହର ପ୍ରାଚୀନ ମୋʼ ସହିତ ଓ ଅନ୍ୟ ଭାଇଭଉଣୀମାନଙ୍କ ସହିତ ପ୍ରଚାର କରୁଥିଲେ ଓ ଆମ ସହ ମିଶି ମଜା ବି କରୁଥିଲେ ।”b ତାଙ୍କ ମଣ୍ଡଳୀର ପ୍ରାଚୀନମାନେ ଭାଇଭଉଣୀମାନଙ୍କ ସହ ଭଲ ମିଳାମିଶା କରୁଥିଲେ ଓ ସେମାନଙ୍କ ସହ ସମୟ ବିତାଉଥିଲେ । ତେଣୁ ଯେବେ କୋଭିଡ୍-୧୯ ମହାମାରୀ ବ୍ୟାପିଲା ଓ ଭଉଣୀ ଡେଜିଙ୍କ ପରିବାରର କିଛି ଲୋକମାନଙ୍କ ମୃତ୍ୟୁ ହୋଇଗଲା, ତେବେ ସେମାନେ ଆହୁରି ଭଲଭାବେ ଭଉଣୀଙ୍କ ସାହାଯ୍ୟ କରିପାରିଲେ ।
୪. ଭଉଣୀ ଡେଜିଙ୍କ ମଣ୍ଡଳୀର ପ୍ରାଚୀନମାନେ କାହିଁକି ସେମାନଙ୍କ ସାହାଯ୍ୟ କରିପାରିଲେ ଓ ଏଥିରୁ ପ୍ରାଚୀନମାନେ କʼଣ ଶିଖିପାରିବେ ?
୪ ଭଉଣୀ ଡେଜି କହନ୍ତି, “ମୋʼ ମଣ୍ଡଳୀର ପ୍ରାଚୀନମାନେ ମୋʼ ସାଙ୍ଗ ଅଟନ୍ତି । ତେଣୁ ମୁଁ ଖୋଲିକି ସେମାନଙ୍କୁ କହିପାରିଲି ଯେ ମୁଁ କିପରି ଅନୁଭବ କରୁଛି ଓ କେଉଁ କଥାଗୁଡ଼ିକୁ ନେଇ ମୋତେ ଚିନ୍ତା ହେଉଛି ।” ଏଥିରୁ ପ୍ରାଚୀନମାନେ କʼଣ ଶିଖିପାରିବେ ? କୌଣସି ସମସ୍ୟା ଆସିବାର ଅପେକ୍ଷା କରନ୍ତୁ ନାହିଁ । ଆଗରୁ ହିଁ ମେଷମାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ, ସେମାନଙ୍କ ସାଙ୍ଗ ହୁଅନ୍ତୁ । ଯଦି କୌଣସି ରୋଗ କିମ୍ବା ମହାମାରୀ ଯୋଗୁଁ ଆପଣ ଭାଇଭଉଣୀମାନଙ୍କ ସହ ଭେଟିପାରୁ ନାହାନ୍ତି, ତାହେଲେ ଅନ୍ୟ ଉପାୟରେ ସେମାନଙ୍କ ସହ କଥା ହେବା ପାଇଁ ଚେଷ୍ଟା କରନ୍ତୁ । ଭଉଣୀ ଡେଜି କହନ୍ତି, ‘ଅନେକଥର ମୋତେ ଗୋଟିଏ ଦିନରେ ହିଁ ଅନେକ ପ୍ରାଚୀନଙ୍କ ଫୋନ୍ ଆସିଲା କିମ୍ବା ସେମାନେ ମେସେଜ୍ ପଠାଇଲେ । ସେମାନେ ମୋତେ ଅଲଗା ଅଲଗା ପଦ ବିଷୟରେ କହିଲେ । ମୁଁ ସେହି ପଦଗୁଡ଼ିକୁ ଆଗରୁ ହିଁ ଅନେକଥର ପଢ଼ିଥିଲି, କିନ୍ତୁ ସେଗୁଡ଼ିକୁ ପୁଣିଥରେ ପଢ଼ି ମୋତେ ବହୁତ ସାହସ ମିଳିଲା ।’
୫. ପ୍ରାଚୀନମାନେ କିପରି ଜାଣିପାରିବେ ଯେ ଭାଇଭଉଣୀମାନଙ୍କୁ କେଉଁ ଜିନିଷଗୁଡ଼ିକର ଆବଶ୍ୟକତା ଅଛି ଓ ସେମାନେ କିପରି ଭାଇଭଉଣୀମାନଙ୍କ ସାହାଯ୍ୟ କରିପାରିବେ ?
୫ ଭାଇଭଉଣୀମାନଙ୍କୁ କେଉଁ ଜିନିଷର ଆବଶ୍ୟକ ଅଛି, ତାହା ଜାଣିବା ପାଇଁ ଆପଣ ସେମାନଙ୍କୁ କିଛି ପ୍ରଶ୍ନ ପଚାରିପାରିବେ, କିନ୍ତୁ ଏପରି କିଛି ପ୍ରଶ୍ନ ପଚାରନ୍ତୁ ନାହିଁ ଯାହା ସେମାନଙ୍କୁ ଖରାପ ଲାଗିପାରେ । (ହିତୋ. ୨୦:୫) ଆପଣ ସେମାନଙ୍କୁ ପଚାରିପାରିବେ ଯେ କʼଣ ସେମାନଙ୍କ ପାଖରେ ଖାଦ୍ୟ, ଔଷଧ ଓ ଅନ୍ୟ ଆବଶ୍ୟକ ଜିନିଷଗୁଡ଼ିକ ଅଛି କିମ୍ବା କʼଣ ସେମାନଙ୍କର ଚାକିରି ଚାଲିଯିବାର ସମ୍ଭାବନା ଅଛି କିମ୍ବା ସେମାନଙ୍କ ପାଖରେ ଘରଭଡ଼ା ଦେବା ପାଇଁ ପଇସା ନାହିଁ । କିମ୍ବା ଯଦି ସରକାର ଲୋକମାନଙ୍କ ଆବଶ୍ୟକତା ପୂରା କରିବା ପାଇଁ କୌଣସି ବ୍ୟବସ୍ଥା କରିଛନ୍ତି, ତାହେଲେ ଆପଣ ଭାଇଭଉଣୀମାନଙ୍କୁ ପଚାରିପାରିବେ ଯେ କʼଣ ସେମାନଙ୍କୁ ସେଥିରୁ ଲାଭ ପାଇବା ପାଇଁ କୌଣସି ସାହାଯ୍ୟ ଦରକାର । ଭାଇଭଉଣୀମାନେ ଭଉଣୀ ଡେଜିଙ୍କର ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିଲେ । କିନ୍ତୁ ପ୍ରାଚୀନମାନେ ତାଙ୍କୁ ଯେଉଁ ପ୍ରେମ ଦେଖାଇଲେ ଓ ତାଙ୍କୁ ଯେଉଁ ପଦଗୁଡ଼ିକ ଦେଖାଇଲେ, ବିଶେଷ କରି ସେଥିରୁ ଭଉଣୀଙ୍କୁ ବହୁତ ସାହସ ମିଳିଲା ଓ ସେ ସମସ୍ୟାର ସାମନା କରିପାରିଲେ । ସେ କହନ୍ତି, “ପ୍ରାଚୀନମାନେ ଅନେକଥର ମୋʼ ସହ ପ୍ରାର୍ଥନା କଲେ । ମୋତେ ଏହା ତ ମନେ ନାହିଁ ଯେ ସେମାନେ ମୋତେ କʼଣ କହିଥିଲେ କିନ୍ତୁ ମୋତେ ଏହା ମନେ ଅଛି ଯେ ସେସମୟରେ ମୋତେ କିପରି ଲାଗିଥିଲା । ମୋତେ ଏପରି ଲାଗିଲା ଯେପରି ଯିହୋବା କହୁଛନ୍ତି, ‘ତୁମ୍ଭେ ଏକୁଟିଆ ନାହଁ, ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ ।’”—ଯିଶା. ୪୧:୧୦, ୧୩.
ଜଣେ ଭାଇ ରାଜ୍ୟ ଘରେ ଆସିଥିବା ଭାଇଭଉଣୀମାନଙ୍କୁ ଓ ଭିଡିଓ କନଫ୍ରେନସରେ ଅସୁସ୍ଥ ଥିବା ଜଣେ ଭାଇଙ୍କୁ ଉତ୍ତର ଦେବାର ସୁଯୋଗ ଦେଉଛନ୍ତି ଓ ତାଙ୍କ ଉତ୍ତର ଶୁଣି ଖୁସି ହେଉଛନ୍ତି (ପାରାଗ୍ରାଫ ୬)
୬. ଅନ୍ୟମାନଙ୍କ ସାହାଯ୍ୟ କରିବା ପାଇଁ ମଣ୍ଡଳୀର ଭାଇଭଉଣୀମାନେ କʼଣ କରିପାରିବେ ? (ଚିତ୍ର ଦେଖନ୍ତୁ ।)
୬ ଅନ୍ୟ ଭାଇଭଉଣୀମାନେ କʼଣ କରିପାରିବେ ? ଆମେ ପ୍ରାଚୀନମାନଙ୍କଠାରୁ ଆଶା କରୁ ଯେ ସେମାନେ ମଣ୍ଡଳୀର ଭାଇଭଉଣୀମାନଙ୍କର ଧ୍ୟାନ ରଖନ୍ତୁ । କିନ୍ତୁ ଯିହୋବା ଆମ ସମସ୍ତଙ୍କୁ ପ୍ରୋତ୍ସାହନ ଦିଅନ୍ତି ଯେ ଆମେ ସମସ୍ତେ ପରସ୍ପରର ସାହସ ବଢ଼ାଇବା ଓ ସାହାଯ୍ୟ କରିବା । (ଗଲା. ୬:୧୦) ଯଦି କୌଣସି ଭାଇ କିମ୍ବା ଭଉଣୀ କୌଣସି ରୋଗରେ ପୀଡ଼ିତ ଅଛନ୍ତି, ତାହେଲେ ଆମେ ସେମାନଙ୍କ ପାଇଁ କʼଣ କରିପାରିବା ? ଛୋଟ ପିଲାମାନେ ସେମାନଙ୍କ ପାଇଁ କାର୍ଡ କିମ୍ବା ଡ୍ରୋଇଙ୍ଗ୍ ତିଆରି କରିପାରିବେ । ଯୁବା ଭାଇଭଉଣୀମାନେ ସେମାନଙ୍କ ପାଇଁ କିଣାକିଣି କରିପାରିବେ କିମ୍ବା ସେମାନଙ୍କୁ କୌଣସି କାମରେ ସାହାଯ୍ୟ କରିପାରିବେ । କିମ୍ବା ଆମେ ସେମାନଙ୍କ ଘରେ ଖାଇବା ଜିନିଷ ପହଞ୍ଚାଇ ପାରିବା । ହୁଏତ ଆମେ ଏହାକୁ ଛୋଟ କଥା ବୋଲି ଭାବୁଥିବା, କିନ୍ତୁ ଏଥିରୁ ବି ସେମାନଙ୍କ ସାହସ ବଢ଼ିପାରିବ । ଜଣେ ବ୍ୟକ୍ତିଙ୍କୁ ରୋଗ ହୋଇ ନ ଥିଲେ ବି ମହାମାରୀ ସମୟରେ ସମସ୍ତଙ୍କୁ ସାହସର ଆବଶ୍ୟକ ପଡ଼େ । ତାହେଲେ ଆପଣ ସଭା ପାଇଁ ରାଜ୍ୟଘରେ ଯାʼନ୍ତୁ କିମ୍ବା ଭିଡିଓ କନଫ୍ରେନସିଙ୍ଗ ଦ୍ୱାରା ସଭା କରନ୍ତୁ, ଆପଣ ଟିକେ ଡେରି ରହି ଭାଇଭଉଣୀମାନଙ୍କ ସହ କଥା ହୁଅନ୍ତୁ । ପ୍ରାଚୀନମାନଙ୍କୁ ମଧ୍ୟ ସାହସର ଦରକାର ପଡ଼େ । ଯେବେ କୌଣସି ରୋଗ ବ୍ୟାପେ, ତେବେ ସେମାନଙ୍କ କାମ ଆହୁରି ବଢ଼ିଯାଏ । ତେଣୁ କିଛି ଭାଇଭଉଣୀମାନେ ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ କିଛି ମେସେଜ୍ କିମ୍ବା କାର୍ଡ ପଠାନ୍ତି । ତେବେ ଆସନ୍ତୁ ପ୍ରତ୍ୟେକେ ‘ପରସ୍ପରକୁ ସାନ୍ତ୍ୱନା ଦେବା, ପୁଣି ପରସ୍ପରର ନିଷ୍ଠା [“ପରସ୍ପରର ଲଗାତାର ସାହସ ବଢ଼ାଇବା,” NWT] ଜନ୍ମାଇବା ।’—୧ ଥେସ. ୫:୧୧.
ଯେବେ କୌଣସି ବିପତ୍ତି ଆସେ
୭. ଯେବେ କୌଣସି ବିପତ୍ତି ଆସେ, ତେବେ କେଉଁ କେଉଁ ଅସୁବିଧା ହୋଇପାରେ ?
୭ ଯେବେ କୌଣସି ବିପତ୍ତି ଆସେ, ତେବେ ଟିକେ ସମୟରେ ହିଁ ସବୁକିଛି ବଦଳିଯାଏ । ହୁଏତ ଆମେ ନିଜ ଜିନିଷଗୁଡ଼ିକୁ ହରାଇଦେଉ, ଆମ ଘର ନଷ୍ଟ ହୋଇଯାଏ କିମ୍ବା ଆମେ ନିଜ ପ୍ରିୟଜନମାନଙ୍କୁ ମୃତ୍ୟୁରେ ହରାଇଦେଉ । ଆଉ ଏପରି ନୁହେଁ ଯେ ଏହି କଷ୍ଟ କେବଳ ଦୁନିଆର ଲୋକମାନଙ୍କ ଉପରେ ଆସେ, ଯିହୋବାଙ୍କ ଲୋକମାନଙ୍କୁ ମଧ୍ୟ ଏଗୁଡ଼ିକର ସାମନା କରିବାକୁ ପଡ଼େ । ଯଦି ଏପରି କିଛି ହୁଏ, ତେବେ ଆମେ ଅନ୍ୟମାନଙ୍କ ସାହାଯ୍ୟ କିପରି କରିପାରିବା ?
୮. ବିପତ୍ତି ଆସିବା ପୂର୍ବରୁ ପ୍ରାଚୀନମାନେ ଓ ପରିବାରର ମୁଖିଆ କʼଣ କରିପାରିବେ ?
୮ ପ୍ରାଚୀନମାନେ କʼଣ କରିପାରିବେ ? ପ୍ରାଚୀନମାନେ, ବିପତ୍ତିର ସାମନା କରିବା ପାଇଁ ଭାଇଭଉଣୀମାନଙ୍କୁ ଆଗରୁ ପ୍ରସ୍ତୁତ କରନ୍ତୁ । ଏକଥାର ଧ୍ୟାନ ରଖନ୍ତୁ ଯେ ସମସ୍ତଙ୍କୁ ଜଣାଥିବା କଥା ଯେ ବିପତ୍ତି ଆସିଲେ ସେମାନଙ୍କୁ କʼଣ କରିବାର ଅଛି ଓ ସେମାନଙ୍କୁ କହନ୍ତୁ ଯେ ଯେବେ ଏପରି କିଛି ହୁଏ, ତେବେ ସେମାନେ ଆପଣଙ୍କୁ ସମ୍ପର୍କ କରନ୍ତୁ । ଭଉଣୀ ମାର୍ଗରେଟ୍ ଯାହାଙ୍କ ବିଷୟରେ ପୂର୍ବ ଲେଖାରେ ଚର୍ଚ୍ଚା କରାଯାଇଥିଲା, କହନ୍ତି, “ଆମକୁ ମଣ୍ଡଳୀର ଆବଶ୍ୟକତା ଭାଗରେ ପ୍ରାଚୀନମାନେ ଜଣାଇଥିଲେ ଯେ ଏବେ ବି ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଅଛି । ସେମାନେ କହିଥିଲେ ଯଦି ଅଧିକାରୀମାନେ ଆମକୁ ଅଞ୍ଚଳ ଛାଡ଼ିଯିବା ପାଇଁ କହନ୍ତି କିମ୍ବା ଆମକୁ ଲାଗେ ଯେ ଏହି ବିପତ୍ତି ବଢ଼ି ଯାଇଛି, ତାହେଲେ ତୁରନ୍ତ ଆମକୁ ସେଠାରୁ ବାହାରିଯିବା ଉଚିତ୍ ।” ପ୍ରାଚୀନମାନେ ଭାଇଭଉଣୀମାନଙ୍କୁ ଏହି ପରାମର୍ଶ ଠିକ୍ ସମୟରେ ଦେଲେ, କାରଣ ତାʼର ପାଞ୍ଚ ସପ୍ତାହ ପରେ ହିଁ ପାଖ ଜଙ୍ଗଲରେ ନିଆଁ ଲାଗିଗଲା ଓ ଲୋକମାନଙ୍କୁ ସେହି ଅଞ୍ଚଳରୁ ବାହାରିବାକୁ ପଡ଼ିଲା । ଯଦି ଆପଣ ପରିବାରର ଜଣେ ମୁଖିଆ ଅଟନ୍ତି, ତାହେଲେ ପାରିବାରିକ ଉପାସନା ସମୟରେ ଏବିଷୟରେ ଚର୍ଚ୍ଚା କରନ୍ତୁ ଯେ ଯଦି କୌଣସି ବିପତ୍ତି ଆସିଲା, ତେବେ ପ୍ରତ୍ୟେକ ଜଣ କʼଣ କରିବେ । ଏପରି ଭାବେ ଆପଣ ଓ ଆପଣଙ୍କ ପିଲାମାନେ ବିପତ୍ତି ଆସିଲେ ଡରିବେନି ବରଂ ଶାନ୍ତ ରହିପାରିବେ ।
୯. ବିପତ୍ତି ଆସିବା ପୂର୍ବରୁ ଓ ତାʼପରେ ପ୍ରାଚୀନମାନେ କʼଣ କରିପାରିବେ ?
୯ ଯଦି ଆପଣ ସମୂହର ଅଧ୍ୟକ୍ଷ ଅଟନ୍ତି, ତେବେ କୌଣସି ବିପତ୍ତି ଆସିବା ପୂର୍ବରୁ ହିଁ ସମୂହର ପ୍ରତ୍ୟେକ ଭାଇଭଉଣୀମାନଙ୍କ ଫୋନ୍ ନମ୍ବର ଓ ଠିକଣା ନିଅନ୍ତୁ । ଆପଣ ଚାହିଁଲେ ତାʼର ଗୋଟିଏ ସୂଚୀ ତିଆରି କରିପାରିବେ ଓ ମଝି ମଝିରେ ଦେଖିପାରିବେ ଯେ କʼଣ ସେଥିରେ କିଛି ପରିବର୍ତ୍ତନ କରିବାର ଦରକାର ଅଛି । ତାʼପରେ ଯେବେ କୌଣସି ବିପତ୍ତି ଆସିବ, ତେବେ ଆପଣ ସମସ୍ତଙ୍କ ସହ ସମ୍ପର୍କ କରିପାରିବେ ଓ ଜାଣିପାରିବେ ଯେ ସେମାନଙ୍କୁ କେଉଁ ଜିନିଷର ଆବଶ୍ୟକତା ଅଛି । ଆପଣଙ୍କୁ ସେବିଷୟରେ ଜଣାପଡ଼ିଲେ ତୁରନ୍ତ ପ୍ରାଚୀନମାନଙ୍କ ସମୂହର ସଂଯୋଜକଙ୍କୁ ଏବିଷୟରେ କହନ୍ତୁ । ତାʼପରେ ସେ ସର୍କିଟ ଅଧ୍ୟକ୍ଷଙ୍କୁ ଏବିଷୟରେ ଜଣାଇବେ । ଏପରି ଭାବେ ମିଳିମିଶି କାମ କଲେ ଏହି ଭାଇମାନେ ପ୍ରତ୍ୟେକ ଭାଇଭଉଣୀମାନଙ୍କ ଭଲଭାବେ ସାହାଯ୍ୟ କରିପାରନ୍ତି । ଧ୍ୟାନ ଦିଅନ୍ତୁ ଯେ ଯେବେ ଭଉଣୀ ମାର୍ଗରେଟ୍ଙ୍କ ଅଞ୍ଚଳରେ ନିଆଁ ଲାଗିଲା, ତେବେ ପ୍ରାଚୀନମାନେ କିପରି ଭାଇଭଉଣୀମାନଙ୍କୁ ସାହାଯ୍ୟ କଲେ । ସେମାନେ ତୁରନ୍ତ ସମସ୍ତଙ୍କୁ ଫୋନ୍ କଲେ ଓ ତାʼପରେ ସେ ସର୍କିଟ ଅଧ୍ୟକ୍ଷଙ୍କୁ ସେବିଷୟରେ କହିଲେ । ପ୍ରାୟ ୪୫୦ ଜଣ ଭାଇଭଉଣୀଙ୍କୁ ନିଜ ଘରଛାଡ଼ି ଯିବାକୁ ପଡ଼ିଲା । ସମସ୍ତଙ୍କ ରହିବାର ବ୍ୟବସ୍ଥା କରିବା ପାଇଁ ସର୍କିଟ ଅଧ୍ୟକ୍ଷ ପ୍ରାଚୀନମାନଙ୍କ ସହ ଲଗାତାର କଥା ହେଉଥିଲେ ଓ ତାʼଯୋଗୁଁ ସେମାନେ ୩୬ ଘଣ୍ଟା ଯାଏ ଶୋଇଲେ ନାହିଁ । (୨ କରି. ୧୧:୨୭) ଶେଷରେ ସମସ୍ତଙ୍କ ରହିବାର ବ୍ୟବସ୍ଥା ହୋଇଗଲା ।
୧୦. ପ୍ରାଚୀନମାନେ ପ୍ରତିପାଳକ ସାକ୍ଷାତ କାହିଁକି କରନ୍ତି ? (ଯୋହନ ୨୧:୧୫)
୧୦ ଯେବେ କୌଣସି ବିପତ୍ତି ଆସେ, ତେବେ ପ୍ରାଚୀନମାନେ ସବୁଠୁ ପ୍ରଥମେ ଏକଥାର ଧ୍ୟାନ ଦେଇପାରିବେ ଯେ ଭାଇଭଉଣୀମାନଙ୍କ ପାଖରେ ଖାଇବା ଜିନିଷ, ପିନ୍ଧିବା ପାଇଁ କପଡ଼ା ଓ ରହିବା ପାଇଁ ଜାଗା ରହୁ । କିନ୍ତୁ ସେମାନଙ୍କର ଏହା ବି ଦାୟିତ୍ୱ ଅଟେ ଯେ ସେମାନେ ଭାଇଭଉଣୀମାନଙ୍କୁ ବାଇବଲରୁ ସାନ୍ତ୍ୱନା ଦିଅନ୍ତୁ ଓ ଯେଉଁମାନେ ଦୁଃଖରେ କିମ୍ବା ଚିନ୍ତାରେ ଅଛନ୍ତି, ସେମାନଙ୍କ ସାହସ ବଢ଼ାନ୍ତୁ । (୧ ପିତ. ୫:୨) ବିପତ୍ତି ଆସିବାର ଅନେକ ମାସ ପରେ ମଧ୍ୟ ଅନେକ ଭାଇଭଉଣୀମାନଙ୍କୁ ଏପରି ହିଁ ସାହସର ଦରକାର ପଡ଼ିଥାଏ । (ଯୋହନ ୨୧:୧୫ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଏବିଷୟରେ ଭାଇ ହେରୋଲ୍ଡ କʼଣ କହନ୍ତି, ଯିଏ ଜଣେ ଶାଖା ସମିତିର ସଦସ୍ୟ ଅଟନ୍ତି । ସେ ଏପରି ଅନେକ ଭାଇଭଉଣୀମାନଙ୍କୁ ଭେଟିଛନ୍ତି ଯେଉଁମାନେ କୌଣସି ବିପତ୍ତିର ସାମନା କରିଥିଲେ । ସେ କହନ୍ତି, ‘ଭାଇଭଉଣୀମାନଙ୍କୁ ସେହି ଦୁଃଖରୁ ବାହାରିବା ପାଇଁ ସମୟ ଲାଗେ । ହୁଏତ ସେମାନେ ସମସ୍ୟାରୁ ବାହାରି ଆସିଥିବେ ଓ ସେମାନଙ୍କ ପରିସ୍ଥିତି ଆଗ ଭଳି ହୋଇଯାଇଥିବ, କିନ୍ତୁ ପଛ କଥା ଭାବି ସେମାନେ ଏବେ ବି ବହୁତ ଚିନ୍ତା କରୁଥିବେ । ହୁଏତ ବିପତ୍ତି ଯୋଗୁଁ ସେମାନେ ନିଜ ପ୍ରିୟଜନମାନଙ୍କୁ ମୃତ୍ୟୁରେ ହରାଇଥିବେ, ନିଜ ବହୁମୂଲ୍ୟ ଜିନିଷ ହରାଇଥିବେ କିମ୍ବା ମରୁ ମରୁ ରକ୍ଷା ପାଇଥିବେ । ସେବିଷୟରେ ଭାବି ସେମାନେ ଚିନ୍ତିତ ହୋଇପାରନ୍ତି । ଏପରି ଭାବିବା ସ୍ୱାଭାବିକ ଅଟେ କାରଣ ସେମାନେ ବି ମଣିଷ ହିଁ ଅଟନ୍ତି, କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ସେମାନଙ୍କର ବିଶ୍ୱାସ ଦୁର୍ବଳ ହୋଇଯାଇଛି ।’
୧୧. ପ୍ରାଚୀନମାନେ କିପରି ଭାବେ ପରିବାରମାନଙ୍କର ସାହାଯ୍ୟ କରିପାରିବେ ?
୧୧ ପ୍ରାଚୀନମାନଙ୍କୁ ବାଇବଲରେ ଲେଖାଥିବା ଏହି ପରାମର୍ଶକୁ ମାନିବା ଉଚିତ୍: “ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର ।” (ରୋମୀ. ୧୨:୧୫) ଯେଉଁ ଭାଇଭଉଣୀମାନେ ବିପତ୍ତିର ସାମନା କରିଛନ୍ତି, ପ୍ରାଚୀନମାନେ ସେମାନଙ୍କୁ ଭରସା କରାଇବା ଉଚିତ୍ ଯେ ଯିହୋବା ସେମାନଙ୍କୁ ଏବେ ବି ପ୍ରେମ କରନ୍ତି ଓ ସେମାନଙ୍କ ଭାଇଭଉଣୀମାନେ ମଧ୍ୟ ସେମାନଙ୍କୁ ପ୍ରେମ କରନ୍ତି । ପ୍ରାଚୀନମାନଙ୍କୁ ସମସ୍ତ ପରିବାରକୁ ପ୍ରୋତ୍ସାହନ ମଧ୍ୟ ଦେବା ଉଚିତ୍ ଯେ ସେମାନେ ଉପାସନା ସହ ଜଡ଼ିତ କାମରେ ଲାଗି ରହନ୍ତୁ, ଯେପରି ପ୍ରାର୍ଥନା, ଅଧ୍ୟୟନ, ସଭାରେ ଯିବା ଓ ପ୍ରଚାରରେ ଯିବା ଜାରି ରଖନ୍ତୁ । ପ୍ରାଚୀନମାନେ ବାପାମାଆଙ୍କୁ କହିବା ଉଚିତ୍ ଯେ ସେମାନେ ନିଜ ପିଲାମାନଙ୍କୁ ମନେପକାଇ ଦିଅନ୍ତୁ ଯେ ବିପତ୍ତିରେ ସେମାନେ ସବୁକିଛି ହରାଇ ନାହାନ୍ତି, ସେମାନଙ୍କ ପାଖରେ ଏପରି କିଛି ଅଛି ଯାହା କୌଣସି ବି ବିପତ୍ତି ସେମାନଙ୍କଠାରୁ ଛଡ଼ାଇ ପାରିବନି । ଯେପରି, ବାପାମାଆ ପିଲାମାନଙ୍କୁ କହିପାରିବେ ଯେ ଯିହୋବା ଏବେ ବି ସେମାନଙ୍କ ସାଙ୍ଗ ଅଟନ୍ତି ଓ ସେ ସବୁବେଳେ ସେମାନଙ୍କ ସାଙ୍ଗରେ ରହିବେ । ସେମାନେ ଏହା ବି କହିପାରିବେ ଯେ ସେମାନଙ୍କର ଗୋଟିଏ ବହୁତ ବଡ଼ ପରିବାର ଅଛି ଓ ସାରା ଦୁନିଆରେ ଅନେକ ଭାଇଭଉଣୀମାନେ ଅଛନ୍ତି ଯେଉଁମାନେ ସେମାନଙ୍କୁ ପ୍ରେମ କରନ୍ତି ଓ ସେମାନଙ୍କ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି ।—୧ ପିତ. ୨:୧୭.
କୌଣସି ବିପତ୍ତି ଆସିବା ପରେ କʼଣ ଆପଣ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରିବେ ? (ପାରାଗ୍ରାଫ ୧୨)e
୧୨. ଅନ୍ୟ ଭାଇଭଉଣୀମାନେ ବିପତ୍ତି ଆସିଲେ କʼଣ କରିପାରିବେ ? (ଚିତ୍ର ଦେଖନ୍ତୁ ।)
୧୨ ଅନ୍ୟ ଭାଇଭଉଣୀମାନେ କʼଣ କରିପାରିବେ ? ଯଦି କୌଣସି ପାଖ ଅଞ୍ଚଳରେ ବିପତ୍ତି ଆସେ, ତାହେଲେ ପ୍ରାଚୀନମାନଙ୍କୁ ପଚାରନ୍ତୁ ଯେ ଆପଣ କିପରି ସାହାଯ୍ୟ କରିପାରିବେ । ହୁଏତ ସେହି ଭାଇଭଉଣୀମାନଙ୍କୁ ନିଜ ଘରେ ରଖିପାରିବେ, ଯେଉଁମାନଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଛି କିମ୍ବା ଯେଉଁମାନେ ନିର୍ମାଣ କାମରେ ସାହାଯ୍ୟ କରିବା ପାଇଁ ଆସିଛନ୍ତି କିମ୍ବା ଆପଣ ଖାଇବା ପାଇଁ କିମ୍ବା ଅନ୍ୟ ଜିନିଷ ପହଞ୍ଚାଇବାରେ ସାହାଯ୍ୟ କରିପାରିବେ । କିନ୍ତୁ ଯଦି ବିପତ୍ତି କୌଣସି ଦୂର ଅଞ୍ଚଳରେ ଆସେ, ତେବେ ଆପଣ କʼଣ କରିପାରିବେ ? ଆପଣ ସେହି ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିପାରିବେ । (୨ କରି. ୧:୮-୧୧) ରିଲିଫ୍ କାମରେ ସାହାଯ୍ୟ କରିବା ପାଇଁ ଆପଣ ସାରା ଦୁନିଆରେ ହେଉଥିବା କାମ ପାଇଁ ଦାନ ମଧ୍ୟ ଦେଇପାରିବେ । (୨ କରି. ୮:୨-୫) ଯଦି ଆପଣ ସେଠିଯାଇ ସାହାଯ୍ୟ କରିପାରିବେ, ତେବେ ସେବିଷୟରେ ପ୍ରାଚୀନମାନଙ୍କ ସହିତ କଥା ହୋଇପାରିବେ । ଆଉ ଯଦି ଆପଣଙ୍କୁ ସେଠାରେ ଡକାଯାଏ, ତେବେ ଭାଇମାନେ ଆପଣଙ୍କୁ ଟ୍ରେନିଙ୍ଗ୍ ଦେବେ ଯାହାଦ୍ୱାରା ଆପଣ ଅଧିକରୁ ଅଧିକ ସାହାଯ୍ୟ କରିପାରିବେ ।
ଯେବେ ଅତ୍ୟାଚାର କରାଯାଏ
୧୩. ଯେଉଁ ଦେଶରେ ଆମ କାମ ଉପରେ ରୋକ ଲାଗିଛି, ସେଠାର ଭାଇଭଉଣୀମାନଙ୍କ ଉପରେ କେଉଁ କେଉଁ ସମସ୍ୟା ଆସେ ?
୧୩ ଯେଉଁ ଦେଶରେ ଆମ କାମ ଉପରେ ରୋକ ଲାଗିଛି, ସେଠାର ଭାଇଭଉଣୀମାନଙ୍କ ଉପରେ ଆହୁରି ସମସ୍ୟା ଆସେ । ସାରା ଦୁନିଆର ଅନ୍ୟ ଭାଇଭଉଣୀମାନଙ୍କ ଭଳି ସେମାନଙ୍କୁ ମଧ୍ୟ ପଇସାର ଅଭାବ ହୁଏ, ସେମାନେ ରୋଗରେ ପୀଡ଼ିତ ହୋଇଯାʼନ୍ତି ଓ ନିଜ ପ୍ରିୟଜନମାନଙ୍କୁ ମୃତ୍ୟୁରେ ମଧ୍ୟ ହରାଇ ଦିଅନ୍ତି, କିନ୍ତୁ କଟକଣା ଯୋଗୁଁ ପ୍ରାଚୀନମାନେ ସହଜରେ ସେମାନଙ୍କ ସହ ଭେଟି ପାରନ୍ତି ନାହିଁ ଓ କଥା ବି ହୋଇପାରନ୍ତି ନାହିଁ । ଭାଇ ଆନ୍ଦ୍ରେ ଯାହାଙ୍କ ବିଷୟରେ ପୂର୍ବ ଲେଖାରେ ଚର୍ଚ୍ଚା କରାଯାଇଥିଲା, ତାଙ୍କୁ ବି ଏପରି ହିଁ ସମସ୍ୟାର ସାମନା କରିବାକୁ ପଡ଼ିଲା । ତାଙ୍କ ପ୍ରଚାର ସମୂହର ଜଣେ ଭଉଣୀଙ୍କୁ ପଇସାର ଅଭାବ ହେଲା, ତାʼସହ ତାଙ୍କର ଆକ୍ସିଡେଣ୍ଟ ହୋଇଗଲା । ଡାକ୍ତରମାନେ କହିଲେ ଯେ ତାଙ୍କର ଅନେକ ଅପରେସନ କରିବାକୁ ପଡ଼ିବ ଓ ଏବେ ସେ କୌଣସି କାମ ମଧ୍ୟ କରିପାରନ୍ତେ ନାହିଁ । କଟକଣା ଓ ମହାମାରୀ ଯୋଗୁଁ ଭାଇଭଉଣୀମାନଙ୍କ ପାଇଁ ତାଙ୍କୁ ସାହାଯ୍ୟ କରିବା ସହଜ ନ ଥିଲା, କିନ୍ତୁ ଯିହୋବା ସବୁକିଛି ଦେଖୁଥିଲେ ଓ ସେ ଭାଇଭଉଣୀମାନଙ୍କୁ ପ୍ରେରିତ କଲେ ଯେ ସେମାନଙ୍କ ଦ୍ୱାରା ଯାହା ବି ହୋଇପାରେ, ସେମାନେ ତାହା କରନ୍ତୁ ।
୧୪. ସମସ୍ୟା ଆସିଲେ ପ୍ରାଚୀନମାନେ ଯିହୋବାଙ୍କ ଉପରେ କିପରି ଭରସା ରଖିପାରିବେ ?
୧୪ ପ୍ରାଚୀନମାନେ କʼଣ କରିପାରିବେ ? ଭାଇ ଆନ୍ଦ୍ରେ ଯିହୋବାଙ୍କୁ ପ୍ରାର୍ଥନା କଲେ ଓ ସେ ଯାହା କରିପାରନ୍ତେ, ତାହା କଲେ । ଆଉ ଯିହୋବା ତାଙ୍କର ପ୍ରାର୍ଥନା ଶୁଣିଲେ । ଯିହୋବା ଅନ୍ୟ ଭାଇଭଉଣୀମାନଙ୍କୁ ପ୍ରେରିତ କଲେ ଯେ ସେମାନେ ସେହି ଭଉଣୀଙ୍କର ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ । କିଛି ଭାଇଭଉଣୀମାନେ ତାଙ୍କୁ ଡାକ୍ତର ପାଖକୁ ନେଇକି ଗଲେ ଓ କିଛି ଭାଇଭଉଣୀ ତାଙ୍କୁ ପଇସା ଦେଇ ସାହାଯ୍ୟ କଲେ । ସେମାନେ ସାହସର ସହ କାମ କଲେ ଓ ସମସ୍ତେ ମିଶି ସେହି ଭଉଣୀଙ୍କର ସାହାଯ୍ୟ କଲେ, ତେଣୁ ଯିହୋବା ସେମାନଙ୍କୁ ଆଶିଷ ଦେଲେ ଓ ଭଉଣୀଙ୍କର ଆବଶ୍ୟକତା ପୂରା ହୋଇପାରିଲା । (ଏବ୍ରୀ ୧୩:୧୬) ପ୍ରାଚୀନମାନେ ଏଥିରୁ କʼଣ ଶିଖିପାରିବେ ? ଯଦି ଆମ କାମ ଉପରେ ରୋକ ଲାଗିଛି, ତେବେ ନିଜର କିଛି କାମ ଅନ୍ୟ ଭାଇଭଉଣୀମାନଙ୍କୁ ଦିଅନ୍ତୁ । (ଯିରି. ୩୬:୫, ୬) ସବୁଠୁ ବେଶି, ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ସେ ଭାଇଭଉଣୀମାନଙ୍କ ଦେଖାଶୁଣା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ ।
୧୫. ଯଦି ଆମ କାମ ଉପରେ ରୋକ ଲାଗିଛି, ତାହେଲେ ଆମେ କʼଣ କରିପାରିବା ଯାହାଦ୍ୱାରା ଆମ ମଧ୍ୟରେ ଏକତା ବଜାୟ ରହିବ ?
୧୫ ଅନ୍ୟ ଭାଇଭଉଣୀମାନେ କʼଣ କରିପାରିବେ ? ଆମେ ଯେଉଁଠି ରହୁ, ଯଦି ସେଠାରେ ଆମ କାମ ଉପରେ ରୋକ ଲାଗିଛି, ତେବେ ହୁଏତ ଆମକୁ ଛୋଟ ସମୂହରେ ଭେଟିବାକୁ ପଡ଼େ । ଏପରି ସମୟରେ ଏହା ବହୁତ ଜରୁରୀ ଅଟେ ଯେ ଆମେ ଭାଇଭଉଣୀମାନଙ୍କ ସହ ଭଲ ସମ୍ପର୍କ ରଖୁ । ଆମକୁ ଶୟତାନ ସହ ଲଢ଼ିବାର ଅଛି, ପରସ୍ପର ସହ ନୁହେଁ । ଯଦି କୌଣସି ଭାଇ କିମ୍ବା ଭଉଣୀ ଏପରି କିଛି କରନ୍ତି ଯାହା ଆପଣଙ୍କୁ ଭଲ ଲାଗେ ନାହିଁ, ତେବେ ସେହି କଥାକୁ ଛାଡ଼ି ଦିଅନ୍ତୁ । କିମ୍ବା ଯଦି ଆପଣଙ୍କ ସମ୍ପର୍କ କାହାରି ସହିତ ଦୁର୍ବଳ ହେଉଛି, ତାହେଲେ ଶୀଘ୍ର ସେମାନଙ୍କ ସହ ବୁଝାମଣା କରନ୍ତୁ । (ହିତୋ. ୧୯:୧୧; ଏଫି. ୪:୨୬) ଆଉ ଆଗକୁ ଆସି ସେମାନଙ୍କର ସାହାଯ୍ୟ କରନ୍ତୁ । (ତୀତ. ୩:୧୪) ଜାଣିଛନ୍ତି, ଯେବେ ସେହି ଭାଇଭଉଣୀମାନେ ସେହି ଭଉଣୀଙ୍କୁ ସାହାଯ୍ୟ କଲେ ଯାହାଙ୍କ ଆକ୍ସିଡେଣ୍ଟ ହୋଇଯାଇଥିଲା, ତେବେ କʼଣ ହେଲା ? ସେମାନେ ପରସ୍ପରର ଆହୁରି ନିକଟତର ହୋଇଗଲେ ଓ ସେମାନେ ଗୋଟିଏ ପରିବାର ଭଳି ହୋଇଗଲେ । ସେହିପରି ଯଦି ଆମେ ପରସ୍ପରର ସାହାଯ୍ୟ କରିବା, ତେବେ ଆମ ମଧ୍ୟରେ ପ୍ରେମ ବଢ଼ିଯିବ ଓ ଆମ ମଧ୍ୟରେ ଏକତା ବଜାୟ ରହିବ ।—ଗୀତ. ୧୩୩:୧.
୧୬. କଲସୀୟ ୪:୩, ୧୮ ପଦ ମୁତାବକ, ଯେଉଁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ଆମେ ସେହି ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବା ?
୧୬ ଆଜି ଆମର ହଜାର ହଜାର ଭାଇଭଉଣୀମାନେ ଏପରି ଦେଶରେ ରହନ୍ତି, ଯେଉଁ ଦେଶରେ ସରକାର ଆମ କାମ ଉପରେ କଟକଣା ଲଗାଇ ଦେଇଛି । ଯିହୋବାଙ୍କ ସେବା କରିବା ଯୋଗୁଁ ଅନେକ ଭାଇଭଉଣୀମାନଙ୍କୁ ଜେଲରେ ମଧ୍ୟ ପୂରେଇ ଦିଆଯାଇଛି । ଆମେ ସେମାନଙ୍କ ପାଇଁ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ପ୍ରାର୍ଥନା କରିପାରିବା ।c (କଲସୀୟ ୪:୩, ୧୮ ପଢ଼ନ୍ତୁ ।) ଆମେ ସେହି ଭାଇଭଉଣୀମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିପାରିବା ଯେଉଁମାନେ ସେମାନଙ୍କର ସାହସ ବଢ଼ାନ୍ତି, ସେମାନଙ୍କ ଯାଏ ଆବଶ୍ୟକ ଜିନିଷ ପହଞ୍ଚାନ୍ତି ଓ ଅଦାଲତରେ ସେମାନଙ୍କ ତରଫରୁ ଲଢ଼ନ୍ତି । ଏହି ଭାଇଭଉଣୀମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ, ତଥାପି ସେମାନେ ଡରନ୍ତି ନାହିଁ ବରଂ ସାହସର ସହ ଅନ୍ୟମାନଙ୍କର ସାହାଯ୍ୟ କରନ୍ତି । କେବେ ବି ଏପରି ଭାବନ୍ତୁ ନାହିଁ ଯେ ଏହି ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କଲେ କିମ୍ବା ନ କଲେ କୌଣସି ଫରକ ପଡ଼ିବନି ।—୨ ଥେସ. ୩:୧, ୨; ୧ ତୀମ. ୨:୧, ୨.
ଆପଣ ଏବେଠୁ ନିଜ ପରିବାରକୁ ଅତ୍ୟାଚାରର ସାମନା କରିବା ପାଇଁ କିପରି ପ୍ରସ୍ତୁତ କରିପାରିବେ ? (ପାରାଗ୍ରାଫ ୧୭)
୧୭. ଆପଣ ଅତ୍ୟାଚାରର ସାମନା କରିବା ପାଇଁ ଏବେଠୁ କିପରି ପ୍ରସ୍ତୁତି କରିପାରିବେ ?
୧୭ ଆପଣ ଓ ଆପଣଙ୍କ ପରିବାର ଏବେଠୁ ଅତ୍ୟାଚାରର ସାମନା କରିବା ପାଇଁ ପ୍ରସ୍ତୁତି କରିପାରିବେ । (ପ୍ରେରି. ୧୪:୨୨) କେବଳ ଖରାପ ଜିନିଷଗୁଡ଼ିକ ବିଷୟରେ ଭାବନ୍ତୁ ନାହିଁ ଯେ ଆପଣଙ୍କ ସହ କʼଣ କʼଣ ହୋଇଯିବ ବରଂ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରନ୍ତୁ । ନିଜ ପିଲାମାନଙ୍କୁ ଯିହୋବାଙ୍କର ନିକଟତର ହୋଇ ରହିବା ପାଇଁ ସାହାଯ୍ୟ କରନ୍ତୁ । ଯଦି ବେଳେବେଳେ ଆପଣଙ୍କୁ ଅଧିକ ଚିନ୍ତା ହୁଏ, ତେବେ ଯିହୋବାଙ୍କୁ ହୃଦୟ ଖୋଲି ପ୍ରାର୍ଥନା କରନ୍ତୁ । (ଗୀତ. ୬୨:୭, ୮) ନିଜ ପରିବାର ସହ ମିଶି କଥା ହୁଅନ୍ତୁ ଯେ ଆପଣ କାହିଁକି ଯିହୋବାଙ୍କ ଉପରେ ଭରସା କରିପାରିବେ ।d ଯେପରି ଆପଣ ବିପତ୍ତି ଆସିବା ପୂର୍ବରୁ ପ୍ରସ୍ତୁତି କରନ୍ତି ଓ ଯିହୋବାଙ୍କ ଉପରେ ଭରସା ରଖନ୍ତି, ସେହିପରି ଅତ୍ୟାଚାର ଆସିବା ପୂର୍ବରୁ ମଧ୍ୟ ପ୍ରସ୍ତୁତି କରନ୍ତୁ । ତେବେ ଆପଣଙ୍କୁ ଦେଖି ଆପଣଙ୍କ ପିଲାମାନେ ମଧ୍ୟ ସାହସର ସହ କାମ କରିପାରିବେ ଓ ଶାନ୍ତ ରହିପାରିବେ ।
୧୮. ଭବିଷ୍ୟତରେ ଯିହୋବା ଆମକୁ କʼଣ ଦେବେ ?
୧୮ “ଈଶ୍ୱରଙ୍କ ଶାନ୍ତି” ଯୋଗୁଁ ଆମେ ସୁରକ୍ଷିତ ରହୁ । (ଫିଲିପ୍. ୪:୬, ୭) କୌଣସି ରୋଗ, ବିପତ୍ତି କିମ୍ବା ଅତ୍ୟାଚାର ହୁଏ, ତେବେ ଯିହୋବା ଆମକୁ ମନର ଶାନ୍ତି ଦିଅନ୍ତି । ଯିହୋବା ପ୍ରାଚୀନମାନଙ୍କ ଜରିଆରେ ଆମର ସାହସ ବଢ଼ାନ୍ତି ଓ ଆମର ଦେଖାଶୁଣା କରନ୍ତି । ସେ ଆମକୁ ବି ସୁଯୋଗ ଦେଇଛନ୍ତି ଯେ ଆମେ ପରସ୍ପରକୁ ସାହାଯ୍ୟ କରୁ । ତେବେ ଆସନ୍ତୁ ଆମେ ଏବେଠୁ ଚେଷ୍ଟା କରିବା ଯେ ସମସ୍ୟା ସମୟରେ ଆମେ ଶାନ୍ତ ରହୁ ଓ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତ ରହିବା ପାଇଁ ସାହାଯ୍ୟ କରୁ, କାରଣ ଆଗକୁ ଯାଇ ଯେବେ ବଡ଼ ବଡ଼ ସମସ୍ୟା ଆସିବ ଓ “ମହାକ୍ଳେଶ” ହେବ, ତେବେ ଏପରି କରିବା ଆମ ପାଇଁ ଆହୁରି ଆବଶ୍ୟକ ହେବ । (ମାଥି. ୨୪:୨୧) ମହାକ୍ଳେଶ ପରେ ଏପରି କୌଣସି ବି ସମସ୍ୟା ଆମ ଉପରେ ଆସିବନି ଓ କୌଣସି ବି ଚିନ୍ତା ହେବନି । ସେସମୟରେ ଯିହୋବାଙ୍କ ଉଦ୍ଦେଶ୍ୟ ପୂରା ହେବ, ଯିହୋବା ମନୁଷ୍ୟମାନଙ୍କୁ ପ୍ରକୃତ ଶାନ୍ତି ଦେବେ ଯାହା ସବୁବେଳେ ଯାଏ ରହିବ ।—ଯିଶା. ୨୬:୩, ୪.
ଗୀତ ୧୦୯ ଗହରା ପ୍ୟାର କରେଁ
a ଯଦି ଯିହୋବାଙ୍କ ସେବକମାନେ ସମସ୍ୟାର ସାମନା କରନ୍ତି, ତେବେ ଅନେକଥର ଯିହୋବା ତାଙ୍କ ଅନ୍ୟ ସେବକମାନଙ୍କ ଜରିଆରେ ସେମାନଙ୍କର ସାହାଯ୍ୟ କରନ୍ତି । ଯିହୋବା ଆପଣଙ୍କ ଜରିଆରେ ମଧ୍ୟ ଭାଇଭଉଣୀମାନଙ୍କ ସାହସ ବଢ଼ାଇପାରିବେ । ଏହି ଲେଖାରେ ଆମେ ଜାଣିବା ଯେ ସମସ୍ୟା ସମୟରେ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ।
b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
c ଯଦି ଆପଣ ଏପରି ଭାଇଭଉଣୀମାନଙ୍କୁ ଚିଠି ଲେଖିବା ପାଇଁ ଭାବୁଛନ୍ତି ଯେଉଁମାନେ ଜେଲରେ ଅଛନ୍ତି, ତେବେ ସେମାନଙ୍କ ପାଇଁ ଲେଖିଥିବା ଚିଠି ଶାଖା କାର୍ଯ୍ୟାଳୟ କିମ୍ବା ବିଶ୍ୱ ମୁଖ୍ୟାଳୟକୁ ପଠାନ୍ତୁ ନାହିଁ, କାରଣ ସେଠାରୁ ସେହି ଭାଇଭଉଣୀମାନଙ୍କ ଯାଏ ଚିଠି ପହଞ୍ଚାଇବାର କୌଣସି ବ୍ୟବସ୍ଥା କରାଯାଏ ନାହିଁ ।
d ଜୁଲାଇ ୨୦୧୯ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆନେୱାଲେ ଜୁଲ୍ମୋ କି ଅଭି ସେ ତୈୟାରି କିଜିଏ” ପଢ଼ନ୍ତୁ ।
e ଚିତ୍ର ବିଷୟରେ: ବିପତ୍ତି ଆସିବା ପରେ ଜଣେ ସ୍ୱାମୀ ସ୍ତ୍ରୀ ଗୋଟିଏ ପରିବାର ପାଇଁ ଖାଇବା ଜିନିଷ ଆଣିଛନ୍ତି, ଯେଉଁମାନେ ତମ୍ବୁରେ ରହୁଛନ୍ତି ।