ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଏପ୍ରିଲ୍‌ ପୃଷ୍ଠା ୩୨
  • ଚିତ୍ରଗୁଡ଼ିକରୁ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିତ୍ରଗୁଡ଼ିକରୁ ଶିଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ପ୍ରଶାସନ ଦଳଠାରୁ ଚିଠି
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ବିଦ୍ୟାର୍ଥୀଙ୍କ ବିଶ୍ୱାସ ବଢ଼ାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଏପ୍ରିଲ୍‌ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ଚିତ୍ରଗୁଡ଼ିକରୁ ଶିଖନ୍ତୁ

ଆମ ପ୍ରକାଶନଗୁଡ଼ିକରେ ଅନେକ ଚିତ୍ର ଦିଆଯାଇଥାଏ । ସେହି ଚିତ୍ରଗୁଡ଼ିକରୁ ଆମକୁ କିଛି ଜରୁରୀ କଥା ଶିଖାଯାଏ । ଆମେ ସେହି କଥାଗୁଡ଼ିକୁ କିପରି ଶିଖିପାରିବା ?

  • କୌଣସି ଲେଖା ପଢ଼ିବା ପୂର୍ବରୁ ସେଥିରେ ଦିଆଯାଇଥିବା ଚିତ୍ରଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଏପରି କରିବା କାହିଁକି ଦରକାର ? ଯେପରି କୌଣସି ସ୍ୱାଦିଷ୍ଟ ଖାଦ୍ୟ ଦେଖିଲେ, ଆମକୁ ତାହା ଖାଇବା ପାଇଁ ଭାରି ଇଚ୍ଛା ହୁଏ । ଠିକ୍‌ ସେହିଭଳି ଯେବେ ଆମେ କୌଣସି ଲେଖାରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖୁ, ତେବେ ଆମକୁ ତାହା ପଢ଼ିବା ପାଇଁ ଭାରି ଇଚ୍ଛା ହୁଏ । ସେଥିପାଇଁ କୌଣସି ବି ଲେଖା ପଢ଼ିବା ପୂର୍ବରୁ ସେଥିରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖି ନିଜକୁ ପଚାରନ୍ତୁ, ‘ଏହି ଚିତ୍ରଗୁଡ଼ିକରେ କʼଣ ଦେଖାଇ ଦିଆଯାଇଛି ?’—ଆମୋ. ୭:୭, ୮.

  • ଲେଖା ପଢ଼ିବା ସମୟରେ ଭାବନ୍ତୁ ଯେ ଏହି ଚିତ୍ରଗୁଡ଼ିକ କାହିଁକି ଦିଆଯାଇଛି । ଚିତ୍ର ଶୀର୍ଷକ ପଢ଼ନ୍ତୁ ଏବଂ ଯଦି ସେଠାରେ ଚିତ୍ର ବିଷୟରେ ତଥ୍ୟ ଦିଆଯାଇଛି, ତାହେଲେ ତାହାକୁ ମଧ୍ୟ ପଢ଼ନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଏହି ଚିତ୍ର, ଲେଖାର ବିଷୟ ସହ କିପରି ଜଡ଼ିତ ଅଛି । ଆଉ ଭାବନ୍ତୁ ଯେ ଆପଣ ସେହି ଚିତ୍ରରୁ ଯାହା ଶିଖିଲେ, ତାହାକୁ କିପରି ଲାଗୁ କରିବେ ।

  • ଲେଖା ପଢ଼ିବା ପରେ ପୁଣିଥରେ ଚିତ୍ରଗୁଡ଼ିକୁ ଦେଖନ୍ତୁ ଓ ଭାବନ୍ତୁ ଯେ ସେହି ଲେଖାର ମୁଖ୍ୟ କଥାଗୁଡ଼ିକ କʼଣ ଥିଲା । ତାʼପରେ ଆଖି ବନ୍ଦ କରି ପ୍ରତ୍ୟେକ ଚିତ୍ରକୁ ମନେ ପକାଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭାବନ୍ତୁ ଯେ ଆପଣ ସେଥିରୁ କʼଣ ଶିଖିଲେ ।

  • ଆମେ ପ୍ରୋତ୍ସାହନ ଦେଉ ଯେ ଆପଣ ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ପୁଣିଥରେ ଦେଖନ୍ତୁ ଏବଂ ସେଥିରେ କʼଣ ଶିଖାଯାଇଥିଲା, ତାହା ମନେ ପକାଇବା ପାଇଁ ଚେଷ୍ଟା କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ