ନଭେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୬-୧୨ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆମୋଷ ୧-୯
‘ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ’
ପ୍ର୦୪-ହି ୧୧/୧୫ ୨୪ ¶୨୦
ଯିହୋବାଙ୍କର ଅନ୍ୱେଷଣ କରନ୍ତୁ, ଯିଏ ହୃଦୟକୁ ପରୀକ୍ଷା କରନ୍ତି
ସେସମୟରେ ଯେକୌଣସି ଇସ୍ରାଏଲୀୟ ପାଇଁ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ରହିବା ଏତେ ସହଜ ନ ଥିଲା । ଆଜି ମଧ୍ୟ ସମସ୍ତ ଖ୍ରୀଷ୍ଟିୟାନମାନେ ଜାଣନ୍ତି ଯେ ଜଗତଠାରୁ ଭିନ୍ନ ଦେଖାଯିବା କେତେ କଷ୍ଟକର । ଏହା ନଦୀର ପ୍ରଖର ସ୍ରୋତର ବିପରୀତ ଦିଗରେ ପହଁରିବା ସଦୃଶ । ତଥାପି ଈଶ୍ୱରଙ୍କ ପାଇଁ ପ୍ରେମ ଏବଂ ତାହାଙ୍କୁ ଖୁସି କରିବାର ଇଚ୍ଛା କିଛି ଇସ୍ରାଏଲୀୟଙ୍କୁ ସତ୍ୟ ଉପାସନା ଜାରି ରଖିବା ପାଇଁ ପ୍ରେରଣା ଦେଲା । ସେମାନଙ୍କୁ ଯିହୋବା ଆମୋଷ ୫:୪ ପଦରେ ଲିଖିତ ଏହି ପ୍ରେମଭରା ନିମନ୍ତ୍ରଣ ଦେଲେ: “ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ ।” ଆଜି ମଧ୍ୟ ଯେଉଁମାନେ ଅନୁତାପ କରନ୍ତି, ଈଶ୍ୱରଙ୍କ ବାକ୍ୟର ସଠିକ୍ ଜ୍ଞାନ ନିଅନ୍ତି ଏବଂ ତାହାଙ୍କ ଇଚ୍ଛା ପୂରଣ କରିବା ଜରିଆରେ ତାହାଙ୍କର ଅନ୍ୱେଷଣ କରନ୍ତି, ଈଶ୍ୱର ସେମାନଙ୍କ ପ୍ରତି ଦୟା ଦେଖାଇଥାʼନ୍ତି । ଏହା ସହଜ ନୁହେଁ ସତ, କିନ୍ତୁ ଏପରି କରୁଥିବା ବ୍ୟକ୍ତିମାନଙ୍କୁ ଶେଷରେ ଅନନ୍ତ ଜୀବନ ମିଳିବ ।—ଯୋହନ ୧୭:୩.
ଯିହୋବାଙ୍କ ଦିନ (ହିନ୍ଦୀ) ୯୦-୯୧ ପୃଷ୍ଠା ¶୧୬-୧୭
ଯିହୋବାଙ୍କ ଉଚ୍ଚ ମାନଦଣ୍ଡ ଅନୁଯାୟୀ ଜୀବନଯାପନ କରି ତାହାଙ୍କ ସେବା କରନ୍ତୁ
ପ୍ରଥମ ମଣିଷ ଆଦମ ଭଲ-ମନ୍ଦର ମାନଦଣ୍ଡ ଅନୁଯାୟୀ ସଠିକ୍ ନିଷ୍ପତ୍ତି ନ ନେଇ ମୂର୍ଖତାର କାମ କଲା । କʼଣ ଆମେ ସଠିକ୍ ନିଷ୍ପତ୍ତି ନେବା? ଏବିଷୟରେ ଆମୋଷ ପରାମର୍ଶ ଦେଇଥିଲେ, “ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ।” (ଆମୋଷ ୫:୧୫) ୱିଲିୟମ୍ ରେନୀ ହାର୍ପର୍, ଯିଏ ଚିକାଗୋ ବିଶ୍ୱବିଦ୍ୟାଳୟରେ ଯିହୁଦୀମାନଙ୍କର ଭାଷା ଓ ସାହିତ୍ୟର ପ୍ରୋଫେସର୍ ଥିଲେ, ଏହି ପଦ ବିଷୟରେ କହିଥିଲେ: “ଠିକ୍ ଓ ଭୁଲ୍ ବିଷୟରେ [ଆମୋଷଙ୍କ] ମାନଦଣ୍ଡ ୟାହବେଙ୍କ ଇଚ୍ଛା ମୁତାବକ ଥିଲା ।” ଏହା ଏକ ମୁଖ୍ୟ ବିଷୟ ଥିଲା, ଯାହା ଆମେ ୧୨ ଜଣ ଭବିଷ୍ୟଦ୍ବକ୍ତାଙ୍କଠାରୁ (ଏବ୍ରୀ ଶାସ୍ତ୍ରର ଶେଷ ୧୨ଟି ବହିର ଲେଖକମାନଙ୍କଠାରୁ) ଶିଖିପାରିବା । କʼଣ ଆମେ ଠିକ୍ ଓ ଭୁଲ୍ ବିଷୟରେ ଯିହୋବାଙ୍କ ମାନଦଣ୍ଡଗୁଡ଼ିକ ଅନୁଯାୟୀ ଜୀବନଯାପନ କରିବା ପାଇଁ ପ୍ରସ୍ତୁତ? ଏହି ଉଚ୍ଚ ମାନଦଣ୍ଡଗୁଡ଼ିକ ବାଇବଲରେ ଦିଆଯାଇଛି ଏବଂ ଏଗୁଡ଼ିକୁ ବୁଝିବାରେ ଆମକୁ ଅନୁଭବୀ ଖ୍ରୀଷ୍ଟିୟାନମାନେ ଅର୍ଥାତ୍ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ସାହାଯ୍ୟ କରିଛନ୍ତି ।—ମାଥିଉ ୨୪:୪୫-୪୭.
ଯେତେବେଳେ ଆମେ ମନ୍ଦକୁ ଘୃଣା କରୁ, ସେତେବେଳେ ଆମେ ଈଶ୍ୱରଙ୍କୁ ଦୁଃଖିତ କରୁଥିବା କାମଗୁଡ଼ିକଠାରୁ ଦୂରେଇ ରହିପାରୁ । ଉଦାହରଣସ୍ୱରୂପ, ଜଣେ ଲୋକ ହୁଏତ ଜାଣେ ଯେ ଇଣ୍ଟରନେଟ୍ରେ ଅଶ୍ଳୀଳ ଫଟୋ ଦେଖିବା ବିପଜ୍ଜନକ । ତେଣୁ ସେ ସେଗୁଡ଼ିକୁ ଦେଖେ ନାହିଁ । କିନ୍ତୁ, ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ସେହି ବ୍ୟକ୍ତିର “ଆନ୍ତରିକ ପୁରୁଷ” କିପରି? (ଏଫିସୀୟ ୩:୧୬) କʼଣ ସେ ଏହି ଫଟୋଗୁଡ଼ିକୁ ହୃଦୟର ସହିତ ଘୃଣା କରେ? ଆମୋଷ ୫:୧୫ ପଦରେ ଥିବା ଈଶ୍ୱରଙ୍କ ପରାମର୍ଶ ପାଳନ କରିବା ଦ୍ୱାରା ତାʼ ପାଇଁ ମନ୍ଦ ଜିନିଷଗୁଡ଼ିକୁ ଘୃଣା କରିବା ସହଜ ହେବ । ଏହିପରି ଭାବେ ସେ ଈଶ୍ୱରଙ୍କ ସହିତ ନିଜ ସମ୍ପର୍କକୁ ମଜବୁତ୍ କରିବାର ସଂଘର୍ଷରେ ସଫଳ ହେବ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୦/୧ ୮ ¶୪
ଯୋୟେଲ ଓ ଆମୋଷ ବହିର ମୁଖ୍ୟାଂଶ
୨:୧୨. କଠିନ ପରିଶ୍ରମ କରୁଥିବା ଅଗ୍ରଦୂତ, ସର୍କିଟ୍ ଅଧ୍ୟକ୍ଷ, ମିଶନାରୀ, କିମ୍ବା ବୈଥେଲ ପରିବାରର ସଦସ୍ୟମାନଙ୍କୁ ଆମେ ଏହା କହି ନିରୁତ୍ସାହିତ କରିବା ଉଚିତ୍ ନୁହଁ ଯେ ସେମାନେ ନିଜ ସେବା ଛାଡ଼ି ସ୍ୱାଭାବିକ ଜୀବନଯାପନ କରନ୍ତୁ । ଏହା ପରିବର୍ତ୍ତେ, ଆମେ ସେମାନଙ୍କୁ ଉତ୍ତମ କାମରେ ଲାଗି ରହିବା ପାଇଁ ସର୍ବଦା ଉତ୍ସାହିତ କରିବା ଉଚିତ୍ ।
ପ୍ର୦୭-ହି ୧୦/୧ ୮ ¶୨
ଯୋୟେଲ ଓ ଆମୋଷ ବହିର ମୁଖ୍ୟାଂଶ
୮:୧, ୨—‘ଏକ ଡାଲା ଗ୍ରୀଷ୍ମକାଳୀନ ଫଳର’ ଅର୍ଥ କʼଣ? ଏହା ସୂଚିତ କରୁଥିଲା ଯେ ଯିହୋବାଙ୍କ ଦିନ ପାଖେଇ ଆସିଥିଲା । ଗ୍ରୀଷ୍ମକାଳୀନ ଫଳଗୁଡ଼ିକୁ ସାଧାରଣତଃ ଅମଳ କରିବାର ଋତୁର ଶେଷରେ ଅର୍ଥାତ୍ କୃଷିବର୍ଷର ଶେଷରେ ତୋଳା ଯାଉଥିଲା । ଯେତେବେଳେ ଯିହୋବା ଆମୋଷଙ୍କୁ “ଏକ ଡାଲା ଗ୍ରୀଷ୍ମକାଳୀନ ଫଳ” ଦେଖାଇଲେ, ଏହାର ଅର୍ଥ ଇସ୍ରାଏଲର ଶୀଘ୍ର ବିନାଶ ହେବାର ଥିଲା । ତେଣୁ ଈଶ୍ୱର ଆମୋଷଙ୍କୁ କହିଲେ: ‘ଆମ୍ଭର ଲୋକ ଇସ୍ରାଏଲର ଅନ୍ତିମ କାଳ ଉପସ୍ଥିତ ହୋଇଅଛି; ଆମ୍ଭେ ପୁନର୍ବାର ସେମାନଙ୍କୁ ଆଉ ଛାଡ଼ିବା ନାହିଁ ।’
୧୩-୧୯ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଓବଦୀୟ ୧–ଯୂନସ ୪
“ନିଜ ଭୁଲ୍ଗୁଡ଼ିକରୁ ଶିଖନ୍ତୁ”
ଅନୁକରଣ କରନ୍ତୁ (ହିନ୍ଦୀ) ୧୧୪ ¶୨୨-୨୩
ସେ ନିଜ ଭୁଲ୍ଗୁଡ଼ିକରୁ ଶିଖିଲେ
କʼଣ ଯୂନସ ନିଜ ଭୁଲ୍ରୁ ଶିଖିଲେ? କʼଣ ସେ ଯିହୋବାଙ୍କ ଆଜ୍ଞା ପାଳନ କରି ନିଜ କୃତଜ୍ଞତା ଦେଖାଇଲେ? ତିନି ଦିନ ଓ ତିନି ରାତି ପରେ ସେହି ମାଛ ଯୂନସଙ୍କୁ ସମୁଦ୍ର କୂଳକୁ ନେଇଗଲା ଏବଂ ତାଙ୍କୁ “ଶୁଷ୍କ ଭୂମିରେ ଉଦ୍ଗାର କଲା” ବା ବାନ୍ତି କଲା । (ଯୂନସ ୨:୧୦) କଳ୍ପନା କରନ୍ତୁ, ଯୂନସଙ୍କୁ ସମୁଦ୍ର କୂଳକୁ ଆସିବା ପାଇଁ ପହଁରିବାକୁ ମଧ୍ୟ ପଡ଼ିଲା ନାହିଁ! ଅବଶ୍ୟ ସମୁଦ୍ର କୂଳରୁ ଆଗକୁ ନିଜ ରାସ୍ତା ତାଙ୍କୁ ଖୋଜିବାକୁ ପଡ଼ିଲା । ତାʼପରେ, ତୁରନ୍ତ ତାଙ୍କୁ ଏହା ଦେଖାଇବାର ସୁଯୋଗ ମିଳିଲା ଯେ ଯିହୋବାଙ୍କ ପ୍ରତି ସେ କୃତଜ୍ଞ କି ନୁହଁ । ଯୂନସ ୩:୧, ୨ ପଦ କହେ: “ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା; ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର ।” କʼଣ ଯୂନସ ଏପରି କଲେ?
ସେ ଆଦୌ ଅନିଚ୍ଛା ପ୍ରକାଶ କଲେ ନାହିଁ । ଆମେ ପଢ଼ୁ: “ଯୂନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ ।” (ଯୂନସ ୩:୩) ଏହା ସ୍ପଷ୍ଟ ଜଣାପଡ଼େ ଯେ ସେ ନିଜ ଭୁଲ୍ରୁ ଶିଖିଥିଲେ । ଏ କ୍ଷେତ୍ରରେ ମଧ୍ୟ ଆମେ ଯୂନସଙ୍କ ବିଶ୍ୱାସକୁ ଅନୁକରଣ କରିବା ଉଚିତ୍ । ଆମେ ସମସ୍ତେ ପାପ କରୁ ଏବଂ ଭୁଲ୍ କରିଥାଉ । (ରୋମୀ. ୩:୨୩) କିନ୍ତୁ, କʼଣ ଆମେ ଏହି କାରଣରୁ ନିରାଶ ହୋଇ ହାର୍ ମାନିଯାଉ, ନା ଆମେ ନିଜ ଭୁଲ୍ଗୁଡ଼ିକରୁ ଶିଖି ଯିହୋବାଙ୍କ ପାଖକୁ ଫେରି ଆସୁ ଏବଂ ତାହାଙ୍କ ଆଜ୍ଞା ପାଳନ କରି ତାହାଙ୍କ ସେବା କରିବା ଜାରି ରଖୁ?
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୧/୧ ୧୬ ¶୪
ଓବଦୀୟ, ଯୂନସ ଓ ମୀଖା ବହିର ମୁଖ୍ୟାଂଶ
୧୦—ଇଦୋମ କିପରି ‘ଚିରକାଳ ପାଇଁ ଉଚ୍ଛିନ୍ନ’ ହେଲା? ଯେପରି ଭବିଷ୍ୟତବାଣୀରେ କୁହାଯାଇଥିଲା, ଇଦୋମ ରାଷ୍ଟ୍ର ନିଜ ସରକାର ଓ ପ୍ରଜା ସମେତ ବିନାଶ ହେଲା । ବାବିଲୀୟ ରାଜା ନବୋନାଇଡସ୍ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ମଧ୍ୟ ଭାଗରେ ଇଦୋମକୁ ଜୟ କଲା । ତାʼପରେ, ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀ ବେଳକୁ ନବାତୀୟ ବୋଲାଉଥିବା ଏକ ଜାତି ଇଦୋମୀୟମାନଙ୍କ ଅଞ୍ଚଳକୁ ଅଧିକାର କଲା । ତେଣୁ ଇଦୋମୀୟମାନେ ବାଧ୍ୟ ହୋଇ ଯିହୁଦାର ଦକ୍ଷିଣ ଭାଗ ବା ନେଗେଭ ଅଞ୍ଚଳରେ ରହିବାକୁ ଲାଗିଲେ, ଯାହାକୁ ପରେ ଇଦୁମୀଆ ବୋଲି କୁହାଗଲା । ଯେତେବେଳେ ୭୦ ଖ୍ରୀଷ୍ଟାବ୍ଦରେ ରୋମୀୟମାନେ ଯୀରୂଶାଲମର ବିନାଶ କଲେ, ସେତେବେଳେ ଇଦୋମୀୟମାନଙ୍କର ଅସ୍ତିତ୍ୱ ଲୋପ ପାଇଗଲା ।
ଯିହୋବାଙ୍କ ଦିନ (ହିନ୍ଦୀ) ୧୧୨ ପୃଷ୍ଠା ¶୪-୫
ଲୋକଙ୍କ ସହିତ ଏପରି ବ୍ୟବହାର କରନ୍ତୁ, ଯେପରି ଈଶ୍ୱର ଚାହାନ୍ତି
ଯିହୋବା ଇସ୍ରାଏଲୀୟମାନଙ୍କ ପଡ଼ୋଶୀ ରାଷ୍ଟ୍ର ଇଦୋମକୁ ଯେଭଳି ଭାବେ ନିନ୍ଦା କଲେ, ସେଥିରୁ ଆମେ କʼଣ ଶିଖିପାରୁ? ସେ କହିଲେ, “ତୁମ ଭ୍ରାତାକୁ ତାʼର ଦୁର୍ଦ୍ଦଶା ଦିନରେ ଅବଜ୍ଞା କରିବା ତୁମର ଉଚିତ୍ ନ ଥିଲା; ଯିହୁଦାର ଲୋକମାନଙ୍କ ବିନାଶ ଦିନରେ ତୁମର ଆନନ୍ଦଲାଭ କରିବା ଉଚିତ୍ ନ ଥିଲା, କିମ୍ବା ସେମାନଙ୍କ ସଙ୍କଟ ଦିନରେ ଦର୍ପ କରିବା ଉଚିତ୍ ନ ଥିଲା ।” (ଓବଦୀୟ ୧୨, NIBV) ସୋରୀୟ ଲୋକେ ହୁଏତ ବ୍ୟାପାର କ୍ଷେତ୍ରରେ ଇସ୍ରାଏଲୀୟମାନଙ୍କର “ଭ୍ରାତୃଗଣ” ସଦୃଶ ଥିଲେ । କିନ୍ତୁ ଇଦୋମର ଲୋକେ ଇସ୍ରାଏଲୀୟମାନଙ୍କର ପ୍ରକୃତରେ “ଭ୍ରାତୃଗଣ” ଥିଲେ, କାରଣ ସେମାନେ ଯାକୁବଙ୍କ ଯାଆଁଳା ଭାଇ ଏଷୌର ବଂଶଧର ଥିଲେ । ଯିହୋବା ମଧ୍ୟ ଇଦୋମର ଲୋକମାନଙ୍କୁ ଇସ୍ରାଏଲୀୟମାନଙ୍କ “ଭ୍ରାତୃଗଣ” ବୋଲି କହିଥିଲେ । (ଦ୍ୱିତୀୟ ବିବରଣ ୨:୧-୪) ତେଣୁ, ଯେତେବେଳେ ଯିହୁଦୀମାନେ ବାବିଲର ଦାସତ୍ୱରେ ଚାଲିଗଲେ, ସେତେବେଳେ ଇଦୋମର ଲୋକମାନେ ଆନନ୍ଦିତ ହେବା କେତେ ମନ୍ଦ କଥା ଥିଲା!—ଯିହିଜିକଲ ୨୫:୧୨-୧୪.
ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଇଦୋମର ଲୋକେ ନିଜ ଯିହୁଦୀ ଭାଇମାନଙ୍କ ସହିତ ଯେଭଳି ବ୍ୟବହାର କଲେ, ତାହା ଈଶ୍ୱର ଆଦୌ ପସନ୍ଦ କଲେ ନାହିଁ । ଆମେ ନିଜକୁ ପଚାରିପାରିବା, ‘ମୁଁ ନିଜ ଭାଇମାନଙ୍କ ପ୍ରତି ଯେପରି ବ୍ୟବହାର ଦେଖାଏ, ତାହା ଈଶ୍ୱରଙ୍କୁ କିପରି ଲାଗେ?’ ଯଦି କୌଣସି ଭାଇଙ୍କ ସହିତ ଆମର ମନାନ୍ତର ହୋଇଯାଏ, ତେବେ ଆମେ ତାଙ୍କୁ କିପରି ଦୃଷ୍ଟିରେ ଦେଖୁ ଏବଂ ତାଙ୍କ ସହିତ କିପରି ବ୍ୟବହାର କରିଥାଉ? ଉଦାହରଣସ୍ୱରୂପ, ଭାବନ୍ତୁ ଯେ ଜଣେ ଖ୍ରୀଷ୍ଟିୟାନ ଭାଇ ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ କିଛି ମାନସିକ କଷ୍ଟ ଦେଇଛନ୍ତି । ଯଦି ଆପଣଙ୍କ ପାଖରେ କାହାରି ବିରୁଦ୍ଧରେ “କୌଣସି କଥା ଥାଏ,” ତେବେ ତାଙ୍କୁ କ୍ଷମା କରିବା କିମ୍ବା ତାଙ୍କ ସହିତ କଥା ହେବା ପରିବର୍ତ୍ତେ କʼଣ ଆପଣ ମନରେ ତିକ୍ତ ଭାବ ରଖିଥିବେ? (କଲସୀୟ ୩:୧୩; ଯିହୋଶୂୟ ୨୨:୯-୩୦; ମାଥିଉ ୫:୨୩, ୨୪) ଏପରି କରିବା ଦ୍ୱାରା ସେହି ଭାଇଙ୍କ ପ୍ରତି ଆପଣଙ୍କ ବ୍ୟବହାର ଆହୁରି ବଦଳି ଯାଇପାରେ । ଆପଣ ହୁଏତ କିଛି ହୋଇ ନାହିଁ ବୋଲି ଅଭିନୟ କରିପାରନ୍ତି । କିନ୍ତୁ ପ୍ରକୃତରେ, ଆପଣ ହୁଏତ ତାଙ୍କଠାରୁ ଦୂରେଇ ରହିବାକୁ ଚାହାନ୍ତି କିମ୍ବା ଅନ୍ୟମାନଙ୍କଠାରେ ତାଙ୍କର ନିନ୍ଦା କରିପାରନ୍ତି । କଳ୍ପନା କରନ୍ତୁ, ଆଗକୁ ଯାଇ ସେହି ଭାଇଙ୍କ ଦ୍ୱାରା କୌଣସି ଭୁଲ୍ ହୁଏ, ଯେଉଁଥି ପାଇଁ ମଣ୍ଡଳୀର ପ୍ରାଚୀନମାନେ ତାଙ୍କୁ ଅନୁଶାସନ ଦିଅନ୍ତି । (ଗାଲାତୀୟ ୬:୧) ତେବେ କʼଣ ଆପଣ ଇଦୋମର ଲୋକମାନଙ୍କ ଭଳି ବ୍ୟବହାର ଦେଖାଇବେ? କʼଣ ଆପଣ ନିଜ ଭାଇଙ୍କ ଏହି ପରିସ୍ଥିତି ଉପରେ ଆନନ୍ଦ କରିବେ? ଏପରି ସମୟରେ ଈଶ୍ୱର ଆପଣଙ୍କଠାରୁ କʼଣ ଆଶା କରନ୍ତି?
୨୦-୨୬ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମୀଖା ୧-୭
ଯିହୋବା ଆମଠାରୁ କʼଣ ଚାହାନ୍ତି?
ପ୍ର୦୮-ହି ୫/୧୫ ୬ ¶୨୦
ଆମେ ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍?
ଈଶ୍ୱରଙ୍କ ଦୃଷ୍ଟିରେ ଭାଇମାନଙ୍କ ସହିତ ଆମ ସମ୍ପର୍କ ସତ୍ୟ ଉପାସନାର ଏକ ମୁଖ୍ୟ ଭାଗ । ପ୍ରାଚୀନ ସମୟରେ ଯଦି କେହି ନିଜ ଭାଇଙ୍କ ସହିତ ମନ୍ଦ ଆଚରଣ କରୁଥିଲା, ତେବେ ତାʼର ବଳିଦାନ ଯିହୋବାଙ୍କ ସମ୍ମୁଖରେ ବ୍ୟର୍ଥ ହେଉଥିଲା । (ମୀଖା ୬:୬-୮) ତେଣୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ‘ଶୀଘ୍ର ମିଳନର ଭାବ ଦେଖାଇବା’ ପାଇଁ ଉତ୍ସାହିତ କଲେ । (ମାଥି. ୫:୨୫) ପାଉଲ ମଧ୍ୟ ଲେଖିଥିଲେ: “କ୍ରୁଦ୍ଧ ହେଲେ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର; ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ ।” (ଏଫି. ୪:୨୬, ୨୭) ହୁଏତ ରାଗିବା ପାଇଁ ଆମ ପାଖରେ ଯୁକ୍ତିଯୁକ୍ତ କାରଣ ଥାଇପାରେ, ତଥାପି ଆମେ କ୍ରୋଧିତ ହେବା ଏବଂ ଶୟତାନକୁ ସୁଯୋଗ ଦେବା ପରିବର୍ତ୍ତେ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ଉଚିତ୍ ।—ଲୂକ ୧୭:୩, ୪.
ପ୍ର୧୨-ଇଂ ୧୧/୧ ୨୨ ¶୪-୭
“ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?”
‘ନ୍ୟାୟାଚରଣ କର’— ଏକ ବହି ଅନୁସାରେ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ନ୍ୟାୟ” କରାଯାଇଛି, “ତାʼର ଅର୍ଥ ସମାଜରେ ଲୋକମାନଙ୍କ ପ୍ରତି ସଠିକ୍ ଓ ଉଚିତ୍ ବ୍ୟବହାର ଦେଖାଇବା ମଧ୍ୟ ଅଟେ ।” ଈଶ୍ୱର ଚାହାନ୍ତି ଯେ ଆମେ ଲୋକଙ୍କ ସହିତ ଏପରି ବ୍ୟବହାର ଦେଖାଉ, ଯାହା ତାହାଙ୍କ ମାନଦଣ୍ଡଗୁଡ଼ିକ ଅନୁଯାୟୀ ସଠିକ୍ ଓ ଉଚିତ୍ ହୋଇଥାଏ । ଯେତେବେଳେ ଆମେ ପକ୍ଷପାତ କରି ନ ଥାଉ, ସଠିକ୍ ବା ଭଲ କାମ କରୁ ଏବଂ ସଚ୍ଚୋଟ ହୋଇ ରହୁ, ଆମେ ନ୍ୟାୟ ଦେଖାଇଥାଉ । (ଲେବୀ ପୁସ୍ତକ ୧୯:୧୫; ଯିଶାଇୟ ୧:୧୭; ଏବ୍ରୀ ୧୩:୧୮) ଯେତେବେଳେ ଆମେ ଅନ୍ୟମାନଙ୍କ ସହିତ ନ୍ୟାୟ ଆଚରଣ କରୁ, ହୁଏତ ସେମାନେ ମଧ୍ୟ ଆମ ସହିତ ନ୍ୟାୟ ଆଚରଣ କରିବା ପାଇଁ ମନ ବଳାଇବେ ।—ମାଥିଉ ୭:୧୨.
‘ଦୟା ଭଲ ପାଅ’— ଯେଉଁ ଏବ୍ରୀ ଶବ୍ଦର (କସଦ୍) ଅନୁବାଦ “ଦୟା” କରାଯାଇଛି, ତାʼର ଅର୍ଥ “କୃପା” ଓ “ବିଶ୍ୱସ୍ତ ପ୍ରେମ” ମଧ୍ୟ ହୋଇପାରେ । ଏଠାରେ ଈଶ୍ୱର ଆମକୁ କହୁ ନାହାନ୍ତି ଯେ ଆମେ ଦୟା ବା କୃପା ଦେଖାଇବା ଉଚିତ୍, ବରଂ ଏହାକୁ ଭଲ ପାଇବା ଉଚିତ୍ । ଜଣେ ବାଇବଲ ବିଦ୍ୱାନ କହନ୍ତି: “[କସଦ୍] ଶବ୍ଦର ଅନୁବାଦ ପ୍ରେମ, ଦୟା କିମ୍ବା କୃପା କରାଯାଏ, ଯାହା ଯଥେଷ୍ଟ ନୁହେଁ । କାରଣ ଏହାର ଅର୍ଥରେ ଏମଧ୍ୟରୁ କୌଣସି ଗୋଟିଏ ଗୁଣ ନୁହଁ, ବରଂ ଏସମସ୍ତ ଗୁଣ ଆସିଥାଏ ।” ଯଦି ଆମେ ଦୟା ବା କୃପାକୁ ଭଲ ପାଉ, ତେବେ ଆମେ ସ୍ୱେଚ୍ଛାରେ ଏହି ଗୁଣଗୁଡ଼ିକୁ ନିଜ କାମରେ ଦେଖାଇବା । ଏଥିରୁ ଆମକୁ ଏପରି ଖୁସି ମିଳିବ, ଯାହା ଅନ୍ୟମାନଙ୍କୁ କିଛି ଦେବାରେ ମିଳିଥାଏ ।—ପ୍ରେରିତ ୨୦:୩୫.
‘ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କର’— ବାଇବଲରେ “ଗମନାଗମନ କରିବାର” ଅର୍ଥ ହେଉଛି, “କୌଣସି କାମକୁ ଏକ ବିଶେଷ ଉପାୟରେ କରିବା ।” ଈଶ୍ୱରଙ୍କ ସହିତ ଗମନାଗମନ କରିବାର ଅର୍ଥ ହେଉଛି ଯେ ଆମେ ଏପରି ଜୀବନଯାପନ କରିବା, ଯେପରି ବାଇବଲରେ ଲେଖାଯାଇଛି । ଏଭଳି ଜୀବନଯାପନ କରିବା ପାଇଁ ଆମକୁ “ନମ୍ର” ହେବା ଆବଶ୍ୟକ । କାହିଁକି? ଯେତେବେଳେ ଆମେ ଈଶ୍ୱରଙ୍କ ସମ୍ମୁଖରେ ନମ୍ର ହେଉ, ଆମେ ନିଜକୁ ଅତ୍ୟଧିକ ମହତ୍ତ୍ୱ ଦେଇ ନ ଥାଉ ଏବଂ ଆମେ ସ୍ୱୀକାର କରୁ ଯେ ଆମେ ନିଜେ ସବୁକିଛି କରିପାରିବା ନାହିଁ । ଅତଏବ, ‘ନମ୍ର ଭାବରେ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର’ ଅର୍ଥ ହେଉଛି— ଆମଠାରୁ ସେ କʼଣ ଚାହାନ୍ତି ଏବଂ ଆମେ ତାହାଙ୍କ ପାଇଁ କେତେ କରିପାରିବା, ତାହା ପ୍ରକୃତରେ ବୁଝିବା ।
ଏହା କେତେ ଖୁସିର କଥା ଯେ ଯିହୋବା ଆମଠାରୁ ଏପରି କିଛି ଚାହାନ୍ତି ନାହିଁ, ଯାହା ଆମେ କରିପାରି ନ ଥାଉ । ଯେତେବେଳେ ଆମେ ତାହାଙ୍କ ସେବା ଆନ୍ତରିକତାର ସହ କରୁ, ସେ ଆନନ୍ଦିତ ହୁଅନ୍ତି । (କଲସୀୟ ୩:୨୩) ସେ ଆମର ସୀମାଗୁଡ଼ିକୁ ଭଲ ଭାବେ ଜାଣନ୍ତି । (ଗୀତସଂହିତା ୧୦୩:୧୪) ଯେତେବେଳେ ଆମେ ନମ୍ର ହେଉ ଏବଂ ଏହା ସ୍ୱୀକାର କରୁ ଯେ ଆମ ଦ୍ୱାରା ସବୁକିଛି ସମ୍ଭବ ନୁହଁ, ସେତେବେଳେ ଆମକୁ ଈଶ୍ୱରଙ୍କ ସହିତ ଗମନାଗମନ କରିବାରେ ଖୁସି ମିଳିଥାଏ । ତେବେ ଈଶ୍ୱରଙ୍କ ସହିତ ଗମନାଗମନ କରିବା କାହିଁକି ବା ନ ଶିଖିବା? ଏପରି କଲେ ଈଶ୍ୱର ଭରପୂର ଆଶିଷ ଦେଇଥାʼନ୍ତି ।—ହିତୋପଦେଶ ୧୦:୨୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୧/୧ ୧୮ ¶୧
ଓବଦୀୟ, ଯୂନସ ଓ ମୀଖା ବହିର ମୁଖ୍ୟାଂଶ
୨:୧୨—‘ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବାର’ ଭବିଷ୍ୟତବାଣୀ କେବେ ପୂରଣ ହେଲା? ଏହାର ପ୍ରଥମ ପୂର୍ତ୍ତି ଖ୍ରୀ.ପୂ. ୫୩୭ରେ ହେଲା, ଯେତେବେଳେ ଅବଶିଷ୍ଟାଂଶ ଯିହୁଦୀ ବାବିଲର ଦାସତ୍ୱରୁ ମୁକ୍ତ ହୋଇ ନିଜ ଦେଶକୁ ଫେରିଲେ । ଆଜି ଆମ ସମୟରେ ଏହି ଭବିଷ୍ୟତବାଣୀ “ଈଶ୍ୱରଙ୍କର ଇସ୍ରାଏଲ” ଉପରେ ପୂରଣ ହୋଇଛି । (ଗାଲାତୀୟ ୬:୧୬) ଯେପରି ‘ଖୁଆଡ଼ର ମେଷମାନଙ୍କୁ’ (NIBV) ଏକତ୍ରିତ କରାଯାଏ, ଠିକ୍ ସେହିପରି ୧୯୧୯ ଖ୍ରୀଷ୍ଟାବ୍ଦଠାରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଏକତ୍ରିତ କରାଯାଇଛି । ଆଉ ବିଶେଷତଃ, ୧୯୩୫ ଖ୍ରୀଷ୍ଟାବ୍ଦଠାରୁ ସେମାନଙ୍କ ସହିତ ‘ଅନ୍ୟ ମେଷଗୁଡ଼ିକର’ “ମହା ଜନତା” ମିଳିତ ହୋଇଛି, ଯାହାଫଳରେ ଅଭିଷିକ୍ତ ଖ୍ରୀଷ୍ଟିୟାନ ‘ମନୁଷ୍ୟ-ବାହୁଲ୍ୟ ହେତୁରୁ ମହାଶବ୍ଦ’ କରୁଛନ୍ତି । (ଯୋହନ ୧୦:୧୬; ପ୍ରକାଶିତ ବାକ୍ୟ ୭:୯) ଏହି ଉଭୟ ସମୂହ ମିଶି ସମ୍ପୂର୍ଣ୍ଣ ଉତ୍ସାହର ସହିତ ସତ୍ୟ ଉପାସନାକୁ ଆଗେଇ ନେଉଛନ୍ତି ।
ପ୍ର୦୩-ହି ୮/୧୫ ୨୪ ¶୨୦
ଯିହୋବା ଆମଠାରୁ କʼଣ ଚାହାନ୍ତି?
ଜୀବନରେ ଈଶ୍ୱରଙ୍କ ଆଶିଷଗୁଡ଼ିକୁ ଅନୁଭବ କରିବା ଦ୍ୱାରା ଆମେ ମୀଖାଙ୍କ ଭଳି ମନୋଭାବ ରଖିବା ପାଇଁ ପ୍ରେରିତ ହୋଇଥାଉ । ସେ ଦୃଢ଼ ଭରସାର ସହିତ କହିଥିଲେ: “ମୋʼ ପରିତ୍ରାଣର ପରମେଶ୍ୱରଙ୍କ ପାଇଁ ମୁଁ ଅପେକ୍ଷା କରିବି ।” (ମୀଖା ୭:୭) ଏହି ଶବ୍ଦଗୁଡ଼ିକର ଯିହୋବାଙ୍କ ସହିତ ନମ୍ର ଭାବରେ ଗମନାଗମନ କରିବା ସହ କʼଣ ସମ୍ବନ୍ଧ ରହିଛି? ଯଦି ଆମେ ଅପେକ୍ଷା କରିବାର ମନୋଭାବ ରଖିବା କିମ୍ବା ଧୈର୍ଯ୍ୟ ଧରିବା, ତେବେ ଆମେ ଏହା ଭାବି ନିରାଶ ହେବା ନାହିଁ ଯେ ଯିହୋବାଙ୍କ ଦିନ ଏପର୍ଯ୍ୟନ୍ତ କାହିଁକି ଆସି ନାହିଁ । (ହିତୋପଦେଶ ୧୩:୧୨) ସତ କଥା କହିବାକୁ ଗଲେ, ଆମେ ସମସ୍ତେ ଏହି ଦୁଷ୍ଟ ଜଗତର ଅନ୍ତ ହେବାର ଅପେକ୍ଷାରେ ଅଛୁ । କିନ୍ତୁ, ବର୍ତ୍ତମାନ ମଧ୍ୟ ପ୍ରତି ସଯ୍ତାହରେ ହଜାର ହଜାର ଲୋକ ଈଶ୍ୱରଙ୍କ ସହିତ ଚାଲିବା ଆରମ୍ଭ କରୁଛନ୍ତି । ଯେତେବେଳେ ଆମେ ଏହା ପ୍ରତି ଧ୍ୟାନ ଦେଉ, ଆମକୁ ଅପେକ୍ଷା କରିବା ପାଇଁ ପ୍ରେରଣା ମିଳିଥାଏ । ଲମ୍ବା ସମୟ ଧରି ସେବା କରୁଥିବା ଜଣେ ସାକ୍ଷୀ କହନ୍ତି: “ପ୍ରଚାର କାମରେ ବିତାଇଥିବା ଗତ ୫୫ ବର୍ଷକୁ ମୁଁ ଯେତେବେଳେ ମନେ ପକାଏ, ମୋର ଦୃଢ଼ ବିଶ୍ୱାସ ଯେ ଯିହୋବାଙ୍କ ଦିନ ପାଇଁ ଅପେକ୍ଷା କରିବାରେ ମୁଁ ଆଦୌ କିଛି ହରାଇ ନାହିଁ । ଏହା ପରିବର୍ତ୍ତେ, ମୁଁ ଅନେକ ମାନସିକ ଯନ୍ତ୍ରଣାଠାରୁ ଦୂରେଇ ରହିପାରିଛି ।” ଆପଣଙ୍କର ମଧ୍ୟ ଏଭଳି ସମାନ ଅନୁଭୂତି ରହିଛି କି?
୨୭ ନଭେମ୍ବର–୩ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ନାହୂମ ୧–ହବକ୍କୂକ ୩
“ସଜାଗ ରହନ୍ତୁ ଏବଂ ଈଶ୍ୱରଙ୍କ ସେବାରେ ଲାଗି ରହନ୍ତୁ”
ପ୍ର୦୭-ହି ୧୨/୧ ୧୦ ¶୩-୫
ନାହୂମ, ହବକ୍କୂକ ଓ ସିଫନୀୟ ବହିର ମୁଖ୍ୟାଂଶ
୨:୧. ହବକ୍କୂକଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କ ସେବାରେ ସଜାଗ ଓ ସକ୍ରିୟ ରହିବା ଉଚିତ୍ । ଏହା ଛଡ଼ା, ଯଦି ଆମକୁ କିଛି ‘କୁହାଯାଏ’ ବା ଆମ ଭିତରେ ସୁଧାର ଅଣାଯାଏ, ତେବେ ଆମେ ତାʼ ଅନୁଯାୟୀ ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ ।
୨:୩; ୩:୧୬. ଯିହୋବାଙ୍କ ଆଗାମୀ ଦିନକୁ ବିଶ୍ୱାସର ସହିତ ଅପେକ୍ଷା କରିବା ସାଙ୍ଗେ ସାଙ୍ଗେ ଆସନ୍ତୁ ଆମେ ସମୟର ମହତ୍ତ୍ୱକୁ କେବେ ଭୁଲିବା ନାହିଁ ।
୨:୪. ଯିହୋବାଙ୍କ ନ୍ୟାୟର ଦିନରେ ସୁରକ୍ଷିତ ରହିବା ପାଇଁ ଆମକୁ ବିଶ୍ୱସ୍ତତା ଦେଖାଇବା ସହ ଧୈର୍ଯ୍ୟ ଧରିବାକୁ ହେବ ।—ଏବ୍ରୀ ୧୦:୩୬-୩୮.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୨/୧ ୯ ¶୨
ନାହୂମ, ହବକ୍କୂକ ଓ ସିଫନୀୟ ବହିର ମୁଖ୍ୟାଂଶ
୨:୬—“ନଦୀର ଦ୍ୱାରସବୁ” କʼଣ, ଯାହା ଖୋଲା ଥିଲା? ଏଠାରେ ଦ୍ୱାରସବୁର ଅର୍ଥ ଥିଲା, ଟାଇଗ୍ରୀସ୍ ନଦୀର ପାଣିର ମାଡ଼ରେ ନୀନିବୀର ପ୍ରାଚୀରଗୁଡ଼ିକରେ ସୃଷ୍ଟି ହୋଇଥିବା ଫାଟସବୁ । ଯେତେବେଳେ ବାବିଲୀୟ ଓ ମାଦୀୟ ସୈନ୍ୟମାନେ ଖ୍ରୀ.ପୂ. ୬୩୨ରେ ନୀନିବୀ ଉପରେ ଆକ୍ରମଣ କଲେ, ସେତେବେଳେ ନୀନିବୀକୁ କୌଣସି ଭୟ ନ ଥିଲା । ନିଜ ଉଚ୍ଚ ପ୍ରାଚୀରଗୁଡ଼ିକ ଯୋଗୁଁ ଏହି ନଗର ନିଜକୁ ସୁରକ୍ଷିତ ମନେ କରୁଥିଲା ଏବଂ ଏହାର ଦୃଢ଼ ବିଶ୍ୱାସ ଥିଲା ଯେ ଶତ୍ରୁମାନେ ତାʼର କୌଣସି କ୍ଷତି କରିପାରିବେ ନାହିଁ । କିନ୍ତୁ, ପ୍ରବଳ ବର୍ଷା ଯୋଗୁଁ ଟାଇଗ୍ରୀସ୍ ନଦୀରେ ବନ୍ୟା ଆସିଲା । ଐତିହାସିକ ଡାଇଡୋରସଙ୍କ ଅନୁଯାୟୀ, ଏହାଫଳରେ “ନଗରର ଅଧିକାଂଶ ପ୍ରାଚୀର ଭୁଷୁଡ଼ି ପଡ଼ିଲା ଏବଂ ନଗରର ଗୋଟିଏ ଭାଗ ପାଣିରେ ବୁଡ଼ିଗଲା ।” ଏହି ଅର୍ଥରେ ନଦୀର ଦ୍ୱାରସବୁ ଖୋଲା ଥିଲା । ଆଉ, ଠିକ୍ ଯେପରି ଭବିଷ୍ୟତବାଣୀରେ କୁହାଯାଇଥିଲା, ଶୁଷ୍କ ନଡ଼ା ନିଆଁରେ ଭସ୍ମ ହେବା ଭଳି ନୀନିବୀ ନଗର କ୍ଷଣିକରେ ସମ୍ପୂର୍ଣ୍ଣ ବିନାଶ ହୋଇଗଲା ।—ନାହୂମ ୧:୮-୧୦.
ପ୍ର୦୭-ହି ୧୨/୧ ୧୦ ¶୧୦
ନାହୂମ, ହବକ୍କୂକ ଓ ସିଫନୀୟ ବହିର ମୁଖ୍ୟାଂଶ
୩:୧୭-୧୯. ହର୍ମିଗିଦ୍ଦୋନ୍ ସମୟରେ ଏବଂ ତାʼ ପୂର୍ବରୁ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିପାରେ । କିନ୍ତୁ, ଯଦି ଆମେ ଖୁସିର ସହିତ ଯିହୋବାଙ୍କ ସେବା କରିବାରେ ଲାଗି ରହିବା, ତେବେ ଆମେ ଦୃଢ଼ ବିଶ୍ୱାସ ରଖିପାରିବା ଯେ ସେ ଆମକୁ ଏହି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ନିଶ୍ଚୟ “ବଳ” ଦେବେ ।