ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଫେବୃୟାରୀ ପୃଷ୍ଠା ୪
  • ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଫେବୃୟାରୀ ପୃଷ୍ଠା ୪

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର

ଯୀଶୁ ବାଲ୍ୟକାଳରୁ ନିଜ ପିତାମାତାଙ୍କର “ବଶୀଭୂତ ହୋଇ ରହିଲେ” ଅର୍ଥାତ୍‌ ସେମାନଙ୍କର ଆଜ୍ଞା ପାଳନ କରୁଥିଲେ। (ଲୂକ ୨:୫୧) ଏହି କାରଣରୁ ସେ ବିନା ସଂକୋଚରେ ଲୋକଙ୍କୁ କହିପାରିଲେ ଯେ ସେମାନେ ଯିହୋବାଙ୍କ ଏହି ଆଜ୍ଞା ପାଳନ କରିବା ଉଚିତ୍‌: “ତୁମ୍ଭେ ଆପଣା ପିତା ଓ ଆପଣା ମାତାଙ୍କୁ ସମ୍ଭ୍ରମ [“ସମ୍ମାନ,” NIBV] କର।” (ଯାତ୍ରା ୨୦:୧୨; ମାଥି ୧୫:୪) ଯୀଶୁ ନିଜ ମୃତ୍ୟୁର ଠିକ୍‌ ପୂର୍ବରୁ ଏହା ମଧ୍ୟ ନିଶ୍ଚିତ କଲେ ଯେ ସେ ଯିବା ପରେ ତାହାଙ୍କ ମାଆଙ୍କର ଦେଖାଶୁଣା କରାଯାଉ।—ଯୋହ ୧୯:୨୬, ୨୭.

ଆଜି ମଧ୍ୟ ଈଶ୍ୱରଙ୍କୁ ଭୟ କରୁଥିବା ପିଲାମାନେ ନିଜ ପିତାମାତାଙ୍କୁ ସମ୍ମାନ କରନ୍ତି, ତେଣୁ ସେମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି ଏବଂ ସେମାନଙ୍କ ସହ ଭଦ୍ରତାର ସହିତ କଥା ହୁଅନ୍ତି। ପିତାମାତାଙ୍କ ବୃଦ୍ଧାବସ୍ଥାରେ ମଧ୍ୟ ଆମେ ତାହାଙ୍କୁ ସମ୍ମାନ କରିବା ଉଚିତ୍‌ ଏବଂ ସେମାନଙ୍କଠାରୁ ପରାମର୍ଶ ନେବା ଉଚିତ୍‌। (ହିତୋ ୨୩:୨୨) ସମ୍ମାନ କରିବାର ଆଉ ଏକ ଉପାୟ ହେଉଛି, ସେମାନଙ୍କ ଭାବନାଗୁଡ଼ିକ ପ୍ରତି ଧ୍ୟାନ ଦେବା ଏବଂ ଆବଶ୍ୟକ ହେଲେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା। (୧ତୀମ ୫:୮) ଆମେ ହୁଏତ ଛୋଟ ହେଉ କିମ୍ବା ବଡ଼, ଆମେ ନିଜ ପିତାମାତାଙ୍କ ସହ କଥାବାର୍ତ୍ତା ଜାରି ରଖିବା ଉଚିତ୍‌। ସେମାନଙ୍କୁ ସମ୍ମାନ ଦେଖାଇବାର ଏହା ଏକ ମୁଖ୍ୟ ଉପାୟ।

ବାପାମାଆଙ୍କ ସହିତ ମୁଁ କିପରି କଥା ହେବି? (ହିନ୍ଦୀ) ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବାପାମାଆଙ୍କ ସହିତ କଥା ହେବା ଆପଣଙ୍କ ପାଇଁ କାହିଁକି କଷ୍ଟକର ହୋଇପାରେ?

  • ଆପଣ ସେମାନଙ୍କ ସହ କଥା ହେବା ସମୟରେ ସେମାନଙ୍କୁ କିପରି ସମ୍ମାନ ଦେଖାଇପାରିବେ?

  • ସେମାନଙ୍କଠାରୁ ପରାମର୍ଶ ନେବା କାହିଁକି ବୁଦ୍ଧିମତ୍ତାର କାମ ହେବ? (ହିତୋ ୧୫:୨୨)

    [ଷ୍ଠାରେ କ୍ୟାପସନ୍‌ ୪]

    ବାପାମାଆଙ୍କଠାରୁ ପରାମର୍ଶ ନେବା ଦ୍ୱାରା ଆପଣ ଜୀବନରେ ସଫଳ ହୋଇପାରିବେ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ