ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୫ ପ୍ରଶ୍ନଗୁଡ଼ିକ ୧-୫
  • ପୃଥିବୀ ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୃଥିବୀ ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଆପଣଙ୍କର ଭବିଷ୍ୟତ ସୁଖମୟ ହୋଇପାରେ !
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୫ ପ୍ରଶ୍ନଗୁଡ଼ିକ ୧-୫

ପାଠ ୫

ପୃଥିବୀ ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ?

୧. ପରମେଶ୍ୱର ପୃଥିବୀକୁ କାହିଁକି ସୃଷ୍ଟି କଲେ?

ଏଦନ ଉଦ୍ୟାନରେ ଆଦମ ଓ ହବା ଏବଂ ପର ମୁର୍ତ୍ତରେ ଉଦ୍ୟାନରୁ ତ ଦିଆଯିବା ସମୟର ଦୃଶ୍ୟ

ଯିହୋବା ମଣିଷମାନଙ୍କ ରହିବା ପାଇଁ ପୃଥିବୀକୁ ସୃଷ୍ଟି କଲେ। ଏହା ଆମର ଘର। ପ୍ରଥମ ମାନବ ଯୋଡ଼ି ଆଦମ ଏବଂ ହବାଙ୍କୁ ସ୍ୱର୍ଗରେ ରହିବା ପାଇଁ ସୃଷ୍ଟି କରାଯାଇ ନ ଥିଲା କାରଣ ସ୍ୱର୍ଗରେ ରହିବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ସୃଷ୍ଟି କରିଥିଲେ। (ଆୟୁବ ୩୮:୪, ୭) ପରମେଶ୍ୱର ଆଦମକୁ ସୃଷ୍ଟି କଲା ପରେ ତାକୁ ଏଦନ ନାମକ ଏକ ସୁନ୍ଦର ବଗିଚାରେ ରଖିଲେ। (ଆଦି ପୁସ୍ତକ ୨:୧୫-୧୭) ଯିହୋବା ଚାହୁଁଥିଲେ ଯେ ଆଦମ, ହବା ଏବଂ ତାଙ୍କ ସନ୍ତାନମାନେ ଏହି ପୃଥିବୀରେ ଚିରଦିନ ପାଇଁ ଖୁସିରେ ରହନ୍ତୁ।—ଗୀତସଂହିତା ୩୭:୨୯; ୧୧୫:୧୬ ପଢ଼ନ୍ତୁ।

ଆରମ୍ଭରେ କେବଳ ଏଦନ ବଗିଚା ପାରଦୀଶ ଥିଲା। ପରମେଶ୍ୱର ଚାହୁଁଥିଲେ ଯେ ପ୍ରଥମ ମାନବ ଯୋଡ଼ି ନିଜ ସନ୍ତାନମାନଙ୍କ ଦ୍ୱାରା ପୃଥିବୀକୁ ଭରି ଦିଅନ୍ତୁ। ଯେତେବେଳେ ଧୀରେ ଧୀରେ ମଣିଷମାନଙ୍କ ସଂଖ୍ୟା ବଢ଼ିଥାʼନ୍ତା, ସେମାନେ ପୂରା ପୃଥିବୀର ଯତ୍ନ ନେଇ ଏହାକୁ ଏକ ପାରଦୀଶରେ ପରିଣତ କରିଥାʼନ୍ତେ। (ଆଦି ପୁସ୍ତକ ୧:୨୮) ପୃଥିବୀର ଧ୍ୱଂସ ହେବ ନାହିଁ। ଏହା ଚିରକାଳ ପାଇଁ ମଣିଷମାନଙ୍କ ଘର ହୋଇ ରହିବ।—ଗୀତସଂହିତା ୧୦୪:୫ ପଢ଼ନ୍ତୁ।

ପରମେଶ୍ୱର ପୃଥିବୀକୁ କାହିଁକି ସୃଷ୍ଟି କଲେ ? ଭିଡିଓ ଦେଖନ୍ତୁ ।

୨. ପୃଥିବୀ ଆଜି ଏକ ପାରଦୀଶ କାହିଁକି ନୁହେଁ?

ଆଦମ ଏବଂ ହବା ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ ନାହିଁ, ତେଣୁ ଯିହୋବା ତାଙ୍କୁ ବଗିଚାରୁ ବାହାର କରିଦେଲେ। ମଣିଷମାନେ ପାରଦୀଶ ହରାଇଲେ ଏବଂ ତାʼପରେ କୌଣସି ମଣିଷ ପୃଥିବୀକୁ ପୁଣିଥରେ ପାରଦୀଶ କରିବାରେ ସଫଳ ହେଲେ ନାହିଁ। ବାଇବଲ କହେ: ‘ପୃଥିବୀ ଦୁଷ୍ଟମାନଙ୍କ ହାତରେ ଦିଆଯାଇଛି।’—ଆୟୁବ ୯:୨୪.—ଆଦି ପୁସ୍ତକ ୩:୨୩, ୨୪ ପଢ଼ନ୍ତୁ।

ପାରଦୀଶରେ ଲୋକେ ଘର ତିଆରି କରୁଛନ୍ତି

ଏହାର ଅର୍ଥ କʼଣ ପୃଥିବୀକୁ ପାରଦୀଶ କରିବାର ଯିହୋବାଙ୍କ ଉଦ୍ଦେଶ୍ୟ ଅସଫଳ ହୋଇଯାଇଛି? କଦାପି ନୁହଁ! ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି, ତାଙ୍କ ଉଦ୍ଦେଶ୍ୟ କେବେ ମଧ୍ୟ ଅସଫଳ ହୋଇପାରିବ ନାହିଁ। (ଯିଶାଇୟ ୪୫:୧୮) ସେ ମଣିଷମାନଙ୍କ ପାଇଁ ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି, ତାହା ନିଶ୍ଚୟ ପୂରା କରିବେ।—ଗୀତସଂହିତା ୩୭:୧୧, ୩୪ ପଢ଼ନ୍ତୁ।

୩. ପୃଥିବୀ ପୁଣିଥରେ ପାରଦୀଶ କିପରି ହେବ?

ଯେତେବେଳେ ଯୀଶୁ ରାଜା ହୋଇ ଶାସନ କରିବେ, ସେହି ସମୟରେ ପୃଥିବୀ ପୁଣିଥରେ ପାରଦୀଶ ହେବ। ହର୍ମିଗିଦ୍ଦୋନ୍‌ ନାମକ ଏକ ଯୁଦ୍ଧରେ ଯୀଶୁ ସ୍ୱର୍ଗଦୂତମାନଙ୍କ ସହ ମିଶି ସେସମସ୍ତଙ୍କୁ ବିନାଶ କରିବେ, ଯେଉଁମାନେ ପରମେଶ୍ୱରଙ୍କ ବିରୋଧ କରନ୍ତି। ତାʼପରେ ଶୟତାନ ନାମକ ଏକ ଦୁଷ୍ଟ ସ୍ୱର୍ଗଦୂତକୁ ୧,୦୦୦ ବର୍ଷ ପାଇଁ ବନ୍ଦୀ କରିଦେବେ। ପ୍ରକୃତରେ ଏହି ଶୟତାନର ଠକାମିରେ ପଡ଼ି ହବା ପରମେଶ୍ୱରଙ୍କ ଆଜ୍ଞା ମାନିଲା ନାହିଁ। ପରମେଶ୍ୱରଙ୍କ ଲୋକମାନଙ୍କ କିଛି କ୍ଷତି ହେବ ନାହିଁ କାରଣ ଯୀଶୁ ତାଙ୍କୁ ବାଟ ଦେଖାଇବେ ଏବଂ ସେମାନଙ୍କୁ ରକ୍ଷା କରିବେ। ପରମେଶ୍ୱରଙ୍କ ଲୋକେ ପାରଦୀଶରେ ସବୁଦିନ ପାଇଁ ଅନନ୍ତ ଜୀବନର ଆନନ୍ଦ ନେବେ।—ପ୍ରକାଶିତ ବାକ୍ୟ ୨୦:୧-୩; ୨୧:୩, ୪ ପଢ଼ନ୍ତୁ।

୪. ଦୁଃଖକଷ୍ଟର ସମାପ୍ତି କେବେ ହେବ?

ପରମେଶ୍ୱର କେବେ ପୃଥିବୀରୁ ଦୁଃଖକଷ୍ଟକୁ ସମାପ୍ତ କରିବେ? ଯୀଶୁ ଏକ “ଲକ୍ଷଣ” ଦେଇଥିଲେ, ଯାହାଦ୍ୱାରା ଏହି ଦୁନିଆର ଶେଷକାଳ ପାଖେଇ ଆସିଲା ବୋଲି ଲୋକମାନେ ଜାଣିପାରନ୍ତେ। ଆଜି ଦୁନିଆର ପରିସ୍ଥିତି ଦେଖିଲେ ଏପରି ଲାଗେ ଯେ ପୃଥିବୀରୁ ମଣିଷଜାତି ଲୋପ ପାଇଯିବ। ଏଥିରୁ ଜଣାପଡ଼େ ଯେ ଆଜି ଆମେ “ଯୁଗାନ୍ତ” ସମୟରେ ଅଛୁ।—ମାଥିଉ ୨୪:୩, ୭-୧୪, ୨୧, ୨୨ ପଢ଼ନ୍ତୁ।

ଯୀଶୁ ତାଙ୍କ ୧,୦୦୦ ବର୍ଷର ଶାସନ କାଳରେ ସ୍ୱର୍ଗରୁ ପୃଥିବୀରେ ଶାସନ କରିବେ ଏବଂ ସମସ୍ତ ଦୁଃଖକଷ୍ଟକୁ ସମାପ୍ତ କରିଦେବେ। (ଯିଶାଇୟ ୯:୬, ୭; ୧୧:୯) ରାଜା ହେବା ସହିତ ସେ ମହାଯାଜକ ଭାବରେ ମଧ୍ୟ ସେବା କରିବେ। ମହାଯାଜକ ହୋଇ ସେ ପରମେଶ୍ୱରଙ୍କୁ ପ୍ରେମ କରୁଥିବା ସମସ୍ତ ଲୋକଙ୍କ ପାପକୁ କ୍ଷମା କରିବେ। ଏହିପରି ପରମେଶ୍ୱର ଯୀଶୁଙ୍କ ଦ୍ୱାରା ରୋଗ, ବୃଦ୍ଧାବସ୍ଥା ଏବଂ ମୃତ୍ୟୁକୁ ସମାପ୍ତ କରିଦେବେ।—ଯିଶାଇୟ ୨୫:୮; ୩୩:୨୪ ପଢ଼ନ୍ତୁ।

୫. ଆଗାମୀ ପାରଦୀଶରେ କେଉଁମାନେ ରହିପାରିବେ?

ଲୋକମାନେ ରାଜ୍ୟଘରେ ବାଇବଲରୁ ଶିଖୁଛନ୍ତି

ରାଜ୍ୟଘରେ ଆପଣ ଏମିତି ଲୋକଙ୍କୁ ଭେଟିବେ, ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କୁ କିପରି ଖୁସି କରିପାରିବେ, ତାହା ଶିଖିବା ପାଇଁ ଚାହାନ୍ତି

ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ପାରଦୀଶରେ ରହିପାରିବେ। (୧ ଯୋହନ ୨:୧୭) ଯୀଶୁ ତାଙ୍କ ଶିଷ୍ୟଙ୍କୁ କହିଥିଲେ ଯେ ସେମାନେ ନମ୍ର ଲୋକଙ୍କୁ ଖୋଜନ୍ତୁ ଏବଂ ସେହି ନମ୍ର ଲୋକମାନେ ପରମେଶ୍ୱରଙ୍କୁ କିପରି ଖୁସି କରିପାରିବେ ତାହା ଶିଖାନ୍ତୁ। ଆଜି ଯିହୋବା ଲକ୍ଷ ଲକ୍ଷ ଲୋକଙ୍କୁ ଆଗାମୀ ପାରଦୀଶର ଆନନ୍ଦ ନେବା ପାଇଁ ପ୍ରସ୍ତୁତ କରୁଛନ୍ତି। (ସିଫନୀୟ ୨:୩) ଯିହୋବାଙ୍କ ସାକ୍ଷୀମାନଙ୍କ ରାଜ୍ୟଘରେ ଲୋକମାନେ ଶିଖନ୍ତି ଯେ ସେମାନେ କିପରି ଭଲ ପତିପତ୍ନୀ କିମ୍ବା ପିତାମାତା ହୋଇପାରିବେ। ସେଠାରେ ପିଲାମାନେ ଏବଂ ପିତାମାତାମାନେ ସମସ୍ତେ ମିଶି ଉପାସନା କରନ୍ତି ଏବଂ ଶିଖନ୍ତି ଯେ ସେମାନେ କିପରି ବାଇବଲର ଶିକ୍ଷାକୁ ନିଜ ଜୀବନରେ ଅମଳ କରିପାରିବେ।—ମୀଖା ୪:୧-୪ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୩ ଅଧ୍ୟାୟ ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ