ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୨୨ ପୃଷ୍ଠା ୨୫
  • ପ୍ରେରିତମାନେ ନିର୍ଭୟରେ ପ୍ରଚାର କରିଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରେରିତମାନେ ନିର୍ଭୟରେ ପ୍ରଚାର କରିଥିଲେ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଯୀଶୁ ଶାଉଲଙ୍କୁ ବାଛିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯୀଶୁ ଜୀବିତ ହେଲେ !
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୨୨ ପୃଷ୍ଠା ୨୫
ରିତମାନେ ଯିଦୀମହାସଭା ଆଗରେ କଛନ୍ତି

ଭାଗ ୨୨

ପ୍ରେରିତମାନେ ନିର୍ଭୟରେ ପ୍ରଚାର କରିଥିଲେ

ତାଡ଼ନା ସତ୍ତ୍ୱେ ଖ୍ରୀଷ୍ଟିୟମଣ୍ଡଳୀ ଦୃତଗତିରେ ବୃଦ୍ଧି ପାଇଲା

ଯୀଶୁଙ୍କ ସ୍ୱର୍ଗାରୋହଣର ଦଶ ଦିନପରେ, ୩୩ଖ୍ରୀଷ୍ଟାବ୍ଦରେ ଯିହୂଦୀ ପର୍ବ ପେଣ୍ଟିକଷ୍ଟ ଦିନରେ ପ୍ରାୟ ୧୨୦ଜଣ ତାହାଙ୍କ ଶିଷ୍ୟମାନେ ଯିରୁଶାଲମରେ ଗୋଟିଏ ଗୃହରେ ଏକତ୍ରିତ ହୋଇଥିଲେ । ହଠାତ୍‌ ସେହି ଗୃହଟି ଝଡ଼ର ଶବ୍ଦରେ କମ୍ପିଉଠିଲା । ଶିଷ୍ୟମାନେ ଚମତ୍କାରଭାବେ ଭିନ୍ନ ଭିନ୍ନ ଭାଷା କହିବାକୁ ଲାଗିଲେ ଯାହା ସେମାନେ ନିଜେ ବୁଝିପାରୁ ନଥିଲେ । ଏହି ଅଦ୍ଭୁତ ଘଟଣାର କାରଣ କʼଣ ହୋଇ ପାରେ ? ଈଶ୍ୱର ଶିଷ୍ୟମାନଙ୍କୁ ପବିତ୍ର ଆତ୍ମା ଦେଇଥିଲେ ।

ବାହାରେ ଏକ ବିରାଟ ଜନଗହଳି ଥିଲା, କାରଣ ଅନେକ ଅତିଥିମାନେ ପର୍ବ ପାଇଁ ଅନେକ ଦୂର ଜାଗାଗୁଡ଼ିକରୁ ଆସିଥିଲେ । ସେମାନେ ଅବାକ୍‌ ହୋଇଗଲେ କାରଣ ଯୀଶୁଙ୍କ ଶିଷ୍ୟମାନେ ଯାହାଯାହା କହୁଥିଲେ ତାହା ସମସ୍ତେ ନିଜ ନିଜ ଭାଷାରେ ବୁଝିପାରୁଥିଲେ । ଏହି ବିଷୟରେ କହିବାକୁ ଯାଇ ପିତର, ଯୋୟେଲ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଉଲ୍ଲେଖିତ ଭବିଷ୍ୟତବାଣୀକୁ ଉଦ୍ଧୃତ କରି କହିଲେ ଈଶ୍ୱର ନିଜ ଆତ୍ମାକୁ ‘ଢାଳିବେ’ ଏବଂ ଏହା ଯିଏ ପ୍ରାପ୍ତକରିବ ସେ ଅଲୌକିକ କାର୍ଯ୍ୟ କରି ପାରିବ । (ଯୋୟେଲ ୨:୨୮, ୨୯) ଏହି ଶକ୍ତିଶାଳୀ ପବିତ୍ର ଶକ୍ତି ଦ୍ୱାରା ଏହା ପ୍ରମାଣିତ ହୁଏ ଯେ ଆଗକୁ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି: ଈଶ୍ୱର ନିଜର ଅନୁଗ୍ରହକୁ ଇସ୍ରାଏଲମାନଙ୍କଠାରୁ ଉଠେଇ ଆଣି ନୂତନଭାବେ ଗଢ଼ିଉଠିଥିବା ଖ୍ରୀଷ୍ଟିୟମଣ୍ଡଳୀକୁ ଦେବେ । ଯେଉଁମାନେ ଈଶ୍ୱରଙ୍କୁ ପ୍ରକୃତରେ ସେବାକରିବାକୁ ଚାହାଁନ୍ତି ସେମାନେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଅନୁଗାମୀ ହେବାକୁ ପଡ଼ିବ ।

ଏହାପରେ ସେମାନଙ୍କ ବିରୋଧୀତା ବଢ଼ିବାକୁ ଲାଗିଲା ଏବଂ ଶତ୍ରୁମାନେ ଶିଷ୍ୟମାନଙ୍କୁ କାରାଗାରରେ ବନ୍ଦୀକରି ରଖିଲେ । କିନ୍ତୁ ରାତ୍ରି ସମୟରେ, ଯିହୋବାଙ୍କ ସ୍ୱର୍ଗଦୂତ ବନ୍ଦୀଗୃହର ଦ୍ୱାରଗୁଡ଼ିକ ଖୋଲିଦେଲା ଓ ଶିଷ୍ୟମାନଙ୍କୁ ପ୍ରଚାରକାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ । ପରଦିନ ସକାଳୁ ସେମାନେ ତାହା ହିଁ କରିଥିଲେ । ସେମାନେ ମନ୍ଦିରରେ ପ୍ରବେଶ କଲେ ଏବଂ ଯୀଶୁଙ୍କ ବିଷୟରେ ସୁସମାଚାର ଶିକ୍ଷାଦେବାକୁ ଲାଗିଲେ । ସେମାନଙ୍କ ଧର୍ମ ବିରୋଧୀମାନେ ଅତି କ୍ରୋଧୀତ ହେଲେ ଏବଂ ସେମାନଙ୍କୁ ପ୍ରଚାର ବନ୍ଦ କରିବାକୁ ଆଦେଶ ଦେଲେ । ପ୍ରେରିତମାନେ ନିର୍ଭୟରେ ଉତ୍ତର ଦେଇ କହିଲେ: “ମନୁଷ୍ୟମାନଙ୍କର ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।”—ପ୍ରେରିତ ୫:୨୮, ୨୯.

ତାଡ଼ନା ବଢ଼ିବାକୁ ଲାଗିଲା । ନିର୍ଦ୍ଧିଷ୍ଟ କେତେକ ଯିହୂଦୀ ସ୍ତିଫାନଙ୍କୁ ଈଶ୍ୱର ନିନ୍ଦକ ବୋଲି ଦୋଷାରୋପ କରି ପଥର ଫୋପାଡ଼ି ମାରିଲେ । ତର୍ସୁସର ଶାଉଲ ନାମକ ଜଣେ ଯୁବକ ଏହି ହତ୍ୟାକୁ ପୂର୍ଣ୍ଣସମର୍ଥନ କରିଥିଲେ । ତାʼପରେ ସେ ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କୁ ବନ୍ଦୀକରିବା ପାଇଁ ଦମ୍ମେସକକୁ ଚାଲିଗଲେ । ରାସ୍ତାରେ ଯାଉଥିବା ସମୟରେ ସ୍ୱର୍ଗରୁ ଏକ ଆଲୋକ ଝଲସି ଉଠିଲା ଏବଂ ତାହାଙ୍କ ଚାରିପଟେ ଆଲୋକିତ ହେଲା ଆଉ ଏକ ସ୍ୱର ଏହା କହିଲା: “ହେ ଶାଉଲ, ହେ ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ ?” ସେହି ଆଲୋକରେ ଶାଉଲ ଅନ୍ଧ ହୋଇଯାʼନ୍ତି ଆଉ ପଚାରନ୍ତି: “ଆପଣ କିଏ ?” ତହୁଁ ସେହି ସ୍ୱର ଉତ୍ତର ଦେଇ କହିଲେ: “ଆମ୍ଭେ ସେହି ଯୀଶୁ ।”—ପ୍ରେରିତ ୯:୩-୫.

ଏହାର ତିନିଦିନ ପରେ, ଯୀଶୁ ହନନିୟ ନାମକ ଜଣେ ଶିଷ୍ୟଙ୍କୁ ପଠେଇ ଶାଉଲଙ୍କ ଦୃଷ୍ଟିଶକ୍ତିକୁ ଫେରାଇ ଦେଲେ । ଶାଉଲ ବାପ୍ତିସ୍ମ ନେଲେ ଓ ସାହସର ସହିତ ଯୀଶୁଙ୍କ ବିଷୟରେ ପ୍ରଚାର କରିବାକୁ ଲାଗିଲେ । ଶେଷରେ ଶାଉଲ ପ୍ରେରିତ ପାଉଲ ନାମରେ ଜଣାଗଲେ ଏବଂ ସେ ଜଣେ ଉଦ୍‌ଯୋଗୀ ସଭ୍ୟରୂପେ ଖ୍ରୀଷ୍ଟିୟମଣ୍ଡଳୀରେ ସ୍ଥାନ ପାଇଲେ ।

ଯୀଶୁଙ୍କ ଶିଷ୍ୟମାନେ କେବଳ ଯିହୂଦୀ ଓ ଶମିରୋଣୀୟଙ୍କଠାରେ ଈଶ୍ୱରଙ୍କ ରାଜ୍ୟର ସୁସମାଚାରକୁ ଘୋଷଣା କରିଥିଲେ । ଜଣେ ସ୍ୱର୍ଗଦୂତ ଈଶ୍ୱର ଭୟାଳୁ କର୍ଣ୍ଣୀଲିୟ ନାମକ ଜଣେ ରୋମୀୟ ସେନାପତିଙ୍କୁ ଦର୍ଶନ ଦେଇ କହିଲେ କି ସେ ପ୍ରେରିତ ପିତରଙ୍କୁ ଡାକି ପଠାଉ । ପିତର ଓ ଅନ୍ୟମାନେ ମିଶି କର୍ଣ୍ଣୀଲିୟ ଏବଂ ତାହାଙ୍କ ପରିବାର ଲୋକଙ୍କ ପାଖରେ ପ୍ରଚାର କଲେ । ପିତର କହୁଥିବା ସମୟରେ, ସେହି ଅନ୍ୟଜାତି ବିଶ୍ୱାସୀଙ୍କ ଉପରେ ପବିତ୍ର ଆତ୍ମା ଆସିଲା ଏବଂ ପ୍ରେରିତ ସେମାନଙ୍କୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ଦେବା ନିମନ୍ତେ ନିର୍ଦ୍ଦେଶ ଦେଲେ । ବର୍ତ୍ତମାନ ଅନନ୍ତ ଜୀବନର ପଥ ସମସ୍ତ ଜାତିର ଲୋକଙ୍କ ନିମନ୍ତେ ଖୋଲା ଗଲା । ଏହାପରେ ମଣ୍ଡଳୀ ବ୍ୟାପକଭାବେ ଦୂର ଦୂର ଦେଶ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରସ୍ତୁତ ହେଲା ।

—ଏହା ପ୍ରେରିତ ୧:୧-୧୧:୨୧ ପଦ ଉପରେ ଆଧାରିତ ।

  • ପେଣ୍ଟିକଷ୍ଟ ପର୍ବରେ କʼଣ ସବୁ ଘଟିଥିଲା ?

  • ଯୀଶୁଙ୍କ ଶିଷ୍ୟମାନଙ୍କ ପ୍ରଚାର ଦେଖି ଶତୃମାନେ କି ପ୍ରତିକ୍ରିୟା ଦେଖାଇଥିଲେ ?

  • ଅନନ୍ତ ଜୀବନର ପଥ କିପରି ସମସ୍ତ ଜାତି ନିମନ୍ତେ ଖୋଲା ଗଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ