ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ପୃଷ୍ଠା ୩୧
  • ବାଇବଲର ବାର୍ତ୍ତା-ଏକ ସାରାଂଶ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାଇବଲର ବାର୍ତ୍ତା-ଏକ ସାରାଂଶ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ପୃଷ୍ଠା ୩୧
ଲୋକମାନେ ପାରାଦୀଶରେ ଈରଙ୍କ ରାଜ୍ୟର  ଆନନ୍ଦ ନେଉଛନ୍ତି

ବାଇବଲର ବାର୍ତ୍ତା

  1. ୧ ଯିହୋବା ଆଦମ ଓ ହବାଙ୍କୁ ପାରାଦୀଶରେ ଅନନ୍ତ ଜୀବନର ଉଦ୍ଦେଶ୍ୟରେ ସୃଷ୍ଟି କଲେ । ଶୟତାନ ଈଶ୍ୱରଙ୍କ ନାମର ଅପବାଦ କରେ ଓ ତାହାଙ୍କ ଶାସନ କରିବାର ଅଧିକାର ଉପରେ ପ୍ରଶ୍ନ ଉଠାଏ । ଏହି ବିଦ୍ରୋହରେ ଆଦମ ଓ ହବା ଶୟତାନ ସହ ମିଶିଲେ, ଯାହାଫଳରେ ସେମାନେ ନିଜ ପାଇଁ ଓ ତାହାଙ୍କ ବଂଶଧରମାନଙ୍କ ପାଇଁ ପାପ ଓ ମୃତ୍ୟୁକୁ ନେଇଆସିଲେ

  2. ୨ ଯିହୋବା ଏହି ବିଦ୍ରୋହୀଙ୍କୁ ଶାସ୍ତି ଦେଲେ ଏବଂ ପ୍ରତିଜ୍ଞାକରି କହିଲେ ଯେ ଜଣେ ଉଦ୍ଧାରକର୍ତ୍ତା ବା ପ୍ରତିଜ୍ଞାତ ବଂଶ ଆସିବେ ଯିଏ ଶୟତାନକୁ ବିନାଶ କରିବେ ଏବଂ ପାପ ଓ ବିଦ୍ରୋହର ପ୍ରଭାବକୁ ଦୂର କରିଦେବେ

  3. ୩ ଯିହୋବା, ଅବ୍ରହାମ ଓ ଦାଉଦଙ୍କୁ ପ୍ରତିଜ୍ଞାକରି କହିଲେ ସେମାନେ ସେହି ପ୍ରତିଜ୍ଞାତ ବଂଶ ବା ମସୀହଙ୍କର ପୂର୍ବପୁରୁଷ ହେବେ ଯିଏ ଚୀରକାଳ ପାଇଁ ରାଜାରୂପେ ଶାସନ କରିବେ

  4. ୪ ଯିହୋବାଙ୍କ ଅନୁପ୍ରାଣିତରେ ତାହାଙ୍କ ଭବିଷ୍ୟବକ୍ତାମାନେ କହିଲେ ମସୀହ, ପାପ ଓ ମୃତ୍ୟୁକୁ ସମାପ୍ତ କରିବେ । ସେ ତାହାଙ୍କ ଶାସକଙ୍କ ସହିତ ଈଶ୍ୱରଙ୍କ ରାଜ୍ୟରେ ଶାସନ କରିବେ ଯାହା ଯୁଦ୍ଧ, ରୋଗ, ଏଭଳିକି ମୃତ୍ୟୁକୁ ମଧ୍ୟ ଦୂର କରିବ

  5. ୫ ଯିହୋବା ତାହାଙ୍କ ପୁତ୍ର ଯୀଶୁଙ୍କୁ ପୃଥିବୀକୁ ପଠେଇଲେ ଏବଂ ତାହାଙ୍କୁ ମସୀହ ବୋଲି ଚିହ୍ନିତ କଲେ । ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କଲେ ଏବଂ ନିଜ ଜୀବନକୁ ବଳିରୂପେ ଉତ୍ସର୍ଗ କଲେ । ଏହାପରେ ଯିହୋବା ତାହାଙ୍କୁ ଜଣେ ଆତ୍ମିକ ବ୍ୟକ୍ତିରୂପେ ପୁନରୁତ୍‌ଥିତ କଲେ

  6. ୬ ଯିହୋବା ତାହାଙ୍କ ପୁତ୍ରଙ୍କୁ ସ୍ୱର୍ଗରେ ରାଜାରୂପେ ନିଯୁକ୍ତି କରନ୍ତି, ଯାହା ଏହି ବିଧିବ୍ୟବସ୍ଥାର ଶେଷକାଳର ଆରମ୍ଭକୁ ସଂକେତ କରେ । ସାରାଜଗତରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରିବା ସମୟରେ ଯୀଶୁ ତାହାଙ୍କ ପାର୍ଥିବ ଅନୁଗାମୀମାନଙ୍କୁ ପଥ ଦେଖାନ୍ତି

  7. ୭ ଯିହୋବା ତାହାଙ୍କ ପୁତ୍ରଙ୍କୁ ପୃଥିବୀ ଉପରେ ତାହାର ରାଜ୍ୟର ଶାସନ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ । ସେହି ରାଜ୍ୟ ସମସ୍ତ ଦୁଷ୍ଟ ସରକାରଗୁଡ଼ିକୁ ବିନଷ୍ଟ କରିବ, ପୃଥିବୀରେ ପୁଣିଥରେ ପାରାଦୀଶର ସ୍ଥାପନ କରିବ ଏବଂ ବିଶ୍ୱସ୍ତ ମାନବଙ୍କୁ ସିଦ୍ଧ କରିବ । ଯିହୋବାଙ୍କ ଶାସନ ଅଧିକାର ସମ୍ପାଦିତ ହେବ ଏବଂ ତାହାଙ୍କ ନାମ ସଦାସର୍ବଦା ପାଇଁ ପବିତ୍ର ହେବ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ