ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୯-୧୧
ଜୀତ ବୃକ୍ଷର ଦୃଷ୍ଟାନ୍ତ
୧୧:୧୬-୨୬
ଜୀତ ବୃକ୍ଷର ଭିନ୍ନ ଭିନ୍ନ ଭାଗ କେଉଁ କଥାଗୁଡ଼ିକୁ ଦର୍ଶାଏ?
ବୃକ୍ଷ: ବୃକ୍ଷ ଦର୍ଶାଏ ଯେ ଈଶ୍ୱର ଅବ୍ରହାମଙ୍କୁ କରିଥିବା ଚୁକ୍ତି ସହ ଜଡ଼ିତ ଉଦ୍ଦେଶ୍ୟ କିପରି ପୂରଣ କଲେ
ଗଣ୍ଡି: ଯୀଶୁଙ୍କୁ ଦର୍ଶାଏ, ଯିଏ ଅବ୍ରହାମଙ୍କ ବଂଶର ପ୍ରଥମ ଭାଗ
ଶାଖାଗୁଡ଼ିକ: ଏପରି ସମସ୍ତ ଲୋକଙ୍କୁ ଦର୍ଶାଏ, ଯେଉଁମାନେ ଅବ୍ରହାମଙ୍କ ବଂଶର ଦ୍ୱିତୀୟ ଭାଗ
“ଉଚ୍ଛିନ୍ନ” ହୋଇଥିବା ଶାଖାଗୁଡ଼ିକ: ଜନ୍ମଗତ ଯିହୁଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ
‘କଲମ କରାଯାଇଥିବା’ ଶାଖାଗୁଡ଼ିକ: ସବୁ ରାଷ୍ଟ୍ରରୁ ଆସିଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ
ଠିକ୍ ଯେପରି ଭବିଷ୍ୟତବାଣୀ କରାଯାଇଥିଲା, ଅବ୍ରହାମଙ୍କ ବଂଶ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଓ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଯୋଗୁଁ “ପୃଥିବୀସ୍ଥ ସମସ୍ତ ଜାତି” ଆଶୀର୍ବାଦ ପାଇବେ ।—ଆଦି ୨୨:୧୮; ରୋମୀ ୧୧:୧୨
ଯିହୋବା ଅବ୍ରହାମଙ୍କ ବଂଶ ସହ ଜଡ଼ିତ ଉଦ୍ଦେଶ୍ୟକୁ ଯେଭଳି ଭାବେ ପୂରଣ କଲେ, ସେଥିରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଶିଖେ?