ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr19 ମେ ପୃଷ୍ଠା ୨-୬
  • ମେ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମେ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୯)
  • ଉପଶୀର୍ଷକ
  • ୬-୧୨ ମେ
  • ୧୩-୧୯ ମେ
  • ୨୦-୨୬ ମେ
  • ୨୭ ମେ–୨ ଜୁନ୍‌
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୯)
mwbr19 ମେ ପୃଷ୍ଠା ୨-୬

ମେ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୬-୧୨ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୪-୬

“ଆମ୍ଭେ କ୍ଳାନ୍ତ ହୋଇ ନ ଥାଉ”

ପ୍ର୦୪-ହି ୮/୧୫ ୨୫ ¶୧୬-୧୭

ଥକିଯାଉ, କିନ୍ତୁ ହାର୍‌ ମାନି ନ ଥାଉ

୧୬ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମକୁ ସବୁଠୁ ଅଧିକ ନିଜ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍‌। ଯଦି ଯିହୋବା ଈଶ୍ୱରଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ରହେ, ତେବେ ଶାରୀରିକ ଭାବେ ଥକିଗଲେ ମଧ୍ୟ ଆମେ ତାହାଙ୍କ ଉପାସନା କରିବାରେ କେବେ ଥକିବା ନାହିଁ। ଯିହୋବା ହିଁ “କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି ଓ ବଳହୀନ ଲୋକର ବଳ ବଢ଼ାଇ ଦିଅନ୍ତି।” (ଯିଶାଇୟ ୪୦:୨୮,୨୯) ପ୍ରେରିତ ପାଉଲ ଏହି ଶଦ୍ଦଗୁଡ଼ିକର ସତ୍ୟତାକୁ ନିଜେ ଅନୁଭବ କରିଥିଲେ। ସେ ଲେଖିଲେ, “ଆମ୍ଭେମାନେ କ୍ଳାନ୍ତ ହେଉ ନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି।”—୨ କରିନ୍ଥୀୟ ୪:୧୬.

୧୭ “ଦିନକୁ ଦିନ” ଶବ୍ଦ ଦୁଇଟି ପ୍ରତି ଧ୍ୟାନ ଦିଅନ୍ତୁ। ଏହାର ଅର୍ଥ ଯେ ଆମେ ପ୍ରତିଦିନ ଯିହୋବାଙ୍କ ବ୍ୟବସ୍ଥାଗୁଡ଼ିକରୁ ଲାଭ ଉଠାଇବା ଜାରି ରଖିବା। ଜଣେ ମିଶନାରୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ, ଯିଏ ୪୩ ବର୍ଷ ଧରି ବିଶ୍ୱସ୍ତତାର ସହ ସେବା କରିଛନ୍ତି। ସେହି ଦୀର୍ଘ ସମୟ ମଧ୍ୟରେ ଏପରି ଅନେକ ଦିନ ଥିଲା, ଯେତେବେଳେ ସେ ଶାରୀରିକ ଭାବେ ଥକି ଯାଉଥିଲେ ଏବଂ ନିରାଶ ହୋଇପଡ଼ୁଥିଲେ। ତଥାପି ସେ ହାର୍‌ ମାନିଲେ ନାହିଁ। ସେ କହନ୍ତି, “ମୁଁ ସକାଳେ ଜଲଦି ଉଠିବାର ଅଭ୍ୟାସ କରିନେଇଛି, ଯଦ୍ୱାରା ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ମୁଁ ଯିହୋବାଙ୍କୁ ପ୍ରାର୍ଥନା କରିବାରେ ଓ ତାହାଙ୍କ ବାକ୍ୟ ପଢ଼ିବାରେ ସମୟ ଦେଇପାରିବି। ପ୍ରତିଦିନର ଏହି ଅଭ୍ୟାସ ମତେ ଆଜି ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାରେ ସାହାଯ୍ୟ କରିଛି।” ଯଦି ଆମେ ପ୍ରତିଦିନ, ହଁ “ଦିନକୁ ଦିନ” ଯିହୋବାଙ୍କୁ ପ୍ରାର୍ଥନା କରିବା ଏବଂ ତାହାଙ୍କ ମହାନ ଗୁଣ ଓ ପ୍ରତିଜ୍ଞାଗୁଡ଼ିକ ଉପରେ ଚିନ୍ତନ କରିବା, ତେବେ ଆମକୁ ସମ୍ଭାଳିବାର ଯିହୋବାଙ୍କ ଶକ୍ତି ଉପରେ ଆମେ ପ୍ରକୃତରେ ନିର୍ଭର କରିପାରିବା।

ଇନସାଇଟ୍‌-୧ ୭୨୪-୭୨୫

ଧୈର୍ଯ୍ୟ

ଖ୍ରୀଷ୍ଟିୟାନ ହୋଇଥିବାରୁ ଆମେ ପରିପୂର୍ଣ୍ଣ ମଣିଷ ହୋଇ ଚିରକାଳ ଜୀଇଁବାର ଯେଉଁ ଆଶା ରଖୁ, ସେଥିରୁ ଆମ ଧ୍ୟାନ କେବେ ମଧ୍ୟ ହଟିବା ଉଚିତ୍‌ ନୁହେଁ। ଆମ ବିରୋଧୀ ଆମକୁ ଜୀବନରେ ମାରିଦିଅନ୍ତୁ ନା କାହିଁକି, ତଥାପି ଆମର ଏ ଆଶା ନିଶ୍ଚୟ ପୂରଣ ହେବ। (ରୋମୀ ୫:୩-୫; ୧ଥେସ ୧:୨, ୩; ପ୍ରକା ୨:୧୦) ଯେତେବେଳେ ଆମର ଏହି ଆଶା ପୂରଣ ହେବ, ଆମେ ଆଜିର ସବୁ ଦୁଃଖକଷ୍ଟ ଭୁଲିଯିବା। (ରୋମୀ ୮:୧୮-୨୫) ସେସମୟରେ ଆମକୁ ଯେଉଁସବୁ ଆଶିଷ ମିଳିବ, ସେଗୁଡ଼ିକ ସବୁଦିନ ପାଇଁ ରହିବ। ଆଜିର ଦୁଃଖକଷ୍ଟ ଯେତେ ବଡ଼ ହେଉ ନା କାହିଁକି, ଭବିଷ୍ୟତରେ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକ ତୁଳନାରେ ତାହା “କ୍ଷଣକାଳସ୍ଥାୟୀ” ଓ “ଲଘୁ” ଅଟେ। (୨କରି ୪:୧୬-୧୮) ଯଦି ଜଣେ ଖ୍ରୀଷ୍ଟିୟାନ ମନେ ରଖନ୍ତି ଯେ ଆଜିର ଦୁଃଖକଷ୍ଟ କେବଳ କିଛି ସମୟ ପାଇଁ ଏବଂ ସେ ନିଜ ଆଶାକୁ ଦୃଢ଼ ଭାବେ ଧରି ରଖନ୍ତି, ତେବେ ସେ ନିରାଶ ହୋଇ ହାର୍‌ ମାନିବେ ନାହିଁ ଏବଂ ଯିହୋବାଙ୍କଠାରୁ କେବେ ମଧ୍ୟ ଦୂରେଇ ଯିବେ ନାହିଁ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୨-ଇଂ ୨/୧ ୨୮-୨୯

“ଯିହୋବାଙ୍କୁ ଖୁସି କରନ୍ତୁ”

ପ୍ରଶାସନ ଦଳର ସଦସ୍ୟ ଭାଇ ଡେଭିଡ୍‌ ସ୍ପ୍ଲେନ୍‌ ୨ କରିନ୍ଥୀୟ ୪:୭ ପଦ ଆଧାରରେ ଏକ ଭାଷଣ ଦେଲେ। ଭାଇ ପଚାରିଲେ ଯେ ଏହି ପଦରେ କୁହାଯାଇଥିବା “ଧନ” କʼଣ। କʼଣ ଏହାର ଅର୍ଥ ଜ୍ଞାନ ନା ବୁଦ୍ଧି? ଭାଇ ଉତ୍ତର ଦେଲେ, “ନା। ପ୍ରେରିତ ପାଉଲ ଯେଉଁ ଧନ ବିଷୟରେ କହୁଥିଲେ, ତାହା ଲୋକମାନଙ୍କୁ ‘ସତ୍ୟ ପ୍ରକାଶ’ କରିବାର ଦାୟିତ୍ୱ ବା ‘ସେବକପଦ’ ଅଟେ।” (୨ କରିନ୍ଥୀୟ ୪:୧, ୨, ୫) ଭାଇ ସ୍ପ୍ଲେନ୍‌ ବିଦ୍ୟାର୍ଥୀମାନଙ୍କୁ ମନେ ପକାଇଦେଲେ ଯେ ସେମାନେ ପାଞ୍ଚ ମାସ ପର୍ଯ୍ୟନ୍ତ ଯାହା ଅଧ୍ୟୟନ କଲେ, ତାହା ଗୋଟିଏ ପ୍ରକାରେ ନିଜକୁ ବିଶେଷ ସେବା ପାଇଁ ପ୍ରସ୍ତୁତ କରିବା ଭଳି ଥିଲା। ଅନ୍ୟମାନଙ୍କୁ ସତ୍ୟ ବିଷୟରେ କହିବା ଏପରି ଏକ ଦାୟିତ୍ୱ ଅଟେ, ଯାହାକୁ ସେମାନେ ବହୁମୂଲ୍ୟ ମନେ କରିବା ଉଚିତ୍‌।

ଭାଇ ବୁଝାଇଲେ ଯେ ‘ମୃତ୍ତିକା ପାତ୍ରର’ ଅର୍ଥ ହେଉଛି, ଆମର ଶରୀର। ସେ କହିଲେ ଯେ ମୃତ୍ତିକା ବା ମାଟିରେ ତିଆରି ପାତ୍ର ଏବଂ ସୁନାରେ ତିଆରି ପାତ୍ର ମଧ୍ୟରେ କʼଣ ତଫାତ୍‌ ଅଛି। ସୁନାରେ ତିଆରି ପାତ୍ରକୁ ଅଧିକ ବ୍ୟବହାର କରାଯାଏ ନାହିଁ। କିନ୍ତୁ ମାଟିରେ ତିଆରି ପାତ୍ର ଅଧିକାଂଶ ସମୟ କାମରେ ବ୍ୟବହାର କରାଯାଏ। ଯଦି କିଛି ଧନ ସୁନାର ପାତ୍ରରେ ରଖାଯାଏ, ତେବେ ଆମର ଧ୍ୟାନ କେବଳ ଧନ ଉପରେ ନୁହେଁ, ବରଂ ପାତ୍ର ଉପରେ ମଧ୍ୟ ଯିବ। ଭାଇ କହିଲେ, “ଆପଣ ବିଦ୍ୟାର୍ଥୀମାନେ ଧ୍ୟାନ ରଖିବା ଉଚିତ୍‌ ଯେ ମିଶନାରୀ ସେବାରେ ଆପଣ ଅନ୍ୟମାନଙ୍କ ଧ୍ୟାନ ନିଜ ଆଡ଼କୁ ଟାଣିବା ଉଚିତ୍‌ ନୁହେଁ। ଆପଣମାନେ ସେମାନଙ୍କ ଧ୍ୟାନ ଯିହୋବାଙ୍କ ତରଫକୁ ଟାଣିବା ଉଚିତ୍‌। ଆପଣମାନେ ନିଜ ସୀମା ଭିତରେ ରହୁଥିବା ମୃତ୍ତିକାର ପାତ୍ର ଅଟନ୍ତି।”

ପ୍ର୦୯-ହି ୧୧/୧୫ ୨୧ ¶୭

ଭ୍ରାତୃପ୍ରେମ ଦେଖାଇବା ଜାରି ରଖନ୍ତୁ

୭ ଆମ ବିଷୟରେ କʼଣ? ଆମେ ଭ୍ରାତୃପ୍ରେମ ଦେଖାଇବାରେ କିପରି “ପ୍ରଶସ୍ତମନା” ହୋଇପାରିବା? ଅନେକ ସମୟରେ ଦେଖାଯାଇଛି ଯେ ଯେଉଁ ଲୋକମାନେ ସମାନ ବୟସର କିମ୍ବା ଜାତିର ଥାʼନ୍ତି, କିମ୍ବା ସମାନ ପୃଷ୍ଠଭୂମିରୁ ଆସିଥାʼନ୍ତି, ସେମାନେ ପରସ୍ପର ସହ ଖୁବ୍‌ ଶୀଘ୍ର ମିଶିଯାʼନ୍ତି। ଆଉ ଯେଉଁ ଲୋକମାନଙ୍କର ସଉକ ଏକାଭଳି ହୋଇଥାଏ, ସେମାନେ ନିଜ ଅଧିକାଂଶ ସମୟ ସେମାନଙ୍କ ସହିତ ବିତାଇଥାʼନ୍ତି। କʼଣ ଏକଥା ଆମ ମାମଲାରେ ମଧ୍ୟ ସତ? ଯଦି ହଁ, ତେବେ ଆମକୁ “ପ୍ରଶସ୍ତମନା” ହେବାକୁ ପଡ଼ିବ। ନିଜକୁ ପଚାରନ୍ତୁ, ‘କଅଣ ମୁଁ ଅନ୍ୟ ଭାଇଭଉଣୀମାନଙ୍କ ସହ ପ୍ରଚାର, ବୁଲାବୁଲି ଏବଂ ଅନ୍ୟ ସମୟରେ ସଙ୍ଗତି କରିବା ପାଇଁ କେବେ କେବେ ହିଁ ସମୟ କାଢ଼େ? ରାଜ୍ୟଘରକୁ ଆସୁଥିବା ନୂଆ ଲୋକଙ୍କ ସହ କʼଣ ମୁଁ କମ୍‌ ମିଳାମିଶା କରେ, କାରଣ ମତେ ଲାଗେ ଯେ ପ୍ରଥମେ ସେମାନଙ୍କୁ ମୋʼ ସାଙ୍ଗ ହେବାର ଯୋଗ୍ୟ ହେବାକୁ ପଡ଼ିବ? କʼଣ ମୁଁ ମଣ୍ଡଳୀର ବୃଦ୍ଧବୃଦ୍ଧା ଓ ଯୁବକଯୁବତୀ ସମସ୍ତଙ୍କୁ ଭେଟି ନମସ୍କାର କରେ?’

୧୩-୧୯ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୭-୧୦

“ଆମ ରିଲିଫ ସେବା”

ପ୍ର୯୮-ହି ୧୧/୧ ୨୫ ¶୧

“ଈଶ୍ୱର ହୃଷ୍ଟଚିତ୍ତ ଦାତାକୁ ଭଲ ପାଆନ୍ତି”

ପ୍ରଥମେ ପାଉଲ କରିନ୍ଥର ଭାଇମାନଙ୍କୁ ମାକିଦନିଆର ଭାଇମାନଙ୍କ ବିଷୟରେ କହିଲେ, ଯେଉଁମାନେ ରିଲିଫ କାମରେ ସାହାଯ୍ୟ ଦେଇ ଏକ ବଢ଼ିଆ ଉଦାହରଣ ରଖିଲେ। ପାଉଲ ଲେଖିଲେ, “ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି।” ମାକିଦନିଆର ଭାଇମାନଙ୍କୁ ଉଦାରତା ଦେଖାଇବା ପାଇଁ କହିବାକୁ ପଡ଼ିଲା ନାହିଁ। ଏହା ପରିବର୍ତ୍ତେ ପାଉଲ କହିଲେ, “ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ; . . . ସହଭାଗିତାରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ।” ମାକିଦନିଆର ଭାଇମାନେ ଖୁସିର ସହ ଉଦାରତା ଦେଖାଇବା କଥାଟି ଆହୁରି ଉଲ୍ଲେଖଯୋଗ୍ୟ, କାରଣ ଆମେ ଦେଖୁ ଯେ ସେମାନେ ନିଜେ ମଧ୍ୟ ‘ଭୀଷଣ ଦରିଦ୍ରତାରେ’ ଥିଲେ।—୨ କରିନ୍ଥୀୟ ୮:୨-୪.

ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୨୦୯ ¶୧

ରିଲିଫ ସେବା

ପ୍ରାୟ ୪୬ ଖ୍ରୀଷ୍ଟାବ୍ଦ ସମୟର କଥା। ସାରା ଯିହୁଦା ପ୍ରଦେଶରେ ଦୁର୍ଭିକ୍ଷ ପଡ଼ିଥିଲା। ଯାହା ଟିକେ ଶସ୍ୟ ମିଳୁଥିଲା, ତାʼ ମଧ୍ୟ ଆକାଶ ଛୁଆଁ ଦର ଥିଲା। ସେଠାକାର ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କଠାରେ ଶସ୍ୟ କିଣିବା ପାଇଁ ଏତେ ପଇସା ମଧ୍ୟ ନ ଥିଲା। ଭୋକରେ ସେମାନଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଥିଲା। କିନ୍ତୁ ଖୁବ୍‌ ଶୀଘ୍ର ସେମାନେ ହୃଦୟଙ୍ଗମ କରିବାକୁ ଯାଉଥିଲେ ଯେ ଯିହୋବା କିପରି ସେମାନଙ୍କୁ ଉଦ୍ଧାର କରିବେ। ଏହା ଏପରି ଏକ ଅପୂର୍ବ ଅନୁଭୂତି ହୁଅନ୍ତା, ଯାହା ଖ୍ରୀଷ୍ଟଙ୍କ କୌଣସି ଶିଷ୍ୟଙ୍କ ସହ ପୂର୍ବରୁ କେବେ ହୋଇ ନ ଥିଲା। ଏପରି କʼଣ ହେବାକୁ ଯାଉଥିଲା?

ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୨୦୯-୨୧୦ ¶୪-୬

ରିଲିଫ ସେବା

୪ କରିନ୍ଥୀୟମାନଙ୍କୁ ଲେଖିଥିବା ଦ୍ୱିତୀୟ ଚିଠିରେ ପାଉଲ ବୁଝାଇଲେ ଯେ ଆମ ଖ୍ରୀଷ୍ଟିୟାନମାନଙ୍କ ସେବାର ଦୁଇଟି ଦିଗ ଅଛି। ଯଦିଓ ପାଉଲଙ୍କ ଏହି ଚିଠି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଥିଲା, ତଥାପି ତାଙ୍କର ପରାମର୍ଶ ଆଜି ଖ୍ରୀଷ୍ଟଙ୍କ ‘ଅନ୍ୟ ମେଷମାନଙ୍କ’ ଉପରେ ମଧ୍ୟ ଲାଗୁ ହୁଏ। (ଯୋହ. ୧୦:୧୬) ଆମ ସେବାର ଗୋଟିଏ ଦିଗ ହେଉଛି, ‘ସମ୍ମିଳନର ସେବା’ ଅର୍ଥାତ୍‌ ପ୍ରଚାର କରିବା ଓ ଶିଖାଇବା। (୨ କରି. ୫:୧୮-୨୦; ୧ ତୀମ. ୨:୩-୬) ଅନ୍ୟ ଦିଗଟି ହେଉଛି, ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା। ପାଉଲ ବିଶେଷ କରି ସମସ୍ୟା ସମୟରେ ସେମାନଙ୍କ “ସେବା” କରିବା ବିଷୟରେ କହିଲେ, ଯେଉଁଥିରେ ରିଲିଫ ସେବା ମଧ୍ୟ ସାମିଲ୍‌। (୨ କରି. ୮:୪) ସେବାର ଏହି ଦୁଇଟି ଦିଗ ପାଇଁ ଗ୍ରୀକ୍‌ ଭାଷାରେ ଗୋଟିଏ ହିଁ ଶବ୍ଦ ଦିଆକୋନିଆ ବ୍ୟବହାର କରାଯାଇଛି। ଏହା କାହିଁକି ଧ୍ୟାନ ଦେବାର ବିଷୟ?

୫ ପାଉଲ ଏହି ଦୁଇଟି ସେବା ପାଇଁ ଗୋଟିଏ ହିଁ ଗ୍ରୀକ୍‌ ଶବ୍ଦ ବ୍ୟବହାର କରି ଦେଖାଇଲେ ଯେ ରିଲିଫ କାମ ମଧ୍ୟ ସେତେ ହିଁ ଜରୁରୀ ଯେତେ ଖ୍ରୀଷ୍ଟୀୟ ମଣ୍ଡଳୀରେ କରାଯାଉଥିବା କାମଗୁଡ଼ିକ ଅଟେ। ସେ ନିଜ ପ୍ରଥମ ଚିଠିରେ କହିଥିଲେ, ‘ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକ; କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ଏହିସମସ୍ତ କର୍ମ ସାଧନ କରନ୍ତି।’ (୧ କରି. ୧୨:୪-୬, ୧୧) ପାଉଲ ମଣ୍ଡଳୀରେ ହେଉଥିବା ସବୁ ପ୍ରକାରର କାମଗୁଡ଼ିକୁ “ପବିତ୍ର ସେବା” ବୋଲି କହିଲେ। (ରୋମୀ. ୧୨:୧, ୬-୮, NW) ତେଣୁ ସେ ବୁଝିପାରିଲେ ଯେ କିଛି ସମୟ “ସାଧୁମାନଙ୍କର ସେବା କରିବା” ପାଇଁ ଲଗାଇବା କେତେ ଜରୁରୀ।—ରୋମୀ. ୧୫:୨୫, ୨୬.

୬ ପାଉଲ କରିନ୍ଥୀୟମାନଙ୍କୁ ବୁଝାଇଲେ ଯେ ରିଲିଫ କାମ କାହିଁକି ସେମାନଙ୍କ ସେବା ଓ ଯିହୋବାଙ୍କ ଉପାସନାର ଏକ ଭାଗ ଅଟେ। ସେ କରିଥିବା ତର୍କ ପ୍ରତି ଧ୍ୟାନ ଦିଅନ୍ତୁ: ଖ୍ରୀଷ୍ଟିୟାନମାନେ ଏଥିପାଇଁ ରିଲିଫ ସେବା କରିଥାʼନ୍ତି, କାରଣ ସେମାନେ “ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟ,” ଅର୍ଥାତ୍‌ ତାʼ ଅଧୀନରେ ଅଛନ୍ତି। (୨ କରି. ୯:୧୩) ଆମେ ଖ୍ରୀଷ୍ଟଙ୍କ ଶିକ୍ଷାଗୁଡ଼ିକ ଅନୁଯାୟୀ ଚାଲିବାକୁ ଚାହୁଁ, ତେଣୁ ଆମେ ଭାଇଭଉଣୀମାନଙ୍କ ସାହାଯ୍ୟ କରୁ। ପାଉଲ କହିଲେ ଯେ ଯେତେବେଳେ ଆମେ ଏହିପରି ଭାବେ ସାହାଯ୍ୟ କରୁ, ଏହା ପ୍ରକୃତରେ ‘ଈଶ୍ୱରଙ୍କ ଅତ୍ୟଧିକ ଅନୁଗ୍ରହର’ ଏକ ପ୍ରମାଣ। (୨ କରି. ୯:୧୪; ୧ ପିତ. ୪:୧୦) ତେଣୁ ୧ ଡିସେମ୍ବର ୧୯୭୫ ମସିହାର ପ୍ରହରୀଦୁର୍ଗରେ ଆବଶ୍ୟକ କରୁଥିବା ଭାଇମାନଙ୍କୁ ସାହାଯ୍ୟ କରିବା ବିଷୟରେ, ଯେଉଁଥିରେ ରିଲିଫ କାମ ମଧ୍ୟ ସାମିଲ୍‌, ସଠିକ୍‌ ଭାବେ କୁହାଯାଇଛି: “ଆମକୁ କେବେ ମଧ୍ୟ ସନ୍ଦେହ କରିବା ଉଚିତ୍‌ ନୁହେଁ ଯେ ଯିହୋବା ଈଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଏପ୍ରକାର ସେବାକୁ ଅଧିକ ମହତ୍ତ୍ୱ ଦିଅନ୍ତି କି ନାହିଁ।” ହଁ, ରିଲିଫ କାମ ପବିତ୍ର ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ।—ରୋମୀ. ୧୨:୧, ୭; ୨ କରି. ୮:୭; ଏବ୍ରୀ ୧୩:୧୬.

ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୧୯୬ ¶୧୦

ରାଜ୍ୟ ସହ ଜଡ଼ିତ କାମଗୁଡ଼ିକର ଖର୍ଚ୍ଚ କିପରି ପୂରଣ କରାଯାଏ

୧୦ ପ୍ରଥମତଃ ଆମେ ନିଜ ଇଚ୍ଛାରେ ଦାନ ଏଥିପାଇଁ ଦେଉ, କାରଣ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ “ତାହାଙ୍କର ଦୃଷ୍ଟିରେ ଯାହା ସନ୍ତୋଷଜନକ,” ତାହା କରିବା ପାଇଁ ଚାହୁଁ। (୧ ଯୋହ. ୩:୨୨) ଯିହୋବା ପ୍ରକୃତରେ ଏପରି ବ୍ୟକ୍ତି ଉପରେ ଖୁସି ହୁଅନ୍ତି, ଯିଏ ହୃଦୟରୁ ଦାନ ଦିଏ। ଧ୍ୟାନ ଦିଅନ୍ତୁ, ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ସେମାନଙ୍କୁ କିପରି ମନୋବୃତ୍ତି ରଖି ଦାନ ଦେବା ଉଚିତ୍‌। (୨ କରିନ୍ଥୀୟ ୯:୭ ପଢ଼ନ୍ତୁ ।) ଜଣେ ପ୍ରକୃତ ଖ୍ରୀଷ୍ଟିୟାନ ଦାନ ଦେବା ପାଇଁ କୁଣ୍ଠାବୋଧ କରେ ନାହିଁ, କିମ୍ବା ତାକୁ ବାଧ୍ୟ କରାଯାଏ ନାହିଁ। ସେ ଦାନ ଏଥିପାଇଁ କରେ, କାରଣ ସେ ‘ହୃଦୟରେ ସଂକଳ୍ପ କରିନିଏ।’ ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯେତେବେଳେ ସେ ଦେଖେ ଯେ ଦାନର କେତେ ଆବଶ୍ୟକତା ରହିଛି, ସେ ଭାବେ ଯେ ସେ କିପରି ସାହାଯ୍ୟ କରିପାରିବ। ତାʼପରେ ସେ ଦାନ କରେ। ଏପରି ବ୍ୟକ୍ତିକୁ ଯିହୋବା ବହୁତ ଭଲ ପାʼନ୍ତି କାରଣ ବାଇବଲ କହେ, “ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି।”

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୬.୦୧-ହି ୧୨-୧୩ ¶୨

କʼଣ ଈଶ୍ୱରଙ୍କ “ଅକଥନୀୟ ଦାନ” ଆପଣଙ୍କୁ ବାଧ୍ୟ କରେ?

୨ ପାଉଲ ଜାଣିଥିଲେ ଯେ ଯୀଶୁଙ୍କ ସିଦ୍ଧ ବଳିଦାନ ଈଶ୍ୱରଙ୍କ ସମସ୍ତ ସୁନ୍ଦର ପ୍ରତିଜ୍ଞାଗୁଡ଼ିକ ନିଶ୍ଚୟ ପୂରଣ ହେବାର ଗ୍ୟାରେଣ୍ଟି ଅଟେ। (୨ କରିନ୍ଥୀୟ ୧:୨୦ ପଢ଼ନ୍ତୁ ।) ତେବେ କʼଣ ଏହାର ଅର୍ଥ ‘ଈଶ୍ୱରଙ୍କ ଅକଥନୀୟ ଦାନରେ’ କେବଳ ଯୀଶୁଙ୍କ ବଳିଦାନ ସାମିଲ୍‌ ଅଛି? ଆଦୌ ନୁହେଁ। ଏଥିରେ ଏପରି ସମସ୍ତ ମଙ୍ଗଳ କାମ ସାମିଲ୍‌, ଯାହା ଯିହୋବା ଆମ ପାଇଁ କରିଛନ୍ତି। ତାʼ ସହ, ତାହାଙ୍କ ଅଟଳ ପ୍ରେମ ମଧ୍ୟ ସାମିଲ୍‌, ଯାହା ସେ ଯୀଶୁଙ୍କ ଜରିଆରେ ଦେଖାଇଛନ୍ତି। ପ୍ରକୃତରେ ଏହି ବହୁମୂଲ୍ୟ ଓ ବିଶେଷ ଉପହାର ବିଷୟରେ ବୁଝାଇବା ପାଇଁ ମଣିଷଠାରେ କୌଣସି ଶବ୍ଦ ନାହିଁ। କିନ୍ତୁ ଏବେ ପ୍ରଶ୍ନ ଉଠେ, ଏହି ବିଶେଷ ଉପହାରର ଆମ ଉପରେ କʼଣ ପ୍ରଭାବ ପଡ଼ିବା ଉଚିତ୍‌? ଆଉ, ଏବର୍ଷ ସ୍ମାରକ ପାଳନର ପ୍ରସ୍ତୁତି କରିବା ସମୟରେ ଏହି ଉପହାର ଆମକୁ କʼଣ କରିବା ପାଇଁ ପ୍ରେରିତ କରିବା ଉଚିତ୍‌? ଏବର୍ଷ ସ୍ମାରକ ୨୩ ମାର୍ଚ୍ଚ ୨୦୧୬, ବୁଧବାର ଦିନ ପାଳନ କରାଯିବ।

ସଜା୯୯-ହି ୮/୮ ୨୦-୨୧

କʼଣ ଦର୍ପ କରିବା ଭୁଲ୍‌ ଅଟେ?

ଖ୍ରୀଷ୍ଟିୟାନ ଗ୍ରୀକ୍‌ ଶାସ୍ତ୍ରରେ କ୍ରିୟା କଉଖାଓମାଇକୁ “ଦର୍ପ କରିବା, ଆନନ୍ଦିତ ହେବା, ଗର୍ବ କରିବାର” ଅନୁବାଦ କରାଯାଇଛି ଏବଂ ଏହାକୁ ନକରାତ୍ମକ ଓ ସକାରାତ୍ମକ ଉଭୟ ଅର୍ଥରେ ବ୍ୟବହାର କରାଯାଇଛି। ଉଦାହରଣ ପାଇଁ, ପାଉଲ କହନ୍ତି ଯେ “ଆମ୍ଭେମାନେ ଈଶ୍ୱରଙ୍କ ଗୌରବର ଭରସାରେ ଦର୍ପ କରୁଅଛୁ।” ସେ ଏହା ମଧ୍ୟ ପରାମର୍ଶ ଦିଅନ୍ତି: “କିନ୍ତୁ ଯେ ଦର୍ପ କରେ, ସେ ପ୍ରଭୁଙ୍କଠାରେ ଦର୍ପ କରୁ।” (ରୋମୀୟ ୫:୨; ୨ କରିନ୍ଥୀୟ ୧୦:୧୭) ଏହାର ଅର୍ଥ ଯେ ଆମକୁ ଯିହୋବାଙ୍କୁ ନିଜ ଈଶ୍ୱର ଭାବେ ସ୍ୱୀକାର କରି, ତାʼ ଉପରେ ଗର୍ବ କରିବା ଉଚିତ୍‌। ଏହା ଏପରି ଏକ ଭାବନା, ଯାହା ଆମକୁ ତାହାଙ୍କ ସୁନାମ ଓ ମାନସମ୍ମାନ ଯୋଗୁଁ ଆନନ୍ଦ କରିବା ପାଇଁ ପ୍ରେରିତ କରିପାରେ।

୨୦-୨୬ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ କରିନ୍ଥୀୟ ୧୧-୧୩

“ପାଉଲଙ୍କ ‘ଶରୀରରେ କଣ୍ଟା’”

ପ୍ର୦୮-ହି ୬/୧୫ ୩-୪

ଦୁର୍ବଳ ସତ୍ତ୍ୱେ ହାର୍‌ ମାନି ନ ଥାଉ

ଆଉ ଜଣେ ବିଶ୍ୱସ୍ତ ସେବକ, ପ୍ରେରିତ ପାଉଲ ଯିହୋବାଙ୍କୁ କହିଲେ ଯେ ସେ ତାଙ୍କ ‘ଶରୀରରେ ଥିବା କଣ୍ଟାକୁ’ ବାହାର କରିଦିଅନ୍ତୁ, ଯାହା ସବୁବେଳେ ତାଙ୍କୁ କଷ୍ଟ ଦେଉଥିଲା। ସେ ଈଶ୍ୱରଙ୍କଠାରେ ତିନିଥର ପ୍ରାର୍ଥନା କଲେ ଯେ ସେ ତାଙ୍କୁ ଏହି କଷ୍ଟରୁ ମୁକ୍ତ କରନ୍ତୁ। ପାଉଲଙ୍କ କଷ୍ଟ ଯାହା ମଧ୍ୟ ଥିଲା, କିନ୍ତୁ ଗୋଟଏ କଥା ସ୍ପଷ୍ଟ ଯେ ଏହା କଣ୍ଟା ଭଳି ତାଙ୍କ ଶରୀରକୁ କଷ୍ଟ ଦେଉଥିଲା। ଫଳରେ ଈଶ୍ୱରଙ୍କ ସେବାରେ ତାଙ୍କୁ ମିଳୁଥିବା ଖୁସି ସେ ନିଶ୍ଚୟ ହରାଇଥିବେ। ସେ କହନ୍ତି ଯେ ଏହି କଣ୍ଟା ଭଳି ସମସ୍ୟା ତାଙ୍କୁ ଏପରି ଯନ୍ତ୍ରଣା ଦେଉଥିଲା, ଯେପରି କେହି ତାଙ୍କୁ ଲଗାତାର ଚାପୁଡ଼ା ମାରୁଛି। ଯିହୋବା ତାଙ୍କୁ ଉତ୍ତର ଦିଅନ୍ତି: “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ଯିହୋବା ତାଙ୍କ ଶରୀରରୁ ସେହି କଣ୍ଟାକୁ କାଢ଼ିଲେ ନାହିଁ। ଆଗକୁ ମଧ୍ୟ ପାଉଲଙ୍କୁ ସେହି କଣ୍ଟା ଭଳି ସମସ୍ୟା ବିରୁଦ୍ଧରେ ସଂଘର୍ଷ କରିବାକୁ ପଡ଼ିଲା। ତଥାପି ସେ କହିଲେ: “ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।” (୨ କରି. ୧୨:୭-୧୦) ତାଙ୍କ କହିବାର ଅର୍ଥ କʼଣ ଥିଲା?

ପ୍ର୦୭-ହି ୧/୧ ୧୬-୧୭ ¶୧୭-୧୮

ଯିହୋବା ‘ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ ପବିତ୍ର ଆତ୍ମା’ ଦିଅନ୍ତି

୧୭ ପାଉଲଙ୍କ ପ୍ରାର୍ଥନାର ଉତ୍ତରରେ ଯିହୋବା କହନ୍ତି: “ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ତାʼପରେ ପାଉଲ କହନ୍ତି: “ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋʼ ଉପରେ [“ଏକ ତମ୍ବୁ ଭଳି,” NW] ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି।” (୨ କରିନ୍ଥୀୟ ୧୨:୯; ଗୀତସଂହିତା ୧୪୭:୫) ପାଉଲ ଅନୁଭବ କଲେ ଯେ ଈଶ୍ୱର ଖ୍ରୀଷ୍ଟଙ୍କ ଜରିଆରେ ତାଙ୍କୁ ସୁରକ୍ଷା ଦେଉଛନ୍ତି, ସତେ ଯେପରି ତାଙ୍କ ଚାରିଆଡ଼େ ତମ୍ବୁ ଲଗାଯାଇଛି। ଆଜି ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ମଧ୍ୟ ଏହିପରି ଦେଇଥାʼନ୍ତି। ସତେ ଯେପରି ସେ ଆମ ଚାରିପାଖେ ତମ୍ବୁ ଲଗାଇ ଆମର ରକ୍ଷା କରନ୍ତି।

୧୮ ଏହା ସତ ଯେ ତମ୍ବୁରେ ରହିଲେ ବର୍ଷା ହେବା, କିମ୍ବା ପବନ ବହିବା ବନ୍ଦ ହୁଏ ନାହିଁ। କିନ୍ତୁ ହଁ, ଏହା ଆମକୁ ଖରାପ ପାଗରୁ ଟିକେ ତ ରକ୍ଷା ଦେଇଥାଏ। ଠିକ୍‌ ସେହିପରି, ‘ଖ୍ରୀଷ୍ଟଙ୍କ ଶକ୍ତିରୁ’ ମିଳୁଥିବା ଆଶ୍ରୟ ଆମ ଜୀବନରେ ଆସୁଥିବା ସମସ୍ତ ସମସ୍ୟା କିମ୍ବା ପରୀକ୍ଷାଗୁଡ଼ିକୁ ରୋକେ ନାହିଁ। କିନ୍ତୁ ଏହା ଆମକୁ ଆଧ୍ୟାତ୍ମିକ ଭାବେ ଏହି ସଂସାରର ଲୋକମାନଙ୍କଠାରୁ, ସେମାନଙ୍କ ମନୋଭାବ ଓ ଚାଲିଚଳନଠାରୁ ନିଶ୍ଚୟ ରକ୍ଷା କରେ। ତାʼ ସହ, ଏହା ଆମକୁ ଏହି ଜଗତର ଶାସକ ଶୟତାନର ଆକ୍ରମଣଗୁଡ଼ିକରୁ ମଧ୍ୟ ରକ୍ଷା କରେ। (ପ୍ରକାଶିତ ବାକ୍ୟ ୭:୯, ୧୫, ୧୬) ତେଣୁ ଯଦି ଆପଣ ଏପରି କୌଣସି ପରୀକ୍ଷାର ସାମନା କରୁଛନ୍ତି, ଯାହା ଏପର୍ଯ୍ୟନ୍ତ “ଦୂର” ହେଉ ନାହିଁ, ତେବେ ଭରସା ରଖନ୍ତୁ ଯେ ଯିହୋବା ଜାଣନ୍ତି ଆପଣ କେତେ ସଂଘର୍ଷ କରୁଛନ୍ତି। ତାʼ ସହ, ସେ ଆପଣଙ୍କ “କ୍ରନ୍ଦନ ରବ” ଶୁଣି ତାର ଉତ୍ତର ଦେଇସାରିଛନ୍ତି। (ଯିଶାଇୟ ୩୦:୧୯; ୨ କରିନ୍ଥୀୟ ୧:୩, ୪) ପାଉଲ କହିଲେ: “ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ।”—୧ କରିନ୍ଥୀୟ ୧୦:୧୩; ଫିଲିପ୍‌ପୀୟ ୪:୬, ୭.

ପ୍ର୧୮.୦୧-ହି ୯ ¶୮-୯

“ସେ କ୍ଳାନ୍ତ ଲୋକକୁ ଶକ୍ତି ଦିଅନ୍ତି”

୮ ଯିଶାଇୟ ୪୦:୩୦ ପଢ଼ନ୍ତୁ । ଆମଠାରେ ଯେତେ ଦକ୍ଷତା ଥାଉ ନା କାହିଁକି, ଆମର କିଛି ସୀମା ରହିଛି। ଆମେ ସବୁ କାମ ନିଜ ବଳରେ କରିପାରିବା ନାହିଁ ଏବଂ ଏକଥା ଆମକୁ ସର୍ବଦା ମନେ ରଖିବା ଉଚିତ୍‌। ପ୍ରେରିତ ପାଉଲ ଏପରି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କଠାରେ ଅନେକ ଦକ୍ଷତା ଥିଲା, ତଥାପି ସେ ସବୁ କାମ ନିଜ ବଳରେ କରିପାରିଲେ ନାହିଁ। ଯେତେବେଳେ ସେ ଏବିଷୟରେ ଯିହୋବାଙ୍କୁ କହିଲେ, ଯିହୋବା ତାଙ୍କୁ ଉତ୍ତରରେ କହିଲେ: “ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ।” ପାଉଲ ଯିହୋବାଙ୍କ କଥା ବୁଝିଗଲେ, ତେଣୁ ସେ କହିଲେ: “ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ବଳବାନ।” (୨ କରିନ୍ଥୀୟ ୧୨:୭-୧୦) ପାଉଲଙ୍କ କହିବାର ଅର୍ଥ କʼଣ ଥିଲା?

୯ ପାଉଲ ଜାଣିପାରିଲେ ଯେ ତାଙ୍କୁ ଯିହୋବାଙ୍କ ସାହାଯ୍ୟ ଜରୁରୀ, ଯିଏ ତାଙ୍କଠୁ କାହିଁ କେତେ ଅଧିକ ଶକ୍ତିଶାଳୀ ଅଟନ୍ତି। ସେ ଦେଖିପାରିଲେ ଯେ ଯେତେବେଳେ ସେ ଦୁର୍ବଳ ଥିଲେ, କିପରି ଯିହୋବାଙ୍କ ପବିତ୍ର ଶକ୍ତି ତାଙ୍କଠାରେ ଶକ୍ତି ଭରି ଦେଲା। କେବଳ ଏତିକି ନୁହେଁ, ପବିତ୍ର ଶକ୍ତି ତାଙ୍କୁ ଏପରି କାମ କରିବା ପାଇଁ ଯୋଗ୍ୟ କଲା, ଯାହା ସେ ନିଜ ବଳରେ କେବେ ମଧ୍ୟ କରି ପାରି ନ ଥାʼନ୍ତେ। ଏପରି ଭାବେ ପାଉଲ ଦୁର୍ବଳ ହେବା ସତ୍ତ୍ୱେ ବଳବାନ ହୋଇପାରିଲେ। ଆଜି ମଧ୍ୟ ଯେତେବେଳେ ଯିହୋବା ଆମକୁ ନିଜ ପବିତ୍ର ଶକ୍ତି ଦିଅନ୍ତି, ଆମେ ନିଶ୍ଚୟ ବଳବାନ ହୋଇପାରିବା।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୮.୧୨-ହି ୮ ¶୧୦-୧୨

ପାଠକମାନଙ୍କ ପ୍ରଶ୍ନ

ଦ୍ୱିତୀୟ କରିନ୍ଥୀୟ ୧୨:୨ ପଦରେ କୁହାଯାଇଥିବା ‘ତୃତୀୟ ସ୍ୱର୍ଗର’ ଅର୍ଥ ହୁଏତ ଖ୍ରୀଷ୍ଟୀୟ ରାଜ୍ୟ, ଯାହାର ଅଧିକାରୀ ଯୀଶୁ ଖ୍ରୀଷ୍ଟ ଓ ୧,୪୪,୦୦୦ ଜଣ ଅଟନ୍ତି। ଏହି ରାଜ୍ୟକୁ ୨ ପିତର ୩:୧୩ ପଦରେ “ନୂତନ ଆକାଶମଣ୍ଡଳ” କୁହାଯାଇଛି।

ଏହାକୁ “ତୃତୀୟ ସ୍ୱର୍ଗ” କହିବାର କାରଣ ହେଉଛି— ଏହି ରାଜ୍ୟ ସର୍ବଶ୍ରେଷ୍ଠ ଓ ଉଚ୍ଚତର।

ଦର୍ଶନରେ ପାଉଲ ଯେଉଁ ‘ପାରଦୀଶକୁ ନୀତ ହେଲେ’ ହୁଏତ ତାହା ତିନୋଟି କଥାକୁ ସୂଚାଏ: (୧) ପୃଥିବୀରେ ଆସିବାକୁ ଯାଉଥିବା ବାସ୍ତବିକ ପାରଦୀଶ, (୨) ଈଶ୍ୱରଙ୍କ ଲୋକଙ୍କ ମଧ୍‌ଯରେ ଭବିଷ୍ୟତରେ ହେବାକୁ ଯାଉଥିବା ଆହୁରି ବେଶି ଅପୂର୍ବ ଓ ଶାନ୍ତିଭରା ପରିବେଶ ଏବଂ (୩) ସ୍ୱର୍ଗରେ “ଈଶ୍ୱରଙ୍କ ପାରଦୀଶ,” ଯାହା ନୂତନ ଜଗତରେ ହେବ, ଯେତେବେଳେ ଏହି ପୃଥିବୀ ପ୍ରକୃତରେ ଏକ ପାରଦୀଶରେ ପରିଣତ ହେବ।

ଇନସାଇଟ୍‌-୨ ୧୭୭

ଚୁମ୍ବନ

“ପବିତ୍ର ଚୁମ୍ବନ ।” ପ୍ରାରମ୍ଭିକ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ “ପବିତ୍ର ଚୁମ୍ବନ” (ରୋମୀ ୧୬:୧୬; ୧କରି ୧୬:୨୦; ୨କରି ୧୩:୧୨; ୧ଥେସ ୫:୨୬) କିମ୍ବା “ପ୍ରେମ ଚୁମ୍ବନ” କରିବା (୧ପିତ ୫:୧୪) ଏକ ସାଧାରଣ କଥା ଥିଲା। ଯେତେବେଳେ ଖ୍ରୀଷ୍ଟିୟାନମାନେ ପରସ୍ପରକୁ ଭେଟୁଥିଲେ, ସେତେବେଳେ ହୁଏତ ଭାଇମାନେ ପରସ୍ପରକୁ ଏବଂ ଭଉଣୀମାନେ ପରସ୍ପରକୁ ଚୁମ୍ବନ ଦେଉଥିଲେ। ଏହି ପ୍ରଥା ପ୍ରାରମ୍ଭିକ ଖ୍ରୀଷ୍ଟିୟାନ ଓ ପ୍ରାଚୀନ ଇସ୍ରାଏଲୀୟମାନଙ୍କ ମଧ୍ୟରେ ପ୍ରାୟ ଏକା ଭଳି ଥିଲା। ବାଇବଲରେ “ପବିତ୍ର ଚୁମ୍ବନ” କିମ୍ବା “ପ୍ରେମ ଚୁମ୍ବନ” ବିଷୟରେ ବେଶି କିଛି କୁହାଯାଇ ନାହିଁ। କିନ୍ତୁ ଏଥିରୁ ସ୍ପଷ୍ଟ ଯେ ଖ୍ରୀଷ୍ଟୀୟ ମଣ୍ଡଳୀରେ ପ୍ରେମ ଓ ଏକତାର ଏକ ବଢ଼ିଆ ପରିବେଶ ରହୁଥିଲା।—ଯୋହ ୧୩:୩୪, ୩୫.

୨୭ ମେ–୨ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଗାଲାତୀୟ ୧-୩

“ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି”

ପ୍ର୧୭.୦୪-ହି ୨୭ ¶୧୬

କʼଣ ଆପଣ ଯିହୋବାଙ୍କ ନ୍ୟାୟର ମାନଦଣ୍ଡ ଅନୁଯାୟୀ ଚାଲିବେ?

୧୬ ଗାଲାତୀୟ ୨:୧୧-୧୪ ପଢ଼ନ୍ତୁ । ପିତର ଜାଣିଥିଲେ ଯେ ଯିହୋବା ଅଣଯିହୁଦୀମାନଙ୍କ ବିଷୟରେ କିପରି ଅନୁଭବ କରନ୍ତି। ତଥାପି ଯେତେବେଳେ କିଛି ସୁନ୍ନତ କରାଯାଇଥିବା ଯିହୁଦୀ ଖ୍ରୀଷ୍ଟିୟାନ ଯିରୂଶାଲମକୁ ଆସିଲେ, ପିତରଙ୍କଠାରେ ଲୋକଙ୍କ ଭୟ ଆସିଗଲା। (ହିତୋ. ୨୯:୨୫) ସେ ଭାବିବାକୁ ଲାଗିଲେ, ଯଦି ଏହି ଯିହୁଦୀ ଖ୍ରୀଷ୍ଟିୟାନମାନେ ତାଙ୍କୁ ଅଣଯିହୁଦୀମାନଙ୍କ ସହ ମିଳାମିଶା କରିବାର ଦେଖିବେ, ତେବେ ହୁଏତ ସେମାନେ ତାଙ୍କୁ ନୀଚ ଦୃଷ୍ଟିରେ ଦେଖିବାକୁ ଲାଗିବେ। ତେଣୁ ସେ ଅଣଯିହୁଦୀମାନଙ୍କଠାରୁ ନିଜକୁ ଅଲଗା ରଖିଲେ। କିନ୍ତୁ ପ୍ରେରିତ ପାଉଲ ଯେତେବେଳେ ପିତରଙ୍କୁ ଏପରି ବ୍ୟବହାର କରିବାର ଦେଖିଲେ, ସେ ତାଙ୍କୁ ଗାଳି ଦେଇ କପଟୀ ବୋଲି କହିଲେ। କାହିଁକି? କାରଣ ପାଉଲ ନିଜେ ୪୯ ଖ୍ରୀଷ୍ଟାବ୍ଦରେ ପିତରଙ୍କୁ ଅଣଯିହୁଦୀମାନଙ୍କ ପକ୍ଷରେ ସାକ୍ଷ୍ୟ ଦେବାର ଶୁଣିଥିଲେ। (ପ୍ରେରି. ୧୫:୧୨; ଗାଲା. ୨:୧୩) ବର୍ତ୍ତମାନ, ଯେଉଁ ଅଣଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ପିତର ଆଘାତ ପହଞ୍ଚାଇଥିଲେ, ସେମାନେ କିପରି ମନୋଭାବ ଦେଖାନ୍ତେ? କʼଣ ସେମାନେ ପିତରଙ୍କ ଭୁଲ୍‌କୁ ସେମାନଙ୍କ ବିଘ୍ନର କାରଣ ହେବାକୁ ଦିଅନ୍ତେ? କʼଣ ଏହି ଭୁଲ୍‌ ଯୋଗୁଁ ପିତର ନିଜ ଦାୟିତ୍ୱଗୁଡ଼ିକୁ ହରାଇଥାʼନ୍ତେ?

ପ୍ର୧୩-ହି ୩/୧୫ ୫ ¶୧୨

ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, “ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ”

୧୨ ପିତରଙ୍କର ଏକ ଦୁର୍ବଳତା ଥିଲା— ଲୋକଙ୍କ ଭୟ, ଯାହା ଯୋଗୁଁ ସେ ଅନେକଥର ଝୁଣ୍ଟି ପଡ଼ିଥିଲେ, ତଥାପି ସେ ଯୀଶୁ ଓ ଯିହୋବାଙ୍କ ବିଶ୍ୱସ୍ତ ରହିଲେ। ଉଦାହରଣ ପାଇଁ, ସେ କେବଳ ଥରେ ନୁହେଁ, ବରଂ ତିନିଥର ସମସ୍ତଙ୍କ ସମ୍ମୁଖରେ ନିଜ ମାଲିକଙ୍କୁ ଜାଣିବାର ଅସ୍ୱୀକାର କରିଥିଲେ। (ଲୂକ ୨୨:୫୪-୬୨) ଥରେ ପିତର ଜଣେ ଖ୍ରୀଷ୍ଟିୟାନ ଭାବେ ବ୍ୟବହାର ଦେଖାଇବାରେ ଅସଫଳ ହୋଇଥିଲେ। ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ଭୟରେ ସେ ବିଶ୍ୱାସ ଦେଖାଉଥିବା ଅଣଯିହୁଦୀମାନଙ୍କ ସହ ଏପରି ବ୍ୟବହାର କରିବାକୁ ଲାଗିଲେ, ଯେପରି ସେମାନେ ସୁନ୍ନତ କରାଯାଇଥିବା ଖ୍ରୀଷ୍ଟିୟାନମାନଙ୍କ ଭଳି ଧାର୍ମିକ ନୁହନ୍ତି। କିନ୍ତୁ ପ୍ରେରିତ ପାଉଲ ଜାଣିଥିଲେ ଯେ ଏପରି ଭେଦଭାବ କରିବା ସଠିକ୍‌ ନୁହେଁ। ପିତରଙ୍କ ଦୃଷ୍ଟିକୋଣ ଭୁଲ୍‌ ଥିଲା। ପିତରଙ୍କ ବ୍ୟବହାର ଯୋଗୁଁ ଭାଇମାନଙ୍କ ସମ୍ପର୍କରେ ଫାଟ ପଡ଼ିଯାʼନ୍ତା, ତେଣୁ ଏପରି ହେବା ପୂର୍ବରୁ ପାଉଲ ସିଧାସଳଖ ପିତରଙ୍କ ମୁଖ ଉପରେ ତାଙ୍କୁ ଅନୁଯୋଗ କିମ୍ବା ବିରୋଧ କଲେ। (ଗାଲା. ୨:୧୧-୧୪) କʼଣ ଏହା ଯୋଗୁଁ ପିତରଙ୍କ ଅହଙ୍କାରକୁ ଏତେ କଷ୍ଟ ପହଞ୍ଚିଲା ଯେ ସେ ଜୀବନର ଦୌଡ଼ରେ ହାର୍‌ ମାନିଗଲେ? ନା। ସେ ପାଉଲଙ୍କ ପରାମର୍ଶ ଉପରେ ଗମ୍ଭୀରତାର ସହ ଚିନ୍ତନ କଲେ, ତାକୁ ସ୍ୱୀକାର କଲେ ଏବଂ ଦୌଡ଼ରେ ଆଗକୁ ବଢ଼ି ଚାଲିଲେ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୪-ହି ୯/୧୫ ୧୬ ¶୨୦-୨୧

“ଅନେକ କ୍ଳେଶ” ସତ୍ତ୍ୱେ ବିଶ୍ୱସ୍ତତାର ସହ ଈଶ୍ୱରଙ୍କ ସେବା କରନ୍ତୁ

୨୦ ସହଜରେ ଜଣାପଡ଼ୁ ନ ଥିବା ଆକ୍ରମଣଗୁଡ଼ିକ ବିଷୟରେ କʼଣ? ଉଦାହରଣ ପାଇଁ, ଆମେ ନିରାଶର ଭାବନାକୁ କିପରି ସାମନା କରିପାରିବା? ଏପରି କରିବାର ସବୁଠୁ ବଢ଼ିଆ ଉପାୟ ହେଉଛି, ଯୀଶୁଙ୍କ ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରିବା। ପ୍ରେରିତ ପାଉଲ ମଧ୍ୟ ଏପରି କରିଥିଲେ। ବେଳେ ବେଳେ ସେ ନିଜକୁ ଅସମର୍ଥ ମନେ କରୁଥିଲେ। ତଥାପି ସେ ଜାଣିଥିଲେ ଯେ ଖ୍ରୀଷ୍ଟ ସିଦ୍ଧ ମଣିଷମାନଙ୍କ ପାଇଁ ନୁହଁ, ବରଂ ତାʼ ଭଳି ପାପୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେଇଥିଲେ। ପାଉଲ ଲେଖିଲେ: “ମୁଁ . . . ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‌, ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ।” (ଗାଲା. ୨:୨୦) ହଁ, ପାଉଲ ମୁକ୍ତିର ମୂଲ୍ୟର ବ୍ୟବସ୍ଥାକୁ ସ୍ୱୀକାର କଲେ। ସେ ହୃଦୟଙ୍ଗମ କଲେ ଯେ ମୁକ୍ତିର ମୂଲ୍ୟ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଦିଆଯାଇଛି।

୨୧ ଯଦି ଆପଣ ମଧ୍ୟ ମୁକ୍ତିର ମୂଲ୍ୟକୁ ଯିହୋବାଙ୍କ ତରଫରୁ ମିଳିଥିବା ଏକ ବ୍ୟକ୍ତିଗତ ଉପହାର ମନେ କରିବେ, ତେବେ ଏଥିରୁ ଆପଣଙ୍କୁ ମଧ୍ୟ ବହୁତ ଲାଭ ମିଳିପାରିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏପରି କଲେ ତୁରନ୍ତ ନିରାଶ ଦୂର ହୋଇଯିବ। ନୂତନ ପୃଥିବୀ ଆସିବା ପର୍ଯ୍ୟନ୍ତ ଆମ ମଧ୍ୟରୁ କିଛି ଭାଇଭଉଣୀମାନଙ୍କୁ ସମୟ ସମୟରେ ନିରାଶାର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ମନେ ରଖନ୍ତୁ, ପୁରସ୍କାର ସେମାନଙ୍କୁ ହିଁ ମିଳିବ, ଯେଉଁମାନେ ହାର୍‌ ମାନିବେ ନାହିଁ। ଦିନକୁ ଦିନ ଆମେ ଈଶ୍ୱରଙ୍କ ରାଜ୍ୟର ଆହୁରି ନିକଟକୁ ଯାଉଛୁ। ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ଆସିବ, ସେତେବେଳେ ପୃଥିବୀରେ ଶାନ୍ତି ହେବ ଏବଂ ସବୁ ମଣିଷ ସିଦ୍ଧ ହେବେ। ଦୃଢ଼ ସଙ୍କଳ୍ପ କରନ୍ତୁ ଯେ ଆପଣଙ୍କୁ ଆଜି ଯେତେ ଦୁଃଖକଷ୍ଟ ସହିବାକୁ ପଡ଼ୁ ନା କାହିଁକି, ଆପଣ ନିଶ୍ଚୟ ସେହି ରାଜ୍ୟରେ ପ୍ରବେଶ କରିବେ।

ଇନସାଇଟ୍‌-୧ ୮୮୦

ଗାଲାତୀୟମାନଙ୍କୁ ଚିଠି

ଏହି ଚିଠିରେ ପାଉଲ ବିସ୍ମୟ ହୋଇ “ହେ ନିର୍ବୋଧ ଗାଲାତୀୟମାନେ” ବୋଲି କହି ସମ୍ବୋଧନ କରନ୍ତି। ସେ ଗାଲାତୀଆର ଉତ୍ତରାଞ୍ଚଳରେ ରହୁଥିବା ଲୋକଙ୍କୁ ନିର୍ବୋଧ ବା ମୂର୍ଖ କହୁ ନ ଥିଲେ, ଯେଉଁମାନେ ଗଲ୍‌ ପ୍ରଜାତିର ଥିଲେ। (ଗାଲା ୩:୧) ବରଂ ପାଉଲ ଏଠାରେ ଗାଲାତୀୟ ମଣ୍ଡଳୀର କିଛି ଲୋକଙ୍କୁ ଗାଳି ଦେଉଥିଲେ। ସେମାନେ ଏପରି କିଛି ଯିହୁଦୀ ଭାଇମାନଙ୍କ କଥାରେ ପଡ଼ିଯାଇଥିଲେ, ଯେଉଁମାନେ ଯିହୁଦୀ ଧର୍ମର ଶିକ୍ଷାଗୁଡ଼ିକୁ ପାଳନ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ। ସେହି ଯିହୁଦୀ ଭାଇମାନେ ନୂତନ ଚୁକ୍ତିର ଆଧାରରେ ‘ବିଶ୍ୱାସ ଦ୍ୱାରା ଧାର୍ମିକ’ ଗଣାଯିବା ପରିବର୍ତ୍ତେ ମୋଶାଙ୍କ ନିୟମକୁ ପାଳନ କରି ନିଜ ଉପାୟରେ ଧାର୍ମିକ ଗଣାଯିବା ପାଇଁ ଚେଷ୍ଟା କରୁଥିଲେ। (ଗାଲା ୨:୧୫-୩:୧୪; ୪:୯, ୧୦) ପାଉଲ ଯେଉଁ “ଗାଲାତୀୟ ମଣ୍ଡଳୀ-ସମୂହକୁ” ଚିଠି ଲେଖିଲେ, ସେଠାରେ ଉଭୟେ ଯିହୁଦୀ ଓ ଅଣଯିହୁଦୀ ଖ୍ରୀଷ୍ଟିୟାନ ଥିଲେ। (ଗାଲା ୧:୨) ଅଣଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଏପରି କିଛି ଲୋକ ଥିଲେ, ଯେଉଁମାନେ ପୂର୍ବରୁ ସୁନ୍ନତ କରାଇ ଯିହୁଦୀ ଧର୍ମ ଆପଣାଇଥିଲେ ଏବଂ ଆଉ କିଛି ଥିଲେ, ଯେଉଁମାନେ କେବେ ମଧ୍ୟ ସୁନ୍ନତ କରାଇ ନ ଥିଲେ। ସେହି ଅଣଯିହୁଦୀମାନଙ୍କ ମଧ୍ୟରେ ଏପରି କିଛି ଲୋକ ମଧ୍ୟ ଥାଇପାରନ୍ତି, ଯେଉଁମାନଙ୍କ ପୂର୍ବପୁରୁଷ କେଲ୍‌ଟ ଜାତିର ଥିଲେ। (ପ୍ରେରି ୧୩:୧୪, ୪୩; ୧୬:୧; ଗାଲା ୫:୨) ପାଉଲ ଚିଠିରେ ଏସମସ୍ତଙ୍କୁ ଗାଲାତୀୟ ଖ୍ରୀଷ୍ଟିୟାନ ବୋଲି କହିଲେ, କାରଣ ସେମାନେ ସମସ୍ତେ ଯେଉଁ ଅଞ୍ଚଳରେ ରହୁଥିଲେ, ତାକୁ ଗାଲାତୀଆ ବୋଲି କୁହାଯାଉଥିଲା। ପାଉଲ ରୋମୀୟ ପ୍ରାନ୍ତ ଗାଲାତୀଆର ଦକ୍ଷିଣରେ ରହୁଥିବା ଲୋକଙ୍କୁ ଏହି ଚିଠି ଲେଖିଥିଲେ। ଏହା ଆମେ ଏଥିପାଇଁ କହିପାରିବା, କାରଣ ସମ୍ପୂର୍ଣ୍ଣ ଚିଠିରୁ ଜଣାପଡ଼େ ଯେ ସେ ଏପରି ଲୋକମାନଙ୍କୁ ଚିଠି ଲେଖିଥିଲେ, ଯେଉଁମାନଙ୍କୁ ସେ ଭଲ ଭାବେ ଜାଣିଥିଲେ। ସେ ଏହି ଚିଠିକୁ ଉତ୍ତରର ଲୋକଙ୍କୁ ଲେଖି ନ ଥିଲେ, କାରଣ ହୁଏତ ସେ ସେଠାକୁ କେବେ ଯାଇ ନ ଥିଲେ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ