ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁନ୍‌ ପୃଷ୍ଠା ୭
  • ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଏପରି ମନୋରଞ୍ଜନ ବାଛନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଭଲ ମନୋରଞ୍ଜନ କʼଣ, ତାହା କିପରି ଜାଣିବା ?
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁନ୍‌ ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ

ଆମେ କାହିଁକି ବୁଝିବିଚାରି କୌଣସି ମନୋରଞ୍ଜନ ବାଛିବା ଉଚିତ୍‌ ? କାରଣ ଯେତେବେଳେ ଆମେ କୌଣସି ଚଳଚ୍ଚିତ୍ର ଦେଖୁ, ଗୀତ ଶୁଣୁ, ଇଣ୍ଟରନେଟ୍‌ରେ କୌଣସି ୱେବସାଇଟ୍‌ ଦେଖୁ, ବହି ପଢ଼ୁ କିମ୍ବା କୌଣସି ଭିଡିଓ ଗେମ୍‌ ଖେଳୁ, ସେଥିରେ ଥିବା କଥାଗୁଡ଼ିକ ଆମ ମନ ଓ ହୃଦୟରେ ବସା ବାନ୍ଧି ନିଏ। ଏହାର ପ୍ରଭାବ ଆମ ବ୍ୟବହାର ଉପରେ ପଡ଼େ। କିନ୍ତୁ ଦୁଃଖର କଥା ଯେ ଆଜିକାଲିର ମନୋରଞ୍ଜନରେ ଏପରି କଥାଗୁଡ଼ିକ ଅତି ସାଧାରଣ, ଯାହା ଯିହୋବା ଘୃଣା କରନ୍ତି। (ଗୀତ ୧୧:୫; ଗାଲା ୫:୧୯-୨୧) ତେଣୁ ବାଇବଲ ଆମକୁ ପରାମର୍ଶ ଦିଏ ଯେ ଆମେ ଏପରି କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌, ଯେଉଁଥିରୁ ଯିହୋବାଙ୍କର ମହିମା ହୁଏ।—ଫିଲିପ୍‌ ୪:୮.

ମୁଁ କିଭଳି ମନୋରଞ୍ଜନ ବାଛିବା ଉଚିତ୍‌ ? ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ରୋମ୍‌ର ଏକ ଗ୍ଲାଡିଏଟର ଯୁଦ୍ଧ

    ଆଜି ଅଧିକାଂଶ ମନୋରଞ୍ଜନ କିପରି ପ୍ରାଚୀନ ରୋମ୍‌ର ଗ୍ଲାଡିଏଟର ଯୁଦ୍ଧ ପରି ଅଟେ ?

  • ଜଣେ ଅଦୂତ ଭାଇ ମଣ୍ଡଳୀର ଜଣେ ଯୁବା ଭାଇଙ୍କ ସହ ଚାର କରୁଛନ୍ତି

    ମଣ୍ଡଳୀର ଭାଇଭଉଣୀ କିପରି ଭଲ ମନୋରଞ୍ଜନ ବାଛିବାରେ ଯୁବକଯୁବତୀଙ୍କୁ ସାହାଯ୍ୟ କରିପାରିବେ ?

  • ଜଣେ ସୈନିକ

    ରୋମୀୟ ୧୨:୯ ପଦକୁ ଧ୍ୟାନରେ ରଖି ଆମେ କେଉଁ ପ୍ରକାରର ମନୋରଞ୍ଜନ କରିବା ଉଚିତ୍‌ ?

  • ଯୁବା ସାକ୍ଷୀମାନେ ଫୁଟବଲ୍‌ ଖେଳୁଛନ୍ତି

    ଆପଣଙ୍କ ଅଞ୍ଚଳରେ କେଉଁସବୁ ଭଲ ମନୋରଞ୍ଜନ ରହିଛି ?

ଆପଣ କେଉଁ ପ୍ରକାରର ମନୋରଞ୍ଜନ କରିଥାʼନ୍ତି ?

ଆଜିକାଲିର ଅଧିକାଂଶ ମନୋରଞ୍ଜନ ଜଣେ ବ୍ୟକ୍ତିକୁ ଅଳସୁଆ କରିଦିଏ। ଦେଖିବାକୁ ଗଲେ ଚଳଚ୍ଚିତ୍ର, ବହି ଓ ଟେଲିଭିଜନର କାର୍ଯ୍ୟକ୍ରମଗୁଡ଼ିକରେ ଅନ୍ୟମାନଙ୍କର ଦକ୍ଷତା କିମ୍ବା କାମସବୁ ଦେଖିବାକୁ ମିଳେ, ନିଜର ନୁହେଁ। ଚଳଚ୍ଚିତ୍ର ଦେଖିବା କିମ୍ବା ବହି ପଢ଼ିବା କିଛି ଭୁଲ୍‌ ନୁହେଁ, କିନ୍ତୁ ଅନେକ ଲୋକ ଏହା ଜାଣିପାରିଛନ୍ତି ଯେ ଯେତେବେଳେ ସେମାନେ କୌଣସି ମନୋରଞ୍ଜନରେ ନିଜର ବୁଦ୍ଧି ଲଗାନ୍ତି କିମ୍ବା ନିଜେ କୌଣସି ଖେଳରେ ଭାଗ ନିଅନ୍ତି, ସେମାନେ ବହୁତ କିଛି ଶିଖିବାକୁ ପାʼନ୍ତି ଏବଂ ସେଥିରୁ ସେମାନଙ୍କୁ ଆନନ୍ଦ ମଧ୍ୟ ମିଳିଥାଏ। କିଛି ଲୋକଙ୍କୁ ବାଦ୍ୟଯନ୍ତ୍ର ବଜାଇବା ଭଲ ଲାଗେ ତ ଆଉ କିଛି ଲୋକଙ୍କୁ ଚିତ୍ର ଆଙ୍କିବା। ଆଉ କେତେକଙ୍କୁ ଏପରି ମନୋରଞ୍ଜନ ଭଲ ଲାଗେ, ଯାହା ଘର ବାହାରେ ହୋଇଥାଏ, ଯେପରି— ଦୂରକୁ ବୁଲି ଯିବା କିମ୍ବା କୌଣସି ଖେଳ ଖେଳିବା। ଆମେ ଯେକୌଣସି ମନୋରଞ୍ଜନ କରିବା ପାଇଁ ନିର୍ଣ୍ଣୟ କରୁ ନା କାହିଁକି, ଆମେ “ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ” କରିବା ଉଚିତ୍‌।—୧କରି ୧୦:୩୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ