ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୨ ପ୍ରଶ୍ନଗୁଡ଼ିକ ୧-୫
  • ପରମେଶ୍ୱର କିଏ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମେଶ୍ୱର କିଏ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ଈଶ୍ୱର କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱର କିଏ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଈଶ୍ୱର ଓ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ସତ୍ୟ ଈଶ୍ୱର କିଏ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୨ ପ୍ରଶ୍ନଗୁଡ଼ିକ ୧-୫

ପାଠ ୨

ପରମେଶ୍ୱର କିଏ?

୧. ପରମେଶ୍ୱରଙ୍କୁ ଆମେ କାହିଁକି ଉପାସନା କରିବା ଉଚିତ୍‌?

ସତ୍ୟ ପରମେଶ୍ୱର ହିଁ ସବୁକିଛି ସୃଷ୍ଟି କରିଛନ୍ତି। ତାଙ୍କର କେବେ ଆରମ୍ଭ ହୋଇ ନ ଥିଲା, କିମ୍ବା କେବେ ଶେଷ ହେବ ନାହିଁ। (ଗୀତସଂହିତା ୯୦:୨) ବାଇବଲରେ ଥିବା ଖୁସିର ଖବର ତାଙ୍କ ତରଫରୁ ଅଟେ। (୧ ତୀମଥି ୧:୧୧) ପରମେଶ୍ୱର ଆମକୁ ଜୀବନ ଦେଇଛନ୍ତି, ତେଣୁ ଆମେ କେବଳ ତାଙ୍କୁ ହିଁ ଉପାସନା କରିବା ଉଚିତ୍‌।—ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ।

୨. ପରମେଶ୍ୱର କେମିତି ଅଟନ୍ତି?

ପରମେଶ୍ୱରଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ଦେଖି ନାହିଁ କାରଣ ସେ ଆତ୍ମା ଅଟନ୍ତି, ଅର୍ଥାତ୍‌ ପୃଥିବୀରେ ଥିବା ସମସ୍ତ ପ୍ରାଣୀଠାରୁ ସେ ଶ୍ରେଷ୍ଠ ଓ ଉଚ୍ଚତର ଅଟନ୍ତି। (ଯୋହନ ୧:୧୮; ୪:୨୪) ଆମେ ତାଙ୍କୁ ଦେଖିପାରିବା ନାହିଁ, କିନ୍ତୁ ତାଙ୍କ ସୃଷ୍ଟିକୁ ଦେଖି ତାଙ୍କ ବ୍ୟକ୍ତିତ୍ୱ ଏବଂ ଗୁଣଗୁଡ଼ିକ ବିଷୟରେ ଜାଣିପାରିବା। ଉଦାହରଣସ୍ୱରୂପ, ସେ ସୃଷ୍ଟି କରିଥିବା ବିଭିନ୍ନ ପ୍ରକାର ଫଳ ଓ ଫୁଲ ତାଙ୍କ ପ୍ରେମ ଓ ବୁଦ୍ଧିର ପ୍ରମାଣ ଦିଏ। ଆମ ବିଶାଳ ବିଶ୍ୱର ଆକାର ତାଙ୍କ ଅସୀମ ଶକ୍ତି ବିଷୟରେ କହେ।—ରୋମୀୟ ୧:୨୦ ପଢ଼ନ୍ତୁ।

ବାଇବଲ ପଢ଼ିବା ଦ୍ୱାରା ଆମେ ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ବିଷୟରେ ଆହୁରି ଅଧିକ ଜାଣିପାରିବା। ଯେପରି ପରମେଶ୍ୱର କʼଣ ପସନ୍ଦ କରନ୍ତି ଓ କʼଣ ଘୃଣା କରନ୍ତି, ମଣିଷମାନଙ୍କ ସହିତ ସେ କିପରି ବ୍ୟବହାର କରନ୍ତି ଏବଂ ଅଲଗା ଅଲଗା ପରିସ୍ଥିତିରେ ସେ କିପରି ପ୍ରତିକ୍ରିୟା ଦେଖାନ୍ତି ବାଇବଲରୁ ଆମେ ଜାଣିପାରିବା।—ଗୀତସଂହିତା ୧୦୩:୭-୧୦ ପଢ଼ନ୍ତୁ।

୩. ପରମେଶ୍ୱରଙ୍କ ନାମ ଅଛି କି?

ପରମେରଙ୍କ ନାମ, ଯିହୋବା, ବିଭି ଭାଷାରେ

ଯୀଶୁ କହିଥିଲେ: “ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।” (ମାଥିଉ ୬:୯) ଯଦିଓ ପରମେଶ୍ୱରଙ୍କ ଅନେକ ଉପାଧି ଅଛି, ତାଙ୍କ କେବଳ ଗୋଟିଏ ନାମ ଅଛି। ଅଲଗା ଅଲଗା ଭାଷାରେ ଏହାର ବିଭିନ୍ନ ଉଚ୍ଚାରଣ କରାଯାଏ। ଓଡ଼ିଆ ଭାଷାରେ ଏହାର ଉଚ୍ଚାରଣ “ଯିହୋବା” ଅଟେ।—ଯାତ୍ରାପୁସ୍ତକ ୬:୩ ପଢ଼ନ୍ତୁ।

ଅନେକ ବାଇବଲରୁ ପରମେଶ୍ୱରଙ୍କ ନାମକୁ କାଢ଼ି ଦିଆଯାଇଛି ଏବଂ ଏହା ବଦଳରେ ପ୍ରଭୁ କିମ୍ବା ପରମେଶ୍ୱର ଭଳି ଉପାଧିଗୁଡ଼ିକ ଲେଖି ଦିଆଯାଇଛି। କିନ୍ତୁ ବାଇବଲ ଯେତେବେଳେ ଲେଖାଯାଇଥିଲା, ସେଥିରେ ପରମେଶ୍ୱରଙ୍କ ନାମ ପ୍ରାୟ ୭,୦୦୦ ଥର ଥିଲା। ଯେତେବେଳେ ଯୀଶୁ ଲୋକଙ୍କୁ ପରମେଶ୍ୱରଙ୍କ ବିଷୟରେ ଶିଖାଉଥିଲେ, ସେ ପରମେଶ୍ୱରଙ୍କ ନାମ ବ୍ୟବହାର କରୁଥିଲେ।—ଯୋହନ ୧୭:୨୬ ପଢ଼ନ୍ତୁ।

ପରମେଶ୍ୱରଙ୍କ ନାମ ଅଛି କି ? ଭିଡିଓ ଦେଖନ୍ତୁ ।

୪. ଯିହୋବା ଆମ ବିଷୟରେ ଚିନ୍ତା କରନ୍ତି କି?

ରୋଗରେ ପୀତ ଜଣେ ପିଲାକୁ ତା’ର ବାପାମା’ ଯନ ନେଉଛନ୍ତି

ଏହି ପିତାଙ୍କ ଭଳି ପରମେଶ୍ୱର ମଧ୍ୟ ଆମକୁ ଦୁଃଖକଷ୍ଟ ସହିବାକୁ ଦେଉଛନ୍ତି କାରଣ ସେ ଜାଣନ୍ତି ଯେ ଭବିଷ୍ୟତରେ ଆମର ଲାଭ ହେବ

ଆଜି ଦୁନିଆରେ ଅଧିକାଂଶ ଲୋକ ଦୁଃଖକଷ୍ଟରେ ଜୀବନ କାଟୁଛନ୍ତି। ଏହାର ଅର୍ଥ କʼଣ ଯିହୋବା ଆମ ବିଷୟରେ ଚିନ୍ତା କରନ୍ତି ନାହିଁ? କିଛି ଲୋକ କହନ୍ତି ଯେ ପରମେଶ୍ୱର ଆମକୁ ପରୀକ୍ଷା କରିବା ପାଇଁ ଆମ ଜୀବନରେ ଦୁଃଖକଷ୍ଟ ଆଣନ୍ତି, କିନ୍ତୁ ଏହା ସତ ନୁହେଁ।—ଯାକୁବ ୧:୧୩ ପଢ଼ନ୍ତୁ।

ପରମେଶ୍ୱର ମଣିଷକୁ ନିଜ ପସନ୍ଦ ଏବଂ ନାପସନ୍ଦ କରିବାର ସ୍ୱାଧୀନତା ଦେଇଛନ୍ତି। ଏଥିରୁ ଜଣାପଡ଼େ ଯେ ସେ ଆମକୁ କେତେ ଭଲ ପାଆନ୍ତି। ଆମେ ତାଙ୍କୁ ଉପାସନା କରିବା ନା ନାହିଁ, ସେ ଆମକୁ ଏହାର ସ୍ୱାଧୀନତା ଦେଇଛନ୍ତି। ଏହି ସ୍ୱାଧୀନତା କʼଣ ଆମ ପାଇଁ ସମ୍ମାନର ବିଷୟ ନୁହେଁ? (ଯିହୋଶୂୟ ୨୪:୧୫) କିନ୍ତୁ କିଛି ଲୋକ ଏହାର ଭୁଲ ବ୍ୟବହାର କରି ଅନ୍ୟକୁ କଷ୍ଟ ଦେଇଥାନ୍ତି, ତେଣୁ ଆଜି ଦୁନିଆରେ ଦୁଃଖକଷ୍ଟ ଭରି ରହିଛି। ଏସବୁ ଅନ୍ୟାୟ ଦେଖି ଯିହୋବାଙ୍କୁ ବହୁତ ଦୁଃଖ ଲାଗେ।—ଆଦି ପୁସ୍ତକ ୬:୫, ୬ ପଢ଼ନ୍ତୁ।

ଯିହୋବା ପରମେଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି। ସେ ଚାହାନ୍ତି ଯେ ଆମେ ଜୀବନରେ ପ୍ରକୃତ ଖୁସି ପାଉ। ସେ ଖୁବ୍‌ ଶୀଘ୍ର ଦୁଃଖକଷ୍ଟକୁ ଦୂର କରିବେ ଏବଂ ଏହା ପାଇଁ ଦାୟୀ ଲୋକଙ୍କୁ ବିନାଶ କରିବେ। କିନ୍ତୁ ତାʼ ପୂର୍ବରୁ ଯିହୋବା ବର୍ତ୍ତମାନ ବହୁତ କମ୍‌ ସମୟ ପାଇଁ ଦୁଷ୍ଟତାକୁ ଅନୁମତି ଦେଇଛନ୍ତି, ଯାହାର ଯଥାର୍ଥ କାରଣ ମଧ୍ୟ ରହିଛି। ଏହି କାରଣ ବିଷୟରେ ଆମେ ୮ ଅଧ୍ୟାୟରେ ଶିଖିବା।—୨ ପିତର ୨:୯; ୩:୭, ୧୩ ପଢ଼ନ୍ତୁ।

୫. ପରମେଶ୍ୱରଙ୍କ ପାଖକୁ ଆମେ କେମିତି ଆସିପାରିବା?

ଜଣେ ମହିଳା ଈରଙ୍କୁ ର୍ଥନା କରୁଛନ୍ତି

ଯିହୋବା ଚାହାନ୍ତି ଯେ ଆମେ ପ୍ରାର୍ଥନା ଦ୍ୱାରା ତାଙ୍କ ସହିତ କଥା ହୋଇ ତାଙ୍କ ପାଖକୁ ଆସୁ। ଆମ ପ୍ରତ୍ୟେକଙ୍କ ବିଷୟରେ ସେ ଚିନ୍ତା କରନ୍ତି। (ଗୀତସଂହିତା ୬୫:୨; ୧୪୫:୧୮) ଆମେ ତାଙ୍କୁ ଖୁସି କରିବା ପାଇଁ ଯେଉଁ ଚେଷ୍ଟା କରୁ, ତାହା ସେ ଭଲଭାବେ ଜାଣନ୍ତି। ଯଦିଓ ଆମେ ବେଳେ ବେଳେ ଏଥିରେ ଅସଫଳ ହେଉ, ସେ ସବୁବେଳେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଥାଆନ୍ତି। ସେଥିପାଇଁ ଆମ ଭୁଲଗୁଡ଼ିକ ସତ୍ତ୍ୱେ ଆମେ ତାଙ୍କ ସହିତ ପ୍ରକୃତରେ ଏକ ଘନିଷ୍ଠ ସମ୍ପର୍କ ରଖିପାରିବା।—ଗୀତସଂହିତା ୧୦୩:୧୨-୧୪; ଯାକୁବ ୪:୮ ପଢ଼ନ୍ତୁ।

ଯିହୋବା ଆମକୁ ଜୀବନ ଦେଇଛନ୍ତି, ସେଥିପାଇଁ ଆମେ ଅନ୍ୟ ସମସ୍ତଙ୍କଠାରୁ ଅଧିକ ଯିହୋବାଙ୍କୁ ଭଲ ପାଇବା ଉଚିତ୍‌। (ମାର୍କ ୧୨:୩୦) ଆମେ ତାଙ୍କ ବିଷୟରେ ଅଧିକରୁ ଅଧିକ ଶିଖି ଏବଂ ତାଙ୍କ ନିର୍ଦ୍ଦେଶ ପାଳନ କରି ତାଙ୍କ ପାଇଁ ଆମ ପ୍ରେମ ଦେଖାଇପାରିବା। ଯଦି ଆମେ ଏପରି କରିବା, ତେବେ ଯିହୋବାଙ୍କ ଆହୁରି ପାଖକୁ ଆସିପାରିବା।—୧ ତୀମଥି ୨:୪; ୧ ଯୋହନ ୫:୩ ପଢ଼ନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ