ଈଶ୍ୱର ଓ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ
ଆଜି ଲୋକମାନେ ଅନେକ ଈଶ୍ୱରଙ୍କୁ ପୂଜା କରନ୍ତି, କିନ୍ତୁ ସତ୍ୟ ଈଶ୍ୱର ଜଣେ ହିଁ ଅଛନ୍ତି । (ଯୋହନ ୧୭:୩) ସେ “ସର୍ବୋପରିସ୍ଥ” ବା ସବୁଠୁ ମହାନ ଅଟନ୍ତି । ସେ ସବୁକିଛି ସୃଷ୍ଟି କରିଛନ୍ତି ଏବଂ ଜୀବନ ଦେଇଛନ୍ତି, ତେଣୁ କେବଳ ତାଙ୍କ ଉପାସନା କରିବା ଉଚିତ୍ । —ଦାନିୟେଲ ୭:୧୮; ପ୍ରକାଶିତ ବାକ୍ୟ ୪:୧୧.
ଈଶ୍ୱର କିଏ ଅଟନ୍ତି ?
ମୂଳ ହସ୍ତଲିପିରେ ଈଶ୍ୱରଙ୍କ ନାମ ପ୍ରାୟ ୭୦୦୦ ଥର
ଯିହୋବା ଏହା ଈଶ୍ୱରଙ୍କ ନାମ
ପ୍ରଭୁ, ଈଶ୍ୱର, ପିତା—ଯିହୋବାଙ୍କ କିଛି ଉପାଧିଗୁଡ଼ିକ
ଈଶ୍ୱରଙ୍କ ନାମ କʼଣ ଅଟେ ? ଈଶ୍ୱର ନିଜେ କହନ୍ତି, ‘ମୁଁ ଯିହୋବା ।’ (ଯାତ୍ରା ପୁସ୍ତକ ୬:୨, ୩) ଈଶ୍ୱରଙ୍କ ନାମ ବାଇବଲର ମୂଳ ହସ୍ତଲିପିରେ ପ୍ରାୟ ୭୦୦୦ ଥର ଲେଖାଅଛି । କିନ୍ତୁ ଅନେକ ବାଇବଲ ଅନୁବାଦରେ ତାଙ୍କ ନାମ ଜାଗାରେ “ପ୍ରଭୁ” ଲେଖି ବହୁତ ଭୁଲ କରାଯାଇଛି । ଈଶ୍ୱର ଚାହାନ୍ତି ଯେ ଆପଣ ତାଙ୍କ ସାଙ୍ଗ ହୁଅନ୍ତୁ, ତେଣୁ ସେ ପ୍ରୋତ୍ସାହନ ଦିଅନ୍ତି ଯେ ଆପଣ ‘ତାହାଙ୍କ ନାମ ଡାକନ୍ତୁ ।’—ଗୀତସଂହିତା ୧୦୫:୧.
ଯିହୋବାଙ୍କ ଉପାଧିଗୁଡ଼ିକ: ବାଇବଲରେ ଯିହୋବାଙ୍କ ପାଇଁ ଅନେକ ଉପାଧି ବ୍ୟବହାର କରାଯାଏ । ଯେପରି, “ଈଶ୍ୱର,” “ପରମେଶ୍ୱର,” “ସର୍ବଶକ୍ତିମାନ,” “ସୃଷ୍ଟିକର୍ତ୍ତା,” “ପିତା,” “ପ୍ରଭୁ” ଏବଂ “ସଦାପ୍ରଭୁ ।” ବାଇବଲରେ ଅନେକ ପ୍ରାର୍ଥନା ଦିଆଯାଇଛି ଯେଉଁଥିରେ ଯିହୋବାଙ୍କୁ ତାଙ୍କ ଉପାଧିଗୁଡ଼ିକ ଏବଂ ତାଙ୍କ ନାମ ଯିହୋବା ନେଇ ଆଦରର ସହ ଡକାଯାଇଛି ।—ଦାନିୟେଲ ୯:୪.
ଈଶ୍ୱରଙ୍କ ରୂପ: ଈଶ୍ୱର ଅଦୃଶ୍ୟ ଅଟନ୍ତି । (ଯୋହନ ୪:୨୪) ବାଇବଲରେ କୁହାଯାଇଛି “କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ ।” (ଯୋହନ ୧:୧୮) ବାଇବଲରେ ତାଙ୍କ ଭାବନାଗୁଡ଼ିକ ବିଷୟରେ ଲେଖାଯାଇଛି ଏବଂ ଏହା ବି ଦିଆଯାଇଛି ଯେ ଲୋକମାନେ ତାଙ୍କୁ ଦୁଃଖି କରିପାରିବେ ନ ହେଲେ “ତୁଷ୍ଟିକର [‘ଖୁସି,’ NWT ]” କରିପାରିବେ ।—ହିତୋପଦେଶ ୧୧:୨୦; ଗୀତସଂହିତା ୭୮:୪୦, ୪୧.
ଈଶ୍ୱରଙ୍କ ଅଦ୍ଭୁତ ଗୁଣ: ଯିହୋବା କୌଣସି ଦେଶ କିମ୍ବା କୌଣସି ଜାତିର ଲୋକମାନଙ୍କର ପକ୍ଷ ନିଅନ୍ତି ନାହିଁ । (ପ୍ରେରିତ ୧୦:୩୪, ୩୫) ସେ “ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ।” (ଯାତ୍ରା ପୁସ୍ତକ ୩୪:୬, ୭) କିନ୍ତୁ ଯିହୋବାଙ୍କ ଚାରିଟି ଗୁଣ ବିଶେଷ କରି ଆକର୍ଷକ ଅଟେ ।
ଶକ୍ତି: ସେ “ସର୍ବଶକ୍ତିମାନ ପରମେଶ୍ୱର” ଅଟନ୍ତି । ତାଙ୍କ ଶକ୍ତିର ସୀମା ନାହିଁ, ତେଣୁ ସେ ଯାହା ବି ପ୍ରତିଜ୍ଞା କରନ୍ତି ତାହା ନିଶ୍ଚୟ ସଫଳ କରିପାରିବେ ।—ଆଦି ପୁସ୍ତକ ୧୭:୧.
ବୁଦ୍ଧି: ଯିହୋବାଙ୍କ ବୁଦ୍ଧିକୁ କାହାରି ସହିତ ତୁଳନା କରାଯାଇପାରିବ ନାହିଁ । ତେଣୁ ବାଇବଲ କହେ ଯେ ସେ “ଏକମାତ୍ର ଜ୍ଞାନବାନ” ଅଟନ୍ତି ।—ରୋମୀୟ ୧୬:୨୭.
ନ୍ୟାୟ: ଈଶ୍ୱର ସବୁବେଳେ ତାହା କରନ୍ତି ଯାହା ଠିକ୍ ଅଟେ । ତାଙ୍କ କାମ “ସିଦ୍ଧ” ଅଟେ ଏବଂ ସେ “ଅଧର୍ମରହିତ” ବା କେବେ ବି ଅନ୍ୟାୟ କରନ୍ତି ନାହିଁ ।—ଦ୍ୱିତୀୟ ବିବରଣ ୩୨:୪.
ପ୍ରେମ: ବାଇବଲରେ କୁହାଯାଇଛି ଯେ “ଈଶ୍ୱର ତ ପ୍ରେମ ।” (୧ ଯୋହନ ୪:୮) ଯିହୋବା ନା କେବଳ ପ୍ରେମ କରନ୍ତି ବରଂ ସେ ପ୍ରେମର ଜୀବନ୍ତ ଉଦାହରଣ ଅଟନ୍ତି । ଯିହୋବା ଯେପରି ଭାବେ ଅତୁଳନୀୟ ପ୍ରେମ ଦେଖାଇଛନ୍ତି, ସେଥିରୁ ଆମକୁ ଅନେକ ଉପାୟରେ ଲାଭ ହୋଇଥାଏ ।
ମଣିଷ ସହିତ ଈଶ୍ୱରଙ୍କ ମିତ୍ରତା: ସ୍ୱର୍ଗରେ ରହୁଥିବା ଈଶ୍ୱର ଆମ ପ୍ରେମମୟୀ ପିତା ଅଟନ୍ତି । (ମାଥିଉ ୬:୯) ଯଦି ଆମେ ତାଙ୍କ ଉପରେ ବିଶ୍ୱାସ କରୁ, ତେବେ ଆମେ ତାଙ୍କ ସାଙ୍ଗ ହୋଇପାରିବା । (ଗୀତସଂହିତା ୨୫:୧୪) ପ୍ରକୃତରେ ଈଶ୍ୱର ନିଜେ ଆପଣଙ୍କୁ ପ୍ରାର୍ଥନାରେ ତାଙ୍କ ନିକଟତର ହେବା ପାଇଁ କହନ୍ତି ଏବଂ ଏହା ବି ଯେ ଆମେ ନିଜ ‘ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଉ’ କାରଣ ସେ ଆମର ଚିନ୍ତା କରନ୍ତି ।—୧ ପିତର ୫:୭; ଯାକୁବ ୪:୮.
ଈଶ୍ୱର ଓ ଖ୍ରୀଷ୍ଟଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଅଛି ?
ଯୀଶୁ ଈଶ୍ୱର ନୁହନ୍ତି: ଯୀଶୁଙ୍କ ଭଳି ଅନ୍ୟ କେହି ନାହାନ୍ତି । କେବଳ ତାଙ୍କୁ ହିଁ ଈଶ୍ୱର ନିଜେ ସୃଷ୍ଟି କଲେ । ତେଣୁ ବାଇବଲରେ ତାଙ୍କୁ ଈଶ୍ୱରଙ୍କ ପୁତ୍ର କୁହାଯାଇଛି । (ଯୋହନ ୧:୧୪) ଯୀଶୁଙ୍କୁ ସୃଷ୍ଟି କଲା ପରେ ଯିହୋବା ନିଜ ପ୍ରଥମଜାତଙ୍କୁ “କର୍ମକର୍ତ୍ତା” ଭାବେ ପ୍ରତ୍ୟେକ ଜିନିଷ ଓ ପ୍ରତ୍ୟେକଙ୍କୁ ସୃଷ୍ଟି କରିବା ପାଇଁ ବ୍ୟବହାର କଲେ ।—ହିତୋପଦେଶ ୮:୩୦, ୩୧; କଲସୀୟ ୧:୧୫, ୧୬.
ଯୀଶୁ କେବେ ବି ନିଜକୁ ଈଶ୍ୱର ବୋଲି କହି ନାହାନ୍ତି: ଏହା ପରିବର୍ତ୍ତେ ସେ କହିଲେ, ‘ମୁଁ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ ।’ (ଯୋହନ ୭:୨୯) ଥରେ ନିଜ ଜଣେ ଶିଷ୍ୟଙ୍କ ସହ କଥା ହେବା ସମୟରେ ଯୀଶୁ ଯିହୋବାଙ୍କୁ “ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱର” କହିଲେ । (ଯୋହନ ୨୦:୧୭) ଯୀଶୁଙ୍କ ମୃତ୍ୟୁ ପରେ ଯିହୋବା ତାଙ୍କୁ ସ୍ୱର୍ଗରେ ଜୀବିତ କଲେ ଆଉ ନିଜ ଦକ୍ଷିଣ ପଟେ ତାଙ୍କୁ ଉଚ୍ଚ ଅଧିକାର ଦେଲେ ।—ମାଥିଉ ୨୮:୧୮; ପ୍ରେରିତ ୨:୩୨, ୩୩.
ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଈଶ୍ୱରଙ୍କ ନିକଟତର ହେବା ପାଇଁ ସାହାଯ୍ୟ କରିପାରିବେ:
ଯୀଶୁ ପୃଥିବୀକୁ ନିଜ ପିତାଙ୍କ ବିଷୟରେ ଶିଖାଇବା ପାଇଁ ଆସିଲେ: ଯିହୋବା ନିଜେ ଯୀଶୁଙ୍କ ବିଷୟରେ କହିଲେ “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର ।” (ମାର୍କ ୯:୭) ଯିହୋବାଙ୍କୁ ସବୁଠୁ ଭଲଭାବେ କେବଳ ଯୀଶୁ ହିଁ ଜାଣନ୍ତି । ସେ କହିଲେ, “ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ ।”—ଲୂକ ୧୦:୨୨.
ଯୀଶୁ ଈଶ୍ୱରଙ୍କ ଗୁଣ ସବୁଠୁ ବଢ଼ିଆ ଉପାୟରେ ଦେଖାଇଲେ: ଯୀଶୁ ନିଜ ପିତାଙ୍କ ଗୁଣ ଠିକ୍ ସେହିଭଳି ଦେଖାଇଲେ ଯେପରି ତାଙ୍କ ପିତା ଦେଖାନ୍ତି । ତେଣୁ ସେ କହିପାରିଲେ, “ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି ।” (ଯୋହନ ୧୪:୯) ନିଜ କଥା ଓ କାମଗୁଡ଼ିକରୁ ସେ ନିଜ ପିତାଙ୍କ ପ୍ରେମ ଦେଖାଇଲେ, ଯେଉଁଥିରେ ଲୋକମାନେ ଈଶ୍ୱରଙ୍କ ଆଡ଼କୁ ଆକର୍ଷିତ ହେଲେ । ସେ କହିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।” (ଯୋହନ ୧୪:୬) ସେ ଏହା ବି କହିଲେ, ‘ସତ୍ୟ ଉପାସକମାନେ ପବିତ୍ର ଶକ୍ତିରେ ଓ ସତ୍ୟରେ ପିତାଙ୍କର ଉପାସନା କରିବେ, କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି ।’ (ଯୋହନ ୪:୨୩) ଟିକେ ଭାବନ୍ତୁ, ଯିହୋବା ଏପରି ଲୋକମାନଙ୍କୁ ଖୋଜୁଛନ୍ତି, ଯେଉଁମାନେ ଆପଣଙ୍କ ଭଳି ତାଙ୍କ ବିଷୟରେ ସତ୍ୟ ଜାଣିବା ପାଇଁ ଚାହାନ୍ତି ।