ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧ ପୃଷ୍ଠା ୪
  • ଫଳପ୍ରଦ ଆରମ୍ଭ କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଫଳପ୍ରଦ ଆରମ୍ଭ କରିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧ ପୃଷ୍ଠା ୪

ଅଧ୍ୟୟନ ୧

ଫଳପ୍ରଦ ଆରମ୍ଭ କରିବା

ବାଇବଲ ପଦ

ପ୍ରେରିତ ୧୭:୨୨

ସାରାଂଶ: ଆପଣ ଯେଭଳି ଭାବେ କଥାବାର୍ତ୍ତା ଆରମ୍ଭ କରନ୍ତି, ସେଥିରୁ ଆପଣଙ୍କ ଶ୍ରୋତାମାନଙ୍କ ମନରେ ଆଗ୍ରହ ବଢ଼ିବା ଉଚିତ୍‌, ଆପଣଙ୍କ ବିଷୟ ସ୍ପଷ୍ଟ ଜଣାପଡ଼ିବା ଉଚିତ୍‌ ଏବଂ ବିଷୟଟି କାହିଁକି ସେମାନଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ, ତାହା ସେମାନେ ଜାଣିବା ଉଚିତ୍‌ ।

ଏହା କିପରି କରିପାରିବେ:

  • ଆଗ୍ରହ ବଢ଼ାନ୍ତୁ । ଏପରି ଗୋଟେ ପ୍ରଶ୍ନ, ବାସ୍ତବିକ ଅନୁଭୂତି କିମ୍ବା ଖବର ବାଛନ୍ତୁ, ଅଥବା ଏପରି କିଛି କଥା କୁହନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କ ପାଇଁ ପସନ୍ଦର ବିଷୟ ହେବ ।

    ବ୍ୟବହାରିକ ପରାମର୍ଶ

    ଆପଣଙ୍କ ଶ୍ରୋତାମାନେ କେଉଁ ବିଷୟରେ ଆଗ୍ରହ ରଖନ୍ତି ଏବଂ କେଉଁ ବିଷୟରେ ଚିନ୍ତା କରନ୍ତି, ତାହା ପୂର୍ବରୁ ଭଲ ଭାବେ ଭାବନ୍ତୁ । ତାʼ ଅନୁଯାୟୀ ଆପଣଙ୍କ କଥାବାର୍ତ୍ତା ଆରମ୍ଭ କରନ୍ତୁ ।

  • ଆପଣଙ୍କ ବିଷୟକୁ ସ୍ପଷ୍ଟ କରନ୍ତୁ । ଏପରି ଭାବେ କଥାବାର୍ତ୍ତା ଆରମ୍ଭ କରନ୍ତୁ, ଯାହାଫଳରେ ଆପଣଙ୍କ କଥାବାର୍ତ୍ତାର ବିଷୟ ଓ ଉଦ୍ଦେଶ୍ୟ ଆପଣଙ୍କ ଶ୍ରୋତାମାନଙ୍କୁ ସ୍ପଷ୍ଟ ଜଣାପଡ଼ିବ ।

  • ବିଷୟଟି କାହିଁକି ମହତ୍ତ୍ୱପୂର୍ଣ୍ଣ ତାହା ଜଣାନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କ ପ୍ରକୃତ ଆବଶ୍ୟକତା ଅନୁଯାୟୀ କଥା ହୁଅନ୍ତୁ । ସେମାନେ ସ୍ପଷ୍ଟ ଭାବେ ବୁଝିବା ଉଚିତ୍‌ ଯେ ବିଷୟଟି ସେମାନଙ୍କୁ କିପରି ବ୍ୟକ୍ତିଗତ ଭାବେ ସାହାଯ୍ୟ କରିପାରିବ ।

    ବ୍ୟବହାରିକ ପରାମର୍ଶ

    ଯେତେବେଳେ ଆପଣ କୌଣସି ଭାଷଣ ପାଇଁ ପ୍ରସ୍ତୁତି କରନ୍ତି, ନିଜକୁ ପଚାରନ୍ତୁ: ‘ମୋ ମଣ୍ଡଳୀର ଭାଇଭଉଣୀମାନେ କେଉଁ କେଉଁ ପରିସ୍ଥିତିର ସାମନା କରୁଛନ୍ତି ?’ ତାʼପରେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଆପଣଙ୍କ ଭାଷଣର ପ୍ରାରମ୍ଭିକ ଶବ୍ଦଗୁଡ଼ିକରେ ପରିବର୍ତ୍ତନ ଆଣନ୍ତୁ ।

ପ୍ରଚାର ସେବାରେ

ଜଣେ ବ୍ୟକ୍ତି କେଉଁ ବିଷୟରେ ଆଗ୍ରହ ରଖନ୍ତି, ତାହା ଜାଣିବା ପାଇଁ ତାଙ୍କ କାର୍ଯ୍ୟକଳାପକୁ କିମ୍ବା ଆଖପାଖକୁ ଧ୍ୟାନର ସହିତ ଦେଖନ୍ତୁ । ସେଗୁଡ଼ିକ ଉପରେ ଗୋଟେ ପ୍ରଶ୍ନ ପଚାରି କିମ୍ବା ଏକ ଛୋଟ ଟିପ୍ପଣୀ ଦେଇ କଥାବାର୍ତ୍ତା ଆରମ୍ଭ କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ