ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଆପଣ ପ୍ରଚାର କରିପାରିବେ ଓ ଶିଖାଇପାରିବେ !
ଯେତେବେଳେ ଯିହୋବା ମୋଶାଙ୍କୁ ଦାୟିତ୍ୱ ଦେଲେ, ସେତେବେଳେ ତାଙ୍କୁ ଲାଗିଲା ଯେ ସେ ଏହି ଦାୟିତ୍ୱକୁ ଭଲ ଭାବରେ ତୁଲାଇପାରିବେ ନାହିଁ । (ଯାତ୍ରା ୪:୧୦, ୧୩) କʼଣ ଆପଣଙ୍କୁ ମଧ୍ୟ କେବେ ଏପରି ଲାଗିଛି ? କʼଣ ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରୁଛନ୍ତି ? ଆପଣଙ୍କୁ ହୁଏତ ଲାଗିପାରେ ଯେ ଆପଣ ଘର ଘର ଯାଇ ପ୍ରଚାର କରିପାରିବେ ନାହିଁ । କିମ୍ବା ହୁଏତ ଆପଣ ଜଣେ ଯୁବକ ବା ଯୁବତୀ ଅଟନ୍ତି ଏବଂ ସ୍କୁଲରେ ସାକ୍ଷ୍ୟ ଦେବା ପାଇଁ ଆପଣଙ୍କୁ ଡର ଲାଗୁଥିବ । ଏହା ଛଡ଼ା, ହୁଏତ ଆପଣଙ୍କୁ ଫୋନ୍ରେ କିମ୍ବା ସର୍ବସାଧାରଣରେ ସାକ୍ଷ୍ୟ ଦେବା ପାଇଁ ଡର ଲାଗୁଥିବ । ଏପରି କ୍ଷେତ୍ରରେ ଆପଣ ପବିତ୍ର ଶକ୍ତି ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । (୧ପିତ ୪:୧୧) ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ଯାହା ମଧ୍ୟ ଦାୟିତ୍ୱ ଦେବେ, ତାହା ପୂରା କରିବା ପାଇଁ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିବେ ।—ଯାତ୍ରା ୪:୧୧, ୧୨.
ସାହସୀ ପ୍ରଚାରକ ହୁଅନ୍ତୁ ! ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଭଉଣୀ ଆଓୟାମାଙ୍କୁ କେଉଁ କଠିନ ସମସ୍ୟାର ସାମନା କରିବାକୁ ପଡ଼ିଲା ?
ତାଙ୍କୁ ସାହସ କେଉଁଠୁ ମିଳିଲା ?—ଯିରି ୨୦:୭-୯.
ଈଶ୍ୱରଙ୍କ ସେବା ଅଧିକ କରିବା ଯୋଗୁଁ ତାଙ୍କୁ କିପରି ଲାଭ ହେଲା ?
ପ୍ରଚାର ସେବାରେ କେଉଁ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ଯିହୋବା ଆପଣଙ୍କୁ ସାହାଯ୍ୟ କରିପାରିବେ ?