ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୪ ପୃଷ୍ଠା ୧୭
  • ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଫଳପ୍ରଦ ସମାପ୍ତି କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୪ ପୃଷ୍ଠା ୧୭

ଅଧ୍ୟୟନ ୧୪

ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା

ବାଇବଲ ପଦ

ଏବ୍ରୀ ୮:୧

ସାରାଂଶ: ଆପଣଙ୍କ ଶ୍ରୋତାମାନେ ଆପଣଙ୍କ ଭାଷଣ ସହ ଆଗେଇବା ପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ ମୁଖ୍ୟ କଥାର, ଆପଣଙ୍କ ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସହିତ କିପରି ସମ୍ପର୍କ ରହିଛି, ତାହା ସ୍ପଷ୍ଟ କରନ୍ତୁ ।

ଏହା କିପରି କରିପାରିବେ:

  • ଏକ ଉଦ୍ଦେଶ୍ୟ ରଖନ୍ତୁ । ଧ୍ୟାନରେ ରଖନ୍ତୁ ଯେ ଆପଣଙ୍କ ଭାଷଣ ଦେବାର ଉଦ୍ଦେଶ୍ୟ କʼଣ । କʼଣ ଆପଣ କିଛି ତଥ୍ୟ ଦେବେ, କୌଣସି କଥାକୁ ସତ୍ୟ ପ୍ରମାଣିତ କରିବେ, ନା ଆପଣ କୌଣସି ପଦକ୍ଷେପ ନେବା ପାଇଁ ଶ୍ରୋତାମାନଙ୍କୁ ପ୍ରେରିତ କରିବେ ? ତାʼ ପରେ ସେହି ଉଦ୍ଦେଶ୍ୟ ଅନୁଯାୟୀ ଭାଷଣକୁ ପ୍ରସ୍ତୁତ କରନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ ସମସ୍ତ ମୁଖ୍ୟ କଥାଗୁଡ଼ିକ ଯେପରି ଆପଣଙ୍କ ଉଦ୍ଦେଶ୍ୟକୁ ହାସଲ୍‌ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ ।

    ବ୍ୟବହାରିକ ପରାମର୍ଶ

    ନିଜକୁ ପଚାରନ୍ତୁ: ‘ଏହି ବିଷୟ ଉପରେ ମୋ ଶ୍ରୋତାମାନଙ୍କର କʼଣସବୁ ପ୍ରଶ୍ନ ଥାଇପାରେ କିମ୍ବା କେଉଁସବୁ କଥା ସହ ସେମାନେ ରାଜି ନ ହୋଇପାରନ୍ତି ? ସେମାନଙ୍କ ମନରେ ଏପରି ପ୍ରଶ୍ନ କିମ୍ବା ଆପତ୍ତି କେଉଁ କ୍ରମରେ ଆସିପାରେ ?’ ତାʼପରେ ଆପଣଙ୍କ କଥାଗୁଡ଼ିକୁ ଠିକ୍‌ ସେହି କ୍ରମରେ ସଜାନ୍ତୁ । ଫଳରେ ଶ୍ରୋତାମାନେ ଭାଷଣ ସହ ଆଗେଇବା ସହିତ ତଥ୍ୟକୁ ବୁଝିପାରିବେ ଓ ସ୍ୱୀକାର କରିପାରିବେ ।

  • ଆପଣଙ୍କ ଭାଷଣର ବିଷୟବସ୍ତୁ ଉପରେ ଜୋର୍‌ ଦିଅନ୍ତୁ । ଭାଷଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଷୟବସ୍ତୁକୁ ଉଲ୍ଲେଖ କରନ୍ତୁ । ଆପଣ ବିଷୟବସ୍ତୁର ମୁଖ୍ୟ ଶବ୍ଦଗୁଡ଼ିକୁ ଦୋହରାଇବା କିମ୍ବା ସେଗୁଡ଼ିକର ପ୍ରତିଶବ୍ଦ ବ୍ୟବହାର କରିବା ଦ୍ୱାରା ଏପରି କରିପାରିବେ ।

  • ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ ଓ ସରଳ କରନ୍ତୁ । କେବଳ ଏପରି ମୁଖ୍ୟ କଥାଗୁଡ଼ିକୁ ବାଛନ୍ତୁ, ଯାହାର ଆପଣଙ୍କ ବିଷୟବସ୍ତୁ ସହିତ ସମ୍ପର୍କ ରହିଛି ଏବଂ ଯାହା ଆପଣ ନିର୍ଦ୍ଧାରିତ ସମୟ ଭିତରେ ଫଳପ୍ରଦ ଭାବେ ଶିଖାଇପାରିବେ । ସବୁ ମୁଖ୍ୟ କଥା ଉପରେ ଆଲୋଚନା କରିବା ଜରୁରୀ ନୁହେଁ । କିନ୍ତୁ ଆପଣ କହୁଥିବା ପ୍ରତ୍ୟେକ ମୁଖ୍ୟ କଥାକୁ ସ୍ପଷ୍ଟ ଭାବେ କୁହନ୍ତୁ । ଗୋଟିଏ ମୁଖ୍ୟ କଥାରୁ ଆଉ ଗୋଟିଏ ମୁଖ୍ୟ କଥାକୁ ଯିବା ବେଳେ ଟିକେ ରୁହନ୍ତୁ ଏବଂ ଗୋଟିଏ ମୁଖ୍ୟ କଥାକୁ ସ୍ପଷ୍ଟ କଲା ପରେ ହିଁ ଅନ୍ୟ ମୁଖ୍ୟ କଥାକୁ ଯାʼନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଶ୍ରୋତାମାନଙ୍କୁ ଆପଣଙ୍କ ଭାଷଣ ସହିତ ଆଗେଇବା ପାଇଁ ଆପଣ ଆରମ୍ଭରେ ମୁଖ୍ୟ କଥାଗୁଡ଼ିକୁ ଉଲ୍ଲେଖ କରିପାରିବେ କିମ୍ବା ସେଗୁଡ଼ିକୁ ମନେ ରଖିବାରେ ଶ୍ରୋତାମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ଭାଷଣର ଶେଷରେ ସେଗୁଡ଼ିକୁ ଦୋହରାଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ