ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୧୧
  • ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ବାପ୍ତିସ୍ମ, ଯାହା ଅନେକ ଆଶିଷ ଆଣେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପରମେଶ୍ୱରଙ୍କ ଚିରନ୍ତନ ସେବା ଆପଣଙ୍କ ଲକ୍ଷ୍ୟ ହେଉ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୧୧
ଏକ ଅଙ୍କାବଙ୍କା ରାସ୍ତାରେ କିଛି ସାଇନବୋ ଲଗାଯାଇଛି । ଏହା ଦେଖାଏ ଯେ ଜଣେ ବ୍ୟକ୍ତିଙ୍କୁ ଯିହୋବାଙ୍କ ସେବାରେ କିପରି ଗୋଟେ ପରେ ଗୋଟେ ଲକ୍ଷ୍ୟ ହାସଲ କରି ଆଗକୁ ବବା ଉଚି । ଏହି ଲକ୍ଷ୍ୟଗୁକ ହେଉଛି ବାଇବଲ ଅଧୟନ କରିବା, ସଭାକୁ ଯିବା, ଚାର କରିବା ଓ ବା ନେବା ।

ବାପ୍ତିସ୍ମର ରାସ୍ତାରେ ଆପଣ କେଉଁଠି ଅଛନ୍ତି ?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଅନ୍ତୁ

କʼଣ ଆପଣ ଏକ ଯୁବକ କିମ୍ବା ଯୁବତୀ ଅଟନ୍ତି ଏବଂ ବାପ୍ତିସ୍ମରହିତ ପ୍ରଚାରକ ଅଟନ୍ତି ? କିମ୍ବା କʼଣ ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି ? ଯଦି ହଁ, କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ଭାବିଛନ୍ତି ? ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିବା ଏବଂ ବାପ୍ତିସ୍ମ ନେବା ଦ୍ୱାରା ଯିହୋବାଙ୍କ ସହ ଆପଣଙ୍କ ଏକ ବିଶେଷ ସମ୍ପର୍କ ହୋଇଯିବ । (ଗୀତ ୯୧:୧) ଉଦ୍ଧାର ପାଇବା ପାଇଁ ମଧ୍ୟ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ଜରୁରୀ । (୧ପିତ ୩:୨୧) ଆପଣ ଏହି ଦୁଇଟିଯାକ ପଦକ୍ଷେପ ନେବା ପାଇଁ କିପରି ଯୋଗ୍ୟ ହୋଇପାରିବେ ?

ନିଜେ ଯାଞ୍ଚ କରି ଜାଣନ୍ତୁ ଯେ ଏହା ହିଁ ସତ୍ୟ । ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଉଠେ, ତେବେ ଗବେଷଣା କରନ୍ତୁ । (ରୋମୀ ୧୨:୨) ଦେଖନ୍ତୁ ଯେ କʼଣ ଆପଣଙ୍କୁ ନିଜଠାରେ କିଛି ପରିବର୍ତ୍ତନ କରିବାର ଅଛି । ଯଦି ହଁ, ତେବେ ନିଜଠାରେ ପରିବର୍ତ୍ତନ କରନ୍ତୁ, ଯାହାଫଳରେ ଯିହୋବା ଆପଣଙ୍କ ଉପରେ ଖୁସି ହେବେ । (ହିତୋ ୨୭:୧୧; ଏଫି ୪:୨୩, ୨୪) ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ଏପରି କରିବାରେ ସେ ଆପଣଙ୍କୁ ସାହାଯ୍ୟ କରିବେ । ସେ ନିଜ ପବିତ୍ର ଶକ୍ତି ଦେଇ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ଆପଣଙ୍କୁ ମଜବୁତ୍‌ କରିବେ । (୧ପିତ ୫:୧୦, ୧୧) ଯିହୋବାଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବା ପାଇଁ ଆପଣ ଯାହା ମଧ୍ୟ ପରିଶ୍ରମ କରନ୍ତି, ସେଥିରୁ ଆପଣଙ୍କୁ ନିଶ୍ଚୟ ଲାଭ ହେବ । ଯିହୋବାଙ୍କ ସେବାରୁ ଯେଉଁ ଖୁସି ମିଳେ, ତାହା ଆଉ କୌଣସି ଜିନିଷରୁ ମିଳିପାରିବ ନାହିଁ ।—ଗୀତ ୧୬:୧୧.

ବାପ୍ତିସ୍ମ ଆଡ଼କୁ ନେଇଯାଉଥିବା ରାସ୍ତା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ବାପ୍ତିସ୍ମ ନେବା ପାଇଁ କିଛି ଲୋକେ କେଉଁ ସମସ୍ୟାଗୁଡ଼ିକୁ ପାର କଲେ ?

  • ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ପାଇଁ ବିଶ୍ୱାସ କିପରି ବଢ଼ାଇପାରିବେ ?

  • କିଛି ଲୋକେ ବାପ୍ତିସ୍ମର ଯୋଗ୍ୟ ହେବା ପାଇଁ କାହିଁକି ପଦକ୍ଷେପ ନେଲେ ?

  • ଯେଉଁ ଲୋକମାନେ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ସେମାନଙ୍କୁ କେଉଁ କେଉଁ ଆଶିଷ ମିଳେ ?

  • ସମର୍ପଣ ଓ ବାପ୍ତିସ୍ମର ଅର୍ଥ କʼଣ ?

ବାପ୍ତିସ୍ମର ଭାଷଣର ଶେଷରେ ବକ୍ତା, ବାପ୍ତିସ୍ମ ନେବାକୁ ଯାଉଥିବା ପ୍ରାର୍ଥୀମାନଙ୍କୁ ଠିଆ ହେବା ପାଇଁ କହିବେ ଏବଂ ତଳେ ଥିବା ଦୁଇଟି ପ୍ରଶ୍ନର ଉତ୍ତର ଉଚ୍ଚ ସ୍ୱରରେ ଦେବା ପାଇଁ କହିବେ:

କʼଣ ଆପଣ ନିଜ ପାପର ପଶ୍ଚାତାପ କରିଛନ୍ତି, ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିଛନ୍ତି ଏବଂ ସେ ଯୀଶୁ ଖ୍ରୀଷ୍ଟଙ୍କ ଜରିଆରେ ଉଦ୍ଧାର ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାକୁ ସ୍ୱୀକାର କରିଛନ୍ତି ?

କʼଣ ଆପଣ ଏ କଥାକୁ ବୁଝନ୍ତି ଯେ ବାପ୍ତିସ୍ମ ନେବା ଦ୍ୱାରା ଆପଣ ଯିହୋବାଙ୍କ ସଂଗଠନର ଭାଗ ହୋଇଯିବେ ଏବଂ ଯିହୋବାଙ୍କ ସାକ୍ଷୀ ଭାବେ ପରିଚିତ ହେବେ ?

ବାପ୍ତିସ୍ମ ନେବାକୁ ଯାଉଥିବା ପ୍ରାର୍ଥୀମାନେ ଯେତେବେଳେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ‘ହଁ ’ କହନ୍ତି, ସେତେବେଳେ ଏହାର ଅର୍ଥ ସେମାନେ “ସମସ୍ତଙ୍କ ସାମନାରେ ସ୍ୱୀକାର” କରିଛନ୍ତି ଯେ ସେମାନେ ମୁକ୍ତିର ମୂଲ୍ୟର ବଳିଦାନ ଉପରେ ବିଶ୍ୱାସ କରନ୍ତି ଏବଂ ସେମାନେ ବିନା କୌଣସି ସର୍ତ୍ତରେ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଛନ୍ତି ।—ରୋମୀ ୧୦:୯, ୧୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ