ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୮ ପୃଷ୍ଠା ୧୧
  • ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୮ ପୃଷ୍ଠା ୧୧

ଅଧ୍ୟୟନ ୮

ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା

ବାଇବଲ ପଦ

ମାଥିଉ ୧୩:୩୪, ୩୫

ସାରାଂଶ: ଶିଖାଇବାରେ ନିଜ ଦକ୍ଷତାକୁ ବଢ଼ାଇବା ପାଇଁ ସରଳ ଦୃଷ୍ଟାନ୍ତଗୁଡ଼ିକ ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କର ମନକୁ ଛୁଇଁବ ଏବଂ ସେଥିରୁ ସେମାନେ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ଶିଖିବେ ।

ଏହା କିପରି କରିପାରିବେ:

  • ସରଳ ଦୃଷ୍ଟାନ୍ତଗୁଡ଼ିକ କୁହନ୍ତୁ । ଯୀଶୁଙ୍କ ଭଳି ଆପଣ ମଧ୍ୟ ବଡ଼ ବଡ଼ ମାମଲାକୁ ବୁଝାଇବା ପାଇଁ ଛୋଟ ଛୋଟ କଥାକୁ ନେଇ ଦୃଷ୍ଟାନ୍ତ ଦିଅନ୍ତୁ ଏବଂ କଠିନ ବିଷୟଗୁଡ଼ିକୁ ବୁଝାଇବା ପାଇଁ ସହଜରେ ବୁଝି ହେଉଥିବା ଦୃଷ୍ଟାନ୍ତ ଦିଅନ୍ତୁ । ଏପରି ଅଦରକାରୀ ତଥ୍ୟଗୁଡ଼ିକୁ ସାମିଲ୍‌ କରନ୍ତୁ ନାହିଁ, ଯାହା ଦୃଷ୍ଟାନ୍ତକୁ ଜଟିଳ କରିଦିଏ । ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯେଉଁ ବିଷୟରେ ଶିଖାଉଛନ୍ତି, ଆପଣଙ୍କ ଦୃଷ୍ଟାନ୍ତ ପ୍ରକୃତରେ ସେ କ୍ଷେତ୍ରରେ ଯେପରି ଲାଗୁ ହୁଏ । କାରଣ ମେଳ ଖାଉ ନ ଥିବା ତଥ୍ୟଗୁଡ଼ିକ ଦ୍ୱାରା ଆପଣଙ୍କ ଶ୍ରୋତାମାନଙ୍କ ଧ୍ୟାନ ଭଙ୍ଗ ହୋଇଥାଏ ।

    ବ୍ୟବହାରିକ ପରାମର୍ଶ

    ଆପଣଙ୍କ ଆଖପାଖରେ ଥିବା ଜିନିଷ ଏବଂ ଘଟୁଥିବା ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ, ଆମ ସଂଗଠନର ପ୍ରକାଶନଗୁଡ଼ିକୁ ପଢ଼ନ୍ତୁ ଏବଂ ଯେଉଁ ଭାଇଭଉଣୀମାନେ କୁଶଳତାର ସହିତ ଶିଖାନ୍ତି, ସେମାନଙ୍କ କଥା ଶୁଣନ୍ତୁ । ଏପରି କରିବା ସମୟରେ ଆପଣଙ୍କୁ ଏଭଳି ଦୃଷ୍ଟାନ୍ତଗୁଡ଼ିକ ମିଳିପାରେ, ଯାହା ଶିଖାଇବାରେ ଆପଣଙ୍କ ଦକ୍ଷତାକୁ ବଢ଼ାଇବା ପାଇଁ ସାହାଯ୍ୟ କରିବ । ଏହି ଦୃଷ୍ଟାନ୍ତଗୁଡ଼ିକର ଏକ ଫାଇଲ୍‌ ତିଆରି କରି ରଖନ୍ତୁ ।

  • ଶ୍ରୋତାମାନଙ୍କୁ ଧ୍ୟାନରେ ରଖି ଦୃଷ୍ଟାନ୍ତ ଦିଅନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କର କାର୍ଯ୍ୟକଳାପ ଏବଂ ଯେଉଁ ବିଷୟ ପ୍ରତି ସେମାନେ ଆଗ୍ରହ ରଖନ୍ତି, ସେଗୁଡ଼ିକୁ ଧ୍ୟାନରେ ରଖି ଦୃଷ୍ଟାନ୍ତ କୁହନ୍ତୁ । ଆପଣଙ୍କ ଦୃଷ୍ଟାନ୍ତ ଯେପରି ଶ୍ରୋତାମାନଙ୍କୁ ଅପମାନିତ ନ କରେ କିମ୍ବା ସେମାନଙ୍କ ମନରେ ଆଘାତ ନ ଦିଏ, ସେଥିପ୍ରତି ସତର୍କ ରହନ୍ତୁ ।

  • ମୁଖ୍ୟ ବିଷୟ ଶିଖାନ୍ତୁ । ଦୃଷ୍ଟାନ୍ତ ଦେବା ସମୟରେ ଛୋଟ ଛୋଟ ତଥ୍ୟ ପରିବର୍ତ୍ତେ, ମୁଖ୍ୟ ବିଷୟ ଉପରେ ଶ୍ରୋତାମାନଙ୍କର ଧ୍ୟାନ କେନ୍ଦ୍ରିତ କରନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଶ୍ରୋତାମାନେ କେବଳ ଦୃଷ୍ଟାନ୍ତକୁ ମନେ ନ ରଖି ସେଥିରୁ ମିଳୁଥିବା ଶିକ୍ଷାକୁ ମଧ୍ୟ ଯେପରି ମନେ ରଖିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ