ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୨ ପୃଷ୍ଠା ୫
  • କଥାବାର୍ତ୍ତାର ଶୈଳୀରେ କହିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କଥାବାର୍ତ୍ତାର ଶୈଳୀରେ କହିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଦୃଢ଼ ବିଶ୍ୱାସର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୨ ପୃଷ୍ଠା ୫

ଅଧ୍ୟୟନ ୨

କଥାବାର୍ତ୍ତାର ଶୈଳୀରେ କହିବା

ବାଇବଲ ପଦ

୨ କରିନ୍ଥୀୟ ୨:୧୭

ସାରାଂଶ: ସ୍ୱାଭାବିକ ଭାବେ ଓ ଆନ୍ତରିକତାର ସହ କଥା ହୁଅନ୍ତୁ । କାରଣ ଏଥିରୁ ଜଣାପଡ଼େ ଯେ ଆପଣ ଆଲୋଚନାର ପ୍ରସଙ୍ଗ ଏବଂ ଆପଣଙ୍କ ଶ୍ରୋତାମାନଙ୍କ ବିଷୟରେ କିପରି ଅନୁଭବ କରନ୍ତି ।

ଏହା କିପରି କରିପାରିବେ:

  • ପ୍ରାର୍ଥନାପୂର୍ବକ ଓ ଧ୍ୟାନର ସହିତ ପ୍ରସ୍ତୁତି କରନ୍ତୁ । ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ ଯେ ଆପଣ ଯେପରି ନିଜ ଉପରେ ଧ୍ୟାନ କେନ୍ଦ୍ରିତ ନ କରି ଆପଣଙ୍କ ବାର୍ତ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଆପଣ ଯେଉଁ ମୁଖ୍ୟ କଥାଗୁଡ଼ିକ ବିଷୟରେ କହିବାକୁ ଚାହାନ୍ତି, ସେଗୁଡ଼ିକୁ ନିଜ ମନରେ ରଖନ୍ତୁ । ଆମ ପ୍ରକାଶନଗୁଡ଼ିକରେ ଯେପରି ଲେଖାଥାଏ, ତାʼକୁ ଅବିକଳ ଭାବେ ନକଲ ନ କରି, ଆପଣଙ୍କ ନିଜ ଶବ୍ଦରେ କଥାଗୁଡ଼ିକୁ କୁହନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଯଦି ଆପଣ ବାଇବଲରୁ କିମ୍ବା ଅନ୍ୟ କୌଣସି ପ୍ରକାଶନରୁ ପଢ଼ିବାକୁ ଯୋଜନା କରୁଛନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଭାଗକୁ ଭଲ ଭାବେ ବୁଝନ୍ତୁ । ଏପରି କରିବା ଦ୍ୱାରା ଆପଣ ଆରାମରେ ଓ ସ୍ପଷ୍ଟ ଭାବେ ପଢ଼ିପାରିବେ । ଯଦି ଆପଣ କୌଣସି ବ୍ୟକ୍ତି କହିଥିବା କଥାକୁ ପଢ଼ନ୍ତି, ତେବେ ତାଙ୍କ ଶବ୍ଦଗୁଡ଼ିକୁ ଭାବନାର ସହିତ ପଢ଼ନ୍ତୁ । କିନ୍ତୁ ଏହା ଅତ୍ୟଧିକ ନାଟକୀୟ ହେବା ଉଚିତ୍‌ ନୁହେଁ ।

  • ହୃଦୟରୁ କଥା କୁହନ୍ତୁ । ଆପଣଙ୍କ ଶ୍ରୋତାମାନେ ବାର୍ତ୍ତାକୁ ଶୁଣିବା କାହିଁକି ଜରୁରୀ, ସେବିଷୟରେ ଭାବନ୍ତୁ । ସେମାନଙ୍କ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ତାʼପରେ ଆପଣଙ୍କ ଅଙ୍ଗଭଙ୍ଗୀ ଓ ମୁହଁର ହାବଭାବରେ ଆନ୍ତରିକତା ଓ ବନ୍ଧୁତା ସ୍ପଷ୍ଟ ଝଲକିବ ।

    ବ୍ୟବହାରିକ ପରାମର୍ଶ

    ସ୍ୱାଭାବିକ ଭାବେ କଥାବାର୍ତ୍ତା ହେବାକୁ ଯାଇ ଅତି ବେପରୁଆ ଭାବେ କଥା ହୁଅନ୍ତୁ ନାହିଁ । ସ୍ପଷ୍ଟ ଭାବେ କଥା ହୋଇ ଏବଂ ଉପଯୁକ୍ତ ବ୍ୟାକରଣ ବ୍ୟବହାର କରି ଆପଣଙ୍କ ବାର୍ତ୍ତାର ମର୍ଯ୍ୟାଦାକୁ ବଜାୟ ରଖନ୍ତୁ ।

  • ଆପଣଙ୍କ ଶ୍ରୋତାମାନଙ୍କୁ ଦେଖନ୍ତୁ । ଯେଉଁ ପରିସ୍ଥିତିରେ କିମ୍ବା ଯେଉଁ ଅଞ୍ଚଳରେ ଆଖିରେ ଆଖି ମିଶାଇ କଥା ହେବା ଅପମାନଜନକ ବୋଲି ଧରାଯାଏ ନାହିଁ, ସେଠାରେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ । ଯେତେବେଳେ ଆପଣ ଭାଷଣ ଦିଅନ୍ତି, ସେତେବେଳେ ଏକାସାଙ୍ଗେ ସମସ୍ତ ଶ୍ରୋତାମାନଙ୍କୁ ଦେଖିବା ପରିବର୍ତ୍ତେ, ଗୋଟିଏ ସମୟରେ ଜଣକୁ ହିଁ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ