ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୫
  • ଯେବେ ଆପଣଙ୍କୁ କେହି ହଇରାଣ କରେ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେବେ ଆପଣଙ୍କୁ କେହି ହଇରାଣ କରେ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବାପାମାଆମାନେ, ନିଜ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ଈଶ୍ୱରଙ୍କୁ ଖୁସି କରିପାରିବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବା ଆମକୁ ଏକୁଟିଆ ଛାଡ଼ିବେନି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୫
ଜଣେ କିଶୋରୀ ନିଜ ଫୋନ୍‌ ତାʼ ବାପାମାଆଙ୍କୁ ଦେଖାଉଛି ଆଉ ସେ ନିଜ ମନ କଥା କହୁଛି ଓ ତାʼ ବାପାମାଆ ବହୁତ ଧ୍ୟାନର ସହ ଶୁଣୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯେବେ ଆପଣଙ୍କୁ କେହି ହଇରାଣ କରେ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

ଲୋକମାନେ ଅନେକ ଉପାୟରେ ଆମକୁ ହଇରାଣ କରିପାରନ୍ତି । ସେମାନେ ଆମକୁ ଆଘାତ ପହଞ୍ଚାଇ ପାରନ୍ତି କିମ୍ବା ଯିହୋବାଙ୍କ ଉପାସନା କରିବାରୁ ରୋକିପାରନ୍ତି । ଏପରି ସମୟରେ ଆମେ ନିରାଶ ହୋଇପାରିବା । ଯଦି ଆମେ ବିରୋଧୀମାନଙ୍କୁ ଡରିଯିବା ତେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହୋଇପାରେ । ଏପରି ଲୋକମାନଙ୍କଠାରୁ ରକ୍ଷା ପାଇବା ପାଇଁ ଆମେ କʼଣ କରିପାରିବା ?

ଯିହୋବାଙ୍କ ଅନେକ ସେବକମାନଙ୍କୁ ହଇରାଣ କରାଗଲା ତେବେ ବି ସେମାନେ ଯିହୋବାଙ୍କ ଉପରେ ଭରସା ରଖିଲେ । ତେଣୁ ସେମାନେ ଏହି ସମସ୍ୟାର ସାମନା କରିପାରିଲେ । (ଗୀତ ୧୮:୧୭) ସେ ମଧ୍ୟରୁ ଜଣେ ଥିଲେ ଏଷ୍ଟର । ସେ ବହୁତ ସାହସର ସହ ଦୁଷ୍ଟ ହାମନ୍‌ର ପର୍ଦ୍ଦାଫାସ କଲେ । (ଏଷ୍ଟ ୭:୧-୬) କିନ୍ତୁ ଏସବୁ କରିବା ପୂର୍ବରୁ ସେ ଉପବାସ କଲେ । ଏପରି ଭାବେ ସେ ଯିହୋବାଙ୍କ ଉପରେ ଭରସା ରଖିଲେ । (ଏଷ୍ଟ ୪:୧୪-୧୬) ଯିହୋବା ତାଙ୍କୁ ଆଶିଷ ଦେଲେ ଓ ତାଙ୍କୁ ଓ ତାଙ୍କ ଲୋକମାନଙ୍କ ରକ୍ଷା କଲେ ।

କିଶୋର-କିଶୋରୀମାନେ ଯଦି କେହି ଆପଣଙ୍କୁ ବି ହଇରାଣ କରେ, ତେବେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଆପଣ ନିଜ ବାପାମାଆ କିମ୍ବା ବଡ଼ମାନଙ୍କ ସହ କଥା ହୁଅନ୍ତୁ । ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ, ଯେପରି ସେ ଏଷ୍ଟରଙ୍କୁ କରିଥିଲେ । ତାʼଛଡ଼ା ଆପଣ ଆଉ କʼଣ କରିପାରିବେ ?

କିଶୋର-କିଶୋରୀ—ଯଦି କେହି ମୋତେ ହଇରାଣ କରେ ତେବେ ମୁଁ କʼଣ କରିବି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଚାର୍ଲି ଓ ଫେରିନ୍‌ଙ୍କଠାରୁ ଯୁବକଯୁବତୀମାନେ କʼଣ ଶିଖିପାରିବେ ?

  • ଚାର୍ଲି ଓ ଫେରିନ୍‌ଙ୍କ କଥାଗୁଡ଼ିକରୁ ବାପାମାଆ ପିଲାମାନଙ୍କ ସାହାଯ୍ୟ କରିବା ବିଷୟରେ କʼଣ ଶିଖିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ