ଭାଗ ୨ରେ କʼଣ ଅଛି
ଯିହୋବା ସେସମୟରେ ଲୋକମାନଙ୍କୁ ବିନାଶ କରିବା ପାଇଁ ଜଳପ୍ଳାବନ କାହିଁକି ଆଣିଲେ ? ମଣିଷ ସୃଷ୍ଟି କରିବାର କିଛି ସମୟ ପରେ ଭଲ ଓ ମନ୍ଦ ଭିତରେ ଯୁଦ୍ଧ ଆରମ୍ଭ ହୋଇଗଲା । କିଛି ଲୋକ ଜାଣିଶୁଣି ଖରାପ କାମ କଲେ, ଯେପରି ଆଦମ, ହବା ଓ ତାଙ୍କ ପୁଅ କୟିନ । କିନ୍ତୁ କିଛି ଲୋକ ଭଲ କାମ କଲେ, ଯେପରି ହେବଲ ଓ ନୋହ । ଅନେକ ଲୋକ ଏତେ ଦୁଷ୍ଟ ହୋଇଗଲେ ଯେ ଯିହୋବା ସେସମସ୍ତଙ୍କୁ ବିନାଶ କରିଦେଲେ । ଏହି ଭାଗରେ ଆମେ ଶିଖିବା ଯିହୋବା ଦେଖନ୍ତି ଯେ ଆମେ ଭଲ କାମ କରିବାର ନିଷ୍ପତ୍ତି ନେଇଛୁ ନା ଖରାପ କାମ କରିବାର ଏବଂ ସେ କେବେ ବି ମନ୍ଦକୁ ଭଲ ଉପରେ ଜୟ ହାସଲ କରିବା ପାଇଁ ଦେବେ ନାହିଁ ।