ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୪
  • ନମ୍ର ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନମ୍ର ରହନ୍ତୁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପାଉଲ କʼଣ କଲେ ?
  • ପାଉଲଙ୍କଠାରୁ ଆମେ କʼଣ ଶିଖୁ ?
  • ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ଭାବିଚିନ୍ତି କଥା ହୁଅନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୪

କଥାବାର୍ତ୍ତା ଆରମ୍ଭ କରିବା

ପାଉଲ ଆଦରର ସହ ରାଜା ଆଗ୍ରିପ୍‌ପା, ରାଜ୍ୟପାଳ ଫେଷ୍ଟ ଆଉ ବର୍ଣ୍ଣୀକୀଙ୍କ ସହ କଥା ହେଉଛନ୍ତି । ଗୋଟିଏ ଶିକୁଳିରେ ପାଉଲ ଓ ଜଣେ ସୈନିକର ହାତକୁ ବନ୍ଧା ଯାଇଛି ।

ପ୍ରେରି. ୨୬:୨, ୩

ପାଠ ୪

ନମ୍ର ରହନ୍ତୁ

ସିଦ୍ଧାନ୍ତ: “ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର ।”—ଫିଲିପ୍‌. ୨:୩.

ପାଉଲ କʼଣ କଲେ ?

ପାଉଲ ଆଦରର ସହ ରାଜା ଆଗ୍ରିପ୍‌ପା, ରାଜ୍ୟପାଳ ଫେଷ୍ଟ ଆଉ ବର୍ଣ୍ଣୀକୀଙ୍କ ସହ କଥା ହେଉଛନ୍ତି । ଗୋଟିଏ ଶିକୁଳିରେ ପାଉଲ ଓ ଜଣେ ସୈନିକର ହାତକୁ ବନ୍ଧା ଯାଇଛି ।

ଭିଡିଓ: ପାଉଲ ରାଜା ଆଗ୍ରିପ୍‌ପାଙ୍କୁ ସାକ୍ଷ୍ୟ ଦେଲେ

୧. ଭିଡିଓ ଦେଖନ୍ତୁ କିମ୍ବା ପ୍ରେରିତ ୨୬:୨, ୩ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. ପାଉଲ ରାଜା ଆଗ୍ରିପ୍‌ପାଙ୍କ ସହ ଯେପରି ଭାବେ କଥା ହେଲେ, ସେଥିରୁ କିପରି ଜଣାପଡ଼େ ଯେ ସେ ନମ୍ର ଥିଲେ ?

  2. ଖ. ପାଉଲ ଲୋକମାନଙ୍କ ଧ୍ୟାନ ନିଜ ଉପରେ ନୁହେଁ, ବରଂ ଯିହୋବା ଓ ଶାସ୍ତ୍ର ଉପରେ ରହୁ ବୋଲି କʼଣ କଲେ ?—ପ୍ରେରିତ ୨୬:୨୨ ଦେଖନ୍ତୁ ।

ପାଉଲଙ୍କଠାରୁ ଆମେ କʼଣ ଶିଖୁ ?

୨. ଯେବେ ଆମେ ନମ୍ର ରହୁ ଓ ଆଦରର ସହ କଥା ହେଉ ତେବେ ଲୋକମାନଙ୍କୁ ଆମ କଥା ଶୁଣିବା ଆହୁରି ଭଲ ଲାଗେ ।

ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. କାହାରିକୁ ଛୋଟ ଅନୁଭବ କରାନ୍ତୁ ନାହିଁ । ଏପରି କଥାବାର୍ତ୍ତା ହୁଅନ୍ତୁ ନାହିଁ ଯେଉଁଥିରୁ ଜଣେ ବ୍ୟକ୍ତିକୁ ଲାଗିବ ଯେ ଆପଣଙ୍କୁ ହିଁ ସବୁକିଛି ଜଣା ଓ ତାକୁ କିଛି ଜଣାନାହିଁ । ଆଦରର ସହ କଥା ହୁଅନ୍ତୁ ।

୪. ବାଇବଲ ଉପରେ ଲୋକଙ୍କ ଧ୍ୟାନ ଲଗାଇ ରଖନ୍ତୁ । ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ ଲୋକମାନଙ୍କର ହୃଦୟକୁ ଛୁଇଁଯାଏ । ତେଣୁ ବାଇବଲର ବ୍ୟବହାର କରନ୍ତୁ । ଲୋକମାନଙ୍କୁ ଜଣାପଡ଼ିବା ଉଚିତ୍‌ ଯେ ଆପଣ ଯାହା ଶିଖାଉଛନ୍ତି, ତାହା ବାଇବଲରୁ ହିଁ ଅଟେ । ଏପରି ଭାବରେ ବାଇବଲ ଉପରେ ତାଙ୍କର ବିଶ୍ୱାସ ବଢ଼ିବ ।

୫. ଶାନ୍ତିରେ କଥା ହୁଅନ୍ତୁ । ନିଜ କଥାକୁ ଠିକ୍‌ ବୋଲି ପ୍ରମାଣିତ କରିବା ପାଇଁ ଅଡ଼ି ରହନ୍ତୁ ନାହିଁ । ଆମେ କାହାରି ସହ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ । ତାʼ ବଦଳରେ ଆମକୁ ଶାନ୍ତ ରହିବା ଉଚିତ୍‌ ଆଉ କଥା ଆଗକୁ ବଢ଼ିବା ପୂର୍ବରୁ ସେଠାରୁ ଚାଲିଯିବା ଉଚିତ୍‌ । (ହିତୋ. ୧୭:୧୪; ତୀତ. ୩:୨) ଶାନ୍ତ ହୋଇ କଥା ହେଲେ ହୋଇପାରେ ବ୍ୟକ୍ତି ଜଣକ ପରେ ଆମ ସହ କଥା ହେବା ପାଇଁ ରାଜି ହୋଇପାରେ ।

ଏହା ବି ଦେଖନ୍ତୁ

ରୋମୀ. ୧୨:୧୬-୧୮; ୧ କରି. ୮:୧; ୨ କରି. ୩:୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ