ପାଠ ୪
ରାଗିବାର ଖରାପ ପରିଣାମ
ଏଦନ ବଗିଚାରୁ ବାହାରିବା ପରେ ଆଦମ ଓ ହବାର ଅନେକ ସନ୍ତାନ ହେଲେ । ସେମାନଙ୍କ ପ୍ରଥମ ପୁଅର ନାଁ ଥିଲା, କୟିନ ଏବଂ ଅନ୍ୟ ଜଣଙ୍କର ହେବଲ । କୟିନ ଜଣେ କୃଷକ ଥିଲା ଆଉ ହେବଲ ଜଣେ ମେଷପାଳକ ।
ଦିନେ କୟିନ ଓ ହେବଲ ଯିହୋବାଙ୍କୁ ନୈବେଦ୍ୟ ଚଢ଼ାଇଲେ । କʼଣ ଆପଣ ଜାଣନ୍ତି, ନୈବେଦ୍ୟର ଅର୍ଥ କʼଣ ଅଟେ ? ଏହାର ଅର୍ଥ ହେଉଛି, ଗୋଟିଏ ବିଶେଷ ଉପହାର । ଯିହୋବା ହେବଲଙ୍କ ନୈବେଦ୍ୟକୁ ଗ୍ରହଣ କଲେ, କିନ୍ତୁ କୟିନର ଗ୍ରହଣ କଲେ ନାହିଁ । ତେଣୁ କୟିନ ବହୁତ ରାଗିଗଲା । ଯିହୋବା ତାକୁ କହିଲେ ଯେ ଯଦି ସେ ରାଗିବା ବନ୍ଦ କରିବନି, ହେଲେ ସେ କିଛି ଭୁଲ କାମ କରିଦେବ । କିନ୍ତୁ କୟିନ ତାଙ୍କ କଥା ଶୁଣିଲା ନାହିଁ ।
କୟିନ ହେବଲଙ୍କୁ କହିଲା, ‘ଆସ, ଆମେ କ୍ଷେତକୁ ଯିବା ।’ ଯେବେ ସେମାନେ କ୍ଷେତରେ ଥିଲେ ତେବେ କୟିନ ହେବଲର ହତ୍ୟା କରିଦେଲା । ତାʼପରେ ଯିହୋବା କʼଣ କଲେ ? ସେ କୟିନକୁ ଦଣ୍ତ ଦେଲେ । ସେ କୟିନକୁ ତାʼ ପରିବାରଠୁ ବହୁତ ଦୂରକୁ ପଠାଇ ଦେଲେ ଆଉ କେବେ ବି ତାକୁ ଫେରିବାକୁ ଦେଲେ ନାହିଁ ।
ଏଥିରୁ ଆମେ କʼଣ ଶିଖୁ ? ଯେପରି ଆମେ ଚାହୁଁ ଯଦି ସେପରି କିଛି ହୁଏ ନାହିଁ, ତେବେ ଆମକୁ ରାଗ ଲାଗିପାରେ । ହୁଏତ ଅନ୍ୟମାନେ କହିବେ ଯେ ଆମକୁ ରାଗିବା ଉଚିତ୍ ନୁହେଁ । ତେବେ ଆମକୁ ତୁରନ୍ତ ରାଗ ଛାଡ଼ି ଦେବା ଉଚିତ୍, ଏପରି ନ କଲେ ଆମେ କୌଣସି ଖରାପ କାମ କରିପାରିବା ।
ହେବଲ ଯିହୋବାଙ୍କୁ ପ୍ରେମ କରୁଥିଲେ ଏବଂ ସଠିକ୍ କାମ କରୁଥିଲେ, ତେଣୁ ଯିହୋବା ତାଙ୍କୁ ସବୁବେଳେ ମନେ ରଖିବେ । ଯେବେ ସେ ଏହି ପୃଥିବୀକୁ ପାରଦୀଶ କରିବେ ତେବେ ସେ ହେବଲଙ୍କୁ ଜୀବିତ କରିବେ ।
‘ଆଗେ ନିଜ ଭାଇ ସଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ବଳିଦାନ ଉତ୍ସର୍ଗ କର ।’—ମାଥିଉ ୫:୨୪