ଭାଗ ୭ରେ କʼଣ ଅଛି
ଏହି ଭାଗରେ ରାଜା ଶାଉଲ ଓ ରାଜା ଦାଉଦଙ୍କ ଜୀବନ କାହାଣୀ ଦିଆଯାଇଛି, ଅର୍ଥାତ୍ ପ୍ରାୟ ୮୦ ବର୍ଷର ଘଟଣାଗୁଡ଼ିକ । ଶାଉଲ ଆରମ୍ଭରେ ନମ୍ର ଥିଲେ ଏବଂ ଈଶ୍ୱରଙ୍କୁ ଭୟ କରୁଥିଲେ । କିନ୍ତୁ ଖୁବ୍ ଶୀଘ୍ର ସେ ବଦଳିଗଲେ ଏବଂ ଯିହୋବାଙ୍କ ଆଜ୍ଞା ମାନିବା ଛାଡ଼ିଦେଲେ । ତେଣୁ ଯିହୋବା ତାଙ୍କୁ ଛାଡ଼ିଦେଲେ ଏବଂ କିଛି ସମୟ ପରେ ଶାମୁୟେଲଙ୍କୁ ଦାଉଦଙ୍କ ଅଭିଷେକ କରିବାକୁ କହିଲେ ଯିଏ ଇସ୍ରାଏଲର ପରବର୍ତ୍ତୀ ରାଜା ହେବେ । ଶାଉଲ ଦାଉଦଙ୍କୁ ଈର୍ଷା କରିବା ଯୋଗୁଁ ତାଙ୍କୁ ଅନେକ ଥର ମାରିବା ପାଇଁ ଚେଷ୍ଟା କଲେ । କିନ୍ତୁ ଦାଉଦ କେବେ ବି ଶାଉଲଙ୍କଠାରୁ ପ୍ରତିଶୋଧ ନେଲେ ନାହିଁ । ଶାଉଲଙ୍କ ପୁଅ ଯୋନାଥନ ଜାଣିଥିଲେ ଯେ ଦାଉଦଙ୍କୁ ଯିହୋବା ବାଛିଛନ୍ତି, ତେଣୁ ସେ ଦାଉଦଙ୍କ ବିଶ୍ୱସ୍ତ ରହିଲେ । ଦାଉଦ କିଛି ଗମ୍ଭୀର ପାପ କଲେ, କିନ୍ତୁ ଯେବେ ଯିହୋବା ତାଙ୍କୁ ସୁଧାରିଲେ ତେବେ ସେ ତାହା ସ୍ୱୀକାର କଲେ । ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ସେମାନଙ୍କୁ ବୁଝାନ୍ତୁ ଯେ ଆମକୁ ସବୁବେଳେ ଯିହୋବାଙ୍କ ଆଜ୍ଞା ମାନିବା ଉଚିତ୍ ଏବଂ ତାଙ୍କ ବିଶ୍ୱସ୍ତ ରହିବା ଉଚିତ୍ । ତାʼସହ ଯିହୋବା ଯେଉଁ ଲୋକମାନଙ୍କୁ ନେତୃତ୍ୱ ନେବା ପାଇଁ ବାଛିଛନ୍ତି, ଆମକୁ ସେମାନଙ୍କ କଥା ମାନିବା ଉଚିତ୍ ଏବଂ ସେମାନଙ୍କ ବିଶ୍ୱସ୍ତ ରହିବା ଉଚିତ୍ ।