ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୩୯ ପୃଷ୍ଠା ୯୬
  • ଇସ୍ରାଏଲର ପ୍ରଥମ ରାଜା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଇସ୍ରାଏଲର ପ୍ରଥମ ରାଜା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯୀଶୁ ଶାଉଲଙ୍କୁ ବାଛିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଦାଉଦ ଓ ଶାଉଲ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୩୯ ପୃଷ୍ଠା ୯୬
ରାଜା ଶାଉଲ, ଶାମୁୟେଲଙ୍କ କପଡ଼ାକୁ ଧରି ନିଏ ଏବଂ କପଡ଼ାର ତଳ ଭାଗ ଛିଣ୍ଡି ଅଲଗା ହୋଇଯାଏ

ପାଠ ୩୯

ଇସ୍ରାଏଲର ପ୍ରଥମ ରାଜା

ଯିହୋବା ଇସ୍ରାଏଲୀୟମାନଙ୍କୁ ସଠିକ୍‌ ବାଟ ଦେଖାଇବା ପାଇଁ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କରିଥିଲେ, କିନ୍ତୁ ଏବେ ସେମାନେ ଗୋଟିଏ ରାଜା ଚାହୁଁଥିଲେ । ସେମାନେ ଶାମୁୟେଲଙ୍କୁ କହିଲେ, ‘ଆମ ଆଖପାଖର ସବୁ ରାଷ୍ଟ୍ରରେ ରାଜା ଅଛନ୍ତି । ଆମକୁ ମଧ୍ୟ ଜଣେ ରାଜା ଦରକାର ।’ ଶାମୁୟେଲଙ୍କୁ ଲାଗିଲା ଯେ ଏହା ଠିକ୍‌ ନୁହେଁ । ତେଣୁ ସେ ଯିହୋବାଙ୍କୁ ଏ ବିଷୟରେ ପ୍ରାର୍ଥନା କଲେ । ଯିହୋବା ତାଙ୍କୁ କହିଲେ, ‘ଲୋକମାନେ ତମକୁ ନୁହେଁ ମୋତେ ଛାଡ଼ିଛନ୍ତି । ସେମାନଙ୍କୁ କୁହ ଯେ ଜଣେ ରାଜା ଦିଆଯିବ, କିନ୍ତୁ ସେ ସେମାନଙ୍କୁ ଅନେକ ଜିନିଷ ପାଇଁ ଦାବି କରିବ ।’ ତଥାପି ଲୋକମାନେ କହିଲେ, ‘କିଛି କଥା ନାହିଁ । ଆମକୁ ଜଣେ ରାଜା ଦରକାର !’

ଯିହୋବା ଶାମୁୟେଲଙ୍କୁ କହିଲେ ଯେ ଶାଉଲ ନାମକ ଜଣେ ବ୍ୟକ୍ତି ସେମାନଙ୍କର ପ୍ରଥମ ରାଜା ହେବେ । ଯେବେ ଶାଉଲ, ଶାମୁୟେଲଙ୍କୁ ଭେଟିବା ପାଇଁ ରାମାକୁ ଗଲେ ତେବେ ଶାମୁୟେଲ ତାଙ୍କ ମୁଣ୍ଡରେ ତେଲ ପକାଇ ତାଙ୍କୁ ଅଭିଷେକ କଲେ ଏବଂ ସେ ରାଜା ହେଲେ ।

ପରେ ସେମାନଙ୍କ ନୂଆ ରାଜା କିଏ ଅଟନ୍ତି ତାହା ଦେଖିବା ପାଇଁ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ ଏକାଠି କଲେ । କିନ୍ତୁ ଶାଉଲ ସେଇଠି ନ ଥିଲେ । ଜାଣିଛ ସେ କେଉଁଠି ଥିଲେ ? ସେ ଜିନିଷଗୁଡ଼ିକ ମଝିରେ ଲୁଚିଥିଲେ । ଯେବେ ସେମାନେ ତାଙ୍କୁ ଖୋଜି ପାଇଲେ, ତେବେ ସେମାନେ ତାଙ୍କୁ ଲୋକମାନଙ୍କ ଆଗରେ ଛିଡ଼ା କଲେ । ତାଙ୍କ ଭଳି ଡେଙ୍ଗା କେହି ନ ଥିଲେ ଏବଂ ସେ ବହୁତ ସୁନ୍ଦର ଥିଲେ । ଶାମୁୟେଲ କହିଲେ, ‘ଦେଖ, ଯିହୋବା ଏହାକୁ ରାଜା ବାଛିଛନ୍ତି ।’ ତେବେ ଲୋକମାନେ ଜୋର୍‌ ପାଟି କରି କହିବାକୁ ଲାଗିଲେ, ‘ରାଜାଙ୍କ ଜୟ ହେଉ !’

ଆରମ୍ଭରେ ରାଜା ଶାଉଲ, ଶାମୁୟେଲଙ୍କ କଥା ଶୁଣୁଥିଲେ ଏବଂ ଯିହୋବାଙ୍କ ଆଜ୍ଞା ମାନୁଥିଲେ । କିନ୍ତୁ ପରେ ସେ ବଦଳିଗଲେ । ଏହାର ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଥରେ ଶାମୁୟେଲ ଶାଉଲଙ୍କୁ ବଳିଦାନ ଚଢ଼ାଇବା ପାଇଁ ତାଙ୍କୁ ଅପେକ୍ଷା କରିବା ପାଇଁ କହିଲେ । କିନ୍ତୁ ଶାମୁୟେଲ ଶୀଘ୍ର ଆସିଲେ ନାହିଁ । ସେସମୟରେ ଶାଉଲ ନିଷ୍ପତ୍ତି ନେଲେ ଯେ ସେ ବଳିଦାନ ଚଢ଼ାଇବେ କିନ୍ତୁ ଏହି କାମ ରାଜାଙ୍କର ନ ଥିଲା । ଏହା ଦେଖି ଶାମୁୟେଲ କʼଣ କହିଲେ ? ସେ ଶାଉଲଙ୍କୁ କହିଲେ, ‘ତମକୁ ଯିହୋବାଙ୍କ ଆଜ୍ଞା ଭାଙ୍ଗିବାର ନ ଥିଲା ।’ କʼଣ ଶାଉଲ ନିଜ ଭୁଲରୁ ଶିଖିଲେ ?

ପରେ ଯେବେ ଶାଉଲ ଅମାଲେକୀୟମାନଙ୍କ ସହ ଲଢ଼ିବା ପାଇଁ ଗଲେ, ତେବେ ଶାମୁୟେଲ ତାଙ୍କୁ କହିଲେ ସେ ଅମାଲେକୀୟମାନଙ୍କୁ ପୂରାପୂରି ବିନାଶ କରିଦିଅନ୍ତୁ । କିନ୍ତୁ ଶାଉଲ ନିଷ୍ପତ୍ତି ନେଲେ ଯେ ସେ ରାଜା ଅଗାଗକୁ ମାରିବେ ନାହିଁ । ଯିହୋବା ଶାମୁୟେଲଙ୍କୁ କହିଲେ, ‘ଶାଉଲ ମୋତେ ଛାଡ଼ି ଦେଇଛି ଏବଂ ସେ ମୋ କଥା ଶୁଣୁ ନାହିଁ ।’ ଶାମୁୟେଲ ବହୁତ ଦୁଃଖି ହେଲେ ଏବଂ ଶାଉଲଙ୍କୁ କହିଲେ, ‘ତମେ ଯିହୋବାଙ୍କ ଆଜ୍ଞା ମାନିବା ଛାଡ଼ି ଦେଇଛ, ତେଣୁ ସେ ଅନ୍ୟ କାହାରିକୁ ରାଜା ବାଛିବେ ।’ ଶାମୁୟେଲ ଯିବା ପାଇଁ ବୁଲିବା ମାତ୍ରେ ଶାଉଲ ତାଙ୍କ କପଡ଼ାକୁ ଧରି ପକାଇଲେ ଏବଂ କପଡ଼ାର ତଳ ଭାଗ ଚିରି ଅଲଗା ହୋଇଗଲା । ତେବେ ଶାମୁୟେଲ ଶାଉଲଙ୍କୁ କହିଲେ, ‘ଏପରି ହିଁ ଯିହୋବା ତମ ଶାସନକୁ ତମଠୁ ଛଡ଼ାଇ ଅଲଗା କରିଦେଇଛନ୍ତି ।’ ଯିହୋବା ନିଷ୍ପତ୍ତି ନେଲେ ଯେ ସେ ଏପରି ଜଣେ ବ୍ୟକ୍ତିକୁ ଶାସନ କରିବା ପାଇଁ ଦେବେ ଯିଏ ତାଙ୍କୁ ପ୍ରେମ କରିବ ଏବଂ ତାଙ୍କ ଆଜ୍ଞା ମାନିବ ।

‘ଆଜ୍ଞା ମାନିବା ବଳିଦାନଠାରୁ ଉତ୍ତମ ।’—୧ ଶାମୁୟେଲ ୧୫:୨୨

ପ୍ରଶ୍ନ: ଇସ୍ରାଏଲୀୟମାନେ କʼଣ ଚାହୁଁଥିଲେ ? ଯିହୋବା ରାଜା ଶାଉଲଙ୍କୁ କାହିଁକି ଛାଡ଼ିଦେଲେ ?

୧ ଶାମୁୟେଲ ୮:୧-୨୨; ୯:୧, ୨, ୧୫-୧୭; ୧୦:୮, ୨୦-୨୪; ୧୩:୧-୧୪; ୧୫:୧-୩୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ