ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ଆମ ଖ୍ରୀଷ୍ଟିୟାନ ସଭାକୁ ଆସି ଆପଣ କିପରି ଅନୁଭବ କରିବେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୫

      ଆମ ଖ୍ରୀଷ୍ଟିୟାନ ସଭାକୁ ଆସି ଆପଣ କିପରି ଅନୁଭବ କରିବେ ?

      ଆର୍ଜେଣ୍ଟିନାରେ ଏକ ରାଜ୍ୟଘରେ ଯିହୋବାଙ୍କ ସାକ୍ଷୀମାନେ

      ଆର୍ଜେଣ୍ଟିନା

      ସିଅରା ଲିଓନରେ ଯିହୋବାଙ୍କ ସାକ୍ଷୀମାନଙ୍କର ଏକ ସଭା

      ସିଅରା ଲିଓନ

      ବେଲଜିଅମରେ ଯିହୋବାଙ୍କ ସାକ୍ଷୀମାନଙ୍କର ଏକ ସଭା

      ବେଲଜିଅମ

      ମାଳୟେସିଆରେ ଯିହୋବାଙ୍କ ସାକ୍ଷୀମାନଙ୍କର ଏକ ସଭା

      ମାଳୟେସିଆ

      ଅନେକ ଲୋକ ଧାର୍ମିକ ସଭାଗୁଡ଼ିକରେ ଯିବା ବନ୍ଦ କରିଦେଇଛନ୍ତି । କାରଣ ସେଠାରେ ସେମାନଙ୍କୁ ନା ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ, ନା କୌଣସି ଶାନ୍ତି ମିଳେ । ତେବେ ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ କାହିଁକି ଯିବା ଉଚିତ୍‌ ? ସେଠାରେ ଆପଣ କିପରି ଅନୁଭବ କରିବେ ?

      ଆପଣ ଖୁସି ଅନୁଭବ କରିବେ କାରଣ ନିଜକୁ ଏପରି ଲୋକଙ୍କ ମଧ୍ୟରେ ପାଇବେ, ଯେଉଁମାନେ ପରସ୍ପରକୁ ପ୍ରେମ କରନ୍ତି ଓ ପରସ୍ପର ପ୍ରତି ଧ୍ୟାନ ଦିଅନ୍ତି । ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟିୟାନମାନଙ୍କୁ ମଣ୍ଡଳୀଗୁଡ଼ିକରେ ସଂଗଠିତ କରାଯାଇଥିଲା ଏବଂ ସେମାନେ ଈଶ୍ୱରଙ୍କ ଉପାସନା କରିବା, ଶାସ୍ତ୍ରର ଅଧ୍ୟୟନ କରିବା ଏବଂ ପରସ୍ପର ମଧ୍ୟରେ ଉତ୍ସାହ ବଢ଼ାଇବା ପାଇଁ ସଭାଗୁଡ଼ିକ ରଖୁଥିଲେ । (ଏବ୍ରୀ ୧୦:୨୪, ୨୫) ମଣ୍ଡଳୀଗୁଡ଼ିକର ପ୍ରେମଭରା ପରିବେଶରେ ଆସି ସମସ୍ତେ ନିଜ ପ୍ରକୃତ ମିତ୍ରମାନଙ୍କ ଅର୍ଥାତ୍‌ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ମଧ୍ୟରେ ଅଛନ୍ତି ବୋଲି ଅନୁଭବ କରିପାରୁଥିଲେ । (୨ ଥେସଲନୀକୀୟ ୧:୩; ୩ ଯୋହନ ୧୪) ଆମେ ସେହି ଖ୍ରୀଷ୍ଟିୟାନମାନଙ୍କୁ ଅନୁକରଣ କରୁ ଏବଂ ସେହି ଖୁସି ଅନୁଭବ କରିଥାଉ ।

      ଆପଣ ଶିଖିବେ ଯେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ କିପରି ନିଜ ଜୀବନରେ ଲାଗୁ କରିବେ । ପ୍ରାଚୀନ ସମୟ ପରି ଆଜି ମଧ୍ୟ ପୁରୁଷ, ସ୍ତ୍ରୀ ଏବଂ ପିଲାମାନେ ସମସ୍ତେ ସଭାଗୁଡ଼ିକରେ ଏକତ୍ରିତ ହୁଅନ୍ତି । ସେଠାରେ ଦକ୍ଷ ଶିକ୍ଷକମାନେ ଆମକୁ ବାଇବଲ ସାହାଯ୍ୟରେ ଶିଖାନ୍ତି ଯେ ଏହାର ସିଦ୍ଧାନ୍ତଗୁଡ଼ିକୁ ଆମେ ନିଜ ଦୈନନ୍ଦିନ ଜୀବନରେ କିପରି ଲାଗୁ କରିପାରିବା । (ଦ୍ୱିତୀୟ ବିବରଣ ୩୧:୧୨; ନିହିମୀୟା ୮:୮) ଉପସ୍ଥିତ ହୋଇଥିବା ଲୋକଙ୍କ ସହିତ କରାଯାଉଥିବା ଚର୍ଚ୍ଚାରେ ସମସ୍ତେ ଭାଗ ନେଇପାରନ୍ତି ଏବଂ ଗୀତ ଗାଇପାରନ୍ତି । ଏହିପରି ଭାବେ ଆମେ ନିଜ ଖ୍ରୀଷ୍ଟିୟାନ ଆଶାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିଥାଉ ।—ଏବ୍ରୀ ୧୦:୨୩.

      ଈଶ୍ୱରଙ୍କଠାରେ ଆପଣଙ୍କ ବିଶ୍ୱାସ ମଜବୁତ୍‌ ହେବ । ପ୍ରେରିତ ପାଉଲ ନିଜ ସମୟର ଗୋଟିଏ ମଣ୍ଡଳୀକୁ ଲେଖିଲେ: “ମୁଁ . . . ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି, . . . ଯେପରି ତୁମ୍ଭମାନଙ୍କର ଓ ମୋହର, ଉଭୟ ପକ୍ଷର ବିଶ୍ୱାସ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ତୁମ୍ଭମାନଙ୍କ ସହିତ ଉତ୍ସାହ ପ୍ରାଯ୍ତ ହୁଏ ।” (ରୋମୀୟ ୧:୧୧, ୧୨) ଯେତେବେଳେ ଆମେ ସଭାରେ ନିୟମିତ ଭାବେ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ଭେଟ ହୋଇ କଥା ହେଉ, ଆମ ବିଶ୍ୱାସ ମଜବୁତ୍‌ ହୁଏ ଏବଂ ଖ୍ରୀଷ୍ଟିୟାନ ସ୍ତରଗୁଡ଼ିକୁ ଜୀବନରେ ଲାଗୁ କରିବା ପାଇଁ ଆମ ଇଚ୍ଛା ଦୃଢ଼ ହୁଏ ।

      ତେବେ ଆମ ଆସନ୍ତା ସଭାରେ ଆପଣ ନିଜେ ଆସି ଏସବୁ କଥାକୁ କାହିଁକି ଅନୁଭବ ନ କରିବେ ? ଆପଣଙ୍କୁ ଆଦରର ସହିତ ସ୍ୱାଗତ କରାଯିବ । ସଭାଗୁଡ଼ିକୁ ଆସିବା ପାଇଁ ଆପଣଙ୍କୁ କେବେ ମଧ୍ୟ ପଇସା ଦେବାକୁ ପଡ଼ିବ ନାହିଁ ।

      • କେଉଁମାନଙ୍କ ନମୁନାକୁ ଧ୍ୟାନରେ ରଖି ଆମ ଖ୍ରୀଷ୍ଟିୟାନ ସଭାଗୁଡ଼ିକ ରଖାଯାଏ ?

      • ଖ୍ରୀଷ୍ଟିୟାନ ସଭାରେ ଉପସ୍ଥିତ ହେବା ଦ୍ୱାରା ଆମର କʼଣ ଲାଭ ହୁଏ ?

      ଅଧିକ ଜାଣନ୍ତୁ

      ଯଦି ଆପଣ ସଭାକୁ ଆସିବା ପୂର୍ବରୁ ଆମ ରାଜ୍ୟଘର ଦେଖିବାକୁ ଚାହାନ୍ତି, ତେବେ ଯେକୌଣସି ଯିହୋବାଙ୍କ ସାକ୍ଷୀଙ୍କୁ କହନ୍ତୁ ଯେ ସେ ଆପଣଙ୍କୁ ସେଠାକୁ ନେଇଯିବେ ଏବଂ ରାଜ୍ୟଘର ଦେଖାଇବେ ।

  • ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆମର କʼଣ ଲାଭ ହୁଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୬

      ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆମର କʼଣ ଲାଭ ହୁଏ ?

      ଯିହୋବାଙ୍କ ସାକ୍ଷୀମାନେ ଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତିର ଆନନ୍ଦ ନେଉଛନ୍ତି

      ମେଡାଗାସ୍କର

      ଜଣେ ଯିହୋବାଙ୍କ ସାକ୍ଷୀ ମଣ୍ଡଳୀର ଏକ ଭାଇଙ୍କୁ ସାହାଯ୍ୟ କରୁଛନ୍ତି

      ନରୱେ

      ଷ୍ଟିୟାନ ଚୀନମାନେ ଜଣେ ସହବିସୀଙ୍କୁ ସାକ୍ଷାତ କରୁଛନ୍ତି

      ଲେବାନୋନ୍‌

      ଯିହୋବାଙ୍କ ସାକ୍ଷୀମାନେ ପରସ୍ପର ସହିତ ସଙ୍ଗତି କରୁଛନ୍ତି

      ଇଟାଲୀ

      ଆମେ ଯିହୋବାଙ୍କ ସାକ୍ଷୀମାନେ ନିୟମିତ ଭାବେ ଆମ ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହେଉ, ଯଦିଓ ଆମକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡ଼େ କିମ୍ବା ଖରାପ ପାଗରେ ବାହାରିବାକୁ ପଡ଼େ । ଆମେ ସମସ୍ତେ ଜୀବନର ସମସ୍ୟାଗୁଡ଼ିକୁ ସାମନା କରୁ, ଦିନସାରା କାମ କରି ଥକିଯାଉ । ତଥାପି ଆମ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ଆମେ ଏକାଠି ହେଉ । ତେବେ ଆମେ ସଭାକୁ ଆସିବା ପାଇଁ ଏତେ ପରିଶ୍ରମ କାହିଁକି କରୁ ?

      ଏଥିରେ ଆମର ମଙ୍ଗଳ ହୁଏ । ପାଉଲ କହିଥିଲେ ଯେ ମଣ୍ଡଳୀକୁ ଆସୁଥିବା ଲୋକଙ୍କ ବିଷୟରେ ଆମକୁ “ମନୋଯୋଗ” କରିବା ଉଚିତ୍‌ । (ଏବ୍ରୀ ୧୦:୨୪) ଏଠାରେ “ମନୋଯୋଗ” କରିବାର ଅର୍ଥ ହେଉଛି, ଅନ୍ୟମାନଙ୍କୁ ଭଲ ଭାବରେ ଜାଣିବା । ମଣ୍ଡଳୀରେ ଅନ୍ୟ ପରିବାରଗୁଡ଼ିକୁ ଭଲ ଭାବରେ ଜାଣିବାକୁ ଆମେ ଚେଷ୍ଟା କରୁ । ଏହାଦ୍ୱାରା ଆମେ ଦେଖୁ ଯେ ଆମେ ଯେଉଁ ସମସ୍ୟାଗୁଡ଼ିକୁ ସାମନା କରୁଛୁ, ସେହି ସମସ୍ୟାଗୁଡ଼ିକୁ ସେମାନେ ଅତିକ୍ରମ କରିଛନ୍ତି ଏବଂ ଆମକୁ ସାହାଯ୍ୟ କରିପାରନ୍ତି ।

      ଆମେ ପ୍ରକୃତ ମିତ୍ର ପାଇପାରିବା । ସଭାରେ ଆସୁଥିବା ଲୋକମାନେ କେବଳ ଆମର ସାମାନ୍ୟ ପରିଚିତ ନୁହନ୍ତି, ବରଂ ସେମାନେ ଆମର ପ୍ରକୃତ ମିତ୍ର ଅଟନ୍ତି । ଏହା ଛଡ଼ା, ଆମେ ଅନ୍ୟ ସମୟରେ ମଧ୍ୟ ସେମାନଙ୍କ ସହିତ ସମୟ ବିତାଉ ଏବଂ ଉତ୍ତମ ମନୋରଞ୍ଜନର ଆନନ୍ଦ ନେଉ । ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି ଆମ ଉପରେ କʼଣ ଭଲ ପ୍ରଭାବ ପକାଏ ? ଆମେ ଜଣେ ଅନ୍ୟକୁ ଆହୁରି ସମ୍ମାନ କରୁ, ଯାହାଦ୍ୱାରା ଆମ ମଧ୍ୟରେ ପ୍ରେମ ଗଭୀର ହୁଏ । ଯେତେବେଳେ ସେମାନଙ୍କ ମଧ୍ୟରୁ କେହି ସମସ୍ୟାର ସାମନା କରନ୍ତି, ଆମେ ପ୍ରକୃତ ମିତ୍ର ଭାବରେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ସାହାଯ୍ୟ କରୁ । (ହିତୋପଦେଶ ୧୭:୧୭) ମଣ୍ଡଳୀରେ ସମସ୍ତଙ୍କ ସହିତ ସଙ୍ଗତି କରିବା ଦ୍ୱାରା, ଆମେ ଦେଖାଉ ଯେ ଆମେ “ପରସ୍ପରର ମଙ୍ଗଳ ଚିନ୍ତା” କରୁ ।—୧ କରିନ୍ଥୀୟ ୧୨:୨୫, ୨୬.

      ଆମେ ଆପଣଙ୍କୁ ଉତ୍ସାହିତ କରୁଛୁ ଯେ ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ପୂରଣ କରୁଛନ୍ତି, ସେମାନଙ୍କ ସହିତ ମିତ୍ରତା କରନ୍ତୁ । ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ଆପଣ ଏପରି ମିତ୍ର ପାଇପାରିବେ । ଦୟାକରି ଆପଣ ଆମ ସହିତ ସଙ୍ଗତି କରିବାରେ କୌଣସି ବି ବାଧା ଆସିବାକୁ ଦିଅନ୍ତୁ ନାହିଁ ।

      • ସଭାରେ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହିତ ସଙ୍ଗତି କରିବା ଦ୍ୱାରା କାହିଁକି ଆମର ଲାଭ ହୁଏ ?

      • ଆପଣ ଆମ ସଭାକୁ କେବେ ଆସିବାକୁ ଚାହିଁବେ ?

  • ଆମ ସଭାଗୁଡ଼ିକରେ କʼଣ ହୁଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୭

      ଆମ ସଭାଗୁଡ଼ିକରେ କʼଣ ହୁଏ ?

      ନିଉଜିଲାଣ୍ଡରେ ଯିହୋବାଙ୍କ ସାକ୍ଷୀମାନଙ୍କର ଏକ ସଭା

      ନିଉଜିଲାଣ୍ଡ

      ଜାପାନରେ ଯିହୋବାଙ୍କ ସାକ୍ଷୀମାନଙ୍କର ଏକ ସଭା

      ଜାପାନ

      ଉଗାଣ୍ଡାର ଜଣେ ତରୁଣ ସାକ୍ଷୀ ବାଇବଲ ପଛନ୍ତି

      ଉଗାଣ୍ଡା

      ଲିଥୁଆନିୟାରେ ଦୁଇଜଣ ସାକ୍ଷୀ ବାଇବଲ ଅଧୟନର ଏକ ଦର୍ଶନ ଦେଖାଉଛନ୍ତି

      ଲିଥୁଆନିୟା

      ଆରମ୍ଭର ଖ୍ରୀଷ୍ଟିୟାନମାନେ ଯେତେବେଳେ ସଭା ପାଇଁ ଏକାଠି ହେଉଥିଲେ, ସେମାନେ ଈଶ୍ୱରଙ୍କ ମହିମା ପାଇଁ ଗୀତ ଗାଉଥିଲେ, ପ୍ରାର୍ଥନା କରୁଥିଲେ ଏବଂ ଶାସ୍ତ୍ରରୁ ପଢ଼ି ତାʼ ଉପରେ ଚର୍ଚ୍ଚା କରୁଥିଲେ । ସେମାନେ କୌଣସି ରୀତିନୀତି ପାଳନ କରୁ ନ ଥିଲେ । (୧ କରିନ୍ଥୀୟ ୧୪:୨୬) ଆଜି ମଧ୍ୟ ଆମ ସଭାଗୁଡ଼ିକ ଠିକ୍‌ ସେହିପରି ହୁଏ ।

      ଶିଖାଯାଉଥିବା ବିଷୟଗୁଡ଼ିକ ବାଇବଲ ଆଧାରିତ ଏବଂ ବ୍ୟବହାରିକ ହୋଇଥାଏ । ପ୍ରତ୍ୟେକ ମଣ୍ଡଳୀ ଶନିବାର କିମ୍ବା ରବିବାର ଦିନ ଏକତ୍ରିତ ହୋଇ ୩୦ ମିନିଟ୍‌ର ବାଇବଲ ଆଧାରିତ ଭାଷଣ ଶୁଣନ୍ତି । ଏହି ଭାଷଣରୁ ଆମେ ଜାଣିପାରୁ ଯେ ବର୍ତ୍ତମାନ ଆମେ ଯେଉଁ ସମୟରେ ଅଛୁ, ସେହି ବିଷୟରେ ବାଇବଲ କʼଣ କହେ ଏବଂ ବାଇବଲରେ ଥିବା ବିଭିନ୍ନ ବିଷୟଗୁଡ଼ିକ ଆମ ପାଇଁ କʼଣ ମହତ୍ତ୍ୱ ରଖେ । ଯେତେବେଳେ ବାଇବଲର କୌଣସି ପଦ ପଢ଼ାଯାଏ, ସେତେବେଳେ ଆମ ନିଜ ବାଇବଲରେ ତାକୁ ଦେଖିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରାଯାଏ । ଭାଷଣ ପରେ ଏକ ଘଣ୍ଟାର “ପ୍ରହରୀଦୁର୍ଗ” ଅଧ୍ୟୟନ ହୁଏ, ଯେଉଁଥିରେ ପ୍ରହରୀଦୁର୍ଗର ଅଧ୍ୟୟନ ସଂସ୍କରଣର ଗୋଟିଏ ଲେଖା ଉପରେ ଚର୍ଚ୍ଚା କରାଯାଏ ଏବଂ ସଭାରେ ଉପସ୍ଥିତ ସମସ୍ତେ ଏଥିରେ ଭାଗ ନେଇପାରନ୍ତି । ଏହି ଚର୍ଚ୍ଚାରୁ ଆମେ ଶିଖୁ ଯେ ବାଇବଲର ନିର୍ଦ୍ଦେଶଗୁଡ଼ିକୁ ଜୀବନରେ କେମିତି ଲାଗୁ କରାଯାଏ । ସାରା ଦୁନିଆରେ ଆମର ୧,୧୦,୦୦୦ରୁ ବେଶି ମଣ୍ଡଳୀ ଅଛି ଏବଂ ପ୍ରତି ସପ୍ତାହରେ ପ୍ରତ୍ୟେକ ମଣ୍ଡଳୀରେ ପ୍ରହରୀଦୁର୍ଗର ସମାନ ଲେଖା ଉପରେ ଚର୍ଚ୍ଚା କରାଯାଏ ।

      ଆମ ଶିଖାଇବାର ଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ ମିଳେ । ଶନିବାର କିମ୍ବା ରବିବାର ଛଡ଼ା, ଆମେ ସପ୍ତାହର ମଝିରେ ଅନ୍ୟ ଗୋଟିଏ ସନ୍ଧ୍ୟାରେ ଏକାଠି ହେଉ । ଏହି ଦିନ ତିନି ଭାଗବିଶିଷ୍ଟ ଏକ ସଭା ହୁଏ, ଯାହାକୁ ଆମ ଖ୍ରୀଷ୍ଟିୟାନ ଜୀବନ ଏବଂ ସେବା ସଭା କୁହାଯାଏ । ପ୍ରତି ମାସ ଜୀବନ ଏବଂ ସେବା ସଭା ଅନୁଶୀଳନୀ ପୁସ୍ତିକା ଏହି ସଭା ପାଇଁ କାର୍ଯ୍ୟସୂଚୀ ସହିତ ଅଧ୍ୟୟନର ତଥ୍ୟ ଓ ବିଷୟ ଯୋଗାଇଥାଏ । ଏହି ସଭାର ପ୍ରଥମ ଭାଗଟି ହେଉଛି: ପାଆନ୍ତୁ ବାଇବଲର ବହୁମୂଲ୍ୟ ଧନ । ଏଥିରେ ଆମେ ବାଇବଲର ଏକ ନିର୍ଦ୍ଧାରିତ ଅଂଶ ସହିତ ପରିଚିତ ହେଉ, ଯାହା ଆମେ ଆଗରୁ ପଢ଼ି ପ୍ରସ୍ତୁତ ହୋଇ ଆସିଥାଉ । ଦ୍ୱିତୀୟଟି ହେଉଛି: ବଢ଼ାନ୍ତୁ ପ୍ରଚାର ସେବାରେ ଦକ୍ଷତା । ଏଥିରେ ପ୍ରଦର୍ଶନଗୁଡ଼ିକ ମାଧ୍ୟମରେ ଆମେ ଶିଖୁ ଯେ କିପରି ବାଇବଲର ଶିକ୍ଷା ଅନ୍ୟମାନଙ୍କୁ ବୁଝାଇପାରିବୁ । ପରାମର୍ଶଦାତାର ଦାୟିତ୍ୱରେ ଥିବା ଜଣେ ଭାଇ ପ୍ରତ୍ୟେକ ପ୍ରଦର୍ଶନକୁ ଧ୍ୟାନର ସହିତ ଦେଖନ୍ତି ଓ ଶୁଣନ୍ତି, ଯାହାଦ୍ୱାରା ଆମକୁ ନିଜ ପଢ଼ିବା ଓ ଭାଷଣ ଦେବାର ଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ ମିଳିଥାଏ । (୧ ତୀମଥି ୪:୧୩) ତୃତୀୟ ବା ଶେଷ ଭାଗଟି ହେଉଛି: ଜୀଅଁନ୍ତୁ ଖ୍ରୀଷ୍ଟିୟାନମାନଙ୍କ ଭଳି । ଏଥିରେ ଆମେ ଶିଖୁ ଯେ କିପରି ବାଇବଲର ସିଦ୍ଧାନ୍ତଗୁଡ଼ିକୁ ନିଜ ଦୈନନ୍ଦିନ ଜୀବନରେ ଲାଗୁ କରିପାରିବୁ । ଏହା ଛଡ଼ା, ଏଥିରେ ପ୍ରଶ୍ନ-ଉତ୍ତର ମାଧ୍ୟମରେ ଏକ ଚର୍ଚ୍ଚା ହୁଏ, ଯାହାଦ୍ୱାରା ବାଇବଲ ବିଷୟରେ ଆମର ଜ୍ଞାନ ବଢ଼ିଥାଏ ।

      ଯେବେ ଆପଣ ଆମ ସଭାକୁ ଆସିବେ, ଆପଣ ନିଜେ ଦେଖିପାରିବେ ଯେ ଏଠାରେ କେତେ ବଢ଼ିଆ ଭାବରେ ବାଇବଲରୁ ଶିକ୍ଷା ଦିଆଯାଏ ।—ଯିଶାଇୟ ୫୪:୧୩.

      • ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଆପଣ କʼଣ ଶିଖିପାରିବେ ?

      • ଆପଣ ଆମ କେଉଁ ସଭାରେ ଆସିବାକୁ ଚାହିଁବେ ?

      ଅଧିକ ଜାଣନ୍ତୁ

      ଆସନ୍ତା କେତେକ ସଭାରେ ଯେଉଁ ବିଷୟଗୁଡ଼ିକ ଚର୍ଚ୍ଚା କରାଯିବ, ତାକୁ ଆଗରୁ ପଢ଼ି ରଖନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଆପଣ ବାଇବଲରୁ ଏମିତି କʼଣ ଶିଖିପାରିବେ, ଯାହାକୁ ନିଜ ଦୈନନ୍ଦିନ ଜୀବନରେ ଲାଗୁ କରି ଲାଭ ପାଇବେ ।

  • ଆମ ସଭାଗୁଡ଼ିକରେ ନିଜ ପୋଷାକ ପ୍ରତି ଆମେ କାହିଁକି ଧ୍ୟାନ ଦେଉ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୮

      ଆମ ସଭାଗୁଡ଼ିକରେ ନିଜ ପୋଷାକ ପ୍ରତି ଆମେ କାହିଁକି ଧ୍ୟାନ ଦେଉ ?

      ଜଣେ ବାପା ଓ ତାଙ୍କ ପୁଅ ମଣ୍ଡଳୀର ସଭା ପାଇଁ ସ୍ତୁତ ହେଉଛନ୍ତି

      ଆଇସ୍‌ଲ୍ୟାଣ୍ଡ

      ଜଣେ ମଁ ଓ ତାଙ୍କ ଝିଅ ସଭା ପାଇଁ ସଜବାଜ ହେଉଛନ୍ତି

      ମେକ୍ସିକୋ

      ଗିନି-ବିସାଉରେ ଭଦ ଓ ଶାଳୀନ ପୋଷାକରେ ଯିହୋବାଙ୍କ ସାକ୍ଷୀମାନେ

      ଗିନି-ବିସାଉ

      ଫିଲିପିନ୍‌ସରେ ଏକ ପରିବାର ସଭାକୁ ଯାଉଛନ୍ତି

      ଫିଲିପିନ୍‌ସ

      ଏହି ପୁସ୍ତିକାରେ ଥିବା ଚିତ୍ରଗୁଡ଼ିକରେ କʼଣ ଆପଣ ଧ୍ୟାନ ଦେଇଛନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ ସଭା ପାଇଁ କେତେ ଭଲ ଭାବରେ ପ୍ରସ୍ତୁତ ହୁଅନ୍ତି ? ଆମେ ଆମ ପୋଷାକ ଏବଂ ସଜବାଜ ପ୍ରତି କାହିଁକି ଏତେ ଧ୍ୟାନ ଦେଉ ?

      ଆମେ ଆମ ଈଶ୍ୱରଙ୍କୁ ସମ୍ମାନ ଦେବାକୁ ଚାହୁଁ । ଏହା ସତ ଯେ ଈଶ୍ୱର ଆମ ବାହାର ରୂପକୁ ଦେଖନ୍ତି ନାହିଁ, ସେ ଆମର ହୃଦୟକୁ ଦେଖନ୍ତି । (୧ ଶାମୁୟେଲ ୧୬:୭) ତଥାପି ଯେତେବେଳେ ଆମେ ତାଙ୍କ ଉପାସନା ପାଇଁ ଏକାଠି ହେଉ, ଆମେ ଭଲ ଓ ସଫାସୁତୁରା ପୋଷାକ ପିନ୍ଧିବାକୁ ଚାହୁଁ । ଏହାଦ୍ୱାରା ଆମେ ଈଶ୍ୱରଙ୍କ ଏବଂ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ପ୍ରତି ସମ୍ମାନ ଦେଖାଉ । କଳ୍ପନା କରନ୍ତୁ, ଯଦି ଆପଣ ନିଜ ଦେଶର ରାଜା କିମ୍ବା ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବେ, ତେବେ କʼଣ ନିଜ ପୋଷାକ ପ୍ରତି ଧ୍ୟାନ ଦେବେ ନାହିଁ ? ନିଶ୍ଚୟ ଦେବେ । ଠିକ୍‌ ସେହିପରି ଯେତେବେଳେ ଆମେ ସଭାରେ ଭଲ ପୋଷାକ ପିନ୍ଧୁ, ଆମେ “ସମସ୍ତ ପୃଥିବୀର ବିଚାରକର୍ତ୍ତା” ଯିହୋବା ଏବଂ ଆମ ଉପାସନାର ଜାଗାକୁ ସମ୍ମାନ ଦେଉ ।—ଆଦି ପୁସ୍ତକ ୧୮:୨୫.

      ଆମେ ଦେଖାଉ ଯେ ଆମ ଚାଲିଚଳନର ସ୍ତର କʼଣ ଅଟେ । ବାଇବଲ ଖ୍ରୀଷ୍ଟିୟାନମାନଙ୍କୁ “ଲଜ୍ଜା ଏବଂ ସୁବୁଦ୍ଧି ସହକାରେ” ପୋଷାକ ପିନ୍ଧିବା ପାଇଁ ପ୍ରୋତ୍ସାହନ କରେ । (୧ ତୀମଥି ୨:୯, ୧୦) ‘ଲଜ୍ଜା ସହକାରେ’ ସଜବାଜ ହେବାର ଅର୍ଥ ଏମିତି ପୋଷାକ ପିନ୍ଧିବା ଉଚିତ୍‌ ନୁହେଁ, ଯାହା ଦେଖାଣିଆ, ବେଢଙ୍ଗ, ଉତ୍ତେଜକ ଏବଂ ଯାହା ଅନ୍ୟମାନଙ୍କ ଧ୍ୟାନ ଆକର୍ଷଣ କରେ । ଯଦି ଆମେ ‘ସୁବୁଦ୍ଧି ସହକାରେ’ ଚାଲିବା ତେବେ ଏମିତି ପୋଷାକ ବାଛିବା, ଯାହା ଦେଖିବାକୁ ଭଲ ଓ ସଭ୍ୟ ହୋଇଥିବ ଏବଂ ଯାହା ଖ୍ରୀଷ୍ଟିୟାନମାନଙ୍କୁ ଶୋଭା ଦିଏ । ବାଇବଲର ଏହି ସ୍ତର ଅନୁସାରେ ଚାଲିବାର ଅର୍ଥ ଏହା ନୁହେଁ ଯେ ଆମେ ବିଲକୁଲ୍‌ ସାଦା ପୋଷାକ ପିନ୍ଧିବା । ଆମେ ମର୍ଯ୍ୟାଦାର ସୀମା ଭିତରେ ରହି ଭିନ୍ନ ଭିନ୍ନ ପ୍ରକାରର ପୋଷାକ ପିନ୍ଧିପାରିବା । ଆମ ଭଦ୍ର ଓ ସଭ୍ୟ ପୋଷାକ ଦ୍ୱାରା “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର” ଶୋଭା ଏବଂ ‘ତାଙ୍କ ଗୌରବ’ ବଢ଼ାଇପାରିବା । (ତୀତସ ୨:୧୦; ୧ ପିତର ୨:୧୨) ଆମେ ସଭା ପାଇଁ ଯେଉଁ ପ୍ରକାର ପୋଷାକ ପିନ୍ଧୁ ଏବଂ ସଜବାଜ ହେଉ, ତାହା ଦେଖି ଲୋକେ ଯିହୋବାଙ୍କ ଉପାସନା ପ୍ରତି ହୁଏତ ଭଲ କିମ୍ବା ଖରାପ ମତ ରଖିପାରନ୍ତି ।

      ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପାଖରେ ସଭା ପାଇଁ ଭଲ ପୋଷାକ ନାହିଁ, ତେବେ ଏହି କାରଣ ଯୋଗୁଁ ରାଜ୍ୟଘରକୁ ଆସିବା ପାଇଁ ସଂକୋଚ କରନ୍ତୁ ନାହିଁ । ଭଲ, ସଫାସୁତୁରା ଏବଂ ଅବସର ଅନୁସାରେ ଉପଯୁକ୍ତ ପୋଷାକ ପିନ୍ଧିବା ପାଇଁ ସେସବୁ ଦାମୀ ହେବା ଜରୁରୀ ନୁହଁ ।

      • ଯେତେବେଳେ ଆମେ ଈଶ୍ୱରଙ୍କ ଉପାସନା ପାଇଁ ଏକାଠି ହେଉ, ସେତେବେଳେ ନିଜ ପୋଷାକ ପ୍ରତି ଧ୍ୟାନ ଦେବା କାହିଁକି ଜରୁରୀ ଅଟେ ?

      • ପୋଷାକ ଏବଂ ସଜବାଜ ହେବା ବିଷୟରେ ସଠିକ୍‌ ନିର୍ଣ୍ଣୟ କରିବା ପାଇଁ କେଉଁ ସିଦ୍ଧାନ୍ତ ଆମକୁ ସାହାଯ୍ୟ କରେ ?

  • ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାର ସବୁଠାରୁ ଭଲ ଉପାୟ କʼଣ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୯

      ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାର ସବୁଠାରୁ ଭଲ ଉପାୟ କʼଣ ?

      ଜଣେ ଯିହୋବାଙ୍କ ସାକ୍ଷୀ ମଣ୍ଡଳୀର ସଭା ପାଇଁ ସ୍ତୁତି କରୁଛନ୍ତି

      କମ୍ବୋଡିଆ

      ଜଣେ ଯିହୋବାଙ୍କ ସାକ୍ଷୀ ମଣ୍ଡଳୀର ସଭା ପାଇଁ ସ୍ତୁତି କରୁଛନ୍ତି
      ଜଣେ ଯିହୋବାଙ୍କ ସାକ୍ଷୀ ମଣ୍ଡଳୀର ସଭାରେ ଭାଗ ନେଉଛନ୍ତି

      ୟୁକ୍ରେନ୍‌

      ଯଦି ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ବାଇବଲ ଅଧ୍ୟୟନ କରୁଛନ୍ତି, ହୁଏତ ଆପଣ ପ୍ରତ୍ୟେକ ଅଧ୍ୟୟନର ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ଚେଷ୍ଟା କରୁଥିବେ । ଠିକ୍‌ ସେହିପରି ମଣ୍ଡଳୀର ସଭାଗୁଡ଼ିକ ପୂର୍ବରୁ ପ୍ରସ୍ତୁତି କରିବା ଦ୍ୱାରା ଆମକୁ ଅଧିକରୁ ଅଧିକ ଲାଭ ମିଳେ । କିନ୍ତୁ ଉତ୍ତମ ପ୍ରସ୍ତୁତି ପାଇଁ ଗୋଟିଏ ଭଲ କାର୍ଯ୍ୟସୂଚୀ ହେବା ଆବଶ୍ୟକ ।

      ଆପଣ କେବେ ଓ କେଉଁଠାରେ ଅଧ୍ୟୟନ କରିବେ, ତାହା ସ୍ଥିର କରନ୍ତୁ । ଆପଣ କେଉଁ ସମୟରେ ଧ୍ୟାନର ସହିତ ପଢ଼ିପାରନ୍ତି ? ଭୋର ସକାଳେ ନିଜ କାମ ଆରମ୍ଭ କରିବା ପୂର୍ବରୁ, କିମ୍ବା ରାତିରେ ଯେତେବେଳେ ଆପଣଙ୍କ ପିଲାମାନେ ଶୋଇପଡ଼ନ୍ତି ? ଯଦିଓ ଆପଣ ଅଧିକ ସମୟ ପାଇଁ ଅଧ୍ୟୟନ କରି ନ ପାରନ୍ତି, ତଥାପି ନିଶ୍ଚିତ କରନ୍ତୁ ଯେ ଆପଣ ଅଧ୍ୟୟନ ପାଇଁ କେତେ ସମୟ ଦେବେ । ଆପଣଙ୍କ ଅଧ୍ୟୟନରେ କୌଣସି ବାଧା ଆସିବାକୁ ଦିଅନ୍ତୁ ନାହିଁ । ଏକ ଶାନ୍ତ ଜାଗା ବାଛନ୍ତୁ, ଯେଉଁଠାରେ କୌଣସି ପାଟିତୁଣ୍ଡ ହେଉ ନ ଥିବ । ରେଡିଓ, ଟେଲିଭିଜନ ଏବଂ ମୋବାଇଲ ଭଳି ଧ୍ୟାନ ଭଙ୍ଗ କରୁଥିବା ଜିନିଷଗୁଡ଼ିକୁ ବନ୍ଦ କରିଦିଅନ୍ତୁ । ଅଧ୍ୟୟନ କରିବା ପୂର୍ବରୁ ପ୍ରାର୍ଥନା କରିବା ଦ୍ୱାରା ଆପଣଙ୍କୁ ନିଜ ଚିନ୍ତାଗୁଡ଼ିକ ବିଷୟରେ ନ ଭାବିବା ପାଇଁ ସାହାଯ୍ୟ ମିଳିବ । ଏହାଦ୍ୱାରା ଆପଣ ଈଶ୍ୱରଙ୍କ ବାକ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରିବେ ।—ଫିଲିପ୍‌ପୀୟ ୪:୬, ୭.

      ଉତ୍ତରଗୁଡ଼ିକରେ ଚିହ୍ନ ଦିଅନ୍ତୁ ଏବଂ ଭାଗ ନେବା ପାଇଁ ପ୍ରସ୍ତୁତି କରନ୍ତୁ । କୌଣସି ଲେଖା କିମ୍ବା ଅଧ୍ୟାୟର ପ୍ରସ୍ତୁତି କରିବା ପାଇଁ ସର୍ବପ୍ରଥମେ ତାʼ ଉପରେ ଏକ ସଂକ୍ଷିଯ୍ତ ନଜର ଦିଅନ୍ତୁ । ଏହାର ଶୀର୍ଷକ ଉପରେ ଧ୍ୟାନ ଦିଅନ୍ତୁ । ତାʼପରେ ଦେଖନ୍ତୁ ଯେ ପ୍ରତ୍ୟେକ ଉପଶୀର୍ଷକର ମୁଖ୍ୟ ବିଷୟ ସହିତ କେମିତି ସମ୍ବନ୍ଧ ରହିଛି । ଚିତ୍ରଗୁଡ଼ିକ ଏବଂ ଲେଖା କିମ୍ବା ଅଧ୍ୟାୟର ଶେଷରେ ଥିବା ପ୍ରଶ୍ନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସଂକ୍ଷିଯ୍ତ ନଜର ଦେବା ପରେ ଗୋଟିଏ ପରେ ଗୋଟିଏ ଅନୁଚ୍ଛେଦ ପଢ଼ନ୍ତୁ ଏବଂ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ସଠିକ୍‌ ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ । ସେଥିରେ ଦିଆଯାଇଥିବା ପଦଗୁଡ଼ିକୁ ବାଇବଲରୁ ଖୋଲି ପଢ଼ନ୍ତୁ ଏବଂ ମୁଖ୍ୟ ବିଷୟ ସହିତ ପଦଗୁଡ଼ିକର କିପରି ସମ୍ବନ୍ଧ ରହିଛି ଜାଣିବାକୁ ଚେଷ୍ଟା କରନ୍ତୁ । (ପ୍ରେରିତ ୧୭:୧୧) ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପରେ ଅନୁଚ୍ଛେଦର ମୁଖ୍ୟ ଶବ୍ଦଗୁଡ଼ିକୁ ଚିହ୍ନ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଦେଖିବା ମାତ୍ରେ ଉତ୍ତର ମନେ ପଡ଼ିଯିବ । ତାʼପରେ ସଭାରେ, ଯଦି ଆପଣ ଚାହିଁବେ, ହାତ ଉଠାଇ ନିଜ ଶବ୍ଦରେ ଛୋଟିଆ ଉତ୍ତର ଦେଇପାରିବେ ।

      ପ୍ରତ୍ୟେକ ସପ୍ତାହର ସଭାଗୁଡ଼ିକରେ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା କରାଯାଏ । ଯଦି ଆପଣ ପୂର୍ବରୁ ପ୍ରସ୍ତୁତି କରିବେ, ତେବେ ଅନେକ ନୂଆ ନୂଆ କଥା ଶିଖିପାରିବେ ଏବଂ ଜ୍ଞାନର “ଆପଣା ଭଣ୍ଡାର” ବଢ଼ାଇପାରିବେ ।—ମାଥିଉ ୧୩:୫୧, ୫୨.

      • ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାକୁ ଆପଣ କିପରି କାର୍ଯ୍ୟସୂଚୀ ତିଆରି କରିପାରିବେ ?

      • ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ଆପଣ କେମିତି ପ୍ରସ୍ତୁତି କରିପାରିବେ ?

      ଅଧିକ ଜାଣନ୍ତୁ

      ଉପରେ ଦିଆଯାଇଥିବା ପଦ୍ଧତି ସାହାଯ୍ୟରେ ପ୍ରହରୀଦୁର୍ଗ ଏବଂ ମଣ୍ଡଳୀ ବାଇବଲ ଅଧ୍ୟୟନ ପାଇଁ ପ୍ରସ୍ତୁତି କରନ୍ତୁ । ନିଜ ବାଇବଲ ଶିକ୍ଷକଙ୍କ ସାହାଯ୍ୟରେ ଆସନ୍ତା ସଭାରେ ଗୋଟିଏ ଉତ୍ତର ଦେବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ ।

  • ପାରିବାରିକ ଉପାସନା କʼଣ ଅଟେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୧୦

      ପାରିବାରିକ ଉପାସନା କʼଣ ଅଟେ ?

      ଗୋଟିଏ ପରିବାର ପାରିବାରିକ ଉପାସନାର ଆନନ୍ଦ ନେଉଛନ୍ତି

      ଦକ୍ଷିଣ କୋରିଆ

      ଏକ ଦମ୍ପତ୍ତି ସାଙ୍ଗରେ ମିଶି ବାଇବଲ ଅଧୟନ କରୁଛନ୍ତି

      ବ୍ରାଜିଲ

      ଜଣେ ଯିହୋବାଙ୍କ ସାକ୍ଷୀ ବାଇବଲ ଅଧୟନ କରୁଛନ୍ତି

      ଅଷ୍ଟ୍ରେଲିଆ

      ଗୋଟିଏ ପରିବାର ବାଇବଲର ଏକ ବିଷୟ ଉପରେ ଆଲୋଚନା କରୁଛନ୍ତି

      ଗିନୀ

      ପ୍ରାଚୀନ ସମୟରୁ ଯିହୋବା ଚାହାନ୍ତି ଯେ ପ୍ରତ୍ୟେକ ପରିବାର ଏକା ସାଙ୍ଗରେ ସମୟ ବିତାନ୍ତୁ, ଯାହାଦ୍ୱାରା ପରିବାରର ସମସ୍ତ ସଦସ୍ୟ ଈଶ୍ୱରଙ୍କ ସହିତ ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ମଜବୁତ୍‌ କରିପାରିବେ । (ଦ୍ୱିତୀୟ ବିବରଣ ୬:୬, ୭) ସେଥିପାଇଁ ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହରେ ପାରିବାରିକ ଉପାସନା ପାଇଁ କିଛି ସମୟ ଅଲଗା ରଖନ୍ତି । ଏହି ସମୟରେ ପରିବାରର ସମସ୍ତେ ଆରାମରେ ବସି ବିଭିନ୍ନ ବିଷୟରେ ବାଇବଲରୁ ଚର୍ଚ୍ଚା କରନ୍ତି, ଯେଉଁଥିରୁ ସେମାନଙ୍କୁ ନିଜ ଜୀବନର ସମସ୍ୟାଗୁଡ଼ିକର ସମାଧାନ କିମ୍ବା ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ । କିନ୍ତୁ ଯଦି ଆପଣ ଏକୁଟିଆ ରହନ୍ତି, ତେବେ କʼଣ କରିବେ ? ଉପାସନାର ଏହି ସମୟଟି ଈଶ୍ୱରଙ୍କୁ ଭଲଭାବରେ ଜାଣିବା ପାଇଁ ସବୁଠାରୁ ଉତ୍ତମ ସମୟ ହେବ । ଏହି ସମୟରେ ଆପଣ ନିଜ ପସନ୍ଦର ଯେକୌଣସି ବିଷୟରେ ଗଭୀର ଭାବେ ଅଧ୍ୟୟନ କରିପାରିବେ ।

      ପାରିବାରିକ ଉପାସନା ଯିହୋବାଙ୍କ ପାଖକୁ ଆସିବାର ସମୟ ଅଟେ । “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁବ ୪:୮) ଯେତେବେଳେ ଆମେ ବାଇବଲରୁ ଯିହୋବାଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କ କାମଗୁଡ଼ିକ ବିଷୟରେ ଟିକିନିଖି ଶିଖୁ, ଆମେ ତାଙ୍କୁ ଆହୁରି ଭଲ ଭାବରେ ଜାଣିପାରୁ । ପାରିବାରିକ ଉପାସନା ଆରମ୍ଭ କରିବାର ସବୁଠାରୁ ସହଜ ଉପାୟ ହେଉଛି, ସମସ୍ତେ ଏକା ସାଙ୍ଗେ ମିଶି ବାଇବଲ ପଢ଼ିବା । ଜୀବନ ଏବଂ ସେବା ସଭା ପାଇଁ ପ୍ରତି ସପ୍ତାହରେ ବାଇବଲ ପଠନର ଯେଉଁ ତାଲିକା ଦିଆଯାଇଥାଏ, ଆପଣ ସେହି ଅଧ୍ୟାୟଗୁଡ଼ିକୁ ପଢ଼ିପାରିବେ । ପ୍ରତ୍ୟେକ ସଦସ୍ୟ କେଉଁ ଭାଗ ପଢ଼ିବେ, ତାଙ୍କୁ ଆଗରୁ ଆପଣ କହିପାରିବେ । ତାʼପରେ ସମସ୍ତେ ମିଶି ଚର୍ଚ୍ଚା କରିପାରିବେ ଯେ ସେହି ଅଧ୍ୟାୟଗୁଡ଼ିକରୁ ସେମାନେ କʼଣ ଶିଖିଲେ ।

      ପାରିବାରିକ ଉପାସନା ପରିବାରରେ ପରସ୍ପର ମଧ୍ୟରେ ସମ୍ପର୍କ ବଢ଼ାଇବାର ସମୟ ଅଟେ । ଯଦି ପରିବାରର ସମସ୍ତେ ମିଶି ବାଇବଲ ଅଧ୍ୟୟନ କରନ୍ତି, ତେବେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଆହୁରି ଭଲ ଭାବେ ଜାଣିପାରନ୍ତି । ଏହା ସହିତ, ବାପା ମାʼ ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍‌ ହୋଇଥାଏ । ପାରିବାରିକ ଉପାସନା ସମୟରେ ପରିବେଶ ଶାନ୍ତିପୂର୍ଣ୍ଣ ଓ ପ୍ରୀତିକର ହେବା ଉଚିତ୍‌ । ଏହା ଏପରି ସମୟ ହେବା ଉଚିତ୍‌, ଯାହା ପାଇଁ ସମସ୍ତେ ପ୍ରତି ସପ୍ତାହରେ ଆଗ୍ରହର ସହିତ ଅପେକ୍ଷା କରିବେ । ବାପା ମାʼ ନିଜ ପିଲାଙ୍କ ବୟସ ଅନୁସାରେ ଚର୍ଚ୍ଚା କରିବା ପାଇଁ ଏପରି ବିଷୟ ବାଛିପାରିବେ, ଯାହାଦ୍ୱାରା ପିଲାଙ୍କ ଲାଭ ହେବ । ସେମାନେ ପ୍ରହରୀଦୁର୍ଗ ଏବଂ ସଜାଗ ହୁଅ ! ପତ୍ରିକା କିମ୍ବା ଆମ ୱେବ୍‌ସାଇଟ୍‌ jw.orgରେ ଥିବା ସେହି ଲେଖାଗୁଡ଼ିକୁ ବ୍ୟବହାର କରିପାରିବେ, ଯେଉଁଗୁଡ଼ିକ ବିଶେଷତଃ ପିଲାମାନଙ୍କ ଏବଂ କିଶୋର କିଶୋରୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯଦି ଆପଣଙ୍କ ପିଲା ସ୍କୁଲରେ କୌଣସି ସମସ୍ୟାର ସାମନା କରୁଛି, ତେବେ ଆପଣ ଚର୍ଚ୍ଚା କରିପାରିବେ ଯେ ସମସ୍ୟାଟିକୁ କିପରି ସମାଧାନ କରାଯାଇପାରିବ । ହୁଏତ JW ପ୍ରସାରଣରେ (tv.jw.org) ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମ ଦେଖିପାରିବେ ଏବଂ ପରେ ତାʼ ବିଷୟରେ ଆଲୋଚନା କରିପାରିବେ । ଯଦି ଆପଣ ଚାହିଁବେ, ଉପାସନା ସମୟରେ ଆସନ୍ତା ସଭାଗୁଡ଼ିକର ଗୀତ ଅଭ୍ୟାସ କରିପାରିବେ ଏବଂ ଶେଷରେ ଚାʼ ଜଳଖିଆର ମଜା ମଧ୍ୟ ନେଇପାରିବେ ।

      ପ୍ରତି ସପ୍ତାହରେ ପରିବାରର ସମସ୍ତେ ମିଶି ଯିହୋବାଙ୍କ ଉପାସନା କରିବା କେତେ ଖୁସିର ବିଷୟ ଅଟେ ! ଏହାଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟକୁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାରେ ଖୁସି ମିଳିବ ଏବଂ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଭରପୂର ଆଶିଷ ଦେବେ ।—ଗୀତସଂହିତା ୧:୧-୩.

      • ପାରିବାରିକ ଉପାସନା ପାଇଁ ଆମେ କିଛି ସମୟ ଅଲଗା କାହିଁକି ରଖୁ ?

      • ଏହାକୁ ମଜାଦାର୍‌ କରିବା ପାଇଁ ବାପା ମାʼ କʼଣ କରିପାରିବେ ?

      ଅଧିକ ଜାଣନ୍ତୁ

      ମଣ୍ଡଳୀରେ ଅନ୍ୟମାନଙ୍କୁ ପଚାରନ୍ତୁ ଯେ ପାରିବାରିକ ଉପାସନାରେ ସେମାନେ କʼଣ କରନ୍ତି । ଏହା ସହିତ, ରାଜ୍ୟଘରେ କେଉଁ ପ୍ରକାଶନଗୁଡ଼ିକ ଉପଲବ୍ଧ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରିବେ ।

  • ଆମେ ବଡ଼ ସମ୍ମିଳନୀଗୁଡ଼ିକରେ କାହିଁକି ଉପସ୍ଥିତ ହେଉ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୧୧

      ଆମେ ବଡ଼ ସମ୍ମିଳନୀଗୁଡ଼ିକରେ କାହିଁକି ଉପସ୍ଥିତ ହେଉ ?

      ମେକ୍ସିକୋରେ ଯିହୋବାଙ୍କ ସାକ୍ଷୀମାନଙ୍କର ଏକ ଆଞ୍ଚଳିକ ଅବେଶନ

      ମେକ୍ସିକୋ

      ଜର୍ମାନୀର ଏକ ଆଞ୍ଚଳିକ ଅବେଶନରେ ଏକ କାଶନ ଉନ୍ମୋଚନ କରାଯାଉଛି

      ଜର୍ମାନୀ

      ବୋସୱାନାର ଏକ ଆଞ୍ଚଳିକ ଅବେଶନରେ ଯିହୋବାଙ୍କ ସାକ୍ଷୀମାନେ

      ବୋଟ୍‌ସୱାନା

      ନିକାରାଗୁଆରେ ଏକ ଯୁବକଙ୍କୁ ବା ଦିଆଯାଉଛି

      ନିକାରାଗୁଆ

      ଇଟାଲୀର ଏକ ଆଞ୍ଚଳିକ ଅବେଶନରେ ନାଟକ ପରିବେଷଣ କରାଯାଉଛି

      ଇଟାଲୀ

      ଏହି ଲୋକମାନଙ୍କ ଚେହେରାରେ ଏତେ ଖୁସି କାହିଁକି ? କାରଣ ସେମାନେ ଆମ ସମ୍ମିଳନୀରେ ଉପସ୍ଥିତ ହୋଇଛନ୍ତି । ପ୍ରାଚୀନ ସମୟରେ ଈଶ୍ୱର ନିଜ ଲୋକମାନଙ୍କୁ ବର୍ଷରେ ତିନିଥର ବଡ଼ ସଭାଗୁଡ଼ିକରେ ଉପସ୍ଥିତ ହେବା ପାଇଁ ଆଜ୍ଞା ଦେଇଥିଲେ । (ଦ୍ୱିତୀୟ ବିବରଣ ୧୬:୧୬) ସେମାନଙ୍କ ପରି ଆମେ ମଧ୍ୟ ଆଜି ବଡ଼ ସମୂହରେ ଏକାଠି ହେବାକୁ ଉତ୍ସାହର ସହିତ ଅପେକ୍ଷା କରୁ । ପ୍ରତିବର୍ଷ ଆମକୁ ତିନିଥର ଏହି ସୁଯୋଗ ମିଳେ: ଏକଦିନିଆର ଦୁଇଟି ସର୍କିଟ ସମ୍ମିଳନୀ ଏବଂ ତିନିଦିନିଆର ଗୋଟିଏ ଆଞ୍ଚଳିକ ଅଧିବେଶନ । ଏହି ସଭାଗୁଡ଼ିକରୁ ଆମକୁ କʼଣ ଲାଭ ହୁଏ ?

      ଏହା ଆମ ଖ୍ରୀଷ୍ଟିୟାନ ଭ୍ରାତୃଭାବକୁ ଆହୁରି ମଜବୁତ୍‌ କରେ । ଯେପରି ଇସ୍ରାଏଲୀୟମାନଙ୍କୁ “ସଭାରେ” ଏକାଠି ହୋଇ ଯିହୋବାଙ୍କୁ ମହିମା କରିବା ଦ୍ୱାରା ଖୁସି ମିଳୁଥିଲା, ଠିକ୍‌ ସେହିପରି ଆମକୁ ମଧ୍ୟ ବିଶେଷ ଅବସରଗୁଡ଼ିକରେ ନିଜ ଭାଇଭଉଣୀଙ୍କ ସହିତ ଈଶ୍ୱରଙ୍କ ଉପାସନା କରିବାରେ ବହୁତ ଖୁସି ମିଳେ । (ଗୀତସଂହିତା ୨୬:୧୨; ୧୧୧:୧) ଏହି ସମ୍ମିଳନୀଗୁଡ଼ିକରେ ଆମକୁ ଅନ୍ୟ ମଣ୍ଡଳୀ, ଏପରିକି ଅନ୍ୟ ଦେଶରୁ ଆସିଥିବା ସାକ୍ଷୀମାନଙ୍କ ସହିତ ଭେଟ ହେବା ଏବଂ ତାଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ସୁଯୋଗ ମିଳେ । ଏହା ସହିତ, ଯେତେବେଳେ ଆମେ ସମ୍ମିଳନୀ ଜାଗାରେ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରୁ, ସେତେବେଳେ ମଧ୍ୟ ସେମାନଙ୍କ ସହିତ ମିତ୍ରତା କରିପାରୁ । (ପ୍ରେରିତ ୨:୪୨) ଏହି ସମ୍ମିଳନୀଗୁଡ଼ିକରେ ଆମେ ନିଜେ ସେହି ପ୍ରେମ ଅନୁଭବ କରୁ, ଯାହା ସାରା ଦୁନିଆରେ “ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ” ଏକତାରେ ବାନ୍ଧି ରଖିଛି ।—୧ ପିତର ୨:୧୭, ଇଜି-ଟୁ-ରିଡ ଭର୍ସନ ।

      ଏହା ଆମକୁ ନିଜ ଖ୍ରୀଷ୍ଟିୟାନ ଜୀବନରେ ଉନ୍ନତି କରିବା ପାଇଁ ସାହାଯ୍ୟ କରେ । ଇସ୍ରାଏଲୀୟମାନେ ବଡ଼ ସଭାରେ ଏକାଠି ହେବା ଦ୍ୱାରା ଶାସ୍ତ୍ରରେ ଥିବା ‘ବାକ୍ୟସବୁ ବୁଝିପାରିଲେ’ ଏବଂ ଲାଭ ପାଇଲେ, କାରଣ ସେଠାରେ ସେମାନଙ୍କୁ ଭଲ ଭାବେ ତାହାର ଅର୍ଥ ବୁଝାଇ ଦିଆଯାଉଥିଲା । (ନିହିମୀୟା ୮:୮, ୧୨) ଆଜି ଆମକୁ ମଧ୍ୟ ସମ୍ମିଳନୀଗୁଡ଼ିକରେ ବାଇବଲର ଶିକ୍ଷା ଭଲ ଭାବରେ ବୁଝାଇ ଦିଆଯାଏ । ପ୍ରତ୍ୟେକ କାର୍ଯ୍ୟକ୍ରମର ବିଷୟ ବାଇବଲ ପଦ ଉପରେ ଆଧାରିତ ହୋଇଥାଏ । କାର୍ଯ୍ୟକ୍ରମରେ ଆକର୍ଷଣୀୟ ଭାଷଣ ଏବଂ ପରିଚର୍ଚ୍ଚା ପ୍ରସ୍ତୁତ କରାଯାଏ । ଏହା ସହିତ, ଦୈନନ୍ଦିନ ଜୀବନର ବିଭିନ୍ନ ପରିସ୍ଥିତି ଉପରେ ପ୍ରଦର୍ଶନ ଦେଖାଯାଏ । ସେଗୁଡ଼ିକରୁ ଆମେ ଶିଖୁ ଯେ ନିଜ ଜୀବନରେ କେମିତି ଈଶ୍ୱରଙ୍କ ଇଚ୍ଛା ପୂରଣ କରିପାରିବା । ଯେଉଁମାନେ ଆଜି ଏହି କଠିନ ସମୟରେ ସମସ୍ୟାର ସମ୍ମୁଖୀନ ହୋଇ ଖ୍ରୀଷ୍ଟିୟାନ ସ୍ତର ଅନୁସାରେ ଚାଲୁଛନ୍ତି, ସେମାନଙ୍କ ଅନୁଭବ ଶୁଣିବା ଦ୍ୱାରା ଆମର ମଧ୍ୟ ସାହସ ବଢ଼ିଥାଏ । ଆଞ୍ଚଳିକ ଅଧିବେଶନରେ ପ୍ରଦର୍ଶନ କରାଯାଉଥିବା ନାଟକ ବାଇବଲରେ ଥିବା ଘଟଣାଗୁଡ଼ିକୁ ଆମ ପାଇଁ ଆହୁରି ଜୀବନ୍ତ କରିଦିଏ ଏବଂ ସେଥିରୁ ଆମକୁ ଅନେକ ବ୍ୟବହାରିକ ଶିକ୍ଷା ମିଳେ । ଯେଉଁମାନେ ସମସ୍ତଙ୍କ ଆଗରେ ଈଶ୍ୱରଙ୍କୁ କରିଥିବା ସମର୍ପଣର ପ୍ରମାଣ ଦେବାକୁ ଚାହାନ୍ତି, ପ୍ରତ୍ୟେକ ସମ୍ମିଳନୀରେ ସେମାନଙ୍କ ପାଇଁ ବାପ୍ତିସ୍ମର ଆୟୋଜନ ମଧ୍ୟ କରାଯାଏ ।

      • ସମ୍ମିଳନୀ କାହିଁକି ଆମ ପାଇଁ ଖୁସିର ଅବସର ଅଟେ ?

      • ସମ୍ମିଳନୀରେ ଉପସ୍ଥିତ ହେବା ଦ୍ୱାରା ଆପଣଙ୍କୁ କʼଣ ଲାଭ ମିଳିପାରେ ?

      ଅଧିକ ଜାଣନ୍ତୁ

      ଯଦି ଆପଣ ଆମ ଭ୍ରାତୃଭାବର ପରମ୍ପରାକୁ ଆହୁରି ଭଲ ଭାବେ ଜାଣିବାକୁ ଚାହାନ୍ତି, ତେବେ ଆମ ଆସନ୍ତା ସମ୍ମିଳନୀକୁ ଆସନ୍ତୁ । ଆପଣଙ୍କ ବାଇବଲ ଶିକ୍ଷକ ଆପଣଙ୍କୁ କାର୍ଯ୍ୟକ୍ରମର ସୂଚୀ ଦେଖାଇପାରିବେ, ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆମ ସମ୍ମିଳନୀରେ କେଉଁ ପ୍ରକାରର ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କରାଯାଏ । ନିଜ କ୍ୟାଲେଣ୍ଡର୍‌ରେ ଆସନ୍ତା ସମ୍ମିଳନୀର ତାରିଖ ଓ ସ୍ଥାନ ଲେଖି ନିଅନ୍ତୁ ଏବଂ ସେଥିରେ ଉପସ୍ଥିତ ହେବା ପାଇଁ ଚେଷ୍ଟା କରନ୍ତୁ ।

  • ରାଜ୍ୟର ପ୍ରଚାର କାମକୁ କିପରି ସଂଗଠିତ କରାଯାଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୧୨

      ରାଜ୍ୟର ପ୍ରଚାର କାମକୁ କିପରି ସଂଗଠିତ କରାଯାଏ ?

      ଯିହୋବାଙ୍କ ସାକ୍ଷୀମାନେ ଘର ଘର ଯାଇ ଚାର କରୁଛନ୍ତି

      ସ୍ପେନ

      ଜଣେ ଯିହୋବାଙ୍କ ସାକ୍ଷୀ ଏକ ପାର୍କରେ ଚାର କରୁଛନ୍ତି

      ବେଲାରସ୍‌

      ଜଣେ ଯିହୋବାଙ୍କ ସାକ୍ଷୀ ଟେଲିଫୋନ୍‌ ଜରିଆରେ ଚାର କରୁଛନ୍ତି

      ହଙ୍ଗ୍‌ କଙ୍ଗ୍‌

      ଯିହୋବାଙ୍କ ସାକ୍ଷୀମାନେ ସାର୍ବଜନିକ ଜାଗାରେ ଚାର କରୁଛନ୍ତି

      ପେରୁ

      ଯୀଶୁ ନିଜ ମୃତ୍ୟୁର କିଛି ସମୟ ପୂର୍ବେ କହିଥିଲେ, “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।” (ମାଥିଉ ୨୪:୧୪) ସାରା ପୃଥିବୀରେ ଏହି ପ୍ରଚାର କାମ କେମିତି କରାଯିବ ? ଯୀଶୁ ପୃଥିବୀରେ ଥିବା ସମୟରେ ଯେଉଁ ଉଦାହରଣ ରଖିଥିଲେ, ତାକୁ ଅନୁକରଣ କରିବା ଦ୍ୱାରା ।—ଲୂକ ୮:୧.

      ଆମେ ଘର ଘର ଯାଇ ଲୋକଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରୁ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଘର ଘର ଯାଇ ଖୁସିର ଖବର ପ୍ରଚାର କରିବାକୁ ଶିଖାଇଥିଲେ । (ମାଥିଉ ୧୦:୧୧-୧୩; ପ୍ରେରିତ ୫:୪୨; ୨୦:୨୦) ପ୍ରଥମ ଶତାବ୍ଦୀର ପ୍ରଚାରକମାନଙ୍କୁ ପ୍ରଚାର କରିବା ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦିଆଯାଇଥିଲା । (ମାଥିଉ ୧୦:୫, ୬; ୨ କରିନ୍ଥୀୟ ୧୦:୧୩) ସେହିପରି ଆଜି ମଧ୍ୟ ଆମ ପ୍ରଚାର କାମକୁ ଭଲ ଭାବେ ସଂଗଠିତ କରାଯାଇଛି । ପ୍ରତ୍ୟେକ ମଣ୍ଡଳୀକୁ ପ୍ରଚାର କରିବା ପାଇଁ ଗୋଟିଏ ଅଞ୍ଚଳ ଦିଆଯାଏ, ଯେଉଁଠାରେ ମଣ୍ଡଳୀର ଭାଇଭଉଣୀମାନେ ଘର ଘର ଯାଇ ସୁସମାଚାର ଶୁଣାନ୍ତି । ଏପରି କରିବା ଦ୍ୱାରା ଆମେ ଯୀଶୁଙ୍କ ଏହି ଆଜ୍ଞା ପୂରା କରିଥାଉ, ‘ଲୋକମାନଙ୍କ ନିକଟରେ ପ୍ରଚାର କର ଏବଂ ସାକ୍ଷ୍ୟ ଦିଅ ।’—ପ୍ରେରିତ ୧୦:୪୨.

      ଆମେ ପ୍ରତ୍ୟେକ ଜାଗାରେ ଲୋକଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରୁ । ଘର ଘର ଯାଇ ପ୍ରଚାର କରିବା ସହିତ ଯୀଶୁ ସାର୍ବଜନିକ ଜାଗାଗୁଡ଼ିକରେ ମଧ୍ୟ ପ୍ରଚାର କରିଥିଲେ, ଯେପରି ସମୁଦ୍ର କୂଳରେ କିମ୍ବା କୂଅ ନିକଟରେ । (ମାର୍କ ୪:୧; ଯୋହନ ୪:୫-୧୫) ଆଜି ଆମେ ମଧ୍ୟ ପ୍ରତ୍ୟେକ ଜାଗାରେ ଲୋକଙ୍କୁ ବାଇବଲ ବିଷୟରେ କହିଥାଉ, ଯେପରି ରାସ୍ତା କଡ଼ରେ, ବଜାରରେ, ପାର୍କରେ କିମ୍ବା ଟେଲିଫୋନ୍‌ ଜରିଆରେ । ସୁଯୋଗ ମିଳିଲେ ଆମେ ନିଜ ପଡ଼ୋଶୀ, ସାଙ୍ଗରେ କାମ କରୁଥିବା ବ୍ୟକ୍ତି, ସ୍କୁଲରେ ପଢ଼ୁଥିବା ସାଙ୍ଗ ଏବଂ ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ଏହି ବିଷୟରେ କହିଥାଉ । ଆମର ଏହି ଚେଷ୍ଟା ବଳରେ ଆଜି ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ‘ପରିତ୍ରାଣର ସୁସମାଚାର’ ଶୁଣିପାରିଛନ୍ତି ।—ଗୀତସଂହିତା ୯୬:୨.

      ଆପଣ କାହାରିକୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଏବଂ ଏହା ତାଙ୍କ ଭବିଷ୍ୟତ ପାଇଁ କʼଣ ଅର୍ଥ ରଖେ, ତାʼ ବିଷୟରେ କହିବାକୁ ଚାହାନ୍ତି କି ? ତେବେ ଯଥାଶୀଘ୍ର ଏହି ଆଶା ବିଷୟରେ ତାଙ୍କୁ କହନ୍ତୁ ।

      • କେଉଁ “ସୁସମାଚାର” ପ୍ରଚାର କରାଯିବା ଅତି ଜରୁରୀ ଅଟେ ?

      • ପ୍ରଚାର କରିବାରେ ଯୀଶୁ ଯେଉଁ ନମୁନା ରଖିଛନ୍ତି, ତାହାକୁ ଯିହୋବାଙ୍କ ସାକ୍ଷୀମାନେ କିପରି ଅନୁକରଣ କରୁଛନ୍ତି ?

      ଅଧିକ ଜାଣନ୍ତୁ

      ଆପଣ ନିଜ ପରିଚିତ ଲୋକଙ୍କୁ ବାଇବଲରୁ ଶିଖିଥିବା ବିଷୟଗୁଡ଼ିକୁ କିପରି କହିପାରିବେ, ନିଜ ବାଇବଲ ଶିକ୍ଷକଙ୍କୁ ପଚାରନ୍ତୁ ।

  • ଅଗ୍ରଦୂତ କାହାକୁ କହନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୧୩

      ଅଗ୍ରଦୂତ କାହାକୁ କହନ୍ତି ?

      ଜଣେ ପୂର୍ଣ୍ଣ ସମୟର ଚାରକ ଚାର କରୁଛନ୍ତି

      କାନାଡ଼ା

      ପୂର୍ଣ୍ଣ ସମୟର ଚାରକମାନେ ଘର ଘର ଯାଇ ଚାର କରୁଛନ୍ତି

      ଘର ଘର ପ୍ରଚାର

      ଅଦୂତ ଚାରକମାନେ ଏକ ବାଇବଲ ଅଧୟନ କରୁଛନ୍ତି

      ବାଇବଲ ଅଧ୍ୟୟନ

      ଜଣେ ଅଦୂତ ବ୍ୟକ୍ତିଗତ ଅଧୟନ କରୁଛନ୍ତି

      ବ୍ୟକ୍ତିଗତ ଅଧ୍ୟୟନ

      ସାଧାରଣତଃ, ଯିଏ କୌଣସି ଏକ ନୂଆ ଅଞ୍ଚଳକୁ ଯାଇ ପ୍ରଥମେ କାମ ଆରମ୍ଭ କରେ ଏବଂ ଅନ୍ୟମାନଙ୍କ ପାଇଁ ସୁଯୋଗ ତିଆରି କରେ, ତାହାକୁ “ଅଗ୍ରଦୂତ” କୁହାଯାଏ । ଯୀଶୁ ମଧ୍ୟ ଜଣେ ଅଗ୍ରଦୂତ ଭଳି ଥିଲେ, କାରଣ ତାଙ୍କୁ ପୃଥିବୀରେ ସେବା କରିବା ପାଇଁ ପଠାଯାଇଥିଲା ଏବଂ ସେ ନିଜ ସେବା ଦ୍ୱାରା ମଣିଷମାନଙ୍କ ପାଇଁ ମୁକ୍ତି ପାଇବାର ରାସ୍ତା ତିଆରି କଲେ । (ମାଥିଉ ୨୦:୨୮) ଆଜି ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ ଅନୁକରଣ କରି ‘ଶିଷ୍ୟ କରିବା’ କାମରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି । (ମାଥିଉ ୨୮:୧୯, ୨୦) ଏପରିକି କେତେକ ଅଗ୍ରଦୂତ ସେବା ମଧ୍ୟ କରୁଛନ୍ତି ।

      ଅଗ୍ରଦୂତ ପୂର୍ଣ୍ଣ ସମୟର ପ୍ରଚାରକ ଅଟନ୍ତି । ସମସ୍ତ ଯିହୋବାଙ୍କ ସାକ୍ଷୀ ଖୁସିର ଖବର ପ୍ରଚାର କରନ୍ତି । କିନ୍ତୁ କିଛି ଲୋକେ ଏମିତି କାର୍ଯ୍ୟସୂଚୀ ତିଆରି କରିଛନ୍ତି, ଯାହାଦ୍ୱାରା ସେମାନେ ଅଗ୍ରଦୂତ ଭାବେ ସେବା କରିପାରିବେ ଅର୍ଥାତ୍‌ ପ୍ରତି ମାସ ପ୍ରଚାରରେ ୭୦ ଘଣ୍ଟା ବିତାଇପାରିବେ । ଏହା ପାଇଁ କେତେକ ଅଗ୍ରଦୂତ ପୂରା ଦିନ ଚାକିରୀ କରିବା ବଦଳରେ କେବଳ କିଛି ଘଣ୍ଟା ହିଁ କାମ କରନ୍ତି । କିଛି ପ୍ରଚାରକଙ୍କୁ ବିଶେଷ ଅଗ୍ରଦୂତ ଭାବରେ ସେବା କରିବା ପାଇଁ ନିଯୁକ୍ତ କରାଯାଏ ଏବଂ ରାଜ୍ୟ ପ୍ରଚାରକଙ୍କ ଅଧିକ ଆବଶ୍ୟକତା ଥିବା ଅଞ୍ଚଳଗୁଡ଼ିକୁ ପଠାଯାଏ । ଏହି ବିଶେଷ ଅଗ୍ରଦୂତମାନେ ପ୍ରଚାରରେ ପ୍ରତି ମାସ ୧୩୦ ଘଣ୍ଟା କିମ୍ବା ତାʼଠାରୁ ବେଶି ସମୟ ବିତାନ୍ତି । ଅଗ୍ରଦୂତମାନେ ନିଜ ଜୀବନକୁ ସରଳ କରି ଖୁସିରେ ରହନ୍ତି । ସେମାନେ ସମ୍ପୂର୍ଣ୍ଣ ଭରସା ରଖନ୍ତି ଯେ ଯିହୋବା ତାଙ୍କ ମୌଳିକ ଆବଶ୍ୟକତା ନିଶ୍ଚୟ ପୂରଣ କରିବେ । (ମାଥିଉ ୬:୩୧-୩୩; ୧ ତୀମଥି ୬:୬-୮) ଯେଉଁମାନେ ପୂର୍ଣ୍ଣ ସମୟ ଅଗ୍ରଦୂତ ସେବା କରିପାରନ୍ତି ନାହିଁ, ସେମାନେ ନିଜ ପରିସ୍ଥିତିକୁ ଧ୍ୟାନରେ ରଖି ସମୟ ସମୟରେ ସହାୟକ ଅଗ୍ରଦୂତ ଭାବରେ ସେବା କରିପାରନ୍ତି । ଯେଉଁ ମାସରେ ସେମାନେ ସହାୟକ ଅଗ୍ରଦୂତ ଭାବରେ ସେବା କରନ୍ତି, ସେହି ମାସ ପ୍ରଚାରରେ ୩୦ କିମ୍ବା ୫୦ ଘଣ୍ଟା ବିତାନ୍ତି ।

      ଈଶ୍ୱର ଏବଂ ଲୋକମାନଙ୍କ ପ୍ରତି ପ୍ରେମ ଜଣେ ଅଗ୍ରଦୂତକୁ ପ୍ରେରଣା ଦିଏ । ଯୀଶୁଙ୍କ ଭଳି ଆମେ ମଧ୍ୟ ଆଜି ଦେଖିଥାଉ ଯେ ଲୋକଙ୍କୁ ଈଶ୍ୱର ଏବଂ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଜାଣିବା କେତେ ଆବଶ୍ୟକ ଅଟେ । (ମାର୍କ ୬:୩୪) ଆମ ପାଖରେ ସେହି ଜ୍ଞାନ ଅଛି, ଯାହା ସେମାନଙ୍କୁ ଆଜି ସାହାଯ୍ୟ କରିବା ସହିତ ଭବିଷ୍ୟତ ପାଇଁ ମଧ୍ୟ ଏକ ନିଶ୍ଚିତ ଆଶା ଦେଇପାରିବ । ଜଣେ ଅଗ୍ରଦୂତଙ୍କୁ ପଡ଼ୋଶୀଙ୍କ ପ୍ରତି ପ୍ରେମ ହିଁ ଅନ୍ୟମାନଙ୍କୁ ଖୁସିର ଖବର ଶୁଣାଇବାରେ ନିଜ ସମ୍ପୂର୍ଣ୍ଣ ଶକ୍ତି ଓ ସମୟ ଲଗାଇବାକୁ ପ୍ରେରଣା ଦିଏ । (ମାଥିଉ ୨୨:୩୯; ୧ ଥେସଲନୀକୀୟ ୨:୮) ଏହି କାମ ଦ୍ୱାରା ଜଣେ ଅଗ୍ରଦୂତଙ୍କ ନିଜ ବିଶ୍ୱାସ ମଜବୁତ୍‌ ହୁଏ, ସେ ଈଶ୍ୱରଙ୍କ ପାଖକୁ ଆସନ୍ତି ଏବଂ ତାଙ୍କୁ ବହୁତ ଖୁସି ମିଳେ ।—ପ୍ରେରିତ ୨୦:୩୫.

      • ଅଗ୍ରଦୂତ କାହାକୁ କହନ୍ତି, ବୁଝାନ୍ତୁ ?

      • କିଛି ଲୋକଙ୍କୁ ପୂର୍ଣ୍ଣ ସମୟ ସେବା କରିବା ପାଇଁ କʼଣ ପ୍ରେରଣା ଦିଏ ?

  • ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
    • ପାଠ ୧୪

      ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?

      ପୂର୍ଣ୍ଣ ସମୟର ସେବକମାନେ ଚାର କରୁଛନ୍ତି

      ଆମେରିକା

      ୱାଟାୱର ବାଇବଲ ସ୍କୁଲ ଅଫ୍‌ ଗିଲିୟରେ ବିଦ୍ୟାର୍ଥୀମାନେ
      ବିଦ୍ୟାର୍ଥୀମାନେ ମିଶନାରୀ ସେବା ପାଇଁ ସ୍ତୁତ ହେଉଛନ୍ତି

      ଗିଲିୟଡ୍‌ ସ୍କୁଲ, ପାଟର୍‌ସନ୍‌, ନ୍ୟୁ ୟର୍କ

      ପାନାମାରେ ଏକ ମିଶନାରୀ ଦମ୍ପତି ଚାର କରୁଛନ୍ତି

      ପାନାମା

      ଯିହୋବାଙ୍କ ସାକ୍ଷୀମାନଙ୍କ ଏକ ବିଶେଷତା ରହିଛି । ସେମାନଙ୍କୁ ଈଶ୍ୱରଙ୍କଠାରୁ ନିୟମିତ ତାଲିମ ପାଇବାର ବିଶେଷ ସୁଯୋଗ ମିଳିଥାଏ । ଯେଉଁମାନେ ପୂର୍ଣ୍ଣ ସମୟ ରାଜ୍ୟର ପ୍ରଚାର କାମରେ ନିଜକୁ ଉତ୍ସର୍ଗ କରନ୍ତି, ସେମାନଙ୍କୁ ତାଲିମ ଦେବା ପାଇଁ ବିଶେଷ ସ୍କୁଲଗୁଡ଼ିକର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ସେମାନେ ‘ସେବାର କାର୍ଯ୍ୟ ସମ୍ପନ୍ନ କରିପାରନ୍ତି ।’—୨ ତୀମଥି ୪:୫.

      ଅଗ୍ରଦୂତ ସେବା ସ୍କୁଲ । ଯେତେବେଳେ ଜଣେ ଅଗ୍ରଦୂତ ନିଜ ପୂର୍ଣ୍ଣ ସମୟ ସେବାର ପ୍ରଥମ ବର୍ଷ ପୂରା କରନ୍ତି, ତାଙ୍କୁ ଏହି ସ୍କୁଲରେ ଉପସ୍ଥିତ ହେବା ପାଇଁ ସୁଯୋଗ ମିଳେ । ଏହି ସ୍କୁଲ ୬ ଦିନ ପର୍ଯ୍ୟନ୍ତ ଚାଲେ ଏବଂ ଏହାକୁ ପାଖରେ ଥିବା କୌଣସି ରାଜ୍ୟଘରେ ରଖାଯାଏ । ଏହି ସ୍କୁଲର ଉଦ୍ଦେଶ୍ୟ ହେଉଛି: ଅଗ୍ରଦୂତମାନଙ୍କୁ ସାହାଯ୍ୟ କରିବା, ଯାହାଦ୍ୱାରା ସେମାନେ ଯିହୋବାଙ୍କ ଆହୁରି ପାଖକୁ ଆସିପାରିବେ, ପ୍ରଚାର କାମର ପ୍ରତ୍ୟେକ କ୍ଷେତ୍ରରେ ଆହୁରି ପ୍ରଭାବଶାଳୀ ହୋଇପାରିବେ ଏବଂ ବିଶ୍ୱସ୍ତତାର ସହିତ ନିଜ ସେବାରେ ଲାଗି ରହିବେ ।

      ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ । ଦୁଇ ମାସ ପର୍ଯ୍ୟନ୍ତ ଚାଲୁଥିବା ଏହି ସ୍କୁଲରେ ଅନୁଭବୀ ଅଗ୍ରଦୂତମାନଙ୍କୁ ତାଲିମ ଦିଆଯାଏ । ଏହି ଅଗ୍ରଦୂତମାନେ ନିଜ ଘରଦ୍ୱାର ଛାଡ଼ି ଏପରି ଜାଗାକୁ ଯାଇ ପ୍ରଚାର କରିବା ପାଇଁ ପ୍ରସ୍ତୁତ ଥାʼନ୍ତି, ଯେଉଁଠାରେ ସେମାନଙ୍କ ଆବଶ୍ୟକତା ଥାଏ । ଏପରି କରିବା ଦ୍ୱାରା ସତେ ଯେପରି ସେମାନେ କହିବାକୁ ଚାହାନ୍ତି, “ମୁଁ ଅଛି; ମୋତେ ପଠାଅ ।” ଏହିପରି ଭାବେ ସେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁକରଣ କରନ୍ତି, ଯିଏ ଆଜି ପର୍ଯ୍ୟନ୍ତ ପୃଥିବୀରେ ସେବା କରିଥିବା ସବୁଠାରୁ ମହାନ ପ୍ରଚାରକ ଅଟନ୍ତି । (ଯିଶାଇୟ ୬:୮; ଯୋହନ ୭:୨୯) ନିଜ ଘର ଛାଡ଼ିବା ପରେ ହୁଏତ ସେମାନଙ୍କୁ ଏମିତି ଜାଗାରେ ରହିବାକୁ ହୁଏ, ଯେଉଁଠାର ଜୀବନଶୈଳୀ ଅତି ସରଳ ହୋଇଥାଏ । ସେହି ଜାଗାର ସଂସ୍କୃତି, ପାଣିପାଗ ଏବଂ ଖାଇବା ପିଇବା ତାଙ୍କ ନିଜ ଅଞ୍ଚଳଠାରୁ ପୂରାପୂରି ଅଲଗା ହୋଇପାରେ । ହୁଏତ ତାଙ୍କୁ ନୂଆ ଭାଷା ଶିଖିବାକୁ ପଡ଼େ । ଏହି ସ୍କୁଲରେ ୨୩ ରୁ ୬୫ ବର୍ଷ ବୟସର ଅବିବାହିତ ଭାଇଭଉଣୀ ଏବଂ ବିବାହିତ ଦମ୍ପତିମାନେ ନିଜ ଭିତରେ ଏମିତି ଖ୍ରୀଷ୍ଟିୟାନ ଗୁଣ ବଢ଼ାଇବା ଶିଖନ୍ତି, ଯାହା ସେମାନଙ୍କ ସେବାରେ ଦରକାର ହେବ । ଏହା ସହିତ, ସେମାନେ ଏପରି କୌଶଳ ଶିଖନ୍ତି, ଯାହାଦ୍ୱାରା ସେମାନେ ଯିହୋବା ଏବଂ ତାଙ୍କ ସଂଗଠନର ନିର୍ଦ୍ଦେଶ ଅନୁସାରେ ଅଧିକରୁ ଅଧିକ ସେବା କରିପାରିବେ ।

      ୱାଚ୍‌ଟାୱର ବାଇବଲ ସ୍କୁଲ ଅଫ୍‌ ଗିଲିୟଡ୍‌ । ଏବ୍ରୀ ଭାଷାରେ “ଗିଲିୟଡ୍‌” ଶବ୍ଦର ଯେଉଁ ଅର୍ଥ ରହିଛି, ତାʼର “ସାକ୍ଷ୍ୟ ଦେବା” ସହିତ ସମ୍ବନ୍ଧ ରହିଛି । ଗିଲିୟଡ୍‌ ସ୍କୁଲ ୧୯୪୩ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଏହି ସ୍କୁଲରୁ ତାଲିମ ଦିଆଯାଇଥିବା ୮,୦୦୦ରୁ ଅଧିକ ଭାଇଭଉଣୀଙ୍କୁ “ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ” ପ୍ରଚାର କରିବା ପାଇଁ ମିଶନାରୀ ଭାବରେ ପଠାଯାଇଛି । (ପ୍ରେରିତ ୧୩:୪୭) ଏହି କାମରେ ସେମାନେ ବହୁତ ସଫଳ ହୋଇଛନ୍ତି । ପେରୁ ଦେଶରେ ଯେତେବେଳେ ମିଶନାରୀମାନେ ପ୍ରଥମେ ଆସିଥିଲେ, ସେଠାରେ ଗୋଟିଏ ମଧ୍ୟ ମଣ୍ଡଳୀ ନ ଥିଲା । କିନ୍ତୁ ଆଜି ସେଠାରେ ୧,୦୦୦ରୁ ଅଧିକ ମଣ୍ଡଳୀ ଅଛି । ଯେତେବେଳେ ଆମ ମିଶନାରୀମାନେ ଜାପାନରେ ସେବା ଆରମ୍ଭ କଲେ, ସେଠାରେ ୧୦ରୁ ମଧ୍ୟ କମ୍‌ ସାକ୍ଷୀ ଥିଲେ । କିନ୍ତୁ ଆଜି ସେଠାରେ ୨,୦୦,୦୦୦ରୁ ମଧ୍ୟ ଅଧିକ ସାକ୍ଷୀ ଅଛନ୍ତି । ପାଞ୍ଚ ମାସର ଏହି ଗିଲିୟଡ୍‌ ସ୍କୁଲରେ ବାଇବଲର ଗଭୀର ଭାବରେ ଅଧ୍ୟୟନ ମଧ୍ୟ କରାଯାଏ । ଏହି ସ୍କୁଲରେ ଏପରି ଖ୍ରୀଷ୍ଟିୟାନମାନଙ୍କୁ ନିମନ୍ତ୍ରଣ କରାଯାଏ, ଯେଉଁମାନେ ବିଶେଷ ଅଗ୍ରଦୂତ ଅଟନ୍ତି, ଶାଖା କାର୍ଯ୍ୟାଳୟରେ କାମ କରନ୍ତି, ଆଞ୍ଚଳିକ ନିର୍ଦ୍ଦେଶକ ଅଟନ୍ତି କିମ୍ବା ପୂରା ସମୟ ପ୍ରଚାର କାମ କରୁଥିବା ମିଶନାରୀ ଅଟନ୍ତି । ବିଶ୍ୱାସରେ ମଜବୁତ୍‌ ହେବା ପାଇଁ ଏବଂ ସାରା ପୃଥିବୀରେ ହେଉଥିବା ପ୍ରଚାର କାମକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କୁ ସବୁ ପ୍ରକାର ତାଲିମ ଦିଆଯାଏ ।

      • ଅଗ୍ରଦୂତ ସେବା ସ୍କୁଲର ଉଦ୍ଦେଶ୍ୟ କʼଣ ?

      • ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ କେଉଁମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ?

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ