ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • jl ପାଠ ୧୦
  • ପାରିବାରିକ ଉପାସନା କʼଣ ଅଟେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପାରିବାରିକ ଉପାସନା କʼଣ ଅଟେ ?
  • ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ପ୍ରାୟ ସମାନ ଲେଖା
  • ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଏକ ପରିବାର ଭାବରେ ଯିହୋବାଙ୍କ ଉପାସନା କରନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
  • ବାପାମାଆମାନେ, ନିଜ ପିଲାମାନଙ୍କୁ ପ୍ରେମ କରିବା ଶିଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆହୁରି ଦେଖନ୍ତୁ
ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
jl ପାଠ ୧୦

ପାଠ ୧୦

ପାରିବାରିକ ଉପାସନା କʼଣ ଅଟେ ?

ଗୋଟିଏ ପରିବାର ପାରିବାରିକ ଉପାସନାର ଆନନ୍ଦ ନେଉଛନ୍ତି

ଦକ୍ଷିଣ କୋରିଆ

ଏକ ଦମ୍ପତ୍ତି ସାଙ୍ଗରେ ମିଶି ବାଇବଲ ଅଧୟନ କରୁଛନ୍ତି

ବ୍ରାଜିଲ

ଜଣେ ଯିହୋବାଙ୍କ ସାକ୍ଷୀ ବାଇବଲ ଅଧୟନ କରୁଛନ୍ତି

ଅଷ୍ଟ୍ରେଲିଆ

ଗୋଟିଏ ପରିବାର ବାଇବଲର ଏକ ବିଷୟ ଉପରେ ଆଲୋଚନା କରୁଛନ୍ତି

ଗିନୀ

ପ୍ରାଚୀନ ସମୟରୁ ଯିହୋବା ଚାହାନ୍ତି ଯେ ପ୍ରତ୍ୟେକ ପରିବାର ଏକା ସାଙ୍ଗରେ ସମୟ ବିତାନ୍ତୁ, ଯାହାଦ୍ୱାରା ପରିବାରର ସମସ୍ତ ସଦସ୍ୟ ଈଶ୍ୱରଙ୍କ ସହିତ ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ମଜବୁତ୍‌ କରିପାରିବେ । (ଦ୍ୱିତୀୟ ବିବରଣ ୬:୬, ୭) ସେଥିପାଇଁ ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହରେ ପାରିବାରିକ ଉପାସନା ପାଇଁ କିଛି ସମୟ ଅଲଗା ରଖନ୍ତି । ଏହି ସମୟରେ ପରିବାରର ସମସ୍ତେ ଆରାମରେ ବସି ବିଭିନ୍ନ ବିଷୟରେ ବାଇବଲରୁ ଚର୍ଚ୍ଚା କରନ୍ତି, ଯେଉଁଥିରୁ ସେମାନଙ୍କୁ ନିଜ ଜୀବନର ସମସ୍ୟାଗୁଡ଼ିକର ସମାଧାନ କିମ୍ବା ପ୍ରଶ୍ନଗୁଡ଼ିକର ଉତ୍ତର ମିଳେ । କିନ୍ତୁ ଯଦି ଆପଣ ଏକୁଟିଆ ରହନ୍ତି, ତେବେ କʼଣ କରିବେ ? ଉପାସନାର ଏହି ସମୟଟି ଈଶ୍ୱରଙ୍କୁ ଭଲଭାବରେ ଜାଣିବା ପାଇଁ ସବୁଠାରୁ ଉତ୍ତମ ସମୟ ହେବ । ଏହି ସମୟରେ ଆପଣ ନିଜ ପସନ୍ଦର ଯେକୌଣସି ବିଷୟରେ ଗଭୀର ଭାବେ ଅଧ୍ୟୟନ କରିପାରିବେ ।

ପାରିବାରିକ ଉପାସନା ଯିହୋବାଙ୍କ ପାଖକୁ ଆସିବାର ସମୟ ଅଟେ । “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁବ ୪:୮) ଯେତେବେଳେ ଆମେ ବାଇବଲରୁ ଯିହୋବାଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କ କାମଗୁଡ଼ିକ ବିଷୟରେ ଟିକିନିଖି ଶିଖୁ, ଆମେ ତାଙ୍କୁ ଆହୁରି ଭଲ ଭାବରେ ଜାଣିପାରୁ । ପାରିବାରିକ ଉପାସନା ଆରମ୍ଭ କରିବାର ସବୁଠାରୁ ସହଜ ଉପାୟ ହେଉଛି, ସମସ୍ତେ ଏକା ସାଙ୍ଗେ ମିଶି ବାଇବଲ ପଢ଼ିବା । ଜୀବନ ଏବଂ ସେବା ସଭା ପାଇଁ ପ୍ରତି ସପ୍ତାହରେ ବାଇବଲ ପଠନର ଯେଉଁ ତାଲିକା ଦିଆଯାଇଥାଏ, ଆପଣ ସେହି ଅଧ୍ୟାୟଗୁଡ଼ିକୁ ପଢ଼ିପାରିବେ । ପ୍ରତ୍ୟେକ ସଦସ୍ୟ କେଉଁ ଭାଗ ପଢ଼ିବେ, ତାଙ୍କୁ ଆଗରୁ ଆପଣ କହିପାରିବେ । ତାʼପରେ ସମସ୍ତେ ମିଶି ଚର୍ଚ୍ଚା କରିପାରିବେ ଯେ ସେହି ଅଧ୍ୟାୟଗୁଡ଼ିକରୁ ସେମାନେ କʼଣ ଶିଖିଲେ ।

ପାରିବାରିକ ଉପାସନା ପରିବାରରେ ପରସ୍ପର ମଧ୍ୟରେ ସମ୍ପର୍କ ବଢ଼ାଇବାର ସମୟ ଅଟେ । ଯଦି ପରିବାରର ସମସ୍ତେ ମିଶି ବାଇବଲ ଅଧ୍ୟୟନ କରନ୍ତି, ତେବେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଆହୁରି ଭଲ ଭାବେ ଜାଣିପାରନ୍ତି । ଏହା ସହିତ, ବାପା ମାʼ ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍‌ ହୋଇଥାଏ । ପାରିବାରିକ ଉପାସନା ସମୟରେ ପରିବେଶ ଶାନ୍ତିପୂର୍ଣ୍ଣ ଓ ପ୍ରୀତିକର ହେବା ଉଚିତ୍‌ । ଏହା ଏପରି ସମୟ ହେବା ଉଚିତ୍‌, ଯାହା ପାଇଁ ସମସ୍ତେ ପ୍ରତି ସପ୍ତାହରେ ଆଗ୍ରହର ସହିତ ଅପେକ୍ଷା କରିବେ । ବାପା ମାʼ ନିଜ ପିଲାଙ୍କ ବୟସ ଅନୁସାରେ ଚର୍ଚ୍ଚା କରିବା ପାଇଁ ଏପରି ବିଷୟ ବାଛିପାରିବେ, ଯାହାଦ୍ୱାରା ପିଲାଙ୍କ ଲାଭ ହେବ । ସେମାନେ ପ୍ରହରୀଦୁର୍ଗ ଏବଂ ସଜାଗ ହୁଅ ! ପତ୍ରିକା କିମ୍ବା ଆମ ୱେବ୍‌ସାଇଟ୍‌ jw.orgରେ ଥିବା ସେହି ଲେଖାଗୁଡ଼ିକୁ ବ୍ୟବହାର କରିପାରିବେ, ଯେଉଁଗୁଡ଼ିକ ବିଶେଷତଃ ପିଲାମାନଙ୍କ ଏବଂ କିଶୋର କିଶୋରୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଯଦି ଆପଣଙ୍କ ପିଲା ସ୍କୁଲରେ କୌଣସି ସମସ୍ୟାର ସାମନା କରୁଛି, ତେବେ ଆପଣ ଚର୍ଚ୍ଚା କରିପାରିବେ ଯେ ସମସ୍ୟାଟିକୁ କିପରି ସମାଧାନ କରାଯାଇପାରିବ । ହୁଏତ JW ପ୍ରସାରଣରେ (tv.jw.org) ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମ ଦେଖିପାରିବେ ଏବଂ ପରେ ତାʼ ବିଷୟରେ ଆଲୋଚନା କରିପାରିବେ । ଯଦି ଆପଣ ଚାହିଁବେ, ଉପାସନା ସମୟରେ ଆସନ୍ତା ସଭାଗୁଡ଼ିକର ଗୀତ ଅଭ୍ୟାସ କରିପାରିବେ ଏବଂ ଶେଷରେ ଚାʼ ଜଳଖିଆର ମଜା ମଧ୍ୟ ନେଇପାରିବେ ।

ପ୍ରତି ସପ୍ତାହରେ ପରିବାରର ସମସ୍ତେ ମିଶି ଯିହୋବାଙ୍କ ଉପାସନା କରିବା କେତେ ଖୁସିର ବିଷୟ ଅଟେ ! ଏହାଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟକୁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାରେ ଖୁସି ମିଳିବ ଏବଂ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଭରପୂର ଆଶିଷ ଦେବେ ।—ଗୀତସଂହିତା ୧:୧-୩.

  • ପାରିବାରିକ ଉପାସନା ପାଇଁ ଆମେ କିଛି ସମୟ ଅଲଗା କାହିଁକି ରଖୁ ?

  • ଏହାକୁ ମଜାଦାର୍‌ କରିବା ପାଇଁ ବାପା ମାʼ କʼଣ କରିପାରିବେ ?

ଅଧିକ ଜାଣନ୍ତୁ

ମଣ୍ଡଳୀରେ ଅନ୍ୟମାନଙ୍କୁ ପଚାରନ୍ତୁ ଯେ ପାରିବାରିକ ଉପାସନାରେ ସେମାନେ କʼଣ କରନ୍ତି । ଏହା ସହିତ, ରାଜ୍ୟଘରେ କେଉଁ ପ୍ରକାଶନଗୁଡ଼ିକ ଉପଲବ୍ଧ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ