ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୩
  • ଅଗ୍ରଦୂତ ସେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଗ୍ରଦୂତ ସେବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୩
ଜଣେ ଯୁବା ଭଉଣୀ, ତାଙ୍କ ବାପାମାଆ ଏବଂ ଜେଜେ ମା ସାଙ୍ଗରେ ନିଜ ନିଜ କାର୍ଯ୍ୟସୂଚୀ ବିଷୟରେ ଚର୍ଚ୍ଚା କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ ଅଗ୍ରଦୂତ ସେବା କରନ୍ତୁ

ଅଗ୍ରଦୂତ ସେବା

ଏହି ଦୁନିଆର ବିନାଶ ବହୁତ ପାଖେଇ ଆସିଛି । ତେଣୁ ଯଦି ଆମେ ଯିହୋବାଙ୍କ ସେବା କରିବା ପାଇଁ କିଛି ଲକ୍ଷ୍ୟ ରଖିବା, ତେବେ ଆମେ ନିଜ ଶକ୍ତି ଓ ସମୟର ସଠିକ୍‌ ବ୍ୟବହାର କରୁଥିବା । (୧କରି ୯:୨୬; ଏଫି ୫:୧୫, ୧୬) କʼଣ ଆପଣ ନିଜ ପାରିବାରିକ ଉପାସନାରେ ଆସନ୍ତା ସେବା ବର୍ଷ ପାଇଁ କିଛି ଲକ୍ଷ୍ୟ ରଖିପାରିବେ ? ଏହି ସଭା ପୁସ୍ତିକାର ଲେଖାଗୁଡ଼ିକରେ ଏପରି ଅନେକ ଲକ୍ଷ୍ୟଗୁଡ଼ିକ ବିଷୟରେ ଦିଆଯାଇଛି । ଆପଣ ଏବିଷୟରେ ଗଭୀର ଭାବେ ଚିନ୍ତା କରିପାରିବେ ଏବଂ ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ ।—ଯାକୁ ୧:୫.

କʼଣ ଆପଣଙ୍କ ପରିବାରର ଅତି କମ୍‌ରେ ଜଣେ ସଦସ୍ୟ ଅଗ୍ରଦୂତ ସେବା କରିପାରିବେ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସହଯୋଗ କରିପାରିବେ ? ଯଦି ଆପଣଙ୍କୁ ଲାଗେ ଯେ ଆପଣ ଅଗ୍ରଦୂତ ସେବା ପାଇଁ ଥିବା ନିର୍ଦ୍ଧାରିତ ଘଣ୍ଟା ପୂରା କରିପାରିବେ ନାହିଁ, ତେବେ ଆପଣ କʼଣ କରିପାରିବେ ? ଏପରି ଭାଇ କିମ୍ବା ଭଉଣୀଙ୍କ ସହ କଥା ହୁଅନ୍ତୁ ଯେଉଁମାନଙ୍କ ପରିସ୍ଥିତି ଆପଣଙ୍କ ଭଳି ଅଛି, ତଥାପି ସେମାନେ ଅଗ୍ରଦୂତ ସେବା କରୁଛନ୍ତି । (ହିତୋ ୧୫:୨୨) ଆପଣ ଚାହିଁଲେ ଆପଣଙ୍କ ପାରିବାରିକ ଉପାସନାରେ କେହି ଜଣେ ଅଗ୍ରଦୂତ ଭାଇ କିମ୍ବା ଭଉଣୀଙ୍କୁ ଡାକି କିଛି ପ୍ରଶ୍ନ ପଚାରିପାରିବେ । ତାʼପରେ ଭାବନ୍ତୁ ଯେ ଆପଣ କେବେ କେବେ ପ୍ରଚାର କରିପାରିବେ ଏବଂ ତାହା ଲେଖି ରଖନ୍ତୁ । ଯଦି ଆପଣ ପୂର୍ବେ ଅଗ୍ରଦୂତ ସେବା କରୁଥିଲେ, ତେବେ ଭାବନ୍ତୁ ଯେ କʼଣ ଏବେ ଆପଣ ପୁଣିଥରେ ଅଗ୍ରଦୂତ ସେବା କରିପାରିବେ ।

କʼଣ ଆପଣଙ୍କ ପରିବାରରୁ କିଛି ଲୋକ ଏକ ମାସ କିମ୍ବା ତାʼଠାରୁ ଅଧିକ ମାସ ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ? ଯଦି ଆପଣ ଶୀଘ୍ର ଥକି ଯାଆନ୍ତି, ତେବେ ଆପଣ ପ୍ରତିଦିନ କିଛି ସମୟ ପ୍ରଚାର କରି ସହଯୋଗୀ ଅଗ୍ରଦୂତ ସେବା କରିପାରିବେ । କʼଣ ଆପଣ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାମ କରନ୍ତି କିମ୍ବା ସ୍କୁଲ ଯାଆନ୍ତି ? ଯଦି ହଁ, ତେବେ ଆପଣ ଏପରି ମାସଗୁଡ଼ିକରେ ସହଯୋଗୀ ଅଗ୍ରଦୂତ ସେବା କରିପାରିବେ ଯେଉଁ ମାସଗୁଡ଼ିକରେ ଅଧିକ ଛୁଟି ରହିଛି କିମ୍ବା ପାଞ୍ଚଟି ଶନିବାର ଓ ରବିବାର ରହିଛି । ଆପଣଙ୍କ ପରିବାର ମିଶି କ୍ୟାଲେଣ୍ଡରରେ ଲେଖିପାରିବେ ଯେ ସମସ୍ତେ କେଉଁ କେଉଁ ମାସରେ ସହଯୋଗୀ ଅଗ୍ରଦୂତ ସେବା କରିବାକୁ ଚାହାନ୍ତି ଏବଂ ସେହି ମାସରେ କେବେ କେବେ ପ୍ରଚାର କରିବେ ।—ହିତୋ ୨୧:୫.

ସାହସୀ ଅଗ୍ରଦୂତ ହୁଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯିହୋବା କିପରି ଭଉଣୀ ଓମେନ୍‌ଡର ଯତ୍ନ ନେଲେ ? ଏଥିରୁ ଆମେ କʼଣ ଶିଖିପାରିବା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ