ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp21 ସଂ ୨ ପୃଷ୍ଠା ୪-୬
  • କʼଣ ପୃଥିବୀ ବିନାଶ ହୋଇଯିବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ପୃଥିବୀ ବିନାଶ ହୋଇଯିବ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କାହାର ବିନାଶ ହେବ ନାହିଁ ?
  • କʼଣ ଶେଷ ହେବ ?
  • ସରକାରଗୁଡ଼ିକର ବିନାଶ—ସମସ୍ୟାଗୁଡ଼ିକର ସମାଧାନ
  • ଏହି ଜଗତ କʼଣ ତିଷ୍ଠିବ ?
    ଏହି ଜଗତ କʼଣ ତିଷ୍ଠିବ ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
wp21 ସଂ ୨ ପୃଷ୍ଠା ୪-୬
ଗୋଟିଏ ପରିବାର ବାହାରେ ବସି ଖାଉଛନ୍ତି ଏବଂ ସମସ୍ତେ ବହୁତ ଖୁସି ଅଛନ୍ତି । ବାପା କିଛି ରୋଷେଇ କରିଛନ୍ତି ଏବଂ ସେ ତାହା ଟେବୁଲରେ ରଖୁଛନ୍ତି ।

କʼଣ ପୃଥିବୀ ବିନାଶ ହୋଇଯିବ ?

ହୁଏତ ଆପଣ କିଛି ଲୋକଙ୍କୁ ଏହା କହୁଥିବାର ଶୁଣିଥିବେ ଯେ ଏହି ପୃଥିବୀ ବିନାଶ ହୋଇଯିବ । ପବିତ୍ର ଶାସ୍ତ୍ରରେ ଈଶ୍ୱର ମଧ୍ୟ ଲେଖାଇଛନ୍ତି ପୃଥିବୀ ବିନାଶ ହେବ । (୧ ଯୋହନ ୨:୧୭) କʼଣ ସେତେବେଳେ କେହି ରକ୍ଷା ପାଇବେ ? କʼଣ ପୃଥିବୀ ସତରେ ବିନାଶ ହୋଇଯିବ ?

ପବିତ୍ର ଶାସ୍ତ୍ରରେ ଲେଖାଅଛି ସବୁ ଲୋକ ଓ ପୃଥିବୀର ବିନାଶ ହେବ ନାହିଁ ।

କାହାର ବିନାଶ ହେବ ନାହିଁ ?

ପୃଥିବୀର ସବୁ ଲୋକମାନଙ୍କର ବିନାଶ ହେବ ନାହିଁ

ପବିତ୍ର ଶାସ୍ତ୍ରରେ ଲେଖାଅଛି: “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଗୀତସଂହିତା ୩୭:୨୯.

ଏକ ହ୍ରଦ ଯାହାର ଚାରିଆଡ଼େ ପାହାଡ଼ ଓ ସବୁଜ ଗଛଲତାଗୁଡ଼ିକ ଅଛି ।

ପୃଥିବୀର ବିନାଶ ହେବ ନାହିଁ

ପବିତ୍ର ଶାସ୍ତ୍ରରେ ଲେଖାଅଛି: “ଜଣେ ମଣିଷର ମୃତ୍ୟୁ ହେଲେ ଅନ୍ୟ ଜଣଙ୍କର ଜନ୍ମ ହୁଏ କିନ୍ତୁ ପୃଥିବୀ ସଦାକାଳ ଥାଏ ।”—ଉପଦେଶକ ୧:୪, NWT.

ଶାସ୍ତ୍ରରେ ଲେଖାଥିବା କଥାର ଅର୍ଥ କʼଣ ? ତାʼର ଅର୍ଥ ହେଉଛି ଏହି ପୃଥିବୀରେ ଲୋକମାନେ ସବୁଦିନ ପାଇଁ ରହିବେ ଏବଂ ପୃଥିବୀ ବିନାଶ ହେବ ନାହିଁ । ତାହେଲେ ପୃଥିବୀର ବିନାଶର ଅର୍ଥ କʼଣ ?

ଧ୍ୟାନ ଦିଅନ୍ତୁ: ପବିତ୍ର ଶାସ୍ତ୍ରରେ ଲେଖାଅଛି ଆଜିଠାରୁ କିଛି ହଜାର ବର୍ଷ ପୂର୍ବେ ପୃଥିବୀରେ ଦୁଷ୍ଟତା ବହୁତ ବଢ଼ିଯାଇଥିଲା । ଲୋକମାନେ ବହୁତ ଦୁଷ୍ଟ କାମ କରୁଥିଲେ ଏବଂ “ଚାରିଆଡ଼େ ହଣାକଟା ଚାଲିଥିଲା ।” (ଆଦି ପୁସ୍ତକ ୬:୧୩, NWT.) ତେଣୁ ଈଶ୍ୱର ‘ଜଗତକୁ ପ୍ଳାବିତ କରି ବିନଷ୍ଟ କଲେ ।’ (୨ ପିତର ୩:୬) ସେତେବେଳେ ଈଶ୍ୱର ପୃଥିବୀକୁ ନୁହେଁ ବରଂ ସବୁ ଖରାପ ଲୋକଙ୍କୁ ବିନାଶ କଲେ । ସେସମୟରେ ନୋହ ନାମକ ଜଣେ ଭଲ ଲୋକ ଥିଲେ । ସେ ଈଶ୍ୱରଙ୍କ ସବୁ କଥା ମାନୁଥିଲେ ତେଣୁ ଈଶ୍ୱର ତାଙ୍କୁ ଓ ତାଙ୍କ ପରିବାରକୁ ଜଳପ୍ରଳୟରୁ ରକ୍ଷା କଲେ । ବାଇବଲରେ ଲେଖାଅଛି ଭବିଷ୍ୟତରେ ମଧ୍ୟ ଯେତେବେଳେ ଈଶ୍ୱର ପୃଥିବୀକୁ ବିନାଶ କରିବେ, ସେତେବେଳେ ପୃଥିବୀକୁ ନୁହେଁ ବରଂ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିବେ । ସେତେବେଳେ କେବଳ ଦୁଷ୍ଟ ଲୋକମାନଙ୍କୁ ଏବଂ ସେମାନଙ୍କ ଦୁଷ୍ଟ କାମକୁ ବିନାଶ କରିବେ ।

କʼଣ ଶେଷ ହେବ ?

ସମସ୍ୟା ଏବଂ ଦୁଷ୍ଟତା ଶେଷ ହୋଇଯିବ

ପବିତ୍ର ଶାସ୍ତ୍ରରେ ଲେଖାଅଛି: “ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ । ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣ ଆପଣାକୁ ଆନନ୍ଦିତ କରିବେ ।”—ଗୀତସଂହିତା ୩୭:୧୦, ୧୧.

ଚିତ୍ରସମୂହ: ୧. ଡକାୟତମାନେ ମୁହଁରେ କପଡ଼ା ବାନ୍ଧିଛନ୍ତି ଏବଂ ଗୋଟିଏ ଦୋକାନରୁ ଜିନିଷ ଚୋରି କରି ପଳାଉଛନ୍ତି । ୨. ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ପଇସା ଥିବା ସୁଟକେସ୍‌ ଦେଖାଉଛି ଏବଂ ସେ କହୁଛି ତମେ ଚାହିଁଲେ ଏହା ନେଇପାର ।

ଶାସ୍ତ୍ରରେ ଲେଖାଥିବା କଥାର ଅର୍ଥ କʼଣ ? ଈଶ୍ୱର ସବୁ ଦୁଷ୍ଟତାକୁ ଶେଷ କରିଦେବେ । ନୋହଙ୍କ ସମୟରେ ଈଶ୍ୱର ଜଳପ୍ରଳୟ ଦ୍ୱାରା ଦୁଷ୍ଟଲୋକମାନଙ୍କୁ ବିନାଶ କରିଦେଇଥିଲେ । ତାʼପରେ ଲୋକମାନେ ପୁଣି ଦୁଷ୍ଟ କାମ କରିବାକୁ ଲାଗିଲେ । କିନ୍ତୁ ଖୁବ୍‌ ଶୀଘ୍ର ଈଶ୍ୱର ଦୁଷ୍ଟତାକୁ ସବୁଦିନ ପାଇଁ ଶେଷ କରିଦେବେ । ସେତେବେଳେ ଦୁଷ୍ଟଲୋକମାନେ ଆଉ ନ ଥିବେ । ସେସମୟରେ କେବଳ ସେହି ଲୋକମାନେ ରହିବେ ଯେଉଁମାନେ ଈଶ୍ୱରଙ୍କ କଥା ମାନିବେ । ବାଇବଲରେ ଲେଖାଅଛି ସେସମୟରେ କେବଳ ଗୋଟିଏ ହିଁ ସରକାର ରହିବ ଅର୍ଥାତ୍‌ ଈଶ୍ୱରଙ୍କ ସରକାର । ତାହା ସ୍ୱର୍ଗରୁ ପୃଥିବୀରେ ଶାସନ କରିବ ।

ଧ୍ୟାନ ଦିଅନ୍ତୁ: କʼଣ ପୃଥିବୀର ନେତାମାନେ ଈଶ୍ୱରଙ୍କ ସରକାରକୁ ସହଯୋଗ କରିବେ ? ନା, ବାଇବଲରେ ଲେଖାଅଛି ସେମାନେ ତାର ବିରୋଧ କରିବେ । (ଗୀତସଂହିତା ୨:୨) ଈଶ୍ୱରଙ୍କ ସରକାର ସେମାନଙ୍କୁ ବିନାଶ କରିଦେବ ଏବଂ ‘ସେ ଚିରସ୍ଥାୟୀ ହେବ’ । (ଦାନିୟେଲ ୨:୪୪) କିନ୍ତୁ ଈଶ୍ୱର ସବୁ ସରକାରଗୁଡ଼ିକୁ କାହିଁକି ବିନାଶ କରିବେ ?

ସରକାରଗୁଡ଼ିକର ବିନାଶ—ସମସ୍ୟାଗୁଡ଼ିକର ସମାଧାନ

ପବିତ୍ର ଶାସ୍ତ୍ରରେ ଲେଖାଅଛି: ‘ନିଜ ପାଦଗତି ସ୍ଥିର କରିବାର ମନୁଷ୍ୟର ସାଧ୍ୟ ନୁହେଁ ।’—ଯିରିମୀୟ ୧୦:୨୩.

ଗୋଟିଏ କାନ୍ଥରେ ରାଜନୈତିକ ପାର୍ଟିଗୁଡ଼ିକର ପୋଷ୍ଟର ଲଗାଯାଇଛି ଏବଂ ସେହି ରାସ୍ତାରେ ଲୋକେ ଯିବା ଆସିବା କରୁଛନ୍ତି ।

ଶାସ୍ତ୍ରରେ ଲେଖାଥିବା କଥାର ଅର୍ଥ କʼଣ ? ମଣିଷକୁ ଏପରି ସୃଷ୍ଟି କରାଯାଇ ନାହିଁ ଯେ ସେ ଅନ୍ୟ ମଣିଷମାନଙ୍କ ଉପରେ ଶାସନ କରିବ । ତେଣୁ ସେମାନଙ୍କ ସରକାର ଲୋକମାନଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିପାରେ ନାହିଁ ।

ଧ୍ୟାନ ଦିଅନ୍ତୁ: ଗୋଟିଏ ପ୍ରସିଦ୍ଧ ୱେବସାଇଟ୍‌ରେ ଲେଖାଅଛି ଯେ ଆଜି ପର୍ଯ୍ୟନ୍ତ ଅନେକ ସରକାର ଆସିଲେ କିନ୍ତୁ ସେମଧ୍ୟରୁ କେହି ମଧ୍ୟ ଦରିଦ୍ରତା, ଖାଇବା ଅଭାବ, ରୋଗ, ଯୁଦ୍ଧ, ହଣାକଟା, ବନ୍ୟା ଓ ଭୂମିକମ୍ପ ଭଳି ସମସ୍ୟାଗୁଡ଼ିକୁ ଶେଷ କରିପାରିଲେ ନାହିଁ । ଏହି ୱେବସାଇଟ୍‌ରେ ଏହା ମଧ୍ୟ ଲେଖାଅଛି ଯେ “କିଛି ଲୋକ କହନ୍ତି ଯଦି ସବୁ ସରକାରଗୁଡ଼ିକ ମିଶି କାମ କରିବେ, ତେବେ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିପାରିବେ ।” କିନ୍ତୁ ଏହା ସତ ଯେ ଯଦି ବି ସବୁ ସରକାରଗୁଡ଼ିକ ମିଶି କାମ କରିବେ, ତେବେ ମଧ୍ୟ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିପାରିବେ ନାହିଁ, କାରଣ ଏହି ସରକାରଗୁଡ଼ିକର ଶାସକ ମଣିଷ ହିଁ ଅଟେ । କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଏହି ସବୁ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ । ଏହା ମଣିଷ ହାତରେ ନାହିଁ ।

ଯେପରି ଆମେ ଦେଖିଲୁ ପୃଥିବୀର ବିନାଶର ଅର୍ଥ ଦୁଷ୍ଟଲୋକ ଏବଂ ସେମାନଙ୍କ ଦୁଷ୍ଟ କାମର ବିନାଶ । ତେଣୁ ଆମେ ପୃଥିବୀର ବିନାଶ ବିଷୟରେ ଭାବି ଡରିବା ଉଚିତ୍‌ ନୁହେଁ ବରଂ ଏହା ଭାବି ଖୁସି ହେବା ଯେ ପୃଥିବୀର ପରିସ୍ଥିତି ଖୁବ୍‌ ଶୀଘ୍ର ଭଲ ହୋଇଯିବ । ଈଶ୍ୱର ଏହି ପୃଥିବୀର ପରିସ୍ଥିତିକୁ ସୁନ୍ଦର ଓ ବଢ଼ିଆ କରିଦେବେ ।

ଏସବୁ କେବେ ହେବ ? ପରବର୍ତ୍ତୀ ଲେଖାରେ ଏବିଷୟରେ କୁହାଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ