ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp21 ସଂ ୨ ପୃଷ୍ଠା ୧୦-୧୨
  • ନୂଆ ଦୁନିଆରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନୂଆ ଦୁନିଆରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବିନାଶରୁ ରକ୍ଷା ପାଇବା ପାଇଁ ‘ଈଶ୍ୱରଙ୍କୁ ଜାଣନ୍ତୁ’
  • ପ୍ରତିଦିନ ପବିତ୍ର ଶାସ୍ତ୍ର ବାଇବଲ ପଢ଼ନ୍ତୁ
  • ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
  • ଆମେ ସବୁଦିନ ଯାଏ ବଞ୍ଚିପାରିବା !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଖୁବ୍‌ ଶୀଘ୍ର ପୃଥିବୀ ନୂଆ ହୋଇଯିବ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
    ବାଇବଲ ଆମକୁ କʼଣ ଶିଖାଏ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
wp21 ସଂ ୨ ପୃଷ୍ଠା ୧୦-୧୨

ନୂଆ ଦୁନିଆରେ ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଏବେ ଯାଏ ଦେଖିଲୁ ଯେ ଈଶ୍ୱର ଖୁବ୍‌ ଶୀଘ୍ର ଦୁଷ୍ଟ ଲୋକମାନଙ୍କୁ ଓ ଏହି ପୃଥିବୀରେ ହେଉଥିବା ଦୁଷ୍ଟ କାମଗୁଡ଼ିକୁ ଶେଷ କରିଦେବେ । ଆମେ ପୂରା ଭରସା ରଖିପାରିବା ଯେ ସେ ଏପରି ନିଶ୍ଚୟ କରିବେ, କାରଣ ସେ ପ୍ରତିଜ୍ଞା କରିଛନ୍ତି:

‘ଏହି ଜଗତ ଲୋପ ପାଉଅଛି ।’—୧ ଯୋହନ ୨:୧୭, ନ୍ୟୁ ଇଣ୍ଡିଆ ବାଇବଲ ଭର୍ସନ ।

କିନ୍ତୁ ଯେତେବେଳେ ଈଶ୍ୱର ଏହି ପୃଥିବୀକୁ ବିନାଶ କରିବେ, ସେତେବେଳେ କିଛି ଲୋକ ନିଶ୍ଚୟ ରକ୍ଷା ପାଇବେ । କାରଣ ସେ ଏହା ବି କହିଛନ୍ତି:

‘ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ସବୁଦିନ ଜୀବିତ ରହିବ ।’

ତାʼଅର୍ଥ ହେଉଛି, ଯଦି ଆମେ ବିନାଶରୁ ରକ୍ଷା ପାଇବାକୁ ଚାହୁଁ ତେବେ ଆମକୁ ଈଶ୍ୱରଙ୍କ ଇଚ୍ଛା ପୂରା କରିବାକୁ ହେବ । କିନ୍ତୁ ଈଶ୍ୱରଙ୍କ ଇଚ୍ଛା କʼଣ ? ତାହା ଜାଣିବା ପାଇଁ ପ୍ରଥମେ ଆମକୁ ତାଙ୍କୁ ଜାଣିବାକୁ ହେବ ।

ବିନାଶରୁ ରକ୍ଷା ପାଇବା ପାଇଁ ‘ଈଶ୍ୱରଙ୍କୁ ଜାଣନ୍ତୁ’

ଚିତ୍ରସମୂହ: ୧. ଜଣେ ନର୍ସ ବହୁତ ଥକି ଯାଇଛନ୍ତି ଏବଂ ଚିନ୍ତାରେ ଅଛନ୍ତି । ସେ ଡାକ୍ତରଖାନାରେ ତଳେ ବସିଛନ୍ତି । ୨. ସେ କ୍ୟାନଟିନରେ ବସିଛନ୍ତି ଏବଂ ଦେଖନ୍ତି ଯେ ଆଉ ଜଣେ ନର୍ସ ଖୁସିରେ ପତ୍ରିକା ପଢ଼ୁଛନ୍ତି । ୩. ତାଙ୍କ ସାଙ୍ଗରେ କାମ କରୁଥିବା ନର୍ସ ତାଙ୍କୁ JW.ORG ସମ୍ପର୍କ କାର୍ଡ଼ ଦିଅନ୍ତି ଏବଂ ତାଙ୍କୁ ବାଇବଲୁ କିଛି ପଦ ପଢ଼ି ଶୁଣାଉଛନ୍ତି ।

ଯୀଶୁ କହିଥିଲେ, “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଜାଣିବା ଅନନ୍ତ ଜୀବନ ଅଟେ ।” (ଯୋହନ ୧୭:୩) ଯଦି ଆମେ ବିନାଶରୁ ରକ୍ଷା ପାଇବାକୁ ଚାହୁଁ ଏବଂ ଏପରି ଜୀବନ ଚାହୁଁ ଯାହା କେବେ ଶେଷ ହେବ ନାହିଁ, ତେବେ ଆମକୁ ଈଶ୍ୱରଙ୍କୁ ଭଲ ଭାବେ ଜାଣିବାକୁ ହେବ । କିଛି ଲୋକ ବିଶ୍ୱାସ କରନ୍ତି ଯେ ଈଶ୍ୱର ଅଛନ୍ତି ଏବଂ ସେମାନେ ତାଙ୍କ ବିଷୟରେ କିଛି ଜାଣିଥାʼନ୍ତି । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଆମକୁ ଈଶ୍ୱରଙ୍କ ସହ ଭଲ ସମ୍ପର୍କ ଗଢ଼ିବାକୁ ହେବ, ଯେପରି ଆମେ ନିଜ ସାଙ୍ଗ ସହ କରିଥାଉ । କାହାରି ସହ ସାଙ୍ଗ ହେବା ପାଇଁ ଆମେ ସମୟ ବାହାର କରିଥାଉ, ଯାହାଫଳରେ ଆମେ ତାଙ୍କୁ ଭଲ ଭାବେ ଜାଣିଥାଉ । ଏପରି କଲେ ତାଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୋଇଥାଏ । ସେହିପରି ଈଶ୍ୱରଙ୍କ ସହ ମଜବୁତ୍‌ ସମ୍ପର୍କ ଗଢ଼ିବା ପାଇଁ ଆମକୁ ସମୟ ବାହାର କରିବାକୁ ପଡ଼ିବ । ଆସନ୍ତୁ ଆମେ ଈଶ୍ୱରଙ୍କ ବିଷୟରେ ବାଇବଲରୁ ଜାଣିବା ।

ପବିତ୍ର ଶାସ୍ତ୍ରରେ ଈଶ୍ୱରଙ୍କ ବିଷୟରେ କʼଣ ଲେଖାଅଛି ?

ସେହି ନର୍ସ ଘରେ JW.ORG ୱେବସାଇଟ୍‌ ଦେଖୁଛନ୍ତି ।

ଈଶ୍ୱର ମଣିଷକୁ ଖୁସିରେ ରହିବା ପାଇଁ ସୃଷ୍ଟି କରିଥିଲେ ।

ଯେତେବେଳେ ଈଶ୍ୱର ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ, ସେ ସେମାନଙ୍କୁ ଏକ ସୁନ୍ଦର ବଗିଚାରେ ରଖିଲେ । ସେମାନଙ୍କ ନାମ ଥିଲା ଆଦମ ଓ ହବା । ସେମାନଙ୍କ ପାଖରେ ସବୁକିଛି ଥିଲା ଏବଂ କୌଣସି ଜିନିଷର ଅଭାବ ନ ଥିଲା । ସେମାନଙ୍କୁ କେବେ ଦୁଃଖ ସହିବାକୁ ପଡ଼ି ନ ଥାʼନ୍ତା ଏବଂ ସେମାନେ ରୋଗରେ ମଧ୍ୟ ପଡ଼ି ନ ଥାʼନ୍ତେ । ଈଶ୍ୱର ସେମାନଙ୍କୁ କହିଲେ ଯଦି ସେମାନେ ତାଙ୍କ ଆଜ୍ଞା ମାନିବେ, ତେବେ ସେମାନେ କେବେ ବି ମରିବେ ନାହିଁ ବରଂ ସେମାନେ ସବୁଦିନ ପାଇଁ ଜୀବିତ ରହିବେ । କିନ୍ତୁ ଦୁଃଖର କଥା ସେମାନେ ତାଙ୍କ ଆଜ୍ଞା ମାନିଲେ ନାହିଁ ।

ଆମକୁ ଦୁଃଖ କାହିଁକି ସହିବାକୁ ପଡ଼େ ?

ଯଦି ଆଦମ ଈଶ୍ୱରଙ୍କ ଆଜ୍ଞା ମାନିଥାʼନ୍ତା, ତେବେ ସେ ଓ ତାʼର ପିଲାମାନେ ସବୁଦିନ ପାଇଁ ଏହି ପୃଥିବୀରେ ବଞ୍ଚିପାରିଥାʼନ୍ତେ । କିନ୍ତୁ ସେ ଆଜ୍ଞା ମାନିଲା ନାହିଁ ଏବଂ ଏହି ସୁଯୋଗକୁ ହରାଇ ଦେଲା । ତେଣୁ ତାକୁ ଦୁଃଖ ସହିବାକୁ ପଡ଼ିଲା ଏବଂ ଆଗକୁ ଯାଇ ତାʼର ମୃତ୍ୟୁ ବି ହେଲା । ଶାସ୍ତ୍ରରେ ଲେଖାଅଛି, “ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା ।” (ରୋମୀୟ ୫:୧୨) ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେପରି କୌଣସି ରୋଗ ବାପାମାଆଙ୍କଠାରେ ଥିଲେ, ବେଳେ ବେଳେ ତାହା ପିଲାଙ୍କୁ ମଧ୍ୟ ହୋଇଥାଏ । ସେହିପରି ଆଦମ ଓ ହବାର ପାପର ପରିଣାମ ସେମାନଙ୍କୁ ଯାହା ମିଳିଲା, ତାହା ସେମାନଙ୍କ ପିଲାମାନଙ୍କୁ ବି ମିଳିଲା ଅର୍ଥାତ୍‌ ଆମମାନଙ୍କୁ । ତେଣୁ ଆମ ଉପରେ ଦୁଃଖ ଆସେ, ଆମେ ବୃଦ୍ଧବୃଦ୍ଧା ହେଉ ଏବଂ ଆମର ମୃତ୍ୟୁ ହୁଏ ।

ଈଶ୍ୱର ଆମକୁ ବହୁତ ପ୍ରେମ କରନ୍ତି ।

ପବିତ୍ର ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” (ଯୋହନ ୩:୧୬) ଈଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ଆମ ପାଇଁ ଜୀବନ ଦେବାକୁ ଏହି ପୃଥିବୀକୁ ପଠାଇଲେ । ଏବିଷୟରେ ଭାରତରେ ରହୁଥିବା ଛୟାଅଶି ବର୍ଷର ପ୍ରଭାକର କହନ୍ତି, “ଯିହୋବାa ଈଶ୍ୱର ମୋ ପାଇଁ ନିଜ ପୁଅକୁ ଦେଇ ଦେଲେ । ସତରେ ସେ ମୋତେ ବହୁତ ପ୍ରେମ କରନ୍ତି । ତାଙ୍କ ତ୍ୟାଗ ଯୋଗୁଁ ମୋତେ ଆଶା ମିଳେ ଯେ ମୁଁ ସବୁଦିନ ପାଇଁ ବଞ୍ଚିପାରିବି ।”

ଆମେ ଈଶ୍ୱରଙ୍କୁ କିପରି ଧନ୍ୟବାଦ ଦେଇପାରିବା ?

ଈଶ୍ୱର ଆମ ପାଇଁ ଯାହା କଲେ, ଆମେ ନିଶ୍ଚୟ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁ । ଆମେ କିପରି ଦେଖାଇପାରିବା ଯେ ଆମେ ତାଙ୍କ କୃତଜ୍ଞ ? ‘ତାହାଙ୍କ ଆଜ୍ଞା ପାଳନ କରିବା ଦ୍ୱାରା ।’ (୧ ଯୋହନ ୨:୩) ତାଙ୍କ ଆଜ୍ଞା ପାଳନ କଲେ, ଆମର ହିଁ ଲାଭ ହେବ । କାରଣ ସେ ଆମକୁ ପ୍ରେମ କରନ୍ତି, ସେ ଚାହାନ୍ତି ନାହିଁ ଯେ ଆମେ ଦୁଃଖ ସହୁ । (ଯିଶାଇୟ ୪୮:୧୭, ୧୮) ସେ ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ତାଙ୍କ ଆଜ୍ଞା ପାଳନ କରିବା, ତେବେ ଆମେ ଖୁସିରେ ରହିପାରିବା ଏବଂ ଆଗକୁ ଯାଇ ଆମକୁ ଅନନ୍ତ ଜୀବନ ମିଳିବ ।

ପ୍ରତିଦିନ ପବିତ୍ର ଶାସ୍ତ୍ର ବାଇବଲ ପଢ଼ନ୍ତୁ

ଦ୍ୱିପହରର ଖାଦ୍ୟ ଖାଇଲା ପରେ ସେହି ନର୍ସ ବ୍ରେକ ସମୟରେ ବାଇବଲ ପଢ଼ିଲେ ଏବଂ ଏବେ ସେ ଉପର ଆଡ଼କୁ ଚାହୁଁଛନ୍ତି ।

ଯଦି ଆପଣ ଈଶ୍ୱରଙ୍କୁ ସାହାଯ୍ୟ ମାଗିବେ ଏବଂ ତାଙ୍କ ଆଜ୍ଞା ମାନିବେ, ତେବେ ସେ ଆପଣଙ୍କୁ ପୃଥିବୀର ବିନାଶରୁ ରକ୍ଷା କରିବେ

ଆମେ ଜୀବିତ ରହିବା ପାଇଁ ପ୍ରତିଦିନ ଖାଦ୍ୟ ଖାଉ । ଧ୍ୟାନ ଦିଅନ୍ତୁ ଯେ ଯୀଶୁ କʼଣ କହିଥିଲେ, “ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ ।”—ମାଥିଉ ୪:୪.

ଆମେ ବାଇବଲ ପଢ଼ିଲେ ଯିହୋବା ଈଶ୍ୱରଙ୍କ ବିଷୟରେ ଜାଣିପାରୁ । ବାଇବଲ ପଢ଼ିଲେ ଆମେ ଜାଣିପାରୁ ଯେ ଅତୀତରେ ଈଶ୍ୱର କʼଣ କରିଥିଲେ, ସେ ଆଜି କʼଣ କରୁଛନ୍ତି ଏବଂ ଭବିଷ୍ୟତରେ କʼଣ କରିବେ ।

ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

ହୁଏତ ଆପଣ ଈଶ୍ୱରଙ୍କ ଆଜ୍ଞା ମାନିବାକୁ ଚାହାନ୍ତି, କିନ୍ତୁ ଆପଣ ଏପରି କାମ କରୁଥିବେ ଯାହା ତାଙ୍କୁ ପସନ୍ଦ ନୁହେଁ । ଏପରି ପରିସ୍ଥିତିରେ ଆପଣ କʼଣ କରିବେ ? ଈଶ୍ୱରଙ୍କୁ ଭଲ ଭାବେ ଜାଣନ୍ତୁ । ଏଥିରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ ।

ଏସିଆରେ ରହୁଥିବା ଜଣେ ସ୍ତ୍ରୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଅନୈତିକ ଜୀବନ ଜୀଉଁଥିଲେ । ତାʼପରେ ସେ ବାଇବଲ ପଢ଼ିଲେ ଆଉ ସେ ଜାଣିଲେ ଯେ ଈଶ୍ୱର ଆଜ୍ଞା ଦେଇଛନ୍ତି, “ବ୍ୟଭିଚାରଠାରୁ ପଳାୟନ କର ।” (୧ କରିନ୍ଥୀୟ ୬:୧୮) ସେ ଈଶ୍ୱରଙ୍କୁ ପ୍ରାର୍ଥନାରେ ଖରାପ କାମ ଛାଡ଼ିବା ପାଇଁ ସାହାଯ୍ୟ ମାଗିଲେ । ତାʼପରେ ସେ ଈଶ୍ୱରଙ୍କ ସାହାଯ୍ୟରେ ଖରାପ କାମକୁ ଛାଡ଼ିପାରିଲେ । କିନ୍ତୁ ତାଙ୍କୁ ଏବେ ବି ଅନେକ ଥର ସଂଘର୍ଷ କରିବାକୁ ପଡ଼େ । ସେ କହନ୍ତି, “ଯେତେବେଳେ ବି ମୋ ମନରେ କୌଣସି ଖରାପ ଚିନ୍ତାଧାରା ଆସେ ମୁଁ ଯିହୋବାଙ୍କୁ ପ୍ରାର୍ଥନା କରେ । ଆଉ ତାଙ୍କୁ ସ୍ପଷ୍ଟଭାବେ କହେ ଯେ ମୋତେ କିପରି ଲାଗୁଛି । ମୁଁ ଜାଣିଛି ମୁଁ ନିଜ ବଳରେ ଏହି ଯୁଦ୍ଧ ଜିତିପାରିବି ନାହିଁ । ପ୍ରାର୍ଥନା କରିବାରୁ ଯିହୋବାଙ୍କ ସହ ମୋ ସମ୍ପର୍କ ଆହୁରି ମଜବୁତ୍‌ ହୋଇଛି ।” ଏହି ସ୍ତ୍ରୀଙ୍କ ଭଳି ଆଜି ଲକ୍ଷ ଲକ୍ଷ ଲୋକ ଯିହୋବାଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ଯିହୋବା ଈଶ୍ୱର ସେମାନଙ୍କୁ ସାହସ ଦେଉଛନ୍ତି ଯେ ସେମାନେ ନିଜଠାରେ ସୁଧାର କରିପାରିବେ ଏବଂ ତାଙ୍କ ଦୃଷ୍ଟିରେ ଯାହା ସଠିକ୍‌ ସେହି କାମ କରିପାରିବେ ।—ଫିଲିପ୍‌ପୀୟ ୪:୧୩.

ଯେତେବେଳେ ଆପଣ ଈଶ୍ୱରଙ୍କୁ ଭଲ ଭାବେ ଜାଣିବେ, ସେ ମଧ୍ୟ ଆପଣଙ୍କୁ ଜାଣିବେ । ଆଉ ଆପଣ ତାଙ୍କ ଭଲ ସାଙ୍ଗ ହୋଇଯିବେ । (ଗାଲାତୀୟ ୪:୯; ଗୀତସଂହିତା ୨୫:୧୪) ତାʼପରେ ଯେତେବେଳେ ନୂଆ ଦୁନିଆ ଆସିବ, ଆପଣ ବି ସେଠି ରହିପାରିବେ । କିନ୍ତୁ ସେହି ଦୁନିଆ କେମିତି ଥିବ ? ଆସନ୍ତୁ ପରବର୍ତ୍ତୀ ଲେଖାରେ ଦେଖିବା ।

a ବାଇବଲ ଅନୁସାରେ ଈଶ୍ୱରଙ୍କ ନାମ ଯିହୋବା ଅଟେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ