ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp25 ସଂ ୧ ପୃଷ୍ଠା ୩
  • ଯୁଦ୍ଧର ଭୟଙ୍କର ପ୍ରଭାବ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁଦ୍ଧର ଭୟଙ୍କର ପ୍ରଭାବ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସୈନିକ
  • ସାଧାରଣ ଲୋକ
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ ସତ୍ତ୍ୱେ ଶାନ୍ତି କିପରି ପାଇବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
wp25 ସଂ ୧ ପୃଷ୍ଠା ୩
ଚିତ୍ରଗୁଡ଼ିକ: ୧. ଗୋଟିଏ ଖଣ୍ଡିଆ ଫଟୋରେ ଜଣେ ସୈନିକର ଆଖି ଦେଖାଯାଉଛି । ୨. ଗୋଟିଏ ଖଣ୍ଡିଆ ଫଟୋରେ ଜଣେ ବୃଦ୍ଧାଙ୍କ ଆଖି ଦେଖାଯାଉଛି ।

ଯୁଦ୍ଧର ଭୟଙ୍କର ପ୍ରଭାବ

ଯୁଦ୍ଧ ଓ ଲଢ଼େଇଗୁଡ଼ିକ ଯୋଗୁଁ ଲୋକମାନଙ୍କ ଉପରେ ଅତି ଖରାପ ପ୍ରଭାବ ପଡ଼ିଥାଏ । ଏହା ସୈନିକମାନଙ୍କ ଓ ସାଧାରଣ ଲୋକମାନଙ୍କ ଜୀବନରେ ଗଭୀର ଆଘାତ ପହଞ୍ଚାଏ ।

ସୈନିକ

“ଆମେ ପ୍ରତିଦିନ ନିଜର ଚାରିଆଡ଼େ ଲୋକମାନଙ୍କୁ ଭୟଙ୍କର ଆଘାତ ଲାଗିବାର କିମ୍ବା ଲୋକମାନଙ୍କୁ ଜୀବନ ହରାଇବାର ଦେଖୁ । ଏଗୁଡ଼ିକୁ ଦେଖି ଆମକୁ ଏକଥାକୁ ନେଇ ଡର ଲାଗିରହେ ଯେ ଆମ ସହିତ ମଧ୍ୟ କେବେ ବି କିଛି ବି ହୋଇପାରେ ।”—ଗୈରି, ବ୍ରିଟେନ୍‌ ।

“ମୋ ଚେହେରାରେ ଓ ପିଠିରେ ଗୁଳି ବାଜିଥିଲା । ମୋ ଆଖି ସାମନାରେ ଅନେକ ଲୋକଙ୍କୁ, ଏପରିକି ପିଲାମାନଙ୍କୁ ଓ ବୟସ୍କମାନଙ୍କୁ ମଧ୍ୟ ମାରି ଦିଆଗଲା । ଯେବେ ଆପଣ ଏତେଗୁଡ଼ିଏ ଲୋକଙ୍କର ମୃତ୍ୟୁ ହେବାର ଦେଖନ୍ତି ଓ ସେମାନଙ୍କୁ ଯନ୍ତ୍ରଣା ସହିବାର ଦେଖନ୍ତି, ତେବେ ଆପଣଙ୍କ ହୃଦୟ କଠୋର ହୋଇଯାଏ ଏବଂ ଆପଣ କାହାରି କଷ୍ଟକୁ ଅନୁଭବ କରିପାରନ୍ତି ନାହିଁ ।”—ୱିଲମାର୍‌, କଲମ୍ବିଆ ।

“ଯେବେ ଆପଣଙ୍କ ସାମନାରେ କାହାରିକୁ ଗୁଳି କରି ମାରିଦିଆଯାଏ, ତେବେ ସେହି ଘଟଣା ଆପଣ କେବେ ଭୁଲିପାରନ୍ତି ନାହିଁ । ସେମାନଙ୍କର କାନ୍ଦ ଓ ସେମାନଙ୍କର ଯନ୍ତ୍ରଣାରେ ଚିତ୍କାର କରିବା ଆପଣଙ୍କ କାନରେ ସବୁବେଳେ ବାଜେ । ସେମାନଙ୍କର ଚେହେରା ବାରମ୍ବାର ଆପଣଙ୍କ ଆଖି ସାମନାରେ ଆସିଯାଏ ।”—ଜାଫିରା, ଆମେରିକା ।

ସାଧାରଣ ଲୋକ

“ଏମିତି ଲାଗୁଥିଲା ଯେମିତି ମୁଁ କେବେ ବି ଖୁସି ରହିପାରିବିନି । ମୁଁ କେବଳ ଡରି ଡରି ବଞ୍ଚୁଥିଲି । ମୋତେ ଡର ଲାଗୁଥିଲା ଯେ ମୁଁ କେବେ ବି ମୋ ଜୀବନ ହରାଇପାରେ । ସବୁଠୁ ଅଧିକ ମୋତେ ଏହି କଥା ପାଇଁ ଡର ଲାଗୁଥିଲା ଯେ ମୁଁ କେବେ ବି ନିଜ ପରିବାର ଲୋକ ଓ ସାଙ୍ଗମାନଙ୍କୁ ହରାଇପାରେ ।”—ଓଲିକସାନ୍ଦ୍ରା, ୟୁକ୍ରେନ୍‌ ।

“ଆମକୁ ରାତି ୨ଟାରୁ ଆରଦିନ ରାତି ୧୧ଟା ଯାଏଁ, ଅର୍ଥାତ୍‌ ୨୦ରୁ ବି ଅଧିକ ଘଣ୍ଟା ଧରି ଖାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇ ରହିବାକୁ ପଡ଼ୁଥିଲା । ଏହି ସମୟରେ ମଧ୍ୟ ଆମକୁ ଡର ଲାଗି ରହୁଥିଲା, କାରଣ ଆମ ଉପରେ କେବେ ବି ଗୁଳି ମାଡ଼ ହୋଇପାରନ୍ତା ।”—ଦଲେର୍‌, ତାଜିକିସ୍ତାନ ।

“ଯୁଦ୍ଧ ଯୋଗୁଁ ମୋ ବାପାମାଆଙ୍କ ମୃତ୍ୟୁ ହୋଇଗଲା । ଏବେ ମୋର ଦେଖାଶୁଣା କରିବା ପାଇଁ, ମୋତେ ପ୍ରେମ କରିବା ପାଇଁ ଏବଂ ମୋତେ ସାନ୍ତ୍ୱନା ଦେବା ପାଇଁ କେହି ବି ନ ଥିଲେ ।”—ମେରି, ରୁଆଣ୍ଡା ।

ଅବଶ୍ୟ ଏହି ଲୋକମାନେ ଯୁଦ୍ଧ ଯୋଗୁଁ ବହୁତ କିଛି ସହିଛନ୍ତି, ତଥାପି ଆଗକୁ ଯାଇ ସେମାନଙ୍କୁ ମନର ଶାନ୍ତି ମିଳିଲା । ଏଥିସହ, ସେମାନଙ୍କୁ ଭରସା ଅଛି ଯେ ଆଜି ଦୁନିଆରେ ଯେତେ ବି ଯୁଦ୍ଧ ଚାଲିଛି ଓ ହଣାକଟା ହେଉଛି, ସେହି ସବୁ ଖୁବ୍‌ ଶୀଘ୍ର ଶେଷ ହୋଇଯିବ । ତାହା କିପରି ? ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ପବିତ୍ର ଶାସ୍ତ୍ରରୁ ଏହାର ଉତ୍ତର ଦିଆଯିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ