ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୧୪
  • ଈଶ୍ୱରଙ୍କୁ ଭଲଭାବେ ଜାଣନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କୁ ଭଲଭାବେ ଜାଣନ୍ତୁ
  • ସଜାଗ ହୁଅ !—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ଗୋଟିଏ ନାମ ଅଛି
  • ଯିହୋବା ଈଶ୍ୱର ଆମକୁ ବହୁତ ପ୍ରେମ କରନ୍ତି
  • ଯିହୋବା ଈଶ୍ୱର କ୍ଷମା କରନ୍ତି
  • ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ସହ କଥା ହେଉ
  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଈଶ୍ୱର କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପରମେଶ୍ୱର କିଏ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୧୪

ଈଶ୍ୱରଙ୍କୁ ଭଲଭାବେ ଜାଣନ୍ତୁ

ଈଶ୍ୱରଙ୍କଠାରେ କେବଳ ଶକ୍ତି ଅଛି ତାହା ନୁହେଁ, ବରଂ ଅନେକ ଭଲ ଭଲ ଗୁଣ ମଧ୍ୟ ଅଛି । ସେ ଚାହାନ୍ତି ଯେ ଆମେ ତାଙ୍କ ବିଷୟରେ ଜାଣୁ । ସେ ଦେଖିପାରନ୍ତି, ଶୁଣିପାରନ୍ତି ଏବଂ ଅନୁଭବ କରିପାରନ୍ତି । ସେ ନିଜ ବିଷୟରେ ଆମକୁ ବହୁତ କିଛି ଜଣାଇଛନ୍ତି । ଯେପରି ସାଙ୍ଗ ସହିତ ଆମ ସମ୍ପର୍କ ଥାଏ ସେହିପରି, ଈଶ୍ୱର ଚାହାନ୍ତି ଯେ ତାଙ୍କ ସହ ଆମେ ମଜବୁତ୍‌ ସମ୍ପର୍କ ଗଢ଼ୁ । (ଯୋହନ ୧୭:୩; ଯାକୁବ ୪:୮) ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା ।

ଈଶ୍ୱରଙ୍କ ଗୋଟିଏ ନାମ ଅଛି

“ସଦାପ୍ରଭୁ [ଯିହୋବା] ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ ।”—ଗୀତସଂହିତା ୮୩:୧୮.

ପବିତ୍ର ଶାସ୍ତ୍ର ବାଇବଲରେ ଲେଖାଅଛି ଯେ କେବଳ ଜଣେ ହିଁ ଈଶ୍ୱର ଅଛନ୍ତି । ତାଙ୍କ ନାମ ଯିହୋବା ଅଟେ । ସେ ପୃଥିବୀ, ଆକାଶ, ଜହ୍ନ, ତାରା ଏବଂ ସବୁ ଜୀବଜନ୍ତୁ ସୃଷ୍ଟି କରିଛନ୍ତି । ଆମେ କେବଳ ତାଙ୍କ ଭକ୍ତି କରିବା ଉଚିତ୍‌ ।—ପ୍ରକାଶିତ ବାକ୍ୟ ୪:୧୧.

ଯିହୋବା ଈଶ୍ୱର ଆମକୁ ବହୁତ ପ୍ରେମ କରନ୍ତି

ଈରଙ୍କ ନାମ ଯିହୋବା ହିନ୍ଦୀ, ପଞ୍ଜାବୀ, ଗୁଜରାଟୀ, ତେଲୁଗୁ, ତାମିଲ ଏବଂ ଇHS-.15HS.15ରାଜୀ ଭାଷାରେ ଲେଖାଅଛି ।

“ଈଶ୍ୱର ତ ପ୍ରେମ ।”—୧ ଯୋହନ ୪:୮.

ଯଦି ଆମେ ବାଇବଲ ପଢ଼ିବା ଏବଂ ଯିହୋବା ପୃଥିବୀରେ ଯାହା କିଛି ସୃଷ୍ଟି କରିଛନ୍ତି ସେଗୁଡ଼ିକୁ ଧ୍ୟାନ ଦେଇ ଦେଖିବା, ତେବେ ଆମେ ଜାଣିପାରିବା ଯେ ସେ କେତେ ଭଲ । ତାଙ୍କର ଗୋଟିଏ ଖାସ୍‌ କଥା ହେଉଛି, ସେ ସମସ୍ତଙ୍କୁ ପ୍ରେମ କରନ୍ତି । ସେ ଯାହା ମଧ୍ୟ କରନ୍ତି, ପ୍ରେମ ଯୋଗୁଁ କରନ୍ତି । ଯେବେ ଆମେ ଯିହୋବାଙ୍କୁ ଜାଣିବା, ଆମେ ବୁଝିପାରିବା ଯେ ସେ କେତେ ଭଲ ।

ଯିହୋବା ଈଶ୍ୱର କ୍ଷମା କରନ୍ତି

“ତମେ ଏପରି ଈଶ୍ୱର ଅଟ ଯିଏ କ୍ଷମା କରିବାକୁ ପ୍ରସ୍ତୁତ ଥାଏ ।”—ନିହିମୀୟା ୯:୧୭, NWT.

ଯିହୋବା ଜାଣନ୍ତି ଯେ ଆମେ ନ ଚାହିଁଲେ ମଧ୍ୟ ଆମ ଦ୍ୱାରା ଅନେକ ଭୁଲ ହୋଇଥାଏ । ତେଣୁ ସେ ଆମକୁ ‘କ୍ଷମା କରିବାକୁ ପ୍ରସ୍ତୁତ ଥାʼନ୍ତି ।’ ଯଦି ଆମେ ନିଜ ଭୁଲ ପାଇଁ ପଶ୍ଚାତାପ କରୁ ଏବଂ ତାଙ୍କୁ କ୍ଷମା ମାଗୁ ଏବଂ ଦୃଢ଼ ନିଷ୍ପତ୍ତି ନେଉ ଯେ ଆମେ ପୁଣି ସେହି ଭୁଲ କରିବା ନାହିଁ, ତେବେ ସେ ଆମକୁ କ୍ଷମା କରିବେ । ସେ ଆଗକୁ ଯାଇ ଆମକୁ ସେହି ଭୁଲ ପାଇଁ ଦଣ୍ଡ ଦେବେ ନାହିଁ ।—ଗୀତସଂହିତା ୧୦୩:୧୨, ୧୩.

ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ସହ କଥା ହେଉ

‘ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି । ସେ ସେମାନଙ୍କର ବିନତି ଶୁଣନ୍ତି ।’—ଗୀତସଂହିତା ୧୪୫:୧୮, ୧୯.

ଯିହୋବାଙ୍କୁ ପ୍ରାର୍ଥନା କରିବା ପାଇଁ କୌଣସି ରୀତିନୀତି, ପ୍ରତୀକ କିମ୍ବା ମୂର୍ତ୍ତିଗୁଡ଼ିକର ଆବଶ୍ୟକ ନାହିଁ । ଆମେ ଯେବେ ମଧ୍ୟ ତାଙ୍କୁ ପ୍ରାର୍ଥନା କରୁ ସେ ଆମ କଥା ଧ୍ୟାନ ଦେଇ ଶୁଣନ୍ତି, କାରଣ ସେ ଆମକୁ ପ୍ରେମ କରନ୍ତି, ଠିକ୍‌ ଯେପରି ବାପାମାଆ ନିଜ ପିଲାମାନଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କ କଥା ଧ୍ୟାନ ଦେଇ ଶୁଣନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ