ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଜୁନ୍‌ ପୃଷ୍ଠା ୨-୭
  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି
  • ଯିହୋବାଙ୍କ ବରାବର କେହି ହୋଇପାରିବେ ନାହିଁ
  • ଯିହୋବା କେତେବେଳେ ଆମକୁ କ୍ଷମା କରିବେ ?
  • ଯିହୋବା ଆପଣଙ୍କୁ ନିଶ୍ଚୟ କ୍ଷମା କରିବେ
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କ୍ଷମା କରନ୍ତୁ ଓ ଯିହୋବାଙ୍କଠାରୁ ଆଶିଷ ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ଏଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଜୁନ୍‌ ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୨୪

ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ

“ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ ।”—ଗୀତ. ୮୬:୫.

ଗୀତ ୪୨ ପରମେଶ୍ୱର୍‌ କେ ସେୱକ୍‌ କି ପ୍ରାର୍ଥନା

ଲେଖାର ଝଲକa

୧. ଉପଦେଶକ ୭:୨୦ ପଦରେ ଶଲୋମନ ଯାହା କହିଲେ, ସେଥିରୁ ଆମକୁ କʼଣ ଜଣାପଡ଼େ ?

ଅନେକ ବର୍ଷ ପୂର୍ବରୁ ରାଜା ଶଲୋମନ ଲେଖିଥିଲେ, “ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ ।” (ଉପ. ୭:୨୦) ସତରେ, ଆମେ ସମସ୍ତେ କେବେ ନା କେବେ ପାପ କରିଥାଉ । (୧ ଯୋହ. ୧:୮) କିନ୍ତୁ ତାʼପରେ ଆମକୁ ଖରାପ ଲାଗେ ଯେ ଆମେ ଈଶ୍ୱର କିମ୍ବା ଅନ୍ୟମାନଙ୍କ ହୃଦୟକୁ ଦୁଃଖ ପହଞ୍ଚାଇଛୁ । ତେଣୁ ଆମେ ଚାହୁଁ ଯେ ସେମାନେ ଆମକୁ କ୍ଷମା କରିଦିଅନ୍ତୁ ।

୨. ଯେତେବେଳେ ଆପଣଙ୍କ କୌଣସି ସାଙ୍ଗ ଆପଣଙ୍କୁ କ୍ଷମା କରନ୍ତି, ସେତେବେଳେ ଆପଣଙ୍କୁ କିପରି ଲାଗେ ?

୨ ହୁଏତ ଆପଣ ମଧ୍ୟ କେବେ ନିଜ ସାଙ୍ଗର ହୃଦୟକୁ ଦୁଃଖ ପହଞ୍ଚାଇଥିବେ । କିନ୍ତୁ ତାʼପରେ ଆପଣ ନିଜ ଭୁଲ ବୁଝିପାରିଲେ ଓ ଆପଣ ତାକୁ ହୃଦୟରୁ କ୍ଷମା ମାଗିଲେ । କାରଣ ଆପଣ ଚାହୁଁ ନ ଥିଲେ ଯେ ତାʼ ସହ ଆପଣଙ୍କ ସମ୍ପର୍କ ଭାଙ୍ଗିଯାଉ । ତାʼପରେ ଆପଣଙ୍କ ସାଙ୍ଗ ଆପଣଙ୍କୁ କ୍ଷମା କରିଦେଲା । ସେସମୟରେ ଆପଣଙ୍କୁ କିପରି ଲାଗିଲା ? ଆପଣଙ୍କୁ ବହୁତ ଖୁସି ଲାଗିଥିବ ଓ ଶାନ୍ତି ମିଳିଥିବ ।

୩. ଏହି ଲେଖାରେ ଆମେ କʼଣ ଜାଣିବା ?

୩ ଆମେ ସମସ୍ତେ ଚାହୁଁ ଯେ ଯିହୋବା ଆମର ସବୁଠାରୁ ଭଲ ସାଙ୍ଗ ହୁଅନ୍ତୁ । କିନ୍ତୁ ବେଳେବେଳେ ଆମେ ସମସ୍ତେ ଏପରି କିଛି କରିଦେଉ, ଯାହା ଯୋଗୁଁ ଯିହୋବାଙ୍କୁ ଦୁଃଖ ଲାଗେ । କିନ୍ତୁ ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । ଯିହୋବା ଯେପରି କାହାରିକୁ କ୍ଷମା କରନ୍ତି ଓ ଆମେ ଯେପରି ଅନ୍ୟମାନଙ୍କୁ କ୍ଷମା କରୁ, ସେଥିରେ କʼଣ ପାର୍ଥକ୍ୟ ଅଛି ? ଆଉ ଯଦି ଆମେ ଚାହୁଁ ଯେ ଯିହୋବା ଆମକୁ କ୍ଷମା କରନ୍ତୁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? ଏହି ଲେଖାରେ ଆମେ ଏହି ତିନୋଟି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?

ଯିହୋବା କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି

୪. ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି ?

୪ ଯିହୋବା ନିଜେ ବାଇବଲରେ ଲେଖାଇଛନ୍ତି ଯେ ସେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । ସୀନୟ ପର୍ବତରେ ସେ ଜଣେ ସ୍ୱର୍ଗଦୂତ ଜରିଆରେ ନିଜ ବିଷୟରେ କହିଲେ, “ସଦାପ୍ରଭୁ, ସଦାପ୍ରଭୁ ପରମେଶ୍ୱର ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ; ସହସ୍ର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାରକ୍ଷାକାରୀ, ଅପରାଧ ଓ ଆଜ୍ଞାଲଙ୍ଘନ ଓ ପାପ କ୍ଷମାକାରୀ ।” (ଯାତ୍ରା. ୩୪:୬, ୭) ଏଥିରୁ ଆମକୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଓ ଆମ ଉପରେ ଦୟା କରନ୍ତି । ଆଉ ଯଦି କେହି ପଶ୍ଚାତାପ କରନ୍ତି, ତାହେଲେ ତାକୁ କ୍ଷମା କରିବା ପାଇଁ ସେ ପ୍ରସ୍ତୁତ ରହନ୍ତି ।—ନିହି. ୯:୧୭; ଗୀତ. ୮୬:୧୫.

ଜଣେ ଭଉଣୀ ଛିଡ଼ା ହୋଇଛନ୍ତି ଓ ତାଙ୍କ ଆଖପାଖରେ ତାଙ୍କର ଛୋଟବେଳରୁ ଏବେଯାଏର କିଛି ଫଟୋ ଅଛି ଯେଉଁଥିରୁ ଜଣାପଡ଼େ ଯେ ତାଙ୍କ ଜୀବନରେ କʼଣ କʼଣ ହୋଇଛି । ଚିତ୍ରରେ ଗୀତସଂହିତା ୧୦୩:୧୩, ୧୪ ପଦର ଏହି ଶବ୍ଦ ଲେଖାଅଛି, “ସେ ଆମ୍ଭମାନଙ୍କର ଗଠନ ଜାଣନ୍ତି ।”

ଯିହୋବାକୁ ଆମ ବିଷୟରେ ସବୁକିଛି ଜଣାଅଛି । ସେ ଜାଣନ୍ତି ଯେ ଆମେ ଆଜି ଯେପରି ଅଟୁ, ସେପରି କାହିଁକି ଅଟୁ (ପାରାଗ୍ରାଫ ୫)

୫. ଯିହୋବା ଆମକୁ ଭଲଭାବେ ଜାଣନ୍ତି, ତେଣୁ ସେ କʼଣ କରନ୍ତି ? (ଗୀତସଂହିତା ୧୦୩:୧୩, ୧୪)

୫ ଯିହୋବା ଆମକୁ ସୃଷ୍ଟି କରିଛନ୍ତି, ତେଣୁ ସେ ଆମ ବିଷୟରେ ସବୁକିଛି ଜାଣନ୍ତି । ସେ ପୃଥିବୀରେ ରହୁଥିବା ସବୁ ଲୋକମାନଙ୍କ ବିଷୟରେ ବି ସବୁକିଛି ଜାଣନ୍ତି । (ଗୀତ. ୧୩୯:୧୫-୧୭) ସେ ଜାଣନ୍ତି ଯେ ଆମେ ଅପରିପୂର୍ଣ୍ଣ ଅଟୁ ଓ ଆମ ଭିତରେ କʼଣ କʼଣ ଦୁର୍ବଳତା ରହିଛି । ସେ ଜାଣନ୍ତି ଯେ ଆମ ଜୀବନରେ କʼଣ କʼଣ ଘଟିଛି ଓ ଆଜି ଆମେ ଯେପରି ଅଟୁ, ସେପରି କାହିଁକି ଅଟୁ ? ସତରେ, ଯିହୋବା ଆମକୁ ବହୁତ ଭଲଭାବେ ଜାଣନ୍ତି । ତେଣୁ ସେ ଆମ ଉପରେ ଦୟା କରନ୍ତି ।—ଗୀତ. ୭୮:୩୯; ଗୀତସଂହିତା ୧୦୩:୧୩, ୧୪ ପଢ଼ନ୍ତୁ ।

୬. ଯିହୋବା କିପରି ପ୍ରମାଣିତ କଲେ ଯେ ସେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?

୬ ଯିହୋବା ପ୍ରମାଣିତ କରିସାରିଛନ୍ତି ଯେ ସେ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆସନ୍ତୁ ଜାଣିବା ଆମେ ଏହା କାହିଁକି କହିପାରିବା । ଯିହୋବା ଜାଣନ୍ତି ଯେ ଆମେ ଆଦମର ସନ୍ତାନ ଅଟୁ । ତେଣୁ ଆଦମ କରିଥିବା ଭୁଲ ଯୋଗୁଁ ଆମେ ମଧ୍ୟ ପାପୀ ଅଟୁ ଓ ଦିନେ ଆମର ମୃତ୍ୟୁ ହୋଇଯିବ । (ରୋମୀ. ୫:୧୨) ସେ ଏହା ମଧ୍ୟ ଜାଣନ୍ତି ଯେ ଆମେ ନିଜେ ଏଥିରୁ ରକ୍ଷା ପାଇପାରିବା ନାହିଁ କିମ୍ବା ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିପାରିବା ନାହିଁ । (ଗୀତ. ୪୯:୭-୯) କିନ୍ତୁ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ତେଣୁ ସେ ଗୋଟିଏ ଭଲ ବ୍ୟବସ୍ଥା କଲେ । ଯେପରି ଯୋହନ ୩:୧୬ ପଦରେ କୁହାଯାଇଛି, ଯିହୋବା ନିଜ ଏକମାତ୍ର ପୁତ୍ରଙ୍କୁ ଏହି ପୃଥିବୀରେ ପଠାଇଲେ, ଯାହାଫଳରେ ସେ ଆମ ପାଇଁ ନିଜ ଜୀବନ ଦେବେ । (ମାଥି. ୨୦:୨୮; ରୋମୀ. ୫:୧୯) ଯୀଶୁ ଆମ ପାଇଁ ନିଜ ଜୀବନ ବଳିଦାନ କରିଦେଲେ । ତେଣୁ ଯିଏ ତାଙ୍କ ଉପରେ ବିଶ୍ୱାସ କରେ, ସେ ପାପ ଓ ମୃତ୍ୟୁର ଦାସତ୍ୱରୁ ମୁକ୍ତ ହୋଇପାରିବ । (ଏବ୍ରୀ ୨:୯) ଭାବନ୍ତୁ ସେସମୟରେ ଯିହୋବାଙ୍କୁ କେତେ କଷ୍ଟ ହୋଇଥିବ, ଯେତେବେଳେ ତାଙ୍କ ପୁତ୍ରଙ୍କୁ ଏକ ଅପରାଧୀ ଭାବେ କାଠରେ ପିଟି ନିର୍ଦ୍ଦୟୀ ଭାବେ ମାରିଦିଆଗଲା । ଯଦି ଯିହୋବା ଆମକୁ କ୍ଷମା କରିବାକୁ ଚାହୁଁ ନ ଥାʼନ୍ତେ, ତାହେଲେ କʼଣ ସେ ନିଜ ପୁତ୍ରଙ୍କୁ ଏପରି ମରିବାକୁ ଦିଅନ୍ତେ ?

୭. କିଛି ଏପରି ଲୋକମାନଙ୍କ ବିଷୟରେ କହନ୍ତୁ, ଯେଉଁମାନଙ୍କୁ ଯିହୋବା କ୍ଷମା କରିଥିଲେ ।

୭ ବାଇବଲରେ ଏପରି ଅନେକ ଲୋକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କୁ ଯିହୋବା କ୍ଷମା କରିଥିଲେ । (ଏଫି. ୪:୩୨) କʼଣ ଆପଣଙ୍କୁ ଏପରି କୌଣସି ବ୍ୟକ୍ତି ମନେ ଅଛନ୍ତି ? ରାଜା ମନଃଶିଙ୍କ ବିଷୟରେ ଭାବନ୍ତୁ । ସେ ବହୁତ ବଡ଼ ବଡ଼ ପାପ କଲେ । ସେ ମିଥ୍ୟା ଦେବତାମାନଙ୍କୁ ଉପାସନା କରିବାକୁ ଲାଗିଲେ ଓ ସେ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପ୍ରୋତ୍ସାହନ ଦେଲେ । ସେ ମିଥ୍ୟା ଦେବତାମାନଙ୍କ ଆଗରେ ନିଜ ପିଲାମାନଙ୍କୁ ବଳି ଦେଲେ । ଏପରିକି, ସେ ଯିହୋବାଙ୍କ ମନ୍ଦିରରେ ଗୋଟିଏ ମୂର୍ତ୍ତି ଆଣି ରଖିଲେ । ତାଙ୍କ ବିଷୟରେ ବାଇବଲରେ ଲେଖାଅଛି, “ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ ।” (୨ ବଂଶା. ୩୩:୨-୭) କିନ୍ତୁ ଯେବେ ସେ ହୃଦୟରୁ ପଶ୍ଚାତାପ କଲେ, ତେବେ ଯିହୋବା ତାଙ୍କୁ କ୍ଷମା କରିଦେଲେ । ସେ ତାଙ୍କୁ ପୁଣିଥରେ ଇସ୍ରାଏଲର ରାଜା ମଧ୍ୟ କଲେ । (୨ ବଂଶା. ୩୩:୧୨, ୧୩) ଏବେ ଟିକେ ରାଜା ଦାଉଦଙ୍କ ବିଷୟରେ ଭାବନ୍ତୁ । ସେ ମଧ୍ୟ ବଡ଼ ବଡ଼ ପାପ କରିଥିଲେ । ଯେପରି, ସେ ବ୍ୟଭିଚାର କଲେ ଓ ଜଣେ ନିର୍ଦ୍ଦୋଷ ବ୍ୟକ୍ତିର ହତ୍ୟା କରାଇଦେଲେ । କିନ୍ତୁ ଯେବେ ସେ ନିଜ ଭୁଲ ମାନିଲେ ଓ ହୃଦୟରୁ ପଶ୍ଚାତାପ କଲେ, ତେବେ ଯିହୋବା ତାଙ୍କୁ ମଧ୍ୟ କ୍ଷମା କରିଦେଲେ । (୨ ଶାମୁ. ୧୨:୯, ୧୦, ୧୩, ୧୪) ଏହି ଉଦାହରଣଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । ଏବେ ଆସନ୍ତୁ ଜାଣିବା ଯେ ଯିହୋବା ଆମକୁ ଯେପରି କ୍ଷମା କରନ୍ତି ଓ ଆମେ ଯେପରି ଅନ୍ୟମାନଙ୍କୁ କ୍ଷମା କରୁ, ସେଥିରେ କʼଣ ପାର୍ଥକ୍ୟ ଅଛି ।

ଯିହୋବାଙ୍କ ବରାବର କେହି ହୋଇପାରିବେ ନାହିଁ

୮. କାହାରିକୁ କ୍ଷମା କରିବାର ଅଛି ନା ନାହିଁ, ଏହି ନିଷ୍ପତ୍ତିକୁ କାହିଁକି ଯିହୋବା ହିଁ ସବୁଠୁ ଭଲଭାବେ ନେଇପାରିବେ ?

୮ ଯିହୋବା ‘ସମସ୍ତ ପୃଥିବୀର ନ୍ୟାୟୀ’ ଅଟନ୍ତି । (ଆଦି. ୧୮:୨୫) ଆଉ ଏହି ମାମଲାରେ କେହି ତାଙ୍କ ବରାବର ହୋଇପାରିବେ ନାହିଁ । ଆମେ ଏପରି କାହିଁକି କହିପାରିବା ? ଜଣେ ନ୍ୟାୟୀକୁ ଠିକ୍‌ ନିଷ୍ପତ୍ତି ନେବା ପାଇଁ ଆଇନ ଆଇନବ୍ୟବସ୍ଥା ବହୁତ ଭଲଭାବେ ଜଣାଥିବା ଉଚିତ୍‌ । ଆଉ ଯିହୋବା ହିଁ ତ ଆମକୁ ବ୍ୟବସ୍ଥା ଦେଇଛନ୍ତି ! (ଯିଶା. ୩୩:୨୨) ତାଙ୍କଠାରୁ ଭଲ ବ୍ୟବସ୍ଥା ବିଷୟରେ ଆଉ କେହି ଜାଣନ୍ତି ନାହିଁ । ସେ ହିଁ ସବୁଠୁ ଭଲଭାବେ ଜାଣନ୍ତି ଯେ ଠିକ୍‌ କʼଣ ଓ ଭୁଲ କʼଣ । ଏହାଛଡ଼ା ଜଣେ ନ୍ୟାୟୀକୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମାମଲା ବିଷୟରେ ସବୁକିଛି ଜଣାଥିବା ଉଚିତ୍‌ । ଆଉ ଯିହୋବାଙ୍କୁ ତ ସବୁକିଛି ଜଣାଅଛି । ତେଣୁ ସେ ହିଁ ଭଲ ନ୍ୟାୟୀ ଅଟନ୍ତି ।

୯. ଯେବେ ଯିହୋବା ନିଷ୍ପତ୍ତି ନିଅନ୍ତି ଯେ କାହାରିକୁ କ୍ଷମା କରିବାର ଅଛି ନା ନାହିଁ, ତେବେ ସେ କʼଣ କʼଣ ଦେଖନ୍ତି ?

୯ ଯେବେ ମଣିଷମାନେ ନ୍ୟାୟ କରନ୍ତି, ତେବେ ବେଳେବେଳେ ସେମାନଙ୍କୁ ମାମଲାର ପୂରା କଥା ଜଣା ନ ଥାଏ । କିନ୍ତୁ ଯିହୋବାଙ୍କ ସହ ଏହା କେବେ ବି ହୁଏ ନାହିଁ । (ଆଦି. ୧୮:୨୦, ୨୧; ଗୀତ. ୯୦:୮) ମଣିଷମାନେ ଯାହା ଦେଖନ୍ତି କିମ୍ବା ଶୁଣନ୍ତି, ତାʼ ଆଧାରରେ ନିଷ୍ପତ୍ତି ନିଅନ୍ତି । କିନ୍ତୁ ଯିହୋବା ମଣିଷର ହୃଦୟର କଥା ଜାଣିପାରନ୍ତି । ସେ ଜାଣନ୍ତି ଯେ ଜଣେ ବ୍ୟକ୍ତି କେଉଁ ପରିସ୍ଥିତିରେ ବଢ଼ିଛି, ତାʼର କʼଣ କʼଣ ଦୁର୍ବଳତା ଅଛି ଓ ତାʼର ସ୍ୱଭାବ କିପରି । ସେ ତାʼର ଭାବନା ଓ ମାନସିକ ସ୍ଥିତିକୁ ମଧ୍ୟ ଭଲଭାବେ ବୁଝନ୍ତି । ସେ ଜାଣନ୍ତି ଯେ ଜଣେ ବ୍ୟକ୍ତି କେଉଁ ଉଦ୍ଦେଶ୍ୟରେ କିମ୍ବା କʼଣ ଭାବି ସେହି କାମ କଲା । ଯିହୋବାଙ୍କ ଦୃଷ୍ଟିରେ କିଛି ବି ଲୁଚେ ନାହିଁ । (ଏବ୍ରୀ ୪:୧୩) ତାଙ୍କୁ ମାମଲାର ସବୁକଥା ଜଣାଥାଏ ଓ ତାʼ ଆଧାରରେ ସେ ନିଷ୍ପତ୍ତି ନିଅନ୍ତି ଯେ କାହାକୁ କ୍ଷମା କରିବାର ଅଛି ଓ କାହାକୁ ନୁହେଁ ।

ଚିତ୍ରରେ ଉଚ୍ଚ ପାହାଡ଼ ଦେଖାଯାଉଛି ଓ ଦ୍‌ୱିତୀୟ ବିବରଣ ୩୨:୪ ପଦର ଏହି ଶବ୍ଦ ମଧ୍ୟ ଲେଖାଅଛି, “ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ ।”

ଯିହୋବା ସବୁବେଳେ ନ୍ୟାୟ କରନ୍ତି, କେବେ ବି ଭେଦଭାବ କରନ୍ତି ନାହିଁ । କେହି ବି ତାଙ୍କୁ ଲାଞ୍ଚ ଦେଇ କିଣିପାରିବେ ନାହିଁ (ପାରାଗ୍ରାଫ ୧୦)

୧୦. ଆମେ କାହିଁକି କହିପାରିବା ଯେ ଯିହୋବାଙ୍କର ସବୁ ନିଷ୍ପତ୍ତି ବିଲକୁଲ୍‌ ଠିକ୍‌ ଥାଏ ? (ଦ୍ୱିତୀୟ ବିବରଣ ୩୨:୪)

୧୦ ଯିହୋବାଙ୍କର ସବୁ ନିଷ୍ପତ୍ତି ବିଲକୁଲ୍‌ ଠିକ୍‌ ଥାଏ । ସେ କେବେ ବି ଭେଦଭାବ କରନ୍ତି ନାହିଁ । ସେ ଏହା ଦେଖନ୍ତି ନାହିଁ ଯେ ଜଣେ ବ୍ୟକ୍ତି ଧନୀ ଅଟେ ନା ଗରିବ, ତାʼର ରୂପରଙ୍ଗ କିପରି, ସେ ନାମୀଦାମୀ ଅଟେ ନା ନୁହେଁ କିମ୍ବା ତାʼଠାରେ କେଉଁ ଦକ୍ଷତା ରହିଛି । (୧ ଶାମୁ. ୧୬:୭; ଯାକୁ. ୨:୧-୪) କେହି ବି ଯିହୋବାଙ୍କୁ ଲାଞ୍ଚ ଦେଇ କିଣିପାରିବେ ନାହିଁ କିମ୍ବା ତାଙ୍କ ଉପରେ ଚାପ ପକାଇପାରିବେ ନାହିଁ । (୨ ବଂଶା. ୧୯:୭) ଯିହୋବା କେବେ ବି ରାଗି ଯାଇ କିମ୍ବା ଭାବନାରେ ବହିଯାଇ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ । (ଯାତ୍ରା. ୩୪:୭) ସେ ଆମ ବିଷୟରେ ସବୁକିଛି ଜାଣନ୍ତି ଓ ତାଙ୍କୁ ଜଣାଥାଏ ଯେ ଆମେ ଯାହା କଲୁ, ତାହା କାହିଁକି କଲୁ । ତେଣୁ ସେ ହିଁ ସବୁଠୁ ଭଲ ନ୍ୟାୟୀ ଅଟନ୍ତି ।—ଦ୍ୱିତୀୟ ବିବରଣ ୩୨:୪ ପଢ଼ନ୍ତୁ ।

୧୧. ଆମେ କାହିଁକି ଏପରି କହିପାରିବା ଯେ ଯେପରି ଯିହୋବା କ୍ଷମା କରନ୍ତି, ସେପରି ଆଉ କେହି କ୍ଷମା କରିପାରିବେ ନାହିଁ ?

୧୧ ଯେପରି ଯିହୋବା ଅନ୍ୟମାନଙ୍କୁ କ୍ଷମା କରନ୍ତି, ସେପରି ଆଉ କେହି କ୍ଷମା କରିପାରିବେ ନାହିଁ । ଏକଥା ଏବ୍ରୀ ଶାସ୍ତ୍ରର ଲେଖକମାନେ ଭଲଭାବେ ଜାଣିଥିଲେ । ତେଣୁ ଯେତେବେଳେ ସେମାନେ ଯିହୋବାଙ୍କର କ୍ଷମା କରିବା ବିଷୟରେ କହିଲେ, ସେତେବେଳେ ସେମାନେ ଅନେକ ଜାଗାରେ ଏକ ବିଶେଷ ଶବ୍ଦର ବ୍ୟବହାର କଲେ । ଏହି ଶବ୍ଦ ବିଷୟରେ ଗୋଟିଏ ବହିରେ ଲେଖାଅଛି, “ଏହି ଶବ୍ଦ କେବଳ ତେବେ ବ୍ୟବହାର କରାଯାଏ ଯେବେ ଈଶ୍ୱର କୌଣସି ମଣିଷକୁ କ୍ଷମା କରନ୍ତି । ଏହା ତେବେ ବ୍ୟବହାର କରାଯାଏନି ଯେବେ ଜଣେ ମଣିଷ ଅନ୍ୟ ମଣିଷକୁ କ୍ଷମା କରେ । କାରଣ ମଣିଷ ଗୋଟିଏ ସୀମା ଯାଏ ହିଁ ଅନ୍ୟକୁ କ୍ଷମା କରିପାରିବ ।” କେବଳ ଯିହୋବାଙ୍କ ପାଖରେ ହିଁ କାହାରିକୁ ପୂରାପୂରି କ୍ଷମା କରିବାର ଅଧିକାର ଅଛି । ଯେବେ ଯିହୋବା ଜଣେ ବ୍ୟକ୍ତିକୁ କ୍ଷମା କରନ୍ତି, ତେବେ ସେହି ବ୍ୟକ୍ତିକୁ କିପରି ଲାଗେ ?

୧୨-୧୩. (କ) ଯେବେ ଯିହୋବା ଜଣେ ବ୍ୟକ୍ତିକୁ କ୍ଷମା କରନ୍ତି, ତେବେ ସେହି ବ୍ୟକ୍ତିକୁ କିପରି ଲାଗେ ? (ଖ) ଯିହୋବା ଆମକୁ କେଉଁଭଳି କ୍ଷମା କରନ୍ତି ?

୧୨ ଯେବେ ଆମେ ମାନିନେଉ ଯେ ଯିହୋବା ଆମକୁ କ୍ଷମା କରିଦେଇଛନ୍ତି, ତେବେ ଆମ ଜୀବନରେ “ସାନ୍ତ୍ୱନାର ସମୟ” ଆସିଯାଏ । (ପ୍ରେରି. ୩:୧୯, ୨୦) ଆମକୁ ମନର ଶାନ୍ତି ମିଳେ ଓ ଆମ ବିବେକ ଶୁଦ୍ଧ ରହେ । ଯେବେ କେହି ମଣିଷ ଆମକୁ କ୍ଷମା କରେ, ତେବେ ଆମକୁ ଏପରି ଲାଗେ ନାହିଁ । ଆମକୁ ଏପରି କେବଳ ତେବେ ଲାଗେ ଯେବେ ଯିହୋବା ଆମକୁ କ୍ଷମା କରନ୍ତି । ଯେବେ ସେ ଏପରି କରନ୍ତି, ତେବେ ତାଙ୍କ ସହ ଆମ ସମ୍ପର୍କ ପୁଣିଥରେ ଆଗଭଳି ହୋଇଯାଏ । ଏହା ଏପରି ଅଟେ, ଯେପରି ଆମେ ପାପ କରି ହିଁ ନ ଥିଲୁ ।

୧୩ ଯେବେ ଯିହୋବା ଆମକୁ କ୍ଷମା କରନ୍ତି, ତେବେ ସେ ଆମ ପାପକୁ ପୂରାପୂରି ଭୁଲିଯାʼନ୍ତି । ତାʼପରେ ସେ ଆଉ କେବେ ବି ତାʼପାଇଁ ଆମକୁ ଦଣ୍ଡ ଦିଅନ୍ତି ନାହିଁ । (ଯିଶା. ୪୩:୨୫; ଯିରି. ୩୧:୩୪) ବାଇବଲରେ ଲେଖାଅଛି ଯେ ଯିହୋବା ଆମ ପାପକୁ ଆମଠାରୁ ସେତେ ଦୂର କରିଦିଅନ୍ତି ଯେତେ ‘ପୂର୍ବରୁ ପଶ୍ଚିମ ଦୂର ।’b (ଗୀତ. ୧୦୩:୧୨) ଏବିଷୟରେ ଭାବି ଆମ ଭିତରେ ଯିହୋବାଙ୍କ ପାଇଁ କୃତଜ୍ଞତା ଓ ଶ୍ରଦ୍ଧା ଭରିଯାଏ । (ଗୀତ. ୧୩୦:୪) କିନ୍ତୁ ଆସନ୍ତୁ ଜାଣିବା ଯେ ଯିହୋବା କେତେବେଳେ ଜଣେ ବ୍ୟକ୍ତିକୁ କ୍ଷମା କରନ୍ତି ।

ଯିହୋବା କେତେବେଳେ ଆମକୁ କ୍ଷମା କରିବେ ?

୧୪. ଏବେଯାଏ ଆମେ କʼଣ କʼଣ ଶିଖିଲୁ ?

୧୪ ଏବେଯାଏ ଆମେ କʼଣ କʼଣ ଶିଖିଲୁ ? ଯିହୋବା କାହାରିକୁ କ୍ଷମା କରିବେ ନା ନାହିଁ, ଏହି ନିଷ୍ପତ୍ତି ସେ ଏହା ଆଧାରରେ ନିଅନ୍ତି ନାହିଁ ଯେ ଜଣେ ବ୍ୟକ୍ତି କେତେ ବଡ଼ ପାପ କରିଥିଲା । ଆମେ ଏହା ମଧ୍ୟ ଦେଖିଲୁ ଯେ ଯିହୋବା ଆମକୁ ସୃଷ୍ଟି କରିଛନ୍ତି, ସେ ହିଁ ଆମକୁ ବ୍ୟବସ୍ଥା ଦେଇଛନ୍ତି ଓ ସେ ହିଁ ସବୁଠୁ ଭଲ ନ୍ୟାୟୀ ଅଟନ୍ତି । ତେଣୁ ତାଙ୍କୁ ସବୁ ମାମଲାଗୁଡ଼ିକ ବିଷୟରେ ବହୁତ ଭଲଭାବେ ଜଣାଥାଏ । କିନ୍ତୁ ସେ କାହାରିକୁ କ୍ଷମା କରିବେ ନା ନାହିଁ, ଏହାର ନିଷ୍ପତ୍ତି ନେବା ପାଇଁ ସେ ଆଉ କିଛି କଥାଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖନ୍ତି ।

୧୫. ଲୂକ ୧୨:୪୭, ୪୮ ପଦ ଅନୁସାରେ, କାହାରିକୁ କ୍ଷମା କରିବା ପୂର୍ବରୁ ଯିହୋବା କେଉଁ କଥା ଧ୍ୟାନରେ ରଖନ୍ତି ?

୧୫ ଗୋଟିଏ କଥା ଯାହା ଯିହୋବା ଧ୍ୟାନରେ ରଖନ୍ତି ତାହା ହେଉଛି ଯେ କʼଣ ସେହି ବ୍ୟକ୍ତି ଜାଣିଥିଲା ଯେ ସେ ଯେଉଁ କାମ କରୁଛି ତାହା ଭୁଲ ଅଟେ । ଏବିଷୟରେ ଯୀଶୁ ମଧ୍ୟ ଲୂକ ୧୨:୪୭, ୪୮ ପଦରେ କହିଲେ । (ପଢ଼ନ୍ତୁ ।) ଯଦି ଜଣେ ବ୍ୟକ୍ତି କୌଣସି ଏପରି କାମ କରିବା ପାଇଁ ଷଡ଼ଯନ୍ତ୍ର କରେ ଯାହା ଯିହୋବା ବହୁତ ଘୃଣା କରନ୍ତି, ତାହେଲେ ସେ ଏକ ଗମ୍ଭୀର ପାପ କରୁଥାଏ । ଏପରି ପରିସ୍ଥିତିରେ ହୁଏତ ଯିହୋବା ତାକୁ କ୍ଷମା କରିବେ ନାହିଁ । (ମାର୍କ ୩:୨୯; ଯୋହ. ୯:୪୧) କିନ୍ତୁ ଆମେ ସମସ୍ତେ କେବେ ନା କେବେ ଜାଣିଶୁଣି ଭୁଲ କରିଥାଉ । ତାହେଲେ କʼଣ ଆମକୁ କେବେ ବି କ୍ଷମା ମିଳିପାରିବ ନାହିଁ ? ଆସନ୍ତୁ ଦେଖିବା ଯେ ଆମେ ଏପରି କʼଣ କରିପାରିବା, ଯାହାଫଳରେ ଯିହୋବା ଆମକୁ କ୍ଷମା କରିବେ ।

ଚିତ୍ରରେ ଜଣେ ଭାଇ ଛିଡ଼ା ହୋଇଛନ୍ତି, ଏବଂ ଯିଶାଇୟ ୫୫:୭ ପଦର ଏହି ଶବ୍ଦ ଲେଖାଅଛି, “ସେ ବହୁଳ ରୂପରେ କ୍ଷମା କରିବେ ।” ଭାଇଙ୍କର ଦୁଇଟି ଚିତ୍ର ଅଛି, ପଛପଟେ ଥିବା ଚିତ୍ରରେ ସେ ବହୁତ ଦୁଃଖି ଦେଖାଯାଉଛନ୍ତି ଓ ଆଗରେ ଥିବା ଚିତ୍ରରେ ସେ ବହୁତ ଖୁସି ଦେଖାଯାଉଛନ୍ତି ।

ଯଦି ଆମେ ପ୍ରକୃତରେ ପଶ୍ଚାତାପ କରିବା , ତାହେଲେ ଯିହୋବା ଆମକୁ ନିଶ୍ଚୟ କ୍ଷମା କରିବେ (ପାରାଗ୍ରାଫ ୧୬-୧୭)

୧୬. (କ) ପଶ୍ଚାତାପ କରିବାର ଅର୍ଥ କʼଣ ? (ଖ) ଯଦି ଆମେ ଚାହୁଁ ଯେ ଯିହୋବା ଆମକୁ କ୍ଷମା କରନ୍ତୁ, ତାହେଲେ ପଶ୍ଚାତାପ କରିବା କାହିଁକି ଜରୁରୀ ?

୧୬ ଯିହୋବା ଏହା ମଧ୍ୟ ଦେଖନ୍ତି ଯେ ଯେଉଁ ବ୍ୟକ୍ତି ପାପ କରିଛି, ସେ ସତରେ ପଶ୍ଚାତାପ କରିଛି ନା ନାହିଁ । ପଶ୍ଚାତାପ କରିବାର ଅର୍ଥ ହେଉଛି, “ନିଜ ଭୁଲ ଚିନ୍ତାଧାରା କିମ୍ବା ବ୍ୟବହାରକୁ ସୁଧାରିବା ।” ଯେଉଁ ବ୍ୟକ୍ତି ପଶ୍ଚାତାପ କରେ, ତାକୁ ଏକଥାର ବହୁତ ଅବଶୋଷ ଥାଏ ଯେ ସେ ଭୁଲ କାମ କଲା କିମ୍ବା ତାକୁ ଯାହା କରିବାର ଥିଲା ସେ ତାହା କଲା ନାହିଁ । ତାକୁ ଏକଥାର ମଧ୍ୟ ଗଭୀର ଦୁଃଖ ଥାଏ ଯେ ଯିହୋବାଙ୍କ ସହ ତା ସମ୍ପର୍କ ଏତେ ଦୁର୍ବଳ ହୋଇପଡ଼ିଲା ଯେ ସେ ପାପ କରି ବସିଲା । ରାଜା ମନଃଶି ଓ ରାଜା ଦାଉଦ ମଧ୍ୟ ଗମ୍ଭୀର ପାପ କରିଥିଲେ । କିନ୍ତୁ ଯେତେବେଳେ ଯିହୋବା ଦେଖିଲେ ଯେ ସେମାନେ ହୃଦୟରୁ ପଶ୍ଚାତାପ କରିଛନ୍ତି, ସେତେବେଳେ ସେ ସେମାନଙ୍କୁ କ୍ଷମା କରିଦେଲେ । (୧ ରାଜା. ୧୪:୮) ଯଦି ଆମେ ବି ଚାହୁଁ ଯେ ଯିହୋବା ଆମକୁ କ୍ଷମା କରନ୍ତୁ, ତାହେଲେ ଆମକୁ ପଶ୍ଚାତାପ କରିବା ଜରୁରୀ ।c କାରଣ ଯେବେ ଯିହୋବା ଦେଖିବେ ଯେ ଆମେ ଯାହା କରିଛୁ ତାʼପାଇଁ ଆମକୁ ଅବଶୋଷ ଅଛି ଓ ଆମେ ବଦଳିବାକୁ ଚାହୁଁ, ତାହେଲେ ହିଁ ସେ ଆମକୁ କ୍ଷମା କରିବେ । କିନ୍ତୁ ଆମକୁ ଆଉ କିଛି ମଧ୍ୟ କରିବାକୁ ହେବ । ଆସନ୍ତୁ ସେବିଷୟରେ ଆହୁରି ଜାଣିବା ।

୧୭. ନିଜକୁ ବଦଳାଇବାର ଅର୍ଥ କʼଣ ଓ ଏପରି କରିବା କାହିଁକି ଜରୁରୀ ? (ଯିଶାଇୟ ୫୫:୭)

୧୭ ଯିହୋବା ଏହା ମଧ୍ୟ ଦେଖନ୍ତି ଯେ ଜଣେ ବ୍ୟକ୍ତି ନିଜକୁ ବଦଳାଇଛି ନା ନାହିଁ । ନିଜକୁ ବଦଳାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଖରାପ ରାସ୍ତାରେ ଯିବା ଛାଡ଼ିବାକୁ ପଡ଼ିବ ଓ ଏପରି କାମ କରିବାକୁ ପଡ଼ିବ ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ । (ଯିଶାଇୟ ୫୫:୭ ପଢ଼ନ୍ତୁ ।) ତାକୁ ନିଜ ଚିନ୍ତାଧାରା ବଦଳାଇବାକୁ ପଡ଼ିବ ଓ ସେପରି ଭାବିବାକୁ ପଡ଼ିବ ଯେପରି ଯିହୋବା ଭାବନ୍ତି । (ରୋମୀ. ୧୨:୨; ଏଫି. ୪:୨୩) ତାକୁ ଦୃଢ଼ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେ ଏବେଠାରୁ ନା ଖରାପ କଥା ଭାବିବ ନା ଖରାପ କାମ କରିବ । (କଲ. ୩:୭-୧୦) ଏହା ସତ ଯେ ଯିହୋବା ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ମୂଲ୍ୟ ଆଧାରରେ ଆମର “ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର” କରିବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସେ ଏପରି ସେତେବେଳେ କରିବେ ଯେତେବେଳେ ଆମେ ନିଜକୁ ବଦଳାଇବା ପାଇଁ ପୂରା ଚେଷ୍ଟା କରିବା ଓ ଖରାପ କାମଗୁଡ଼ିକ ଛାଡ଼ିଦେବା ।—୧ ଯୋହ. ୧:୭.

ଯିହୋବା ଆପଣଙ୍କୁ ନିଶ୍ଚୟ କ୍ଷମା କରିବେ

୧୮. ଆମେ କାହିଁକି କହିପାରିବା ଯେ କ୍ଷମା କରିବା ମାମଲାରେ କେହି ବି ଯିହୋବାଙ୍କ ବରାବର ହୋଇପାରିବେ ନାହିଁ ?

୧୮ ସତରେ କ୍ଷମା କରିବା ମାମଲାରେ କେହି ବି ଯିହୋବାଙ୍କ ବରାବର ହୋଇପାରିବେ ନାହିଁ । ଆମେ ଏପରି କାହିଁକି କହିପାରିବା ? ଏହି ଲେଖାରେ ଆମେ ଏହାର ଅନେକ କାରଣ ଦେଖିଲୁ । (୧) ସେ ସବୁବେଳେ କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି । (୨) ସେ ଆମ ବିଷୟରେ ସବୁକିଛି ଜାଣନ୍ତି ଓ ସେ ହିଁ ଠିକ୍‌ ଠିକ୍‌ ଜାଣିପାରନ୍ତି ଯେ ଆମେ ସତରେ ପଶ୍ଚାତାପ କରିଛୁ ନା ନାହିଁ । (୩) ସେ ଆମ ପାପକୁ ପୂରାପୂରି କ୍ଷମା କରିଦିଅନ୍ତି ଯେପରି ଆମେ ସେହି ପାପ କେବେ କରି ହିଁ ନ ଥିଲୁ । ତେଣୁ ଆମ ବିବେକ ଶୁଦ୍ଧ ରହେ ଓ ଯିହୋବାଙ୍କ ସହ ଆମ ସମ୍ପର୍କ ଆଗ ଭଳି ହୋଇଯାଏ ।

୧୯. ଆମ ଦ୍ୱାରା ଅନେକ ଭୁଲ ହୋଇଯାଏ, ତଥାପି ଆମେ କାହିଁକି ଖୁସିରେ ରହିପାରିବା ?

୧୯ ଯେବେଯାଏ ଆମେ ଅପରିପୂର୍ଣ୍ଣ ଅଟୁ, ତେବେଯାଏ ଆମ ଦ୍ୱାରା ପାପ ହେଉଥିବ । କିନ୍ତୁ ଆମେ ନିଜ ଭୁଲଗୁଡ଼ିକ ବିଷୟରେ ଭାବି ଭାବି ବହୁତ ଦୁଃଖୀ ହେବା ଉଚିତ୍‌ ନୁହଁ । (ଗୀତ. ୧୦୩:୮-୧୪; ୧୩୦:୩) ଯିହୋବା ଜାଣନ୍ତି ଯେ ଆମ ଭିତରେ ଅନେକ ଦୁର୍ବଳତା ଅଛି ଓ ସେ ଆମ ଉପରେ ଦୟା କରନ୍ତି । ଯଦି ଆମେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରିବା ତାହେଲେ ଆମେ ଖୁସିରେ ରହିପାରିବା । (ଫିଲି. ୪:୪-୬; ୧ ଯୋହ. ୩:୧୯-୨୨) ଏବିଷୟରେ ଭାବି ଆମକୁ କେତେ ସାନ୍ତ୍ୱନା ମିଳେ !

୨୦. ପରବର୍ତ୍ତୀ ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

୨୦ ଯଦି ଆମେ ଯାହା କରିଛୁ ତାʼ ପାଇଁ ଆମକୁ ପ୍ରକୃତରେ ଅବଶୋଷ ଅଛି, ତାହେଲେ ଯିହୋବା ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । ଏହା ଜାଣି ଆମକୁ କେତେ ଶାନ୍ତି ମିଳେ ! କିନ୍ତୁ ଆମେ ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ କିପରି କ୍ଷମା କରିପାରିବା ? ଯେପରି ଆମେ ଅନ୍ୟମାନଙ୍କୁ କ୍ଷମା କରୁ ଓ ଯେପରି ଯିହୋବା ଆମକୁ କ୍ଷମା କରନ୍ତି, ସେଥିରେ କେଉଁ କଥା ଏକାଭଳି ଅଛି ଓ ପାର୍ଥକ୍ୟ ଅଛି ? ଆଉ ଏହି ପାର୍ଥକ୍ୟକୁ ବୁଝିବା କାହିଁକି ଜରୁରୀ ? ପରବର୍ତ୍ତୀ ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।

ଯିହୋବା ଯେପରି କ୍ଷମା କରନ୍ତି, ସେବିଷୟରେ ଆପଣ ଆଗକୁ ଦିଆଯାଇଥିବା ପଦଗୁଡ଼ିକରୁ କʼଣ ଶିଖିଲେ ?

  • ଗୀତସଂହିତା ୧୦୩:୧୩, ୧୪

  • ଦ୍ୱିତୀୟ ବିବରଣ ୩୨:୪

  • ଯିଶାଇୟ ୫୫:୭

ଗୀତ ୪୫ ମେରେ ମାନ୍‌ କେ ବିଚାର୍‌

a ଯିହୋବା ବାଇବଲରେ ଲେଖାଇଛନ୍ତି ଯେ ଯଦି କେହି କିଛି ଭୁଲ କରନ୍ତି, କିନ୍ତୁ ପରେ ସେହି ବ୍ୟକ୍ତି ପଶ୍ଚାତାପ କରନ୍ତି, ତାହେଲେ ଯିହୋବା ତାକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । କିନ୍ତୁ ବେଳେବେଳେ ହୁଏତ ଆମେ ଭାବିପାରୁ, ‘ମୋତେ ତ ଈଶ୍ୱର କେବେ ବି କ୍ଷମା କରିବେ ନାହିଁ ।’ ଏହି ଲେଖାରେ ଆମେ ଜାଣିବା ଯେ ଆମେ କାହିଁକି ଭରସା ରଖିପାରିବା ଯେ ଯଦି ଆମକୁ ସତରେ ନିଜ ଭୁଲ ପାଇଁ ଅବଶୋଷ ଅଛି, ତାହେଲେ ଯିହୋବା ଆମକୁ ନିଶ୍ଚୟ କ୍ଷମା କରିବେ ।

b ଯିହୋବାଙ୍କ ନିକଟବର୍ତ୍ତୀ ହୁଅ ବହିର ଅଧ୍ୟା. ୨୬ର ପାରା. ୯ ପଢ଼ନ୍ତୁ ।

c ଏହାର କʼଣ ଅର୍ଥ ? “ପଶ୍ଚାତାପ” କରିବାର ଅର୍ଥ ହେଉଛି, ନିଜ ମନ ବଦଳାଇବା । ତାʼସହ ଅତୀତର ଜୀବନଶୈଳୀ, ଭୁଲ କାମ କିମ୍ବା ଯାହା କରିବା କଥା ଥିଲା, ତାହା ନ କରିବା ଯୋଗୁଁ ହୃଦୟରୁ ଅବଶୋଷ କରିବା । ପ୍ରକୃତ ପଶ୍ଚାତାପ କାମରୁ ଦେଖାଯାଏ: ଜଣେ ବ୍ୟକ୍ତି ଖରାପ ରାସ୍ତା ଛାଡ଼ି ଠିକ୍‌ ରାସ୍ତାରେ ଚାଲିବାକୁ ଲାଗେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ