ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g24 ସଂ ୧ ପୃଷ୍ଠା ୪-୬
  • ଅନ୍ୟମାନଙ୍କୁ ଆଦର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟମାନଙ୍କୁ ଆଦର କରନ୍ତୁ
  • ସଜାଗ ହୁଅ !—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଅନ୍ୟମାନଙ୍କୁ ଆଦର କରିବା କାହିଁକି ଜରୁରୀ ଅଟେ ?
  • ଆପଣ କିପରି କରିପାରିବେ ?
  • ଆମେ କʼଣ କରୁ ?
  • ଅନ୍ୟମାନଙ୍କର ଆଦର କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?
    ସଜାଗ ହୁଅ !—୨୦୨୪
  • ଅଧିକାର ଥିବା ବ୍ୟକ୍ତିଙ୍କର ଆଦର
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ପରିବାର ଲୋକଙ୍କ ଆଦର କରନ୍ତୁ
    ସଜାଗ ହୁଅ !—୨୦୨୪
ଆହୁରି ଦେଖନ୍ତୁ
ସଜାଗ ହୁଅ !—୨୦୨୪
g24 ସଂ ୧ ପୃଷ୍ଠା ୪-୬
ହୋଟେଲରେ ଜଣେ ଲୋକ ଜଣେ ୱେଟରକୁ ଗାଳି କରୁଛି, ଯିଏ ତାଙ୍କଠୁ କ୍ଷମା ମାଗିବା ପାଇଁ ଚେଷ୍ଟା କରୁଛି । ଏହା ଦେଖି ତାଙ୍କ ସହ ବସିଥିବା ଅନ୍ୟ ଲୋକମାନଙ୍କୁ ଖରାପ ଲାଗୁଛି ।

ଅନ୍ୟମାନଙ୍କୁ ଆଦର କରନ୍ତୁ

ଅନ୍ୟମାନଙ୍କୁ ଆଦର କରିବା କାହିଁକି ଜରୁରୀ ଅଟେ ?

ଯଦି ଆମେ କାହାରି କଥାରେ ସହମତ ନାହୁଁ, ତଥାପି ଆମେ ତାଙ୍କର ଆଦର କରୁ ତେବେ ପରିସ୍ଥିତି ଖରାପ ହେବାଠାରୁ ରୋକିପାରିବା ।

  • ପବିତ୍ର ଶାସ୍ତ୍ର ବାଇବଲରେ ଲେଖାଅଛି, “କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ ।” (ହିତୋପଦେଶ ୧୫:୧) ଯଦି ଆମେ ଅନ୍ୟମାନଙ୍କର ଆଦର କରୁନୁ, ତେବେ କଥା ଓ କାମରେ ଆମେ ଅନ୍ୟମାନଙ୍କ ସହ ଖରାପ ବ୍ୟବହାର କରିପାରିବା । ଏପରି କରିବା, ନିଆଁରେ ଘିଅ ଢାଳିବା ଭଳି ହେବ ଏବଂ ପ୍ରାୟ ଏହାର ପରିଣାମ ବହୁତ ଖରାପ ହୋଇଥାଏ ।

  • ପବିତ୍ର ଶାସ୍ତ୍ରରେ ଏହା ବି ଲେଖାଅଛି, “ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ ।” (ମାଥିଉ ୧୨:୩୪) ଅର୍ଥାତ୍‌ ଯାହା ହୃଦୟରେ ଅଛି ତାହା ହିଁ ମୁହଁରୁ ବାହାରେ । ଏଥିରୁ ଜଣାପଡ଼େ ଯେ ଆଦରର ସହ କଥା ନ ହେବା ପଛରେ ଆହୁରି ବି କିଛି କାରଣ ଥାଇପାରେ । ହୁଏତ ଆମେ ଏପରି ଲୋକଙ୍କୁ ପସନ୍ଦ କରୁନୁ ଯେଉଁମାନେ ଅଲଗା ଜାତିର, ଗୋଷ୍ଠୀର ବା ଦେଶର ଅଟନ୍ତି କିମ୍ବା ଯେଉଁମାନଙ୍କ ସମାଜ ଆମଠୁ ଅଲଗା ଅଟେ ।

    କିଛି ସମୟ ପୂର୍ବେ ୨୮ଟି ଦେଶରେ ୩୨,୦୦୦ରୁ ବି ଅଧିକ ଲୋକଙ୍କ ସର୍ଭେ ନିଆଗଲା । ସେଥିମଧ୍ୟରୁ ୬୫ ପ୍ରତିଶତ ଲୋକମାନେ କହନ୍ତି ଯେ ଆଜିକାଲି ଲୋକଙ୍କ ଆଚରଣ ପୂର୍ବ ଭଳି ଆଉ ନାହିଁ ଓ ସେମାନେ ପରସ୍ପରକୁ ବିଲକୁଲ୍‌ ବି ଆଦର ଦେଖାନ୍ତି ନାହିଁ ।

ଆପଣ କିପରି କରିପାରିବେ ?

ଯେବେ ଆପଣ ଅନ୍ୟମାନଙ୍କ ସହ ସହମତ ହୁଅନ୍ତି ନାହିଁ, ତେବେ ବି ତାଙ୍କର ଆଦର କରନ୍ତୁ । ଆପଣ ଯେଉଁଠି ବି ରହନ୍ତୁ ନା କାହିଁକି, ସମସ୍ତଙ୍କୁ ଆଦର କରନ୍ତୁ । ସେହି କଥାଗୁଡ଼ିକ ବିଷୟରେ ଭାବନ୍ତୁ, ଯେଉଁଥିରେ ଆପଣ ତାଙ୍କ ସହ ସହମତ ହୋଇପାରିବେ । ଏପରି କଲେ ଆପଣ ତାଙ୍କ ବିଷୟରେ ଭୁଲ ଧାରଣା ରଖିବେନି ଆଉ ନା ତାଙ୍କଠାରେ ଭୁଲ ଖୋଜିବେ ।

“ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ ।”—ମାଥିଉ ୭:୧.

ଅନ୍ୟମାନଙ୍କ ସହ ସେପରି ବ୍ୟବହାର କରନ୍ତୁ, ଯେପରି ଆପଣ ଚାହାନ୍ତି ଯେ ସେମାନେ ଆପଣଙ୍କ ସହ ବ୍ୟବହାର କରନ୍ତୁ । ଯଦି ଆପଣ ଅନ୍ୟମାନଙ୍କର ଆଦର କରିବେ, ଆଉ ତାଙ୍କ ସହ ଭଲ ବ୍ୟବହାର କରିବେ, ତେବେ ହୁଏତ ସେମାନେ ମଧ୍ୟ ଆପଣଙ୍କ ସହ ଭଲ ବ୍ୟବହାର କରିବେ ।

“ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର ।”—ଲୂକ ୬:୩୧.

ଅନ୍ୟମାନଙ୍କୁ କ୍ଷମା କରନ୍ତୁ । ଯଦି କେହି ଆପଣଙ୍କୁ ନିଜ କଥା କିମ୍ବା କାମଗୁଡ଼ିକରୁ କଷ୍ଟ ଦେଇଛନ୍ତି, ତାହେଲେ ଏପରି ଭାବନ୍ତୁ ନାହିଁ ଯେ ସେ ଜାଣିଶୁଣି ଏପରି କରିଛନ୍ତି, ବରଂ ସେ କଥାକୁ ଭୁଲି ଯିବା ପାଇଁ ଚେଷ୍ଟା କରନ୍ତୁ ।

“ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାକୁ ଧୀର କରେ; ପୁଣି, ଦୋଷ ଛାଡ଼ିଦେବାର ତାହାର ଭୂଷଣ ।”—ହିତୋପଦେଶ ୧୯:୧୧.

ଯିହୋବାଙ୍କ ସାକ୍ଷୀମାନଙ୍କ ଗୋଟିଏ ରାଜ୍ୟ ଘରେ ସଭା ଆରମ୍ଭ ହେବା ପୂର୍ବର ଦୃଶ୍ୟ । ଅଲଗା ଅଲଗା ବୟସ ଓ ସଂସ୍କୃତିର ଲୋକମାନେ ପ୍ରେମର ସହ ପରସ୍ପରକୁ ଭେଟୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି ।
ଯିହୋବାଙ୍କ ସାକ୍ଷୀମାନଙ୍କର ଗୋଟିଏ ରାଜ୍ୟ ଘରେ ସଭା ଆରମ୍ଭ ହେବା ପୂର୍ବର ଦୃଶ୍ୟ । ଅଲଗା ଅଲଗା ବୟସ ଓ ସଂସ୍କୃତିର ଲୋକମାନେ ପ୍ରେମର ସହ ପରସ୍ପରକୁ ଭେଟୁଛନ୍ତି ଓ କଥାବାର୍ତ୍ତା ହେଉଛନ୍ତି ।

ଆମେ କʼଣ କରୁ ?

ଆମେ ଯିହୋବାଙ୍କ ସାକ୍ଷୀ ସମସ୍ତ ଲୋକଙ୍କୁ ଆଦର କରୁ ଓ ଏପରି କରିବା ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦେଉ ।

ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଜାଣିବା ପାଇଁ ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ? ଭିଡିଓ ଦେଖନ୍ତୁ । ଆପଣ jw.org ୱେବସାଇଟ୍‌ରେ ଯାଇ ଖୋଜନ୍ତୁ ବକ୍ସରେ ଭିଡିଓର ନାମକୁ ଟାଇପ୍‌ କରି ଏହାକୁ ଖୋଜିପାରିବେ ।

ଆମେ ସମସ୍ତ ଲୋକଙ୍କୁ ମାଗଣାରେ ବାଇବଲରୁ ଭଲ କଥାଗୁଡ଼ିକ ଶିଖାଉ । କିନ୍ତୁ ଆମେ ସେମାନଙ୍କ ସହ ଜବରଦସ୍ତି କରି ନ ଥାଉ ଯେ ସେମାନେ ଆମ ଶିକ୍ଷାଗୁଡ଼ିକୁ ମାନନ୍ତୁ ଆଉ ନା ଆମେ ନିଜ ମତ ସେମାନଙ୍କୁ ମାନିବା ପାଇଁ ବାଧ୍ୟ କରୁ । ଏହା ପରିବର୍ତ୍ତେ ଆମେ ବାଇବଲର ଏହି ପରାମର୍ଶକୁ ମାନୁ ଯେ ଆମେ “ନମ୍ର ଭାବରେ ଓ ସଭୟରେ” ବା ଆଦରର ସହ ନିଜ ସନ୍ଦେଶକୁ ଶୁଣାଇବା ।—୧ ପିତର ୩:୧୫; ୨ ତୀମଥି ୨:୨୪.

ଆମେ କାହାରି ସହ ଭେଦଭାବ କରି ନ ଥାଉ । ଆମ ସଭାଗୁଡ଼ିକରେ ଆସୁଥିବା ଲୋକମାନେ ଯେକୌଣସି ଦେଶ, ଜାତି କିମ୍ବା ଗୋଷ୍ଠୀର ଥାʼନ୍ତୁ ନା କାହିଁକି, ଆମେ ସମସ୍ତଙ୍କୁ ସ୍ୱାଗତ କରୁ । ଆମେ ସେହି ଲୋକଙ୍କ ସହ କିମ୍ବା ସେମାନଙ୍କ ନିଷ୍ପତ୍ତି ସହ ସହମତ ନ ଥିଲେ ବି ଆମେ “ସମସ୍ତଙ୍କୁ ସମାଦର” କରୁ ।—୧ ପିତର ୨:୧୭.

ଆମେ ସରକାରର ଆଦର କରୁ । (ରୋମୀୟ ୧୩:୧) ଆମେ ଦେଶର ଆଇନକୁ ମାନୁ ଓ ଟ୍ୟାକ୍ସ ଭରୁ । ଯଦିଓ ଆମେ ରାଜନୈତିକ ମାମଲାରେ କାହାରି ପକ୍ଷ ନେଉ ନାହୁଁ, କିନ୍ତୁ ଆମେ ଏକଥା ପ୍ରତି ବି ଆଦର କରୁ ଯେ ପ୍ରତ୍ୟେକଙ୍କୁ ଏ ମାମଲାଗୁଡ଼ିକରେ ନିଷ୍ପତ୍ତି ନେବାର ଅଧିକାର ଅଛି ।

ଚିତ୍ରଗୁଡ଼ିକ: “କ୍ୟା ପ୍ୟାର ନଫରତ୍‌ ପର୍‌ ଜିତ୍‌ ହାସିଲ୍‌ କର୍‌ ସକତ ହୈ ?” ଭିଡିଓର ଦୃଶ୍ୟ । ୧. ଜଣେ ଆରବୀ ଲୋକ । ୨. ଜଣେ ଯିହୁଦୀ ଲୋକ ।

ଅଧିକ ଜାଣନ୍ତୁ

ଛୋଟବେଳୁ ଯେବେ ଲୋକଙ୍କୁ ଅନ୍ୟମାନଙ୍କୁ ଘୃଣା କରିବା ଶିଖାଯାଏ, ତେବେ ତାଙ୍କ ପାଇଁ ଅନ୍ୟମାନଙ୍କର ଆଦର କରିବା କଠିନ ହୋଇପାରେ । ଏପରି ହିଁ ଦୁଇ ଜଣ ବ୍ୟକ୍ତିଙ୍କ ସହ ହୋଇଥିଲା, ଯେଉଁମାନେ ଅଲଗା ଅଲଗା ଦେଶର ଅଟନ୍ତି । କିନ୍ତୁ ପରେ ସେମାନେ ଶିଖିଲେ ଯେ ଅଲଗା ଅଲଗା ଲୋକଙ୍କର କିପରି ଆଦର କରିବା ଉଚିତ୍‌ । ସେମାନେ ଏହା କିପରି ଶିଖିଲେ, ଏହାକୁ ଜାଣିବା ପାଇଁ କ୍ୟା ପ୍ୟାର୍‌ ନଫରତ୍‌ ପର୍‌ ଜିତ୍‌ ହାସିଲ୍‌ କର୍‌ ସକ୍‌ତା ହୈ ? ଭିଡିଓ ଦେଖନ୍ତୁ । ଆପଣ jw.org ୱେବସାଇଟ୍‌କୁ ଯାଇ ଖୋଜନ୍ତୁ ବକ୍ସରେ ଏହି ଭିଡିଓର ନାମକୁ ଟାଇପ୍‌ କରି ଖୋଜିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ