ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୪୬ ପୃଷ୍ଠା ୧୧୨-ପୃଷ୍ଠା ୧୧୩ ଅନୁଚ୍ଛେଦ ୧
  • କର୍ମିଲ ପାହାଡ଼ ଉପରେ ଏକ ପରୀକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କର୍ମିଲ ପାହାଡ଼ ଉପରେ ଏକ ପରୀକ୍ଷା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯିହୋବା ଏଲୀୟଙ୍କୁ ସାହସ ଦେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୪୬ ପୃଷ୍ଠା ୧୧୨-ପୃଷ୍ଠା ୧୧୩ ଅନୁଚ୍ଛେଦ ୧
ଯିହୋବାଙ୍କ ତରଫରୁ ନିଆଁ ବର୍ଷା ହେଲା ଏବଂ ଏଲୀୟଙ୍କ ବଳିଦାନ ଜଳିଗଲା

ପାଠ ୪୬

କର୍ମିଲ ପାହାଡ଼ ଉପରେ ଏକ ପରୀକ୍ଷା

ଦଶଟି ଗୋଷ୍ଠୀର ଇସ୍ରାଏଲ ରାଷ୍ଟ୍ରରେ ଅନେକ ଦୁଷ୍ଟ ରାଜା ଶାସନ କରିଥିଲେ । ସେମାନଙ୍କ ମଧ୍ୟରୁ ସବୁଠୁ ଦୁଷ୍ଟ ଥିଲେ ଆହାବ । ସେ ଜଣେ ଦୁଷ୍ଟ ସ୍ତ୍ରୀକୁ ବିବାହ କଲେ ଯିଏ ବାଲ୍‌ ଦେବତାର ପୂଜା କରୁଥିଲା । ତାʼର ନାମ ଥିଲା ଈଷେବଲ୍‌ । ଆହାବ ଓ ଈଷେବଲ୍‌ ଯୋଗୁଁ ସାରା ଦେଶରେ ଲୋକମାନେ ବାଲ୍‌ର ପୂଜା କରିବାକୁ ଲାଗିଲେ ଏବଂ ଯିହୋବାଙ୍କ ଭବିଷ୍ୟଦ୍‌ବକ୍ତାମାନଙ୍କୁ ହତ୍ୟା କରି ଦିଆଗଲା । ସେସମୟରେ ଯିହୋବା କʼଣ କଲେ ? ସେ ଆହାବକୁ ଏକ ସନ୍ଦେଶ ଦେବା ପାଇଁ ଭବିଷ୍ୟଦ୍‌ବକ୍ତା ଏଲୀୟଙ୍କୁ ପଠାଇଲେ ।

ଏଲୀୟ ରାଜା ଆହାବକୁ କହିଲେ ଯେ ତାଙ୍କ ଖରାପ କାମଗୁଡ଼ିକ ଯୋଗୁଁ ଇସ୍ରାଏଲରେ ବର୍ଷା ହେବ ନାହିଁ । ତିନି ବର୍ଷରୁ ବି ଅଧିକ ସମୟ ଯାଏ ଦେଶରେ ଫସଲ ହେଲା ନାହିଁ ଏବଂ ଲୋକମାନେ ଭୋକିଲା ରହିଲେ । ପରେ ଯିହୋବା ଏଲୀୟଙ୍କୁ ପୁଣିଥରେ ଆହାବ ପାଖକୁ ପଠାଇଲେ । ରାଜା, ଏଲୀୟଙ୍କୁ କହନ୍ତି, ‘ତମ ଯୋଗୁଁ ହିଁ ଏହି ସବୁ କଷ୍ଟ ଆସିଛି !’ ଏଲୀୟ କହିଲେ, ‘ଏହି ଦୁର୍ଭିକ୍ଷ ମୋ ଯୋଗୁଁ ନୁହେଁ ବରଂ ଏଥିପାଇଁ ଆସିଛି କାରଣ ତମେ ବାଲ୍‌ର ପୂଜା କରୁଛ । ସତ୍ୟ ଈଶ୍ୱର କିଏ ଅଟନ୍ତି, ଏହା ପରୀକ୍ଷା କରି ଦେଖିବା । ସାରା ଦେଶର ଲୋକମାନଙ୍କୁ ଏବଂ ବାଲ୍‌ର ଭବିଷ୍ୟଦ୍‌ବକ୍ତାମାନଙ୍କୁ କର୍ମିଲ ପାହାଡ଼ ଉପରେ ଏକାଠି କର ।’

ସମସ୍ତ ଲୋକ ପାହାଡ଼ ଉପରେ ଏକାଠି ହୋଇଗଲେ । ଏଲୀୟ ସେମାନଙ୍କୁ କହିଲେ, ‘ତମେମାନେ ନିଷ୍ପତ୍ତି ନିଅ ଯେ କାହାକୁ ବିଶ୍ୱାସ କରିବ । ଯଦି ଯିହୋବା ସତ୍ୟ ଈଶ୍ୱର ଅଟନ୍ତି ତେବେ ତାଙ୍କୁ ବିଶ୍ୱାସ କର ଏବଂ ଯଦି ବାଲ୍‌ ସତ୍ୟ ଈଶ୍ୱର ଅଟେ ତେବେ ତାକୁ ବିଶ୍ୱାସ କର । ସତ୍ୟ ଈଶ୍ୱର କିଏ ଅଟନ୍ତି, ଏହା ପରୀକ୍ଷା କରି ଦେଖିବା । ବାଲ୍‌ର ୪୫୦ ଜଣ ଭବିଷ୍ୟଦ୍‌ବକ୍ତା ଏକ ବଳିଦାନ ପ୍ରସ୍ତୁତ କରିବେ ଏବଂ ନିଜ ଦେବତାକୁ ଡାକିବେ । ତାʼପରେ ମୁଁ ଗୋଟିଏ ବଳିଦାନ ପ୍ରସ୍ତୁତ କରିବି ଏବଂ ଯିହୋବାଙ୍କୁ ଡାକିବି । ଯିଏ ବଳିଦାନ ଉପରେ ନିଆଁ ପଠାଇବେ ସେ ହିଁ ସତ୍ୟ ଈଶ୍ୱର ଅଟନ୍ତି ।’ ଲୋକମାନେ ରାଜି ହୋଇଗଲେ ।

ବାଲ୍‌ର ଭବିଷ୍ୟଦ୍‌ବକ୍ତାମାନେ ଏକ ବଳିଦାନ ପ୍ରସ୍ତୁତ କଲେ । ତାʼପରେ ସାରା ଦିନ ସେମାନେ ନିଜ ଦେବତାକୁ ଡାକିଲେ, ‘ହେ ବାଲ୍‌, ଆମ୍ଭମାନଙ୍କ କଥା ଶୁଣ ।’ କିନ୍ତୁ ବାଲ୍‌ କୌଣସି ଉତ୍ତର ଦେଲା ନାହିଁ । ତେବେ ଏଲୀୟ ସେମାନଙ୍କ ଥଟ୍ଟା କରିବାକୁ ଲାଗିଲେ । ସେ ବାଲ୍‌ର ଭବିଷ୍ୟଦ୍‌ବକ୍ତାମାନଙ୍କୁ କହିଲେ, ‘ଉଚ୍ଚ ସ୍ୱରରେ ଡାକ । ବୋଧେ ସେ ଶୋଇଥିବ ଏବଂ କାହାରିକୁ ଯାଇ ତାକୁ ଉଠାଇବାକୁ ପଡ଼ିବ ।’ ବାଲ୍‌ର ଭବିଷ୍ୟଦ୍‌ବକ୍ତା ସନ୍ଧ୍ୟା ଯାଏ ଉଚ୍ଚ ପାଟିରେ ଡାକୁଥିଲେ । କିନ୍ତୁ ସେମାନଙ୍କୁ କୌଣସି ଉତ୍ତର ମିଳିଲା ନାହିଁ ।

ଏହାପରେ ଏଲୀୟ ନିଜ ବଳିଦାନ ବେଦି ଉପରେ ରଖି ସେଥିରେ ବହୁତ ମାତ୍ରାରେ ପାଣି ଢାଳିଲେ । ତାʼପରେ ସେ ପ୍ରାର୍ଥନା କଲେ, ‘ହେ ଯିହୋବା, ଏହି ଲୋକମାନଙ୍କୁ ଦେଖାନ୍ତୁ ଯେ ଆପଣ ହିଁ ସତ୍ୟ ଈଶ୍ୱର ଅଟନ୍ତି ।’ ଯିହୋବା ତୁରନ୍ତ ସ୍ୱର୍ଗରୁ ନିଆଁ ପଠାଇ ବଳିଦାନକୁ ପୂରାପୂରି ଜାଳିଦେଲେ । ତେବେ ଲୋକମାନେ ଜୋର୍‌ ପାଟିରେ କହିଲେ, ‘ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି ।’ ଏଲୀୟ କହିଲେ, ‘ବାଲ୍‌ର ଭବିଷ୍ୟଦ୍‌ବକ୍ତାମାନଙ୍କୁ ପଳାଇବାକୁ ଦିଅ ନାହିଁ ।’ ସେହି ଦିନ ବାଲ୍‌ର ୪୫୦ ଜଣ ଭବିଷ୍ୟଦ୍‌ବକ୍ତାଙ୍କୁ ହତ୍ୟା କରାଗଲା ।

ଯେବେ ସମୁଦ୍ରରେ ଗୋଟିଏ ଛୋଟ ମେଘ ଦେଖାଗଲା, ତେବେ ଏଲୀୟ ଆହାବଙ୍କୁ କହିଲେ, ‘ଝଡ଼ ତୋଫାନ ହେବାକୁ ଯାଉଛି । ତମେ ରଥରେ ଚଢ଼ି ଘରକୁ ଫେରିଯାଅ ।’ ଆକାଶରେ କଳା ମେଘ ବ୍ୟାପିଗଲା, ଜୋର୍‌ ପବନ ବହିବାକୁ ଲାଗିଲା ଏବଂ ଜୋର୍‌ ବର୍ଷା ହେବାକୁ ଲାଗିଲା । ଶେଷରେ ଦୁର୍ଭିକ୍ଷ ସମାପ୍ତ ହୋଇଗଲା । ଆହାବ ନିଜ ରଥ ଦ୍ରୁତଗତିରେ ଦୌଡ଼ାଇଲେ । କିନ୍ତୁ ଏଲୀୟ ଯିହୋବାଙ୍କ ସାହାଯ୍ୟରେ ରଥରୁ ବି ଦ୍ରୁତଗତିରେ ଦୌଡ଼ିବାକୁ ଲାଗିଲେ । କʼଣ ଏବେ ଏଲୀୟଙ୍କ ସବୁ ଦୁଃଖକଷ୍ଟର ଅନ୍ତ ହୋଇଗଲା ? ଆସନ୍ତୁ ଦେଖିବା ।

‘ଯିହୋବା ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ ।’—ଗୀତସଂହିତା ୮୩:୧୮

ପ୍ରଶ୍ନ: କର୍ମିଲ ପାହାଡ଼ରେ କେଉଁ ପରୀକ୍ଷା ହେଲା ? ଯିହୋବା ଏଲୀୟଙ୍କ ପ୍ରାର୍ଥନାର ଉତ୍ତର କିପରି ଦେଲେ ?

୧ ରାଜାବଳୀ ୧୬:୨୯-୩୩; ୧୭:୧; ୧୮:୧, ୨, ୧୭-୪୬; ଯାକୁବ ୫:୧୬-୧୮

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ