ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୫୯ ପୃଷ୍ଠା ୧୪୨-ପୃଷ୍ଠା ୧୪୩ ଅନୁଚ୍ଛେଦ ୫
  • ଚାରି ଜଣ ପିଲା ଯିହୋବାଙ୍କ ଆଜ୍ଞା ମାନିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚାରି ଜଣ ପିଲା ଯିହୋବାଙ୍କ ଆଜ୍ଞା ମାନିଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୫୯ ପୃଷ୍ଠା ୧୪୨-ପୃଷ୍ଠା ୧୪୩ ଅନୁଚ୍ଛେଦ ୫
ଦାନିୟେଲ, ହନାନୀୟ ମିଶାୟେଲ ଓ ଅସରୀୟ ରାଜକୀୟ ଖାଦ୍ୟ ଖାଇବାରୁ ମନା କରୁଛନ୍ତି

ପାଠ ୫୯

ଚାରି ଜଣ ପିଲା ଯିହୋବାଙ୍କ ଆଜ୍ଞା ମାନିଲେ

ଯେବେ ନବୂଖଦ୍‌ନିତ୍ସର ଯିହୁଦାର ରାଜକୀୟ ପରିବାରରୁ ଯୁବାମାନଙ୍କୁ ବାବିଲକୁ ଆଣିଲେ ତେବେ ସେ ସେମାନଙ୍କ ଯତ୍ନ ନେବା ପାଇଁ ଅସ୍ପନସ୍‌ ନାମକ ଜଣେ ଅଧିପତିଙ୍କୁ କହିଲେ । ନବୂଖଦ୍‌ନିତ୍ସର ଅସ୍ପନସ୍‌ଙ୍କୁ ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟବାନ ଓ ଚତୁର ପିଲାମାନଙ୍କୁ ବାଛିବା ପାଇଁ କହନ୍ତି । ସେହି ପିଲାମାନଙ୍କୁ ତିନି ବର୍ଷ ଯାଏ ଶିଖାଯାʼନ୍ତା ଯାହାଦ୍ୱାରା ସେମାନେ ବାବିଲର ବଡ଼ ବଡ଼ ଅଧିକାରୀ ହୁଅନ୍ତେ । ସେମାନଙ୍କୁ ବାବିଲର ଅକ୍‌କଦୀୟ ଭାଷା ପଢ଼ିବା, ଲେଖିବା ଓ କହିବା ଶିଖିବାର ଥିଲା । ସେମାନଙ୍କୁ ସେହି ଖାଦ୍ୟ ଖାଇବାର ଥିଲା ଯାହା ରାଜା ଓ ତାଙ୍କ ଅଧିପତିମାନେ ଖାଉଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ପିଲା ଥିଲେ ଦାନିୟେଲ, ହନାନୀୟ, ମିଶାୟେଲ ଓ ଅସରୀୟ । ଅସ୍ପନସ୍‌ ସେମାନଙ୍କୁ ନୂଆ ବାବିଲୀୟ ନାମ ଦେଲେ: ବେଲ୍‌ଟଶତ୍ସର, ଶଦ୍ରକ୍‌, ମୈଶକ ଓ ଅବେଦ୍‌-ନଗୋ । କʼଣ ବାବିଲର ପାଠପଢ଼ା ଯୋଗୁଁ ସେମାନେ ଯିହୋବାଙ୍କ ସେବା କରିବା ଛାଡ଼ି ଦେଲେ ?

ସେହି ଚାରି ଜଣ ପିଲାମାନେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ଯିହୋବାଙ୍କ କଥା ମାନିବେ । ସେମାନେ ଜାଣିଥିଲେ ଯେ ସେମାନଙ୍କୁ ରାଜକୀୟ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ, କାରଣ ସେହି ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ଯିହୋବାଙ୍କ ନିୟମ ଅନୁସାରେ ଅଶୁଦ୍ଧ ଥିଲା । ତେଣୁ ସେମାନେ ଅସ୍ପନସ୍‌ଙ୍କୁ ବିନତି କଲେ, ‘ଆମକୁ ରାଜକୀୟ ଖାଦ୍ୟ ଦିଅନ୍ତୁ ନାହିଁ ।’ ଅସ୍ପନସ୍‌ ସେମାନଙ୍କୁ କହିଲେ, ‘ଯଦି ତମେ ରାଜକୀୟ ଖାଦ୍ୟ ଖାଇବ ନାହିଁ ଏବଂ ରାଜାଙ୍କୁ ଦୁର୍ବଳ ଦେଖାଯିବ ତେବେ ସେ ମୋତେ ମାରିଦେବେ !’

ସେସମୟରେ ଦାନିୟେଲ ଗୋଟିଏ ଉପାୟ ଭାବିଲେ । ସେ ସେହି ବ୍ୟକ୍ତିଙ୍କୁ ବିନତି କଲେ ଯାହାଙ୍କୁ ସେମାନଙ୍କ ଦେଖାଶୁଣା କରିବାର ଦାୟିତ୍ୱ ଦିଆଯାଇଥିଲା, ‘ଆମକୁ ଦଶ ଦିନ ଯାଏ କେବଳ ପନିପରିବା ଓ ପାଣି ଦିଅନ୍ତୁ । ତାʼପରେ ଦେଖନ୍ତୁ କିଏ ଦେଖିବାରେ ଭଲ ଦେଖାଯାଉଛି, ଆମେ ନା ରାଜକୀୟ ଖାଦ୍ୟ ଖାଉଥିବା ପିଲାମାନେ ।’ ସେହି ବ୍ୟକ୍ତି ରାଜି ହୋଇଗଲେ ।

ଦଶ ଦିନ ପରେ ଦାନିୟେଲ ଓ ତାଙ୍କ ତିନି ଜଣ ସାଙ୍ଗ ଅନ୍ୟ ପିଲାମାନଙ୍କଠାରୁ ଅଧିକ ସ୍ୱାସ୍ଥ୍ୟବାନ ଦେଖାଯାଉଥିଲେ । ଯିହୋବାଙ୍କୁ ଏହା ଦେଖି ଭଲ ଲାଗିଲା ଯେ ସେମାନେ ତାଙ୍କ କଥା ମାନିଲେ । ସେ ଦାନିୟେଲଙ୍କୁ ଏପରି ବୁଦ୍ଧି ଦେଲେ ଯେଉଁଥିରୁ ସେ ଦର୍ଶନଗୁଡ଼ିକ ଓ ସ୍ୱପ୍ନଗୁଡ଼ିକର ଅର୍ଥ ବୁଝିପାରିବେ ।

ଯେବେ ଅସ୍ପନସ୍‌ ସେହି ପିଲାମାନଙ୍କୁ ଶିଖାଇବା ଶେଷ କଲେ ତେବେ ସେ ସେମାନଙ୍କୁ ନବୂଖଦ୍‌ନିତ୍ସରଙ୍କ ପାଖକୁ ନେଇଗଲେ । ରାଜା ସେମାନଙ୍କ ସହ କଥା ହେଲେ ଏବଂ ଦେଖିଲେ ଯେ ଦାନିୟେଲ, ହନାନୀୟ, ମିଶାୟେଲ ଓ ଅସରୀୟ ଅନ୍ୟ ପିଲାମାନଙ୍କଠାରୁ ଅଧିକ ବୁଦ୍ଧିମାନ ଓ ଚତୁର ଥିଲେ । ସେ ଏହି ଚାରି ଜଣଙ୍କୁ ନିଜ ରାଜମହଲରେ କାମ କରିବା ପାଇଁ ବାଛିଲେ । ରାଜା ପ୍ରାୟ ଜରୁରୀ କଥାଗୁଡ଼ିକ ପାଇଁ ସେମାନଙ୍କଠାରୁ ପରାମର୍ଶ ନେଉଥିଲେ । ଯିହୋବା ସେହି ପିଲାମାନଙ୍କୁ ରାଜାଙ୍କ ଜ୍ଞାନୀ ଓ ଯାଦୁଗରମାନଙ୍କଠାରୁ ଅଧିକ ବୁଦ୍ଧିମାନ କଲେ ।

ଦାନିୟେଲ, ହନାନୀୟ, ମିଶାୟେଲ ଓ ଅସରୀୟ ଯଦିଓ ଅନ୍ୟ ଦେଶରେ ଥିଲେ, ତଥାପି ସେମାନେ ଭୁଲିଲେ ନାହିଁ ଯେ ସେମାନେ ଯିହୋବାଙ୍କ ଲୋକ ଅଟନ୍ତି । କʼଣ ଆପଣ ମଧ୍ୟ ସବୁବେଳେ ଯିହୋବାଙ୍କୁ ମନେ ରଖିବେ, ସେସମୟରେ ବି ଯେବେ ଆପଣଙ୍କ ବାପାମାଆ ଆପଣଙ୍କ ସହିତ ନ ଥାʼନ୍ତି ?

“ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଆଦର୍ଶ ସ୍ୱରୂପ ହୁଅ ।”—୧ ତୀମଥି ୪:୧୨

ପ୍ରଶ୍ନ: ଦାନିୟେଲ ଓ ତାଙ୍କ ତିନି ଜଣ ସାଙ୍ଗ ଯିହୋବାଙ୍କ ଆଜ୍ଞା କାହିଁକି ମାନିଲେ ? ଯିହୋବା କିପରି ସେମାନଙ୍କୁ ସାହାଯ୍ୟ କଲେ ?

ଦାନିୟେଲ ୧:୧-୨୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ