ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୭୦ ପୃଷ୍ଠା ୧୬୬-ପୃଷ୍ଠା ୧୬୭ ଅନୁଚ୍ଛେଦ ୨
  • ସ୍ୱର୍ଗଦୂତମାନେ ଯୀଶୁଙ୍କ ଜନ୍ମ ହେବାର ଖବର ଶୁଣାଇଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସ୍ୱର୍ଗଦୂତମାନେ ଯୀଶୁଙ୍କ ଜନ୍ମ ହେବାର ଖବର ଶୁଣାଇଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପ୍ରଶ୍ନ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୭୦ ପୃଷ୍ଠା ୧୬୬-ପୃଷ୍ଠା ୧୬୭ ଅନୁଚ୍ଛେଦ ୨
ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଯୀଶୁଙ୍କ ଜନ୍ମ ହେବାର ଖବର ଶୁଣାଉଛନ୍ତି

ପାଠ ୭୦

ସ୍ୱର୍ଗଦୂତମାନେ ଯୀଶୁଙ୍କ ଜନ୍ମ ହେବାର ଖବର ଶୁଣାଇଲେ

ରୋମୀ ସାମ୍ରାଜ୍ୟର ସମ୍ରାଟ ଅଗଷ୍ଟ ଆଦେଶ ଦେଲେ ଯେ ସମସ୍ତ ଯିହୁଦୀ ନିଜ ନିଜ ସହରକୁ ଯାଇ ନାମ ଲେଖାନ୍ତୁ । ତେଣୁ ଯୋଷେଫ ଓ ମରୀୟମ ବେଥଲିହିମକୁ ଗଲେ । ଯୋଷେଫଙ୍କର ପରିବାର ସେହି ସହରରୁ ଥିଲା । ସେସମୟରେ ମରୀୟମଙ୍କ ସନ୍ତାନ ଜନ୍ମ କରିବାର ସମୟ ଆସି ଯାଇଥିଲା ।

ବେଥଲିହିମ ପହଞ୍ଚିବା ପରେ ସେମାନଙ୍କୁ ରହିବା ପାଇଁ କେବଳ ଏକ ଗୁହାଳ ଘର ମିଳିଲା । ସେଠାରେ ହିଁ ମରୀୟମ ନିଜ ପୁଅ ଯୀଶୁଙ୍କୁ ଜନ୍ମ ଦେଲେ । ତାʼପରେ ମରୀୟମ ତାଙ୍କୁ ଏକ କୋମଳ ଲୁଗାରେ ଗୁଡ଼ାଇ ଏବଂ ତାଙ୍କୁ ଆରାମରେ ଧରି ତାଙ୍କୁ ଏକ ଗୁହାଳ କୁଣ୍ଡରେ ଶୁଆଇଲେ ।

ବେଥଲିହିମର ପାଖରେ କିଛି ମେଷପାଳକ ପଡ଼ିଆରେ ରହି ରାତିରେ ନିଜ ପଲକୁ ଜଗୁଥିଲେ । ହଠାତ୍‌ ସେମାନଙ୍କ ଆଗରେ ଏକ ସ୍ୱର୍ଗଦୂତ ଆସିଲେ ଆଉ ଯିହୋବାଙ୍କ ମହିମାର ଆଲୋକ ଯୋଗୁଁ ସେମାନଙ୍କ ଚାରିପାଖ ଆଲୋକିତ ହୋଇ ଉଠିଲା । ମେଷପାଳକମାନେ ବହୁତ ଡରିଗଲେ, କିନ୍ତୁ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, ‘ଡର ନାହିଁ । ମୁଁ ତମମାନଙ୍କୁ ଏକ ଖୁସିଖବର ଶୁଣାଇବା ପାଇଁ ଆସିଛି । ଆଜି ବେଥଲିହିମରେ ମସୀହଙ୍କ ଜନ୍ମ ହୋଇଛି ।’ ତାʼପରେ ଆକାଶରେ ଅନେକ ସ୍ୱର୍ଗଦୂତ ଦେଖାଗଲେ । ସେମାନେ କହିଲେ, ‘ସ୍ୱର୍ଗରେ ଈଶ୍ୱରଙ୍କ ମହିମା ହେଉ ଓ ପୃଥିବୀରେ ଶାନ୍ତି ହେଉ ।’ ତାʼପରେ ସ୍ୱର୍ଗଦୂତମାନେ ଅଦୃଶ୍ୟ ହୋଇଗଲେ । ସେସମୟରେ ମେଷପାଳକମାନେ କʼଣ କଲେ ?

ସେମାନେ ପରସ୍ପରକୁ କହିଲେ, ‘ଆସ, ଆମେ ବେଥଲିହିମକୁ ଯିବା ।’ ସେମାନେ ତୁରନ୍ତ ସେଠାକୁ ଗଲେ ଏବଂ ଗୁହାଳ ଘରେ ଯୋଷେଫ ଓ ମରୀୟମଙ୍କୁ ନିଜ ଶିଶୁ ସହ ଦେଖିଲେ ।

ସ୍ୱର୍ଗଦୂତ ମେଷପାଳକମାନଙ୍କୁ ଯାହା ଯାହା କହିଥିଲେ ସେବିଷୟରେ ଯେଉଁମାନେ ଶୁଣିଲେ ସେସମସ୍ତେ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ । ମରୀୟମ ସ୍ୱର୍ଗଦୂତଙ୍କ କଥାଗୁଡ଼ିକ ଉପରେ ଗଭୀର ଭାବେ ଚିନ୍ତା କଲେ ଏବଂ ସେହି କଥାଗୁଡ଼ିକୁ କେବେ ଭୁଲିଲେ ନାହିଁ । ତାʼପରେ ମେଷପାଳକମାନେ ନିଜ ପଲ ପାଖକୁ ଫେରିଗଲେ ଏବଂ ସେମାନେ ଯାହା ଯାହା ଦେଖିଥିଲେ ଓ ଶୁଣିଥିଲେ ତାʼପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଲେ ।

“ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ ।”—ଯୋହନ ୮:୪୨

ପ୍ରଶ୍ନ: ସ୍ୱର୍ଗଦୂତମାନେ ଯୀଶୁଙ୍କ ଜନ୍ମ ହେବାର ଖବର କିପରି ଶୁଣାଇଲେ ? ମେଷପାଳକମାନେ ବେଥଲିହିମ ଯିବା ପରେ କାହା କାହାକୁ ଦେଖିଲେ ?

ଲୂକ ୨:୧-୨୦; ଯିଶାଇୟ ୯:୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ