ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୭୭ ପୃଷ୍ଠା ୧୮୨-ପୃଷ୍ଠା ୧୮୩ ଅନୁଚ୍ଛେଦ ୨
  • କୂଅ ପାଖରେ ଜଣେ ସ୍ତ୍ରୀଲୋକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କୂଅ ପାଖରେ ଜଣେ ସ୍ତ୍ରୀଲୋକ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ପରମେଶ୍ୱର କାହାର ଉପାସନା ଗ୍ରହଣ କରନ୍ତି ?
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୭୭ ପୃଷ୍ଠା ୧୮୨-ପୃଷ୍ଠା ୧୮୩ ଅନୁଚ୍ଛେଦ ୨
ଯୀଶୁ ଯାକୁବଙ୍କ କୂଅ ପାଖରେ ଜଣେ ଶମିରୋଣୀୟା ସ୍ତ୍ରୀଙ୍କ ସହ କଥା ହେଉଛନ୍ତି

ପାଠ ୭୭

କୂଅ ପାଖରେ ଜଣେ ସ୍ତ୍ରୀଲୋକ

ନିସ୍ତାର ପର୍ବ ପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଫେରି ଗାଲିଲୀକୁ ଯିବା ପାଇଁ ଶମିରୋଣ ଦେଇ ଯାଉଥିଲେ । ସୁଖାର ନାମକ ସହର ପାଖରେ ଗୋଟିଏ ଜାଗା ଥିଲା ଯାହାକୁ ଯାକୁବଙ୍କ କୂଅ କୁହାଯାଉଥିଲା । ସେଠାରେ ଯୀଶୁ ଟିକେ ରହି ଆରାମ କରିବାକୁ ଲାଗିଲେ ଏବଂ ତାଙ୍କ ଶିଷ୍ୟମାନେ ଖାଦ୍ୟ କିଣିବା ପାଇଁ ସହରକୁ ଗଲେ ।

ଜଣେ ସ୍ତ୍ରୀଲୋକ ପାଣି ନେବା ପାଇଁ କୂଅ ପାଖକୁ ଆସିଲେ । ଯୀଶୁ ତାଙ୍କୁ କହିଲେ, “ମୋତେ ପିଇବାକୁ ଦିଅ ।” ସ୍ତ୍ରୀଲୋକ କହିଲେ, ‘ତମେ ମୋ ସହିତ କାହିଁକି କଥା ହେଉଛ ? ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ ଏବଂ ଯିହୁଦୀ ଲୋକମାନେ ଶମିରୋଣର ଲୋକମାନଙ୍କ ସହ କଥା ହୁଅନ୍ତି ନାହିଁ ।’ ଯୀଶୁ ତାଙ୍କୁ କହିଲେ, ‘ଯଦି ତମେ ଜାଣିଥାନ୍ତ ଯେ ମୁଁ କିଏ ଅଟେ ତେବେ ତମେ ମୋତେ ପାଣି ମାଗନ୍ତ ଏବଂ ମୁଁ ତମକୁ ଜୀବନଦାୟକ ଜଳ ଦିଅନ୍ତି ।’ ସ୍ତ୍ରୀଲୋକ କହିଲେ, ‘ତମେ ମୋତେ ପାଣି କିପରି ଦେଇପାରିବ ତମ ପାଖରେ ତ ପାଣି କାଢ଼ିବା ପାଇଁ କୌଣସି ପାତ୍ର ହିଁ ନାହିଁ ।’ ଯୀଶୁ କହିଲେ, ‘ମୁଁ ଯେଉଁ ପାଣି ଦେବି ତାକୁ ଯିଏ ପିଇବ ତାକୁ ଆଉ କେବେ ବି ଶୋଷ ଲାଗିବ ନାହିଁ ।’ ସ୍ତ୍ରୀଲୋକ କହିଲେ, ‘ମୋତେ ସେହି ପାଣି ଦିଅ ।’

ଯୀଶୁ ତାଙ୍କୁ କହିଲେ, ‘ଯାଅ ତମ ସ୍ୱାମୀଙ୍କୁ ଡାକି ଏଠାକୁ ଆସ ।’ ସେ କହିଲେ, ‘ମୋର କୌଣସି ସ୍ୱାମୀ ନାହିଁ ।’ ଯୀଶୁ କହିଲେ, ‘ତମେ ଠିକ୍‌ କହିଲ ତମେ ପାଞ୍ଚ ଥର ବିବାହ କଲ ଏବଂ ଏବେ ତମେ ଯେଉଁ ବ୍ୟକ୍ତି ସହିତ ରହୁଛ ତା ସହିତ ତମ ବିବାହ ହୋଇ ନାହିଁ ।’ ସ୍ତ୍ରୀଲୋକ କହିଲେ, ‘ଏବେ ମୁଁ ବୁଝିଗଲି ଯେ ତମେ ଜଣେ ଭବିଷ୍ୟଦ୍‌ବକ୍ତା ଅଟ । ମୋ ଲୋକମାନେ ବିଶ୍ୱାସ କରନ୍ତି ଯେ ଆମେ ଏହି ପାହାଡ଼ ଉପରେ ଈଶ୍ୱରଙ୍କ ଉପାସନା କରିପାରିବୁ । କିନ୍ତୁ ଯିହୁଦୀମାନେ କହନ୍ତି ଯେ ଆମେ କେବଳ ଯିରୂଶାଲମରେ ଉପାସନା କରିପାରିବୁ । ମୁଁ ବିଶ୍ୱାସ କରେ ଯେ ଯେବେ ମସୀହ ଆସିବେ, ତେବେ ସେ ଆମକୁ କହିବେ ଯେ ଆମକୁ କିପରି ଉପାସନା କରିବା ଉଚିତ ।’ ସେସମୟରେ ଯୀଶୁ ଏପରି କଥା କହିଲେ ଯାହା ଏବେ ଯାଏ ସେ କାହାରିକୁ କହି ନ ଥିଲେ । ସେ କହିଲେ, ‘ମୁଁ ମସୀହ ଅଟେ ।’

ଯୀଶୁ ଶମିରୋଣର ଲୋକମାନଙ୍କ ସହ କଥା ହେଉଛନ୍ତି

ସେହି ସ୍ତ୍ରୀଲୋକ ଦୌଡ଼ି ନିଜ ସହରକୁ ଗଲେ ଏବଂ ସେ ଶମିରୋଣର ଲୋକମାନଙ୍କୁ କହିଲେ, ‘ମୁଁ ଜଣେ ବ୍ୟକ୍ତିଙ୍କୁ ଭେଟିଛି । ମୋତେ ଲାଗୁଛି ସେ ମସୀହ ଅଟନ୍ତି । ସେ ମୋ ବିଷୟରେ ସବୁ କଥା ଜାଣନ୍ତି । ତମେମାନେ ନିଜେ ଆସି ଦେଖିପାର ।’ ତେବେ ସେମାନେ ସମସ୍ତେ ତାଙ୍କ ସହ କୂଅ ପାଖକୁ ଗଲେ ଏବଂ ସେମାନେ ଯୀଶୁଙ୍କ କଥାଗୁଡ଼ିକ ଶୁଣିଲେ ।

ଶମିରୋଣର ଲୋକମାନେ ଯୀଶୁଙ୍କୁ କହିଲେ ଯେ ସେ ତାଙ୍କ ସହରରେ ଆସି ରହନ୍ତୁ । ଯୀଶୁ ସେଠାରେ ଦୁଇ ଦିନ ରହି ଲୋକମାନଙ୍କୁ ଶିଖାଇଲେ ଏବଂ ଅନେକ ଲୋକ ତାଙ୍କ ଉପରେ ବିଶ୍ୱାସ କଲେ । ସେମାନେ ଶମିରୋଣୀୟା ସ୍ତ୍ରୀଙ୍କୁ କହିଲେ, ‘ଏହି ବ୍ୟକ୍ତିଙ୍କ କଥାଗୁଡ଼ିକ ଶୁଣି ଆମେ ଜାଣିଗଲୁ ଯେ ପ୍ରକୃତରେ ସେ ହିଁ ଦୁନିଆକୁ ଉଦ୍ଧାର କରିବେ ।’

‘ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।’ —ପ୍ରକାଶିତ ବାକ୍ୟ ୨୨:୧୭

ପ୍ରଶ୍ନ: ଶମିରୋଣୀୟା ସ୍ତ୍ରୀ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଯୀଶୁ ତାଙ୍କ ସହ କଥା ହେଉଛନ୍ତି ? ଯୀଶୁ ତାଙ୍କୁ କʼଣ କହିଲେ ?

ଯୋହନ ୪:୧-୪୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ