କଥାବାର୍ତ୍ତା ଆରମ୍ଭ କରିବା
ଯୋହ. ୪:୬-୯
ପାଠ ୧
ଲୋକମାନଙ୍କ ବିଷୟରେ ଭାବନ୍ତୁ
ସିଦ୍ଧାନ୍ତ: “ପ୍ରେମ . . . ସ୍ୱାର୍ଥ ଚେଷ୍ଟା କରେ ନାହିଁ ।”—୧ କରି. ୧୩:୪, ୫.
ଯୀଶୁ କʼଣ କଲେ ?
୧. ଭିଡିଓ ଦେଖନ୍ତୁ କିମ୍ବା ଯୋହନ ୪:୬-୯ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:
କ. ଯୀଶୁ ସେହି ସ୍ତ୍ରୀ ସହ କଥା ହେବା ଆଗରୁ କେଉଁ ବିଷୟ ଉପରେ ଧ୍ୟାନ ଦେଲେ ?
ଖ. ଯୀଶୁ କହିଲେ: “ମୋତେ ପିଇବାକୁ ଦିଅ ।” ଏହା କାହିଁକି କଥାବାର୍ତ୍ତା ଆରମ୍ଭ କରିବାର ଗୋଟିଏ ଭଲ ଉପାୟ ଥିଲା ?
ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
୨. କାହାରି ସହ କଥା ହେବା ବେଳେ ଯଦି ତାʼ ସହ ଏପରି ବିଷୟରେ କଥା ହେବା ଯାହା ଉପରେ ତାʼର ଆଗ୍ରହ ଅଛି, ତାହେଲେ ଏହା ଭଲ କଥାବାର୍ତ୍ତା ହୋଇପାରିବ ।
ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍ ?
୩. ବିଷୟ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ଏହା ଭାବନ୍ତୁ ନାହିଁ ଯେ ଆପଣ ଯେଉଁ ବିଷୟରେ କଥା ହେବେ ବୋଲି ପ୍ରସ୍ତୁତି କରିଛନ୍ତି, ସେବିଷୟରେ ହିଁ କଥା ହେବେ । ତାʼ ପରିବର୍ତ୍ତେ ଏପରି କୌଣସି ବିଷୟରେ କଥା ହୁଅନ୍ତୁ ଯେଉଁ ବିଷୟରେ ଆଜିକାଲି ଲୋକମାନେ ଭାବନ୍ତି । ନିଜକୁ ପଚାରନ୍ତୁ:
କ. ‘ଆଜିକାଲି କେଉଁ ଖବରଗୁଡ଼ିକ ଚାଲିଛି ?’
ଖ. ‘ମୋ ପଡ଼ୋଶୀ, ସାଙ୍ଗରେ କାମ କରୁଥିବା ବ୍ୟକ୍ତି ବା ସାଙ୍ଗରେ ପଢ଼ୁଥିବା ପିଲାମାନେ ଆଜିକାଲି କେଉଁ ବିଷୟରେ କଥା ହୁଅନ୍ତି ।’
୪. ଲୋକମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ । ନିଜକୁ ପଚାରନ୍ତୁ:
କ. ‘ଏହି ବ୍ୟକ୍ତି ଜଣକ ଏବେ କʼଣ କରୁଛି ? ସେ କେଉଁ ବିଷୟରେ ଭାବୁଥିବ ?’
ଖ. ‘ତାʼ କପଡ଼ା, ଚେହେରା ଓ ଘରରୁ କʼଣ ଜଣାପଡ଼ୁଛି ? ସେ କେଉଁ ଜାଗାର ଅଟେ ଓ କେଉଁ ଧର୍ମକୁ ମାନେ ?’
ଗ. ‘କʼଣ ଏବେ ତାʼ ସହ କଥା ହେବା ଠିକ୍ ହେବ ?’
୫. ଧ୍ୟାନର ସହ ଶୁଣନ୍ତୁ ।
କ. କେବଳ ନିଜେ ହିଁ କଥା ହୁଅନ୍ତୁ ନାହିଁ ।
ଖ. ଅନ୍ୟମାନଙ୍କୁ ବି କଥା ହେବା ପାଇଁ ସୁଯୋଗ ଦିଅନ୍ତୁ । ଆଉ ଯେବେ ଜରୁରୀ ଲାଗେ, ତେବେ ପ୍ରଶ୍ନ ପଚାରନ୍ତୁ ।
ଏହା ବି ଦେଖନ୍ତୁ
ମାଥି. ୭:୧୨; ୧ କରି. ୯:୨୦-୨୩; ଫିଲିପ୍. ୨:୪; ଯାକୁ. ୧:୧୯